RFOI Second Runner-Up Award 2025: କେରଳର କୋଟ୍ଟାୟାମ ଜିଲ୍ଲାର ମାରାଙ୍ଗାଟ୍ଟୁପିଲି ଗ୍ରାମର ବାସିନ୍ଦା ମାଥ୍ୟୁକୁଟ୍ଟି ଟମ୍ ତାଙ୍କର TJT Farms କୁ ଏକ "ଏଗ୍ରି –ଇକୋସିଷ୍ଟମ "ରେ ପରିଣତ କରିଛନ୍ତି ଯାହା ଫସଲ ଠାରୁ ପଶୁପାଳନ ପର୍ଯ୍ୟନ୍ତ ପ୍ରତ୍ୟେକ ଦିଗରେ ସଫଳତାର ଉଦାହରଣ। ଏହି କାରଣରୁ, ତାଙ୍କୁ କୃଷି ଜାଗରଣ ଦ୍ୱାରା ଆୟୋଜିତ MFOI Awards 2025 ରେ RFOI - ଦ୍ୱିତୀୟ ରନର୍ସ-ଅପ୍ ପୁରସ୍କାରରେ ସମ୍ମାନିତ କରାଯାଇଥିଲା।
ଏହି ସମ୍ମାନ ଭାରତ ସରକାରଙ୍କ ପୂର୍ବତନ ସାଂସଦ ଏବଂ ପୂର୍ବତନ ଗୃହ ରାଜ୍ୟ ମନ୍ତ୍ରୀ ଅଜୟ ମିଶ୍ର ଟେନି ପ୍ରଦାନ କରିଥିଲେ । କୃଷି ଜାଗରଣର ପ୍ରତିଷ୍ଠାତା ଏବଂ ମୁଖ୍ୟ ସମ୍ପାଦକ ଏମ୍.ସି. ଡୋମିନିକ୍ ଏବଂ କୃଷି ଜାଗରଣର ପରିଚାଳନା ନିର୍ଦ୍ଦେଶକ ସାଇନି ଡୋମିନିକ୍ ମଧ୍ୟ ମଞ୍ଚରେ ଉପସ୍ଥିତ ଥିଲେ। ତେଣୁ, ଆସନ୍ତୁ ମାଥ୍ୟୁକୁଟ୍ଟି ଟମ୍ ଙ୍କ ପ୍ରେରଣାଦାୟକ ସଫଳତା କାହାଣୀ ଜାଣିବା:
ମାଟି ସହିତ ଗଭୀର ସମ୍ପର୍କ
ମାଥ୍ୟୁକୁଟ୍ଟି ଟମ୍ଙ୍କ ପିଲାଦିନ ସାଧାରଣ, କିନ୍ତୁ ବହୁତ ସ୍ୱପ୍ନ ଥିଲା। ସେ ଏପରି ଏକ ପରିବାରରୁ ଆସିଛନ୍ତି ଯେଉଁଠାରେ ଚାଷ (FARMING) ଏବଂ ପଶୁପାଳନ ଜୀବନର ଏକ ଅଂଶ ଥିଲା। ପିଲାବେଳେ କ୍ଷେତରେ କାମ କରିବା ତାଙ୍କୁ ଜମିର ଭାଷା ବୁଝିବାର ସୁଯୋଗ ଦେଇଥିଲା - କେଉଁ ଫସଲ କେଉଁଠାରେ ଚାଷ କରିବେ, କେବେ କଣ ବୁଣିବେ, ଏବଂ ପ୍ରକୃତିକୁ କିପରି ପଢିବେ। ଏହି ଅଭିଜ୍ଞତା ତାଙ୍କର ପରବର୍ତ୍ତୀ ସମୟରେ ବହୁତ ସାହାର୍ଯ୍ୟ କରିଥିଲା ।
ମାତ୍ର ୧୦ ବର୍ଷ ମଧ୍ୟରେ, ସେ ତାଙ୍କର ୨୧ ଏକର ଜମିକୁ ଏକ ସ୍ଥାୟୀ, ଭଲ-ଅମଳ କୃଷି ମଡେଲରେ ପରିଣତ କଲେ - ଯାହା କେବଳ ଆୟ ସୃଷ୍ଟି କରେ ନାହିଁ ବରଂ ଶହ ଶହ ଲୋକଙ୍କୁ ପ୍ରେରଣା ମଧ୍ୟ ଦିଏ।
ଫସଲରୁ ବାର୍ଷିକ ୯୨ ଲକ୍ଷ ଟଙ୍କା ଆୟ
TJT Farms ରେ ଫସଲ ଉତ୍ପାଦନ ବୈଜ୍ଞାନିକ ଏବଂ ଯୋଜନାବଦ୍ଧ ଭାବରେ କରାଯାଏ। ନଡ଼ିଆ ଏବଂ ଜାଇଫଳ ଭଳି ସ୍ଥାୟୀ ଫସଲ ସେମାନଙ୍କୁ ନିୟମିତ ଆୟ ପ୍ରଦାନ କରେ। ସବୁଠାରୁ ଆଶ୍ଚର୍ଯ୍ୟଜନକ କଥା ହେଉଛି, ସେମାନେ 1 ହେକ୍ଟର କଦଳୀ ଚାଷରୁ ₹60 ଲକ୍ଷ ରୋଜଗାର କରିଛନ୍ତି।
ଧାନ ଏବଂ ପନିପରିବା ଚାଷ ମଧ୍ୟ ଏକ ନିୟମିତ ଆୟ ପ୍ରଦାନ କରେ। ଏହି ଫସଲରୁ ମୋଟ ଆୟ, ₹92.10 ଲକ୍ଷ, ଦର୍ଶାଉଛି ଯେ ସଠିକ୍ ପ୍ରଯୁକ୍ତିବିଦ୍ୟା ସହିତ, ସୀମିତ ଜମି ମଧ୍ୟ ଯଥେଷ୍ଟ ଆୟ ସୃଷ୍ଟି କରିପାରିବ।
ପଶୁପାଳନରୁ ୧୭.୭୦ କୋଟି ଆୟ
ମାଥ୍ୟୁକୁଟ୍ଟି ଟମ୍ଙ୍କ ପ୍ରକୃତ ପରିଚୟ ତାଙ୍କର ଉଚ୍ଚମାନର ପଶୁପାଳନ ମଡେଲ୍ରେ ହିଁ ଅଛି । ତାଙ୍କର ଫାର୍ମ ଦେଶର କିଛି ବଡ଼ ପଶୁପାଳନ କେନ୍ଦ୍ର ମଧ୍ୟରୁ ଗୋଟିଏ ଯେଉଁଠାରେ ବ୍ରଏଲର୍ କୁକୁଡ଼ା, ଛେଳି, ମଇଁଷି, ବତକ, ଲେୟର୍ କୁକୁଡ଼ା, ଜାପାନୀ କ୍ୱେଲ, ମତ୍ସ୍ୟପାଳନ ଏବଂ ବିଶେଷକରି ବଡ଼ ଘୁଷୁରୀ ପାଳନ, ପରିଷ୍କାର ଏବଂ ଭଲ-ଅମଳ ବ୍ୟବସ୍ଥାରେ ପରିଚାଳିତ ହୁଏ।
କେବଳ ଘୁଷୁରୀ ପାଳନରୁ ₹୧୬.୮୦ କୋଟି ମିଳିଥାଏ ,ଯାହା ଦେଶରେ ଏକ ବିରଳ ଘଟଣା ଏବଂ ମାଥ୍ୟୁକୁଟ୍ଟିଙ୍କ ବ୍ୟବସାୟିକ ବୁଦ୍ଧିର ପ୍ରମାଣ । ସମସ୍ତ ପଶୁପାଳନ ୟୁନିଟ୍ ଯୋଡିଲେ ମୋଟ ଆୟ ₹୧୭.୭୦ କୋଟି ହୁଏ।
TJT Farms ର କୃଷି ମଡେଲ
ମାଥ୍ୟୁକୁଟ୍ଟି ଟମ୍ଙ୍କ କହିବା ଅନୁସାରେ: "ଆକ୍ଟିଭ ଇକୋସିଷ୍ଟମ ବନାନ୍ତୁ" । "ଯେଉଁଠାରେ କ୍ଷେତ ପଶୁମାନଙ୍କୁ ପୋଷଣ କରେ ଏବଂ ପଶୁମାନେ କ୍ଷେତକୁ (ପୋଷଣ କରନ୍ତି)"।
ବାର୍ଷିକ ଆୟ ୧୮.୬୨ କୋଟି ଟଙ୍କା
ଆଜି, ମାଥ୍ୟୁକୁଟ୍ଟି ଟମ୍ ଭାରତୀୟ କୃଷକମାନଙ୍କ ମଧ୍ୟରେ ସବୁଠାରୁ ଆଗରେ ଅଛନ୍ତି । ସେମାନଙ୍କର ମିଳିତ ₹18.62 କୋଟି ଆୟ ସୂଚାଇ ଦିଏ ଯେ:
- ସଠିକ୍ ଦିଗ
- ଆଧୁନିକ ପ୍ରଯୁକ୍ତିବିଦ୍ୟା
- ଦୃଢ଼ ପରିଚାଳନା
- ଏବଂ ନିରନ୍ତର କଠିନ ପରିଶ୍ରମ
ଏହା କୃଷକମାନଙ୍କ ପାଇଁ ଲକ୍ଷ ଲକ୍ଷ ଆୟ ସୃଷ୍ଟି କରିପାରିବ। ତାଙ୍କର କାହାଣୀ ସାରା ଦେଶର ଚାଷୀମାନଙ୍କୁ ଏକ ବାର୍ତ୍ତା ପଠାଏ ଯେ ଚାଷରେ ଟଙ୍କା ରୋଜଗାର କରିବାର କୌଣସି ସୀମା ନାହିଁ; ଆପଣଙ୍କୁ କେବଳ ଦୃଷ୍ଟିକୋଣ ଏବଂ ଯୋଜନା ଆବଶ୍ୟକ।
MFOI Awards 2025ରେ ଚମକିଲା ତାଙ୍କ ନାଁ
ଯେତେବେଳେ ଦେଶବ୍ୟାପୀ 300 ବର୍ଗର ସଫଳ ଚାଷୀମାନଙ୍କୁ ସମ୍ମାନିତ କରାଯାଇଥିଲା, ମାଥ୍ୟୁକୁଟ୍ଟି ଟମଙ୍କ ସଫଳତା ଦର୍ଶକଙ୍କୁ ମୋହିତ କରିଥିଲା। ତାଙ୍କୁ RFOI - ଦ୍ୱିତୀୟ ରନର୍ସ-ଅପ୍ ପୁରସ୍କାର ପ୍ରଦାନ କରିଥିଲା, ଯାହା ତାଙ୍କ କଠିନ ପରିଶ୍ରମର ପ୍ରମାଣ।
ମାଥ୍ୟୁକୁଟ୍ଟି ଟମ୍ – ଜଣେ କୃଷକ , ଜଣେ ଲିଡର୍
ତାଙ୍କର ସଫଳତା କେବଳ ଏକ ବ୍ୟକ୍ତିଗତ ସଫଳତା ନୁହେଁ, ବରଂ ଏକ ମଡେଲ ଯାହା ଭାରତର ନୂତନ କୃଷି ଦିଗକୁ ପ୍ରତିଫଳିତ କରେ। ମାଥ୍ୟୁକୁଟ୍ଟି ଟମ୍ ଆଜି ଲକ୍ଷ ଲକ୍ଷ ଚାଷୀଙ୍କ ପାଇଁ ପ୍ରେରଣା - ଏବଂ ଏହି କାହାଣୀ ତାଙ୍କ ସଂଘର୍ଷ, ତାଙ୍କ ଯାତ୍ରା ଏବଂ ତାଙ୍କ ବିଜୟକୁ ସଲାମ କରେ।
RFOI Award 2025: ୟୁପିର ସଫଳ ଚାଷୀ ମନୋହର ସିଂହ ଚୌହାନଙ୍କୁ RFOI ଆଓ୍ବାର୍ଡ