News

ଓଡିଶାର ଜାତୀୟ ରାଜପଥରେ ବୁଲିବ MIV,ଗୁଣବତ୍ତାର କରିବ ନୀରିକ୍ଷଣ

୪ଟି ରାଜ୍ୟରେ ପାଇଲଟ ଭିତ୍ତିରେ ଜାତୀୟ ରାଜପଥର ଗୁଣବତ୍ତା ନୀରିକ୍ଷଣ ପାଇଁ ମନ୍ତ୍ରାଳୟ ମୁତୟନ କରିବ ଭ୍ରାମ୍ୟମାଣ ନୀରିକ୍ଷଣ ଯାନ ।

04 August, 2022 4:17 PM IST By: Shuvanshu Kar

ସାରା ଦେଶରେ ଦ୍ରୁତଗତିରେ ଆଗେଇଚାଲିଛି ରାଜପଥ ନିର୍ମାଣ ବିକାଶ କାର୍ଯ୍ୟ । ଏହାର ଗୁଣବତ୍ତାକୁ ମଧ୍ୟ ସୁନିଶ୍ଚିତ କରିବାକୁ ଚାହୁଁଛନ୍ତି ସରକାର । ଏଥିପାଇଁ ନୂଆ ନୂଆ ଟେକ୍ନୋଲୋଜୀ ସହାୟତା ନିଆଯାଉଛି । ଏହି କ୍ରମରେ ୪ଟି ରାଜ୍ୟରେ ପାଇଲଟ ଭିତ୍ତି(pilot basis)ରେ ଜାତୀୟ ରାଜପଥର ଗୁଣବତ୍ତା ନୀରିକ୍ଷଣ ପାଇଁ ମନ୍ତ୍ରାଳୟ ମୁତୟନ କରିବ ଭ୍ରାମ୍ୟମାଣ ନୀରିକ୍ଷଣ ଯାନ Mobile Inspection Vans (MIVs)

ସଡକ ପରିବହନ ଓ ରାଜପଥ ମନ୍ତ୍ରାଳୟ (ଏମଓଆରଟିଏଚ) ୪ଟି ରାଜ୍ୟ ଗୁଜୁରାଟ, ରାଜସ୍ଥାନ, ଓଡିଶା ଓ କର୍ଣ୍ଣାଟକରେ ପାଇଲଟ ଭିତ୍ତିରେ ଅଣବିଧ୍ୱଂସକାରୀ ପରୀକ୍ଷଣ (ଏନଡିଟି) ଦ୍ୱାରା ଜାତୀୟ ରାଜପଥ ଗୁଣବତ୍ତା ନୀରିକ୍ଷଣ ପାଇଁ ଭ୍ରାମ୍ୟମାଣ ନୀରିକ୍ଷଣ ଯାନ (ଏମଆଇଭି) ମୁତୟନ କରାଯିବ । ବିଶ୍ୱ ଗୁଣବତ୍ତା ମାନଦଣ୍ଡ ଅନୁଯାୟୀ ଜାତୀୟ ରାଜପଥ ନିର୍ମାଣ ମନ୍ତ୍ରାଳୟର ପ୍ରତିବଦ୍ଧତାର ଏକ ଅଂଶ ।

ଏହି ଏମଆଇଭିଗୁଡିକର ବ୍ୟବହାର ଦ୍ୱାରା ଜାତୀୟ ରାଜପଥ ନିର୍ମାଣରେ ପ୍ରଚଳିତ ଗୁଣବତ୍ତା ନିୟନ୍ତ୍ରଣ ଓ ଗୁଣବତ୍ତା ଗ୍ରହଣ ବ୍ୟବସ୍ଥାକୁ ଆହୁରି ସକ୍ରିୟ କରିବ । ସକ୍ରିୟ ଆଭିମୁଖ୍ୟ ଦ୍ୱାରା ଗୁଣବତ୍ତାରେ ଥିବା ସମସ୍ୟାଗୁଡିକ ଚିହ୍ନଟ ହୋଇପାରିବ ।

ପ୍ରତ୍ୟେକ ରାଜ୍ୟରେ ଭ୍ରାମ୍ୟମାଣ ନୀରିକ୍ଷଣ ଯାନ ସାହାଯ୍ୟରେ ତିନି ମାସରେ ୨ ହଜାର କିଲୋମିଟର ଜାତୀୟ ରାଜପଥ ପ୍ରକଳ୍ପ ନୀରିକ୍ଷଣ ହେବ । ଏନଏଚଏଆଇ/ଏନଏଚଆଇଡିସିଏଲ/ରାଜ୍ୟ ପିଡବ୍ଲୁଡି ଓ ଅନ୍ୟ ଏମଓଆରଟିଏଚର ଅନ୍ୟ କାର୍ଯ୍ୟନିର୍ବାହୀ ଏଜେନ୍ସିଙ୍କ ଦ୍ୱାରା କାର୍ଯ୍ୟକାରୀ ହେଉଥିବା ବିଭିନ୍ନ ପ୍ରକଳ୍ପରେ ନୀରିକ୍ଷଣ କରାଯିବ ।

ଗୁଜୁରାଟ ପାଇଁ ରାଜିନାମା ଆଜି ସ୍ୱାକ୍ଷର ହୋଇଛି । ରାଜସ୍ଥାନ, ଓଡିଶା ଓ କର୍ଣ୍ଣାଟକ ସହ ଖୁବ ଶୀଘ୍ର ସ୍ୱାକ୍ଷର ହେବ । ଭବିଷ୍ୟତରେ ଅନ୍ୟ ରାଜ୍ୟଗୁଡିକରେ ମଧ୍ୟ ଏପରି ଭ୍ୟାନ ନିୟୋଜିତ ହେବ ।

ଏହି ଏମଆଇଭିଗୁଡିକ ମାଧ୍ୟମରେ ପରୀକ୍ଷଣ ଫଳାଫଳ ସୃଷ୍ଟି ହେବା ସହ ଅସମାନତା ଆଲର୍ଟ ଅଂଶୀଦାରମାନଙ୍କ ନିକଟରେ ରିଅଲ ଟାଇମ ଭିତ୍ତିରେ ଏକ ଗୁଣବତ୍ତା ନିୟନ୍ତ୍ରଣ ପୋର୍ଟାଲ ମାଧ୍ୟମରେ ପହଞ୍ଚିବ । ଏହି ପୋର୍ଟାଲ ଏମଓଆରଟିଏଚଙ୍କ ଦ୍ୱାରା ବିକଶିତ ହେଉଛି ।

PM Gati Shakti:ଓଡିଶା ଓ ଝାଡଖଣ୍ଡରେ ନିର୍ମିତ ହେବ 4 ପ୍ରକଳ୍ପ

ପାରାଦୀପ ଉନ୍ନତୀକରଣ ପାଇଁ ଖର୍ଚ୍ଚ ହେବ ୩୦୦୪ କୋଟି

କୃଷି-ସାମ୍ବାଦିକତା ପ୍ରତି ଆପଣଙ୍କ ସମର୍ଥନ ଦେଖାନ୍ତୁ

ପ୍ରିୟ ବନ୍ଧୁଗଣ, ଆମର ପାଠକ ହୋଇଥିବାରୁ ଆପଣଙ୍କୁ ଧନ୍ୟବାଦ । କୃଷି ସାମ୍ବାଦିକତାକୁ ଆଗକୁ ବଢ଼ାଇବା ପାଇଁ ଆପଣଙ୍କ ଭଳି ପାଠକ ଆମପାଇଁ ପ୍ରେରଣା । ଉଚ୍ଚମାନର କୃଷି ସାମ୍ବାଦିକତା ଯୋଗାଇଦେବାପାଇଁ ଏବଂ ଗ୍ରାମୀଣ ଭାରତର ପ୍ରତିଟି କୋଣରେ କୃଷକ ଓ ଲୋକଙ୍କ ପାଖରେ ପହଞ୍ଚିବା ପାଇଁ ଆମେ ଆପଣଙ୍କ ସମର୍ଥନ ଦରକାର କରୁଛୁ ।

ଆମ ଭବିଷ୍ୟତ ପାଇଁ ଆପଣଙ୍କ ପ୍ରତିଟି ଅର୍ଥଦାନ ମୂଲ୍ୟବାନ

ଏବେ ହିଁ କିଛି ଅର୍ଥଦାନ ନିଶ୍ଚୟ କରନ୍ତୁ (Contribute Now)