News

ଅପରେସନ ନାର୍କୋସକୁ ବଡ ସଫଳତା, ଜବତ ହେଲା 7 କୋଟିର ନିଶାଦ୍ରବ୍ୟ

ଜୁନ୍ 2022ରେ ଏହି ବେଆଇନ କାରବାର ସହ ଜଡିତ ନିଶାଦ୍ରବ୍ୟ ବେପାରୀମାନଙ୍କଠାରୁ 7,40,77,126 ଟଙ୍କାର ନିଶାଦ୍ରବ୍ୟ ଜବତ କରିଛି ।

03 July, 2022 3:09 PM IST By: Shuvanshu Kar

ଦେଶରେ ନିଶା ଦ୍ରବ୍ୟ ଚୋରାଚାଲାଣ ଉପରେ ଜୋରଦାର ଚଢାଉ । ଅପରେସନ ନାର୍କୋସକୁବଡ ସଫଳତା । ଆଇନ ପ୍ରବର୍ତ୍ତନ ସଂସ୍ଥା ଭାବରେ ରେଳ ସୁରକ୍ଷା ବଳ(Railway Protection Force) ସାମ୍ପ୍ରତିକ ସମୟରେ ଏକ ଉଲ୍ଲେଖନୀୟ ସଫଳତା ହାସଲ କରିଛି । ଏପ୍ରିଲ୍ 2019 ଠାରୁ NDPS ଅଧିନିୟମ ଅନୁଯାୟୀ, ଆରପିଏଫ(rpf)କୁ ସର୍ଚ୍ଚ, ଜବତ ଏବଂ ଗିରଫ କରିବା ପାଇଁ କ୍ଷମତା ଦିଆଯାଇଛି ଏବଂ ବେଆଇନ ବାଣିଜ୍ୟକୁ ରୋକିବା ପାଇଁ ସରକାରଙ୍କ ଉଦ୍ୟମରେ ଏହି ବଳ ସକ୍ରିୟ ଅଂଶଗ୍ରହଣ କରୁଛି ।

ବିଶେଷ ଭାବରେ NDPS ର ବିପଦ ଉପରେ ଧ୍ୟାନ ଦେବା ପାଇଁ ଜୁନ୍ 2022ରେ ଅପରେସନ୍ "ନାର୍କୋସ୍" ନାମକ କୋଡ୍ ସହିତ ରେଳ ଜରିଆରେ ନିଶାଦ୍ରବ୍ୟ ଚୋରା ଚାଲାଣ ବିରୁଦ୍ଧରେ ଏକ ମାସ ଧରି ବଡ ଅପରେସନ ଆରମ୍ଭ କରାଯାଇଥିଲା। ଏହି ଅପରେସନ୍ ଅଧୀନରେ ଭାରତୀୟ ରେଳରେ ନିଶାଦ୍ରବ୍ୟ ପରିବହନ କରୁଥିବା ଟ୍ରାନ୍ସପୋର୍ଟ ବିରୁଦ୍ଧରେ ବଡ କାର୍ଯ୍ୟାନୁଷ୍ଠାନ ନେଇଛି ଆରପିଏଫ ।

ଟ୍ରେନ୍ ଗୁଡିକରେ ଆରପିଏଫ୍ ଏହାର ଅପରେସନକୁ ଆହୁରି ଜୋରଦାର କରିଛି ଏବଂ ଏନସିବି ଓ ଅନ୍ୟାନ୍ୟ LEA ସହିତ ସମନ୍ୱୟ ରକ୍ଷା କରି ସାରା ଦେଶରେ ବ୍ଲାକ ସ୍ପଟ ଚିହ୍ନଟ କରିଛି । ଏହା ଅଧିନରେ ଜୁନ୍ 2022ରେ ଏହି ବେଆଇନ କାରବାର ସହ ଜଡିତ ନିଶାଦ୍ରବ୍ୟ ବେପାରୀମାନଙ୍କଠାରୁ 7,40,77,126 ଟଙ୍କାର ନିଶାଦ୍ରବ୍ୟ ଜବତ କରିଛି ।

ନିଶାଦ୍ରବ୍ୟ ଉତ୍ପାଦ ସମେତ ବିଭିନ୍ନ ନିଶା ଦ୍ରବ୍ୟ ଜବତ କରିଛି ଆରପିଏଫ ଏବଂ ଏହାର ଅଧୀନରେ NDPS ବହନ କରୁଥିବା 165 ଜଣଙ୍କୁ ଗିରଫ କରାଯାଇଛି । ଅଧିକ ଆଇନଗତ କାର୍ଯ୍ୟାନୁଷ୍ଠାନ ପାଇଁ ସମ୍ପୃକ୍ତ ଆଇନ ପ୍ରଣୟନକାରୀ ସଂସ୍ଥାକୁ ହସ୍ତାନ୍ତର କରିଛି ଆରପିଏଫ ।

ନିଶାଦ୍ରବ୍ୟ କେବଳ ଯୁବପିଢିଙ୍କ ସ୍ୱାସ୍ଥ୍ୟକୁ ନଷ୍ଟ କରେ ନାହିଁ, ଏହି ପଦାର୍ଥଗୁଡ଼ିକ ଅର୍ଥନୀତି ତଥା ଦେଶର ସ୍ୱାର୍ଥକୁ ମଧ୍ୟ କ୍ଷତି ପହଞ୍ଚାଏ। ନିଶା ସେବନର ସୁଦୂରପ୍ରସାରୀ ପ୍ରଭାବ ରହିଥାଏ କାରଣ ଏହା ବ୍ୟକ୍ତିର ଉଭୟ ଶାରୀରିକ ଏବଂ ମାନସିକ ସ୍ୱାସ୍ଥ୍ୟ ଉପରେ ପ୍ରଭାବ ପକାଇଥାଏ ।

ଯାତ୍ରୀ ଏବଂ ସାମଗ୍ରୀ ପରିବହନରେ ଭାରତୀୟ ରେଳ ଏକ ଅଗ୍ରଣୀ ଭୂମିକା ଗ୍ରହଣ କରିଥାଏ ଏବଂ ଭାରତରେ ଏହାର ବ୍ୟାପକ ନେଟୱାର୍କ ରହିଛି । ଏଥିପାଇଁ ଦୂରଗାମୀ ଟ୍ରେନ୍ ଗୁଡିକ ଅପରାଧୀମାନଙ୍କ ଦ୍ବାରା ବିଭିନ୍ନ ରାଜ୍ୟରେ NDPS ଚୋରାଚାଲାଣରେ ବ୍ୟବହା କରାଯାଏ ।

ଦେଶର ୧୪ଟି ସ୍ଥାନରେ ୪୨,୦୦୦ କିଗ୍ରା ନିଶା ଦ୍ରବ୍ୟ ନଷ୍ଟକଲା CBIC

 

କୃଷି-ସାମ୍ବାଦିକତା ପ୍ରତି ଆପଣଙ୍କ ସମର୍ଥନ ଦେଖାନ୍ତୁ

ପ୍ରିୟ ବନ୍ଧୁଗଣ, ଆମର ପାଠକ ହୋଇଥିବାରୁ ଆପଣଙ୍କୁ ଧନ୍ୟବାଦ । କୃଷି ସାମ୍ବାଦିକତାକୁ ଆଗକୁ ବଢ଼ାଇବା ପାଇଁ ଆପଣଙ୍କ ଭଳି ପାଠକ ଆମପାଇଁ ପ୍ରେରଣା । ଉଚ୍ଚମାନର କୃଷି ସାମ୍ବାଦିକତା ଯୋଗାଇଦେବାପାଇଁ ଏବଂ ଗ୍ରାମୀଣ ଭାରତର ପ୍ରତିଟି କୋଣରେ କୃଷକ ଓ ଲୋକଙ୍କ ପାଖରେ ପହଞ୍ଚିବା ପାଇଁ ଆମେ ଆପଣଙ୍କ ସମର୍ଥନ ଦରକାର କରୁଛୁ ।

ଆମ ଭବିଷ୍ୟତ ପାଇଁ ଆପଣଙ୍କ ପ୍ରତିଟି ଅର୍ଥଦାନ ମୂଲ୍ୟବାନ

ଏବେ ହିଁ କିଛି ଅର୍ଥଦାନ ନିଶ୍ଚୟ କରନ୍ତୁ (Contribute Now)