News

ବଡ ଖୁସି ଖବର: ଚଳିତ ବର୍ଷ କର୍ମଚାରୀଙ୍କ ଦରମାରେ ବୃଦ୍ଧି

ଚଳିତ ବର୍ଷ କର୍ମଚାରୀଙ୍କ ବେତନରେ ବମ୍ପର ବୃଦ୍ଧି ହୋଇପାରେ । ଯଦିଓ, ଏହି ବୃଦ୍ଧି କର୍ମଚାରୀଙ୍କ କାର୍ଯ୍ୟଦକ୍ଷତା ଉପରେ ଆଧାରିତ ହେବ । ଏହାର ଅର୍ଥ ହେଉଛି ଉତ୍ତମ ପ୍ରଦର୍ଶନ କରୁଥିବା କର୍ମଚାରୀଙ୍କ ଦରମା ଅଧିକ ବୃଦ୍ଧି ପାଇପାରେ, ଯେତେବେଳେକି ହାରାହାରି କାର୍ଯ୍ୟକ୍ଷମ କର୍ମଚାରୀଙ୍କ ଦରମା ମଧ୍ୟ ସେହି ଅନୁସାରେ ବଢ଼ିପାରେ ।

07 April, 2022 4:16 PM IST By: Sudesna Nayak

କୋରୋନା ମହାମାରୀ(COVID-19)ର ତୃତୀୟ ଲହରର ପ୍ରଭାବ ସହିତ ଦେଶର ଅର୍ଥନୈତିକ ଏବଂ ବ୍ୟବସାୟିକ କାର୍ଯ୍ୟକଳାପ ବୃଦ୍ଧି ପାଇଛି । ଘରୋଇ କମ୍ପାନୀଗୁଡିକର ରୋଜଗାର ଉପରେ ମଧ୍ୟ ଏହା ସକାରାତ୍ମକ ପ୍ରଭାବ ପକାଇଛି । ରୋଜଗାର ବୃଦ୍ଧି ଯୋଗୁଁ କମ୍ପାନୀଗୁଡିକ ନୂତନ ନିଯୁକ୍ତି ସହିତ ଚଳିତ ବର୍ଷ ସେମାନଙ୍କ କର୍ମଚାରୀଙ୍କ ବେତନ ବୃଦ୍ଧି କରିବାକୁ ଯୋଜନା କରୁଛନ୍ତି ।

ସୂଚନା ଅନୁଯାୟୀ, ସଦ୍ୟତମ ରିପୋର୍ଟରେ କୁହାଯାଇଛି ଯେ, ଚଳିତ ବର୍ଷ କର୍ମଚାରୀଙ୍କ ବେତନରେ ବମ୍ପର ବୃଦ୍ଧି ହୋଇପାରେ । ଯଦିଓ, ଏହି ବୃଦ୍ଧି କର୍ମଚାରୀ (Employees)ଙ୍କ କାର୍ଯ୍ୟଦକ୍ଷତା ଉପରେ ଆଧାରିତ ହେବ । ଏହାର ଅର୍ଥ ହେଉଛି ଉତ୍ତମ ପ୍ରଦର୍ଶନ କରୁଥିବା କର୍ମଚାରୀଙ୍କ ଦରମା ଅଧିକ ବୃଦ୍ଧି ପାଇପାରେ, ଯେତେବେଳେକି ହାରାହାରି କାର୍ଯ୍ୟକ୍ଷମ କର୍ମଚାରୀ (Employees)ଙ୍କ ଦରମା ମଧ୍ୟ ସେହି ଅନୁସାରେ ବଢ଼ିପାରେ ।

ଏହି କାରଣରୁ ବୃଦ୍ଧି ପାଇପାରେ ଦରମା,ଜାଣନ୍ତୁ...

ମାଇକେଲ୍ ପେଜ୍ ସାଲାରି ରିପୋର୍ଟ -୨୦୨୨ ରେ (Michael Page Salary Report-2022) କୁହାଯାଇଛି ଯେ ଭାରତୀୟ କମ୍ପାନୀଗୁଡିକ ନିବେଶ ଉପରେ ଅଧିକ ସକାରାତ୍ମକ ରହିଛି । ବିଶେଷକରି ଇନ୍ଫାଷ୍ଟ୍ରକ୍ଚର ଏବଂ ଡେଭଲପମେଣ୍ଟ କ୍ଷେତ୍ରରେ ସକରାତ୍ମକ ନିବେଶ ଦୃଷ୍ଟିକୋଣରୁ କର୍ମଚାରୀ (Employees)ଙ୍କ ଦରମା ଚଳିତ ବର୍ଷ ୮ ରୁ ୧୨ ପ୍ରତିଶତ ହିଁ ବୃଦ୍ଧି ପାଇପାରେ ।

ସାଧାରଣ ଦରମା ୯% ପର୍ଯ୍ୟନ୍ତ ବୃଦ୍ଧି,ଜାଣନ୍ତୁ...

ରିପୋର୍ଟରେ ଦର୍ଶାଯାଇଛି ଯେ, ସାଧାରଣ ଦରମା ବୃଦ୍ଧି ୯ ପ୍ରତିଶତ ହେବାର ସମ୍ଭାବନା ରହିଛି । ୨୦୧୯ ରେ, ମହାମାରୀ ପୂର୍ବରୁ ଭାରତୀୟ କମ୍ପାନୀମାନେ ସେମାନଙ୍କ କର୍ମଚାରୀଙ୍କ ଦରମା ହାରାହାରି ୭ ପ୍ରତିଶତ ବୃଦ୍ଧି କରିଥିଲେ । ଏହାସହ ଏହା କହିଛି ଯେ ୟୁନିକର୍ଣ୍ଣ ସହିତ ମିଳିତ ଭାବରେ ଷ୍ଟାର୍ଟଅପ୍ ଏବଂ ନୂତନ କମ୍ପାନୀମାନେ ବେତନ ସର୍ବାଧିକ ବୃଦ୍ଧି କରିବେ । ଏହି କମ୍ପାନୀଗୁଡିକ ସେମାନଙ୍କ କର୍ମଚାରୀଙ୍କ ଦରମା ହାରାହାରି ୧୨ ପ୍ରତିଶତ ବୃଦ୍ଧି କରିପାରିବେ ।

ଏହି କ୍ଷେତ୍ରଗୁଡିକରେ ଦରମା ବୃଦ୍ଧି ପାଇବ,ଜାଣନ୍ତୁ...

ପ୍ରକାଶ ଥାଉ ଯେ, ଯେଉଁ ବିଭାଗଗୁଡ଼ିକରେ ଚଳିତ ବର୍ଷ ଦରମା ବୃଦ୍ଧି ହେବାର ସମ୍ଭାବନା ରହିଛି ମୁଖ୍ୟତଃ ବ୍ୟାଙ୍କିଙ୍ଗ୍, ଫିନାନ୍ସ ସେକ୍ଟର, ରିଏଲ୍ ଇଷ୍ଟେଟ୍, କଷ୍ଟ୍ରକ୍ସନ ଏବଂ ପ୍ରଡକ୍ସନ ଅନ୍ତର୍ଭୁକ୍ତ । ଏହି ରିପୋର୍ଟରେ କୁହାଯାଇଛି ଯେ, ଭାରତରେ ଇ-କମର୍ସ ଏବଂ ଡିଜିଟାଲ୍ ଟ୍ରାନ୍ସଫର୍ମେସନ୍ ଦେଇ ଯାଉଥିବା ଅନ୍ୟାନ୍ୟ କ୍ଷେତ୍ର ମଧ୍ୟ ଦରମା ବୃଦ୍ଧି କରିବ । କମ୍ପ୍ୟୁଟର ସାଇନ୍ସ ପୃଷ୍ଠଭୂମି ଥିବା କର୍ମଚାରୀମାନେ ବେତନ ବୃଦ୍ଧି ଉପରେ ଅଧିକବୁଝାମଣା କରିବାକୁ ସ୍ଥିତିରେ ରହିବେ ।

କେନ୍ଦ୍ରୀୟ କର୍ମଚାରୀଙ୍କ ପାଇଁ ଗୁଡନ୍ୟୁଜ; ଦରମା ସହ ଖାତାକୁ ଆସିବ ଏତିକି ଟଙ୍କା,ଜାଣନ୍ତୁ...

ବନ୍ଦ ହୋଇଯିବ ମାଗଣା ଯୋଜନା!

କୃଷି-ସାମ୍ବାଦିକତା ପ୍ରତି ଆପଣଙ୍କ ସମର୍ଥନ ଦେଖାନ୍ତୁ

ପ୍ରିୟ ବନ୍ଧୁଗଣ, ଆମର ପାଠକ ହୋଇଥିବାରୁ ଆପଣଙ୍କୁ ଧନ୍ୟବାଦ । କୃଷି ସାମ୍ବାଦିକତାକୁ ଆଗକୁ ବଢ଼ାଇବା ପାଇଁ ଆପଣଙ୍କ ଭଳି ପାଠକ ଆମପାଇଁ ପ୍ରେରଣା । ଉଚ୍ଚମାନର କୃଷି ସାମ୍ବାଦିକତା ଯୋଗାଇଦେବାପାଇଁ ଏବଂ ଗ୍ରାମୀଣ ଭାରତର ପ୍ରତିଟି କୋଣରେ କୃଷକ ଓ ଲୋକଙ୍କ ପାଖରେ ପହଞ୍ଚିବା ପାଇଁ ଆମେ ଆପଣଙ୍କ ସମର୍ଥନ ଦରକାର କରୁଛୁ ।

ଆମ ଭବିଷ୍ୟତ ପାଇଁ ଆପଣଙ୍କ ପ୍ରତିଟି ଅର୍ଥଦାନ ମୂଲ୍ୟବାନ

ଏବେ ହିଁ କିଛି ଅର୍ଥଦାନ ନିଶ୍ଚୟ କରନ୍ତୁ (Contribute Now)