News

ବର୍ଷିରେ ଆୟୋଜିତ ହେଲା ସମ୍ରିଦ୍ଧ କିସାନ ଉତ୍ସବ

ଚାଷୀ ବୈଜ୍ଞାନିକଙ୍କ ସହିତ ବିଭିନ୍ନ ବିଷୟରେ ଆଲୋଚନା କରିଥିଲେ!

27 August, 2024 3:34 PM IST By: Tanushree Mahapatra

ମହାରାଷ୍ଟ୍ର ସୋଲପୁର ଜିଲ୍ଲାର ବର୍ଷିରେ ଆୟୋଜିତ ହେଲା ସମ୍ରିଦ୍ଧ କିସାନ ଉତ୍ସବ l କୃଷି ଜାଗରଣ ଦ୍ୱାରା ଏହି କୃଷି ମେଳା ଆୟୋଜିତ କରାଯାଇଥିଲା l ଏହା ଏକ ଦିବସୀୟ କୃଷି ମେଳା ଯାହା ଚାଷୀଙ୍କ ଉଦ୍ଦେଶ୍ୟରେ ଆୟୋଜନ କରାଯାଉଛି l କାର୍ଯ୍ୟକ୍ରମକୁ ନିଜ ସ୍ୱାଗତ ଭାଷଣ ମଧ୍ୟରେ ଆରମ୍ଭ କରିଥିଲେ ନବନାଥ ମଲହାରୀ (president,all india custard fruit federation & breeder) l

ଏହି କାର୍ଯ୍ୟକ୍ରମର ମୁଖ୍ୟ ଅତିଥି ରହିଥିଲେ ନବନାଥ ମଲହାରୀ , ଡଃ ରାମଦାସ ଉକାଲେ (zonal marketing manager m mahindra ), ପ୍ରଦୀପ ବାଂସୁଡ଼େ (Dhanuka agritech ltd) l ଏକାଧିକ ଚାଷୀ ସାମିଲ ହୋଇଥିଲେ ଏହି କୃଷି ମେଳାରେ l ଚାଷୀ ବୈଜ୍ଞାନିକଙ୍କ ସହିତ ବିଭିନ୍ନ ବିଷୟରେ ଆଲୋଚନା କରିଥିଲେ l ଯାହା ଚାଷୀଙ୍କ ଆୟକୁ ଦ୍ଵିଗୁଣ କରିବା ସହିତ ଅମଳ ମଧ୍ୟ ବୃଦ୍ଧି କରିବ l

ଡଃ ରାମଦାସ ଉକାଲେ (zonal marketing manager m mahindra ) ଉପସ୍ଥିତ ଚାଷୀଙ୍କୁ ମହିନ୍ଦ୍ରା କମ୍ପାନୀ ବିଷୟରେ ବିଭିନ୍ନ ସୂଚନା ପ୍ରଦାନ କରିଥିଲେ l ଯାହା ଚାଷୀଙ୍କ ଚାଷ କ୍ଷେତ୍ରରେ ଆଣିବ ବୈପ୍ଲବିକ ପରିବର୍ତ୍ତନ l ପ୍ରଦୀପ ବାଂସୁଡ଼େ (Dhanuka agritech ltd ) ଧାନୁକା କମ୍ପାନୀ ବିଅସ୍ୟରେ ଆଲୋଚନା କରିଥିଲେ l ଡଃ ସୁରେଶ ପାଟିଲ (vasant dada sugar institute-pune , ex principle scintist ) ଚାଷୀଙ୍କ ସହିତ ଆଖୁ ଉତ୍ପାଦନ ଏବଂ ଚିନି ଉତ୍ପାଦନ ବିଅସ୍ୟରେ ଆଲୋଚନା କରିଥିଲେ l ବର୍ଷିର ଜଣାଏ ପ୍ରଗତିଶୀଳ ଚାଷୀ କାଶୀନାଥ ଚାଷୀଙ୍କ ସହିତ ଆଖୁ ଚାଷ ବିଅସ୍ୟରେ ଆଲୋଚନା କରିଥିଲେ l କୃଷିରେ ସରକାରୀ ଯୋଜନା ବିଷୟରେ ଆଲୋଚନା କରିଥିଲେ ବର୍ଷିର କୃଷି ଅଫିସର ସନ୍ତୋଷ କୟଲେ l କାର୍ଯ୍ୟକ୍ରମ ଶେଷରେ ଚାଷୀଙ୍କୁ ସମ୍ମାନୀୟ ଅତିଥିଙ୍କ ଦ୍ୱାରା ସମ୍ମାନିତ କରାଯାଇଥିଲା l

ମହିନ୍ଦ୍ରା ଟ୍ରାକ୍ଟର ପ୍ରଦର୍ଶିତ କାର୍ଯ୍ୟକ୍ରମ :-

ଏହି କାର୍ଯ୍ୟକ୍ରମର ମୁଖ୍ୟ ଆକର୍ଷଣ ହେଉଛି ମହିନ୍ଦ୍ରା ଟ୍ରାକ୍ଟରଗୁଡିକର ସର୍ବଶେଷ ଅଫର୍, ଯାହା ଚାଷ ପ୍ରଣାଳୀରେ ବୈପ୍ଲବିକ ଏବଂ ଉତ୍ପାଦନ ବୃଦ୍ଧି ପାଇଁ ପରିକଳ୍ପିତ କରିଥାଏ ଏକ ନୂଆ ସ୍ବପ୍ନକୁ l ଏହି କାର୍ଯ୍ୟକ୍ରମରେ ଯୋଗଦେଉଥିବା କୃଷକମାନେ ନିଜ କ୍ଷେତ୍ରରେ ସର୍ବୋଚ୍ଚ ଫଳାଫଳ ପାଇଁ ଟ୍ରାକ୍ଟର ବ୍ୟବହାରକୁ ଅପ୍ଟିମାଇଜ୍ କରିବା ପାଇଁ ପ୍ରଦର୍ଶନ ଏବଂ ବିଶେଷଜ୍ଞଙ୍କ ମାର୍ଗଦର୍ଶନ ପାଇଥିଲେ l

ଅଧିକ ପଢ଼ନ୍ତୁ

ରାଇଚୁର kvk ରେ ସମ୍ରିଦ୍ଧ କିସାନ ଉତ୍ସବ

ରାଜସ୍ଥାନ ବଲୋତ୍ରାରେ ଏକ ଦିବସୀୟ କୃଷିମେଳା ଆୟୋଜିତ

କୃଷି-ସାମ୍ବାଦିକତା ପ୍ରତି ଆପଣଙ୍କ ସମର୍ଥନ ଦେଖାନ୍ତୁ

ପ୍ରିୟ ବନ୍ଧୁଗଣ, ଆମର ପାଠକ ହୋଇଥିବାରୁ ଆପଣଙ୍କୁ ଧନ୍ୟବାଦ । କୃଷି ସାମ୍ବାଦିକତାକୁ ଆଗକୁ ବଢ଼ାଇବା ପାଇଁ ଆପଣଙ୍କ ଭଳି ପାଠକ ଆମପାଇଁ ପ୍ରେରଣା । ଉଚ୍ଚମାନର କୃଷି ସାମ୍ବାଦିକତା ଯୋଗାଇଦେବାପାଇଁ ଏବଂ ଗ୍ରାମୀଣ ଭାରତର ପ୍ରତିଟି କୋଣରେ କୃଷକ ଓ ଲୋକଙ୍କ ପାଖରେ ପହଞ୍ଚିବା ପାଇଁ ଆମେ ଆପଣଙ୍କ ସମର୍ଥନ ଦରକାର କରୁଛୁ ।

ଆମ ଭବିଷ୍ୟତ ପାଇଁ ଆପଣଙ୍କ ପ୍ରତିଟି ଅର୍ଥଦାନ ମୂଲ୍ୟବାନ

ଏବେ ହିଁ କିଛି ଅର୍ଥଦାନ ନିଶ୍ଚୟ କରନ୍ତୁ (Contribute Now)