News

ବାଲେଶ୍ୱର kvk ରେ ଆୟୋଜିତ ହେଲା ସମ୍ରିଦ୍ଧ କିସାନ ଉତ୍ସବ

ଆଜିର କୃଷି ମେଳାର ବିଷୟବସ୍ତୁ ରହିଥିଲା ପଶୁ ପକ୍ଷୀ ପାଳନ , କୃଷି ଉପକରଣ ଏବଂ କୃଷି ଉପକରଣର ଉଚିତ ବ୍ୟବହାର

26 July, 2024 4:44 PM IST By: Tanushree Mahapatra

ସମ୍ରିଦ୍ଧ କିସାନ ଉତ୍ସବ ଯାହା ଏକ ଦିବସୀୟ କୃଷି ମେଳା l କୃଷି ଜାଗରଣ ଦ୍ୱାରା ଆୟୋଜିତ ହୋଇଥିବା MFOI ୨୦୨୩ ପୁରସ୍କାର ଆୱାର୍ଡ ସଫଳ ହେବାପରେ ଏହି ପୁରସ୍କାର ସୋ ଅଧୀନରେ ଦୁଇଟି ନୂଆ କାର୍ଯ୍ୟକ୍ରମ ନୂଆ ପଦକ୍ଷେପ ଆରମ୍ଭ ହୋଇଥିଲା l ଯାହାର ନାମ ରହିଥିଲା ସମ୍ରିଦ୍ଧ କିସାନ ଉତ୍ସବ ଏବଂ MFOI VVIF କିସାନ ଭାରତ ଯାତ୍ରା l

କୃଷକମାନଙ୍କୁ ଏକ ପ୍ଲାଟଫର୍ମ ଯୋଗାଇବା MFOI Samridh Kisan Utsav 2024 ର ମୂଳ ଉଦ୍ଦେଶ୍ୟ l ଯାହା ମାଧ୍ୟମରେ ଚାଷୀଙ୍କ ମଧ୍ୟରେ ଜ୍ଞାନର ଆଦାନ ପ୍ରଦାନ ହେବ ଏବଂ କୃଷକମାନେ କୃଷିରେ ନୂତନ ପରୀକ୍ଷଣ କରି ସେମାନଙ୍କର ଆୟ ବୃଦ୍ଧି କରିପାରିବେ l କୃଷି ଜାଗରଣ ଦ୍ୱାରା ଆୟୋଜିତ ହେବାକୁ ଥିବା ଏହି କୃଷି ମେଳାର ମୁଖ୍ୟ ପ୍ରାୟୋଜକ ରହିଛି ମହିନ୍ଦ୍ରା ଟ୍ରାକ୍ଟର l

ନମନ ସିଂ ( territory manager, mahindra ), ରବୀନ୍ଦ୍ର ବେହେରା ( regional manager , everest industries , balasore ), ଶୁଭଲକ୍ଷ୍ମୀ ସେନାପତି ( asst horticulture officer , baliapal ) , ଡଃ ଅମିତା ରାଣୀ ପାତ୍ର ( Scientist,Home Science) , ଡଃ କମଳ କାନ୍ତ ବେହେରା (Scientist,Ag. Extension) , ଡଃ ପ୍ରଭା ମଞ୍ଜରୀ ଗିରି (Scientist,Crop Production) , ଡଃ ସ୍ଵାଗତିକା ସାହୁ (Senior scientist and Head,Fishery Science) ଉପସ୍ଥିତ ରହିଥିଲେ l

ତେବେ ଆଜି ଏହି କ୍ରମରେ ବାଲେଶ୍ୱର କୃଷି ବିଜ୍ଞାନ କେନ୍ଦ୍ରଠାରେ ସମ୍ରିଦ୍ଧ କିସାନ ଉତ୍ସବ ଆୟୋଜନ କରାଯାଇଥିଲା l ସଫଳ ଚାଷୀଙ୍କୁ ସମ୍ମାନିତ କରାଯାଇଥିଲା କୃଷି ଜାଗରଣ ପକ୍ଷରୁ l ଅନେକ ଚାଷୀ ଏହି କୃଷି ମେଳାରେ ସାମିଲ ହୋଇଥିଲେ l ଆଜିର କୃଷି ମେଳାର ବିଷୟବସ୍ତୁ ରହିଥିଲା ପଶୁ ପକ୍ଷୀ ପାଳନ , କୃଷି ଉପକରଣ ଏବଂ କୃଷି ଉପକରଣର ଉଚିତ ବ୍ୟବହାର l ଚାଷୀଙ୍କ ସହିତ କୃଷି ବୈଜ୍ଞାନିକ ଏ ସମ୍ପର୍କରେ ଆଲୋଚନା କରିଥିଲେ l ଏହି କୃଷି ମେଳାରେ ଏଭରେଷ୍ଟ କମ୍ପାନୀ ଓ ଜେସିବି କମ୍ପାନୀ ସହଯୋଗ କରିଥିବାବେଳେ ICAR ରହିଛି ନଲେଜ ପାର୍ଟନର l

ମହିନ୍ଦ୍ରା ଟ୍ରାକ୍ଟର ପ୍ରଦର୍ଶିତ କାର୍ଯ୍ୟକ୍ରମ :-

ଏହି କାର୍ଯ୍ୟକ୍ରମର ମୁଖ୍ୟ ଆକର୍ଷଣ ହେଉଛି ମହିନ୍ଦ୍ରା ଟ୍ରାକ୍ଟରଗୁଡିକର ସର୍ବଶେଷ ଅଫର୍, ଯାହା ଚାଷ ପ୍ରଣାଳୀରେ ବୈପ୍ଲବିକ ଏବଂ ଉତ୍ପାଦନ ବୃଦ୍ଧି ପାଇଁ ପରିକଳ୍ପିତ କରିଥାଏ ଏକ ନୂଆ ସ୍ବପ୍ନକୁ l ଏହି କାର୍ଯ୍ୟକ୍ରମରେ ଯୋଗଦେଉଥିବା କୃଷକମାନେ ନିଜ କ୍ଷେତ୍ରରେ ସର୍ବୋଚ୍ଚ ଫଳାଫଳ ପାଇଁ ଟ୍ରାକ୍ଟର ବ୍ୟବହାରକୁ ଅପ୍ଟିମାଇଜ୍ କରିବା ପାଇଁ ପ୍ରଦର୍ଶନ ଏବଂ ବିଶେଷଜ୍ଞଙ୍କ ମାର୍ଗଦର୍ଶନ ପାଇଥିଲେ l

For collaboration, partnership and sponsorship connect:-

Megha Sharma : 9891668292

Poonam Biswakarma : 98188936522

Anika Bassi : 9354219435

କୃଷି-ସାମ୍ବାଦିକତା ପ୍ରତି ଆପଣଙ୍କ ସମର୍ଥନ ଦେଖାନ୍ତୁ

ପ୍ରିୟ ବନ୍ଧୁଗଣ, ଆମର ପାଠକ ହୋଇଥିବାରୁ ଆପଣଙ୍କୁ ଧନ୍ୟବାଦ । କୃଷି ସାମ୍ବାଦିକତାକୁ ଆଗକୁ ବଢ଼ାଇବା ପାଇଁ ଆପଣଙ୍କ ଭଳି ପାଠକ ଆମପାଇଁ ପ୍ରେରଣା । ଉଚ୍ଚମାନର କୃଷି ସାମ୍ବାଦିକତା ଯୋଗାଇଦେବାପାଇଁ ଏବଂ ଗ୍ରାମୀଣ ଭାରତର ପ୍ରତିଟି କୋଣରେ କୃଷକ ଓ ଲୋକଙ୍କ ପାଖରେ ପହଞ୍ଚିବା ପାଇଁ ଆମେ ଆପଣଙ୍କ ସମର୍ଥନ ଦରକାର କରୁଛୁ ।

ଆମ ଭବିଷ୍ୟତ ପାଇଁ ଆପଣଙ୍କ ପ୍ରତିଟି ଅର୍ଥଦାନ ମୂଲ୍ୟବାନ

ଏବେ ହିଁ କିଛି ଅର୍ଥଦାନ ନିଶ୍ଚୟ କରନ୍ତୁ (Contribute Now)