News

ICAR ପରୀକ୍ଷାରେ 99.96% ରଖି ସଫଳତା ହାସଲ କଲେ ବିହାର ଛାତ୍ର, କୃଷି ବୈଜ୍ଞାନିକ ହେବାକୁ ରଖିଛନ୍ତି ସ୍ବପ୍ନ

ଭାରତୀୟ କୃଷି ଅନୁସନ୍ଧାନ ପରିଷଦ( ICAR) ପରୀକ୍ଷାରେ ବେଗୁସରାୟ ଛାତ୍ରଙ୍କ ବଡ ସଫଳତା । ପରୀକ୍ଷାରେ 99.96 ପ୍ରତିଶତ ମାର୍କ ରଖିଛନ୍ତି ରୋହିତ ରଞ୍ଜନ ।

06 October, 2022 3:25 PM IST By: Shuvanshu Kar

ଭାରତୀୟ କୃଷି ଅନୁସନ୍ଧାନ ପରିଷଦ(ICAR) ପରୀକ୍ଷାରେ ବେଗୁସରାୟ ଛାତ୍ରଙ୍କ ବଡ ସଫଳତା । ପରୀକ୍ଷାରେ 99.96 ପ୍ରତିଶତ ମାର୍କ ରଖିଛନ୍ତି ରୋହିତ ରଞ୍ଜନ । ସେ ବିହାରର ରାଜଧାନୀ ପାଟଣାରେ ରହି ଆଇସିଏର ପରୀକ୍ଷା ଲାଗି ପ୍ରସ୍ତୁତି କରୁଥିଲେ ।

ଆଗକୁ କୃଷି ବୈଜ୍ଞାନିକ ହେବାକୁ ଇଚ୍ଛା ରଖିଛନ୍ତି ରୋହିତ ରଞ୍ଜନ । ରୋହିତଙ୍କ ଜେଜେ ଅବଧେଶ କୁମାର ସିଂ କୃଷି କ୍ଷେତ୍ର ସହିତ ଜଡିତ ଥିଲେ । ସେ କୃଷି ବୈଜ୍ଞାନିକ ପଦରେ ଅବସର ଗ୍ରହଣ କରିଥିଲେ । ଏହାସହିତ ରୋହିତଙ୍କ ବାପା ମଧ୍ୟ ଏହି କ୍ଷେତ୍ର ସହିତ ଜଡିତ ଅଛନ୍ତି । ଏହି କାରଣରୁ ରୋହିତ ପିଲା ଦିନରୁ କୃଷି କ୍ଷେତ୍ର ପ୍ରତି ଆକୃଷ୍ଟ ହୋଇଥିଲେ ।

ICAR ପରୀକ୍ଷାରେ ଭଲ ମାର୍କ ପାଇଁ ବେଶ ଖୁସି ଥିବା କହିଛନ୍ତି ରୋହିତ । ଏହା ମଧ୍ୟ କହିଛନ୍ତି ଯେ ତାଙ୍କ ଜେଜେବାପା ଏବଂ ବାପାଙ୍କ କାରଣରୁ ସେ ଏଥି ପ୍ରତି ଆକର୍ଷିତ ହୋଇଥିଲେ। ତାଙ୍କର ମାଟ୍ରିକ୍ ଏବଂ କଲେଜ ପାଠ ସମାପ୍ତ କରିବା ପରେ କୃଷି ବୈଜ୍ଞାନିକ ହେବାକୁ ପ୍ରସ୍ତୁତ ହୋଇଥିଲେ ।

ରୋହିତ ରଞ୍ଜନଙ୍କ ନ୍ୟୁଜ 18କୁ କହିଛନ୍ତି ଯେ ତାଙ୍କ ପୁଅକୁ କୃଷି ବୈଜ୍ଞାନିକ ଭାବରେ ଦେଖିବାକୁ ଚାହୁଁଛନ୍ତି। ଏଥିପାଇଁ ପୁଅକୁ ପ୍ରତ୍ୟେକ ସୁବିଧା ଯୋଗାଇ ଦିଆଯାଉଛି। ଏଥି ସହ ରୋହିତଙ୍କ ମା ସୀମା କୁମାରୀ ମଧ୍ୟ ପୁଅର ସଫଳତାକୁ ନେଇ ବେଶ ଖୁସି ରହିଛନ୍ତି । ଏହା ସେମାନଙ୍କ ପାଇଁ ଏକ ଖୁସିର ମୁହୂର୍ତ୍ତ । ମୁଁ ନିଜ ପିଲାକୁ ବହୁତ ଉଚ୍ଚ ସ୍ତରରେ ଦେଖିବାକୁ ଚାହୁଁଥିବା ରୋହିତଙ୍କ ମା କହିଛନ୍ତି ।

ଜୁଲାଇ 6ରେ ପ୍ରକାଶ ପାଇବ ମାଟ୍ରିକ ରେଜଲ୍ଟ

ଏପ୍ରିଲ ୨୮ ରୁ ଯୁକ୍ତ ଦୁଇ ପରୀକ୍ଷା : ଗୋଟିଏ ସିଟିଂରେ କରାଯିବ ପରୀକ୍ଷା

କୃଷି-ସାମ୍ବାଦିକତା ପ୍ରତି ଆପଣଙ୍କ ସମର୍ଥନ ଦେଖାନ୍ତୁ

ପ୍ରିୟ ବନ୍ଧୁଗଣ, ଆମର ପାଠକ ହୋଇଥିବାରୁ ଆପଣଙ୍କୁ ଧନ୍ୟବାଦ । କୃଷି ସାମ୍ବାଦିକତାକୁ ଆଗକୁ ବଢ଼ାଇବା ପାଇଁ ଆପଣଙ୍କ ଭଳି ପାଠକ ଆମପାଇଁ ପ୍ରେରଣା । ଉଚ୍ଚମାନର କୃଷି ସାମ୍ବାଦିକତା ଯୋଗାଇଦେବାପାଇଁ ଏବଂ ଗ୍ରାମୀଣ ଭାରତର ପ୍ରତିଟି କୋଣରେ କୃଷକ ଓ ଲୋକଙ୍କ ପାଖରେ ପହଞ୍ଚିବା ପାଇଁ ଆମେ ଆପଣଙ୍କ ସମର୍ଥନ ଦରକାର କରୁଛୁ ।

ଆମ ଭବିଷ୍ୟତ ପାଇଁ ଆପଣଙ୍କ ପ୍ରତିଟି ଅର୍ଥଦାନ ମୂଲ୍ୟବାନ

ଏବେ ହିଁ କିଛି ଅର୍ଥଦାନ ନିଶ୍ଚୟ କରନ୍ତୁ (Contribute Now)