News

ଏବେ ଗହମ-ଚାଉଳ ସହିତ ମିଳିବ ମାଗଣାରେ ଏହି ସାମଗ୍ରୀ

ଯଦି ଆପଣ ରାସନ କାର୍ଡ (Ration Card) ହିତାଧିକାରୀ ତେବେ ଆପଣଙ୍କ ପାଇଁ ଏକ ଗୁରୁତ୍ୱପୂର୍ଣ୍ଣ ଖବର ରହିଛି । ଦେଶର ଅନେକ ରାଜ୍ୟରେ 'ୱାନ ନେସନ ୱାନ ରାସନ କାର୍ଡ ସ୍କିମ' (One Nation One Ration Card Scheme)ଅଧୀନରେ ହିଁ କେନ୍ଦ୍ର ସରକାର (Central Government) ମାଗଣା ରାସନ ଦେଉଛନ୍ତି ।

12 March, 2023 7:00 PM IST By: Tanushree Mahapatra

ଯଦି ଆପଣ ରାସନ କାର୍ଡ (Ration Card) ହିତାଧିକାରୀ ତେବେ ଆପଣଙ୍କ ପାଇଁ ଏକ ଗୁରୁତ୍ୱପୂର୍ଣ୍ଣ ଖବର ରହିଛି ।  ଦେଶର ଅନେକ ରାଜ୍ୟରେ 'ୱାନ ନେସନ ୱାନ ରାସନ କାର୍ଡ ସ୍କିମ' (One Nation One Ration Card Scheme)ଅଧୀନରେ ହିଁ କେନ୍ଦ୍ର ସରକାର (Central Government) ମାଗଣା ରାସନ ଦେଉଛନ୍ତି ।  ଏହି ସ୍କିମ ମାଧ୍ୟମରେ ଆପଣ ଯେଉଁ ସ୍ଥାନରେ ଥିଲେ ବି ରାସନ୍ ସାମଗ୍ରୀ, ଯେକୌଣସି କଂଟ୍ରୋଲ ଦୋକାନରୁ ଉଠାଇ ପାରିବେ । ରାସନ ପାଇଁ ଆଉ ନିଜସ୍ୱ ଠିକଣାକୁ ଯିବା ପାଇଁ ପଡ଼ିବ ନାହିଁ ଏହି ସ୍କିମ ଅଧୀନରେ l

ସୂଚନା ଅନୁଯାୟୀ, କେନ୍ଦ୍ର ସରକାର (Central Government)ଙ୍କ ପ୍ରଧାନମନ୍ତ୍ରୀ ଗରିବ କଲ୍ୟାଣ ଅନ୍ନ ଯୋଜନା Pradhan Mantri Garib Kalyan Yojana (PMGKAY) ଅଧୀନରେ ଦେଶର ଲକ୍ଷ ଲକ୍ଷ ଲୋକଙ୍କୁ ମାଗଣା ଗହମ (Free Wheat)ଓ ଚାଉଳ ସହିତ ଅନ୍ୟାନ୍ୟ ଖାଦ୍ୟ ପଦାର୍ଥ ମଧ୍ୟ(Free RICE)ଦିଆଯାଉଛି  l କିନ୍ତୁ ସୂଚନା ଅନୁଯାୟୀ ଆଗାମୀ ୧ ଜୁନ ପରେ ଅନେକ ରାଜ୍ୟରେ ମାଗଣା ରାସନ (Free Ration) ଉପରେ ପରିବର୍ତ୍ତନ ହେବାକୁ ଯାଉଛି । ବର୍ତ୍ତମାନ ସରକାର ୩ କିଲୋଗ୍ରାମ ଗହମ ଏବଂ ୨ କିଲୋଗ୍ରାମ ଚାଉଳ ମାଗଣାରେ ଦେଉଛନ୍ତି ।  ଯାହା ଗରିବ ଲୋକଙ୍କୁ ମାଗଣା ଖାଦ୍ୟ ଯୋଗାଇବାରେ ସାହାଯ୍ୟ କରୁଛନ୍ତି କେନ୍ଦ୍ର ସରକାର l

ରାସନ କାର୍ଡ ଜରିଆରେ ଚାଉଳ, ଗହମ, କିରୋସିନ୍ ଭଳି ସାମଗ୍ରୀ ଉଠାଇହେବ କିନ୍ତୁ ଏବେ ସରକାର ଏଥିରେ ଅନ୍ୟ ସାମଗ୍ରୀ ପ୍ରଦାନ କରିବାକୁ ଯାଉଛନ୍ତି ଯାହା ସୂଚନା ରହିଛି  l ରାସନ କାର୍ଡ ହିତାଧିକାରୀଙ୍କ ପାଇଁ ଆସିଛି ଏକ ବଡ଼ ଖୁସିଖବର । ଯଦି ଆପଣ ମାଗଣା ରାସନ ଯୋଜନାର ଲାଭ ଉଠାଉଛନ୍ତି, ତେବେ ସରକାର ଏବେ ଆପଣଙ୍କ ପାଇଁ ଏକ ପ୍ଲାନ୍ ପ୍ରସ୍ତୁତ କରିବାକୁ ଯାଉଛନ୍ତି, ଯାହାଫଳରେ ମାଗଣା ଗହମ ଓ ଚାଉଳ ସହିତ ଆଉ କିଛି ସାମଗ୍ରୀ ମଧ୍ୟ  ଆପଣଙ୍କୁ ମାଗଣାରେ ମିଳିବ । ଏହା ସହିତ ଅନ୍ୟ ସାମଗ୍ରୀ ଆପଣ ଅତି କମ୍ ମୂଲ୍ୟରେ ପାଇଯିବେ ଯାହା ସରକାରଙ୍କ ତରଫରୁ ମାଗଣା ମିଳିବ  ।

ଖାଦ୍ୟ ମନ୍ତ୍ରୀଙ୍କଠାରୁ ମିଳିଥିବା ସୂଚନା ଅନୁଯାୟୀ, କେନ୍ଦ୍ର ସରକାରଙ୍କ ସହିତ ରାଜ୍ୟ ସରକାରଙ୍କ ପକ୍ଷରୁ ମଧ୍ୟ ଅନେକ ଏହିପରି ସୁବିଧା ଯୋଗାଇ ଦିଆଯାଉଛି ଯାହା ଗରିବ ଲୋକଙ୍କୁ ସାହାଯ୍ୟ କରୁଛି । ସେହିପରି ଏହି ପର୍ଯ୍ୟାୟରେ ଉତ୍ତରାଖଣ୍ଡ ସରକାର ୨୩ ଲକ୍ଷ ପରିବାରକୁ ମାଗଣା ରାସନ ବ୍ୟତୀତ କମ୍ ମୂଲ୍ୟରେ ଚିନି ଏବଂ ଲୁଣ ଯୋଗାଇବାକୁ ଯୋଜନା କରୁଛନ୍ତି ଯାହା ନିହାତି ଏକ ସ୍ୱାଗତଯୋଗ୍ୟ । ଅନ୍ୟପଟେ ଉତ୍ତରାଖଣ୍ଡର ଖାଦ୍ୟମନ୍ତ୍ରୀ କହିଛନ୍ତି ଯେ, ବିଭାଗ ମଧ୍ୟ ଏହି ଯୋଜନା ପାଇଁ ବଜେଟ୍ ପ୍ରସ୍ତାବ ପ୍ରସ୍ତୁତ କରିଛି ଯାହା ଆଗକୁ ନିଷ୍ପତି ନିଆଯିବ  । ଆଗକୁ ଥିବା କ୍ୟାବିନେଟ ବୈଠକରେ ମଧ୍ୟ ଏହା ଉପସ୍ଥାପନ କରାଯିବ । ଏହି ଯୋଜନା କାର୍ଯ୍ୟକାରୀ ହେବା ପରେ ରାଜ୍ୟକୁ ପାଖାପାଖି ୬୫ ଲକ୍ଷ କୋଟି ଟଙ୍କା ଅତିରିକ୍ତ ଖର୍ଚ୍ଚ ବହନ କରିବାକୁ ପଡିବ ।

ତେବେ ଗଣମାଧ୍ୟମକୁ ସୂଚନା ଦେଇ ଖାଦ୍ୟ ମନ୍ତ୍ରୀ କହିଛନ୍ତି ଯେ, ୨୦୨୩ ମସିହାରେ କେନ୍ଦ୍ର ସରକାର ସାରା ଦେଶରେ ଯେଉଁ ପରିବାର ଏହାର ଯୋଗ୍ୟ ସେମାନଙ୍କୁ ମାଗଣା ରାସନ ଦେବାକୁ ନିଷ୍ପତ୍ତି ନେଇଛନ୍ତି । ତେବେ ପୂର୍ବରୁ ଏ ନେଇ ଆଉ ଏକ ଘୋଷଣା କରାଯାଇଥିଲେ ଯେଉଁଥିରେ ଏହି ପୂରା ବର୍ଷ ହିତାଧିକାରୀମାନେ ମାଗଣା ରାସନର ଲାଭ ପାଇବେ । ପ୍ରତ୍ୟେକ ରୋଷେଇ ଘରେ ଗହମ ଏବଂ ଚାଉଳ ସହିତ ଚିନି ଏବଂ ଲୁଣ ଭଳି ଅତ୍ୟାବଶ୍ୟକ ସାମଗ୍ରୀ ପ୍ରତ୍ୟେକ ଉପଲବ୍ଧ ହେଉ ବୋଲି ରାଜ୍ୟ ସରକାର କହିଛନ୍ତି ଏବେ କହିଛନ୍ତି । ତେବେ ଚିନି ଉପରେ କିଲୋଗ୍ରାମ ପିଛା ୧୦ ଟଙ୍କା ସବସିଡି ଦେବାକୁ ପରାମର୍ଶ ମଧ୍ୟ ଦିଆଯାଇଛି । ଏହାକୁ ୧୫ ହଜାର ଟଙ୍କା ପର୍ଯ୍ୟନ୍ତ ବୃଦ୍ଧି କରାଯିବ ବୋଲି କୁହାଯାଇଛି ତେବେ ଆଗକୁ ଏହା କେନ୍ଦ୍ର ଉପରେ ନିର୍ଭର କରୁଛି  । ତେବେ ଏହି ସୂଚନା ଦେବାବେଳେ ରାଜ୍ୟ ସରକାର କହିଛନ୍ତି ଯେ, ଯେଉଁ ହିତାଧିକାରୀମାନେ ୬ ମାସ ଧରି ନିଜ କାର୍ଡରେ ରାସନ ନେଇନାହାଁନ୍ତି, ସେମାନଙ୍କ କାର୍ଡ ବାତିଲ କରାଯିବ ।

ଔଷଧୀୟ ଗୁଣରେ ଭରପୂର ଧନ୍ୱନ୍ତରୀ ଗଛ, ଚାଷ କରନ୍ତୁ, ରୋଜଗାର ବଢ଼ନ୍ତୁ....

ବର୍ତ୍ତମାନ ଫ୍ରୀ ରାସନ ସହ ମିଳିବ ସମସ୍ତଙ୍କୁ ୧୦୦୦

କୃଷି-ସାମ୍ବାଦିକତା ପ୍ରତି ଆପଣଙ୍କ ସମର୍ଥନ ଦେଖାନ୍ତୁ

ପ୍ରିୟ ବନ୍ଧୁଗଣ, ଆମର ପାଠକ ହୋଇଥିବାରୁ ଆପଣଙ୍କୁ ଧନ୍ୟବାଦ । କୃଷି ସାମ୍ବାଦିକତାକୁ ଆଗକୁ ବଢ଼ାଇବା ପାଇଁ ଆପଣଙ୍କ ଭଳି ପାଠକ ଆମପାଇଁ ପ୍ରେରଣା । ଉଚ୍ଚମାନର କୃଷି ସାମ୍ବାଦିକତା ଯୋଗାଇଦେବାପାଇଁ ଏବଂ ଗ୍ରାମୀଣ ଭାରତର ପ୍ରତିଟି କୋଣରେ କୃଷକ ଓ ଲୋକଙ୍କ ପାଖରେ ପହଞ୍ଚିବା ପାଇଁ ଆମେ ଆପଣଙ୍କ ସମର୍ଥନ ଦରକାର କରୁଛୁ ।

ଆମ ଭବିଷ୍ୟତ ପାଇଁ ଆପଣଙ୍କ ପ୍ରତିଟି ଅର୍ଥଦାନ ମୂଲ୍ୟବାନ

ଏବେ ହିଁ କିଛି ଅର୍ଥଦାନ ନିଶ୍ଚୟ କରନ୍ତୁ (Contribute Now)