News

ଏଲୁମିଚାଙ୍ଗିରି ଗାଁରେ ଆୟୋଜିତ ହେଲା ସମ୍ରିଦ୍ଧ କିସାନ ଉତ୍ସବ

ଚାଷୀ କିପରି ପଶୁପକ୍ଷୀ ପାଳନ କଲେ ଅଧିକ ଲାଭ ପାଇବେ !

28 August, 2024 3:12 PM IST By: Tanushree Mahapatra

କୃଷି ଜାଗରଣ ଦ୍ୱାରା ଏକ ଦିବସୀୟ କୃଷି ମେଳା ପ୍ରତିଟି ରାଜ୍ୟରେ ଆୟୋଜନ କରାଯାଉଛି l ୭୦ ରୁ ଅଧିକ ସ୍ଥାନରେ ଏହି କୃଷି ମେଳା ଅନୁଷ୍ଠିତ ହୋଇସାରିଛି l ଏହି ଏକ ଦିବସୀୟ କୃଷି ମେଳାର ନାଁ ହେଉଛି " ସମ୍ରିଦ୍ଧ କିସାନ ଉତ୍ସବ " l ଚାଷୀଙ୍କ ଉଦ୍ଦେଶ୍ୟରେ ଏହା ଆୟୋଜନ କରାଯାଉଛି l ଏହି କୃଷି ମେଳାର ମୁଖ୍ୟ ପ୍ରାୟୋଜକ ରହିଛି ମହିନ୍ଦ୍ରା ଟ୍ରାକ୍ଟର ଏବଂ ନଲେଜ ପାର୍ଟନର ରହିଛି ICAR l

ଏହି କ୍ରମରେ ଆଜି ତାମିଲନାଡ଼ୁର ଏଲୁମିଚାଙ୍ଗିରି ଗାଁରେ ସମ୍ରିଦ୍ଧ କିସାନ ଉତ୍ସବ ଆୟୋଜନ କରାଯାଇଥିଲା l ତାମିଲନାଡ଼ୁର କ୍ରୀଷ୍ଣାଗିରି ଜିଲ୍ଲାର ଏଲୁମିଚାଙ୍ଗିରି ଗାଁରେ ଏହି କୃଷି ମେଳା ଆୟୋଜିତ କରାଯାଇଥିଲା l ଯେଉଁଠି ୨୦୦ ରୁ ଅଧିକ ଚାଷୀ ସାମିଲ ହୋଇଥିଲେ l ଚିଲି କ୍ରପ୍ , ମିଲେଟ୍ ଫାର୍ମିଂ , ଟ୍ରାକ୍ଟର ପରିଚାଳନା ଏବଂ ଖରିଫ ଫସଲରେ ପୋକ ଏବଂ ରୋଗ ପରିଚାଳନା ରହିଥିଲା ଆଜିର ମୁଖ୍ୟ ବିଷୟବସ୍ତୁ l ଯାହାକୁ ଆଧାର କରି ଚାଷୀ ଓ ବୈଜ୍ଞାନିକଙ୍କ ମଧ୍ୟରେ ଏକ ଆଲୋଚନା ଚକ୍ର ଅନୁଷ୍ଠିତ ହୋଇଥିଲା l

ଏହି ଆଲୋଚନା ଚକ୍ର ଆରମ୍ଭରେ ଏସ ୟୁଦ୍ଧୟାନ (subject matter specialist (Agronomy)– kvk, Krishnagir) ମିଲେଟ ଚାଷ ଓ ପ୍ରଣାଳୀ ବିଷୟରେ ଆଲୋଚନା କରିଥିଲେ l ଏହାପରେ ପ୍ରଗତିଶୀଳ ଚାଷୀ ଚକରବରଥୀ ନିଜ ସଫଳ କାହାଣୀ ବଖାଣିଥିଲେ ଅନ୍ୟ ଚାଷୀଙ୍କ ସମ୍ମୁଖୀନରେ l କାର୍ତିକେୟନ (mahindra ) ଟ୍ରାକ୍ଟର ଟ୍ରାକ୍ଟର ପରିଚାଳନା ବିଷୟରେ ଆଲୋଚନା କରିଥିଲେ l ଟି ଆଇ ରମେଶ ବାବୁ (subject matter specialist (Horticulture) – kvk, krishnagiri) ଲଙ୍କା ଚାଷରେ ରୋଗ ପୋକ ନିୟନ୍ତ୍ରଣ ବିଷୟରେ ଆଲୋଚନା କରିଥିଲେ ଚାଷୀଙ୍କ ସହିତ l

କମଳା କାନନ  (Dhanuka) ଚାଷୀଙ୍କ ସହିତ ଚାଷରେ ସାର ପରିଚାଳନା ବିଷୟରେ ଆଲୋଚନା କରିଥିଲେ l ପଶୁପକ୍ଷୀ ପାଳନରେ କିପରି ଲାଭ ମିଳିପାରିବ ସେ ବିଷୟରେ ଆଲୋଚନା କରିଥିଲେ ଡଃ ଏସ ରମେଶ subject matter specialist (Animal science) –kvk, krishnagiri ) l ଡଃ ଟି ସୁନ୍ଦରରାଜ (Senior scientist & Head – KVK, Krishnagiri ) ଚାଷୀଙ୍କ ସହ କୃଷି କ୍ଷେତ୍ର ସହ ଜଡିତ ବିଭିନ୍ନ ବିଷୟରେ ଆଲୋଚନା କରିଥିଲେ l ମୁଖ୍ୟ ଅତିଥି ପିଚଇୟାପ୍ପନ ( Joint Director of Agriculture- Krishnagiri ) ମଧ୍ୟ ଚାଷୀଙ୍କ ସହ ଅଲାଚନା କରିଥିଲେ l ଶେଷରେ ସମ୍ମାନିତ ପ୍ରଗତିଶୀଳ ଚାଷୀଙ୍କୁ ମୁଖ୍ୟ ଅତିଥିଙ୍କ ସହଯୋଗରେ କୃଷି ଜାଗରଣ ସମ୍ମାନିତ କରିଥିଲେ ମାନପତ୍ର ପ୍ରଦାନ କରି l

ଅଧିକ ପଢ଼ନ୍ତୁ

ମତ୍ସ୍ୟଚାଷରେ ଉନ୍ନତି ପାଇଁ ICAR-CIFE ଏବଂ VAMNICOMର MoU ସ୍ୱାକ୍ଷର

୧୮ ହଜାର କନିଷ୍ଠ ଶିକ୍ଷକଙ୍କୁ ମିଳିବ ନିଯୁକ୍ତି!

କୃଷି-ସାମ୍ବାଦିକତା ପ୍ରତି ଆପଣଙ୍କ ସମର୍ଥନ ଦେଖାନ୍ତୁ

ପ୍ରିୟ ବନ୍ଧୁଗଣ, ଆମର ପାଠକ ହୋଇଥିବାରୁ ଆପଣଙ୍କୁ ଧନ୍ୟବାଦ । କୃଷି ସାମ୍ବାଦିକତାକୁ ଆଗକୁ ବଢ଼ାଇବା ପାଇଁ ଆପଣଙ୍କ ଭଳି ପାଠକ ଆମପାଇଁ ପ୍ରେରଣା । ଉଚ୍ଚମାନର କୃଷି ସାମ୍ବାଦିକତା ଯୋଗାଇଦେବାପାଇଁ ଏବଂ ଗ୍ରାମୀଣ ଭାରତର ପ୍ରତିଟି କୋଣରେ କୃଷକ ଓ ଲୋକଙ୍କ ପାଖରେ ପହଞ୍ଚିବା ପାଇଁ ଆମେ ଆପଣଙ୍କ ସମର୍ଥନ ଦରକାର କରୁଛୁ ।

ଆମ ଭବିଷ୍ୟତ ପାଇଁ ଆପଣଙ୍କ ପ୍ରତିଟି ଅର୍ଥଦାନ ମୂଲ୍ୟବାନ

ଏବେ ହିଁ କିଛି ଅର୍ଥଦାନ ନିଶ୍ଚୟ କରନ୍ତୁ (Contribute Now)