News

ମେ'ରେ ବଢିଛି କୃଷି ଶ୍ରମିକଙ୍କ ଖୁଚୁରା ମୁଦ୍ରସ୍ଫୀତି

ଶ୍ରମ ବିଭାଗ ଅନୁଯାୟୀ, ଖାଉଟି ମୂଲ୍ୟ ସୂଚକାଙ୍କ (ସିପିଆଇ) ଉପରେ ଆଧାରିତ କୃଷି ଶ୍ରମ ପାଇଁ ମୁଦ୍ରାସ୍ଫୀତି ମେ 2022 ରେ 6.67 ପ୍ରତିଶତ ରହିଛି । ସେହିପରି ଗ୍ରାମାଞ୍ଚଳର ଶ୍ରମିକମାନଙ୍କ ପାଇଁ ସିପିଆଇ ଭିତ୍ତିକ ମୁଦ୍ରାସ୍ଫୀତି ହାର ମେ ମାସରେ 7.0 ପ୍ରତିଶତ ରହିଛି । ଏପ୍ରିଲ୍, 2022 ରେ, ଏହି ହାର ଯଥାକ୍ରମେ 6.44 ପ୍ରତିଶତ ଏବଂ 6.67 ପ୍ରତିଶତ ଥିଲା ।

21 June, 2022 2:50 PM IST By: Shuvanshu Kar

କିଛି ଖାଦ୍ୟ ପଦାର୍ଥର ଦର ବୃଦ୍ଧି ଯୋଗୁଁ ମେ ମାସରେ କୃଷି ଓ ଗ୍ରାମୀଣ ଶ୍ରମିକଙ୍କ ପାଇଁ ମୁଦ୍ରାସ୍ଫୀତି(Retail inflation) ବୃଦ୍ଧି ହୋଇଛି । ଏହା ଯଥାକ୍ରମେ 6.67 ପ୍ରତିଶତ ଏବଂ 7.0 ପ୍ରତିଶତକୁ ବୃଦ୍ଧି ପାଇଛି । ଶ୍ରମ ବିଭାଗ ସୋମବାର ଏକ ବିବୃତ୍ତିରେ ଏହି ସୂଚନା ଦେଇଛି।

ଶ୍ରମ ବିଭାଗ ଅନୁଯାୟୀ, ଖାଉଟି ମୂଲ୍ୟ ସୂଚକାଙ୍କ (CPI) ଉପରେ ଆଧାରିତ କୃଷି ଶ୍ରମ(farm works) ପାଇଁ ମୁଦ୍ରାସ୍ଫୀତି ମେ 2022 ରେ 6.67 ପ୍ରତିଶତ ରହିଛି । ସେହିପରି ଗ୍ରାମାଞ୍ଚଳର ଶ୍ରମିକମାନଙ୍କ ପାଇଁ ସିପିଆଇ ଭିତ୍ତିକ ମୁଦ୍ରାସ୍ଫୀତି ହାର ମେ ମାସରେ 7.0 ପ୍ରତିଶତ ରହିଛି । ଏପ୍ରିଲ୍, 2022 ରେ, ଏହି ହାର ଯଥାକ୍ରମେ 6.44 ପ୍ରତିଶତ ଏବଂ 6.67 ପ୍ରତିଶତ ଥିଲା ।

ମେ 2022ରେ କୃଷି ଏବଂ ଗ୍ରାମାଞ୍ଚଳର ଶ୍ରମିକଙ୍କ ପାଇଁ ଖାଦ୍ୟ ମୁଦ୍ରାସ୍ଫୀତି ଯଥାକ୍ରମେ 5.44 ପ୍ରତିଶତ ଏବଂ 5.51 ପ୍ରତିଶତ ରହିଥିଲା। ଏପ୍ରିଲ୍, 2022 ରେ ଏହି ଦୁଇଟି ବର୍ଗ ପାଇଁ ଖାଦ୍ୟ ମୁଦ୍ରାସ୍ଫୀତି ଯଥାକ୍ରମେ 5.29 ପ୍ରତିଶତ ଏବଂ 5.35 ପ୍ରତିଶତ ଥିଲା | ଏକ ବର୍ଷ ପୂର୍ବେ ମେ 2021 ରେ, ଏହି ହାର ଯଥାକ୍ରମେ 1.54 ପ୍ରତିଶତ ଏବଂ 1.73 ପ୍ରତିଶତ ଥିଲା ବୋଲି ଶ୍ରମ ବିଭାଗ ସୂଚନା ଦେଇଛି ।

2022 ମେ ମାସ ପାଇଁ କୃଷି ଶ୍ରମିକ ଏବଂ ଗ୍ରାମୀଣ ଶ୍ରମିକଙ୍କ ପାଇଁ ସର୍ବଭାରତୀୟ ଖାଉଟି ମୂଲ୍ୟ ସୂଚକାଙ୍କ ସଂଖ୍ୟା 11 ପଏଣ୍ଟ ଏବଂ 12 ପଏଣ୍ଟ ବୃଦ୍ଧି ପାଇ ଯଥାକ୍ରମେ 1119 ଏବଂ 1131 ପଏଣ୍ଟରେ ପହଞ୍ଚିଛି । ଏପ୍ରିଲ୍ 2022ରେ, CPI-AL 1108 ପଏଣ୍ଟରେ ଏବଂ CPI-RL 1,119 ପଏଣ୍ଟରେ ରହିଥିଲା ।

ତଥ୍ୟରେ ଦର୍ଶାଯାଇଛି ଯେ କୃଷି ଶ୍ରମିକ ତଥା ଗ୍ରାମାଞ୍ଚଳର ଶ୍ରମିକଙ୍କ ସାଧାରଣ ସୂଚକାଙ୍କ ବୃଦ୍ଧି ପଛରେ ଖାଦ୍ୟ ସମୂହ ଯଥାକ୍ରମେ 7.44 ଏବଂ 7.65 ପଏଣ୍ଟର ଅଂଶଦାନ କରିଛନ୍ତି । ଶୁଖିଲା ଲଙ୍କା, ମିଶ୍ରିତ ମସଲା, ପନିପରିବା ଏବଂ ଫଳ ବ୍ୟତୀତ ଚାଉଳ, ଗହମ-ମଇଦା, , ବାଜରା, କ୍ଷୀର, ମାଂସ ଏବଂ ମାଛର ମୂଲ୍ୟ ବୃଦ୍ଧି ହେତୁ ମୁଦ୍ରାସ୍ଫୀତି ସୂଚକାଙ୍କ ବୃଦ୍ଧି ପାଇଛି ।

ଶେୟାର ମାର୍କେଟରେ ଶୁଭ ମଙ୍ଗଳ ଆରମ୍ଭ, Sensex 51900 ପାର

କମିଲା ଖୁଚୁରା ମୁଦ୍ରାସ୍ଫୀତି, ଖାଉଟିଙ୍କୁ ସାମାନ୍ୟ ଆଶ୍ବସ୍ତି

ସୂଚକାଙ୍କ ବୃଦ୍ଧି ବିଭିନ୍ନ ରାଜ୍ୟରେ ଭିନ୍ନ ଭିନ୍ନ ରହିଛି । କୃଷି ଶ୍ରମିକଙ୍କ କ୍ଷେତ୍ରରେ, 20ଟି ରାଜ୍ୟର ଦୁଇରୁ 20 ପଏଣ୍ଟ ବୃଦ୍ଧି ହୋଇଛି । ତାମିଲନାଡୁ 1294 ପଏଣ୍ଟ ସହ ଇଣ୍ଡେକ୍ସ ଟେବୁଲରେ ଶୀର୍ଷରେ ଥିବାବେଳେ ହିମାଚଳ ପ୍ରଦେଶ 883 ପଏଣ୍ଟ ସହ ତଳେ ରହିଛି ।

ଗ୍ରାମୀଣ ଶ୍ରମିକଙ୍କ କ୍ଷେତ୍ରରେ 20ଟି ରାଜ୍ୟରେ 1 ରୁ 19 ପଏଣ୍ଟ ବୃଦ୍ଧି ହୋଇଛି । ତାମିଲନାଡୁ 1281 ପଏଣ୍ଟ ସହ ଇଣ୍ଡେକ୍ସ ଟେବୁଲରେ ଶୀର୍ଷରେ ଥିବାବେଳେ ହିମାଚଳ ପ୍ରଦେଶ 934 ପଏଣ୍ଟ ସହ ତଳେ ରହିଛି । ଉଭୟ କୃଷି ଏବଂ ଗ୍ରାମାଞ୍ଚଳର ଶ୍ରମିକଙ୍କ ପାଇଁ କେରଳ ସର୍ବାଧିକ CPI ସଂଖ୍ୟା ରେକର୍ଡ କରିଛି ।

କୃଷି-ସାମ୍ବାଦିକତା ପ୍ରତି ଆପଣଙ୍କ ସମର୍ଥନ ଦେଖାନ୍ତୁ

ପ୍ରିୟ ବନ୍ଧୁଗଣ, ଆମର ପାଠକ ହୋଇଥିବାରୁ ଆପଣଙ୍କୁ ଧନ୍ୟବାଦ । କୃଷି ସାମ୍ବାଦିକତାକୁ ଆଗକୁ ବଢ଼ାଇବା ପାଇଁ ଆପଣଙ୍କ ଭଳି ପାଠକ ଆମପାଇଁ ପ୍ରେରଣା । ଉଚ୍ଚମାନର କୃଷି ସାମ୍ବାଦିକତା ଯୋଗାଇଦେବାପାଇଁ ଏବଂ ଗ୍ରାମୀଣ ଭାରତର ପ୍ରତିଟି କୋଣରେ କୃଷକ ଓ ଲୋକଙ୍କ ପାଖରେ ପହଞ୍ଚିବା ପାଇଁ ଆମେ ଆପଣଙ୍କ ସମର୍ଥନ ଦରକାର କରୁଛୁ ।

ଆମ ଭବିଷ୍ୟତ ପାଇଁ ଆପଣଙ୍କ ପ୍ରତିଟି ଅର୍ଥଦାନ ମୂଲ୍ୟବାନ

ଏବେ ହିଁ କିଛି ଅର୍ଥଦାନ ନିଶ୍ଚୟ କରନ୍ତୁ (Contribute Now)