News

ଆନ୍ଧ୍ରର ବାନବାସିରେ ସମ୍ରିଦ୍ଧ କିସାନ ଉତ୍ସବ ଆୟୋଜିତ

ଚାଷୀଙ୍କୁ ମିଳିଲା ଲଙ୍କା ଚାଷରେ ରୋଗପୋକ ନିୟନ୍ତ୍ରଣ କରିବା ଟିପ୍ସ ....

20 August, 2024 4:31 PM IST By: Tanushree Mahapatra

କୃଷି ଜାଗରଣ ଦ୍ୱାରା ବାନବାସିରେ ସମ୍ରିଦ୍ଧ କିସାନ ଉତ୍ସବ ଆୟୋଜିତ କରାଯାଇଥିଲା l ଯାହାର ମୁଖ୍ୟ ପ୍ରାୟୋଜକ ରହିଛି ମହିନ୍ଦ୍ରା ଟ୍ରାକ୍ଟର l ଏନ.ଏସ.ସି ଏବଂ ଧାନୁକା ଏଗ୍ରିଟେକର ସହଯୋଗ ମଧ୍ୟ ରହିଥିଲା ଆଜିର ଏହି କାର୍ଯ୍ୟକ୍ରମରେ l ସମ୍ରିଦ୍ଧ କିସାନ ଉତ୍ସବ ହେଉଛି ଏକ ଦିଵନଶୀୟ କୃଷି ମେଳା l

ଯାହା ଚାଷୀଙ୍କ ଉଦ୍ଦେଶ୍ୟରେ ଆୟୋଜିତ କରାଯାଉଛି l ଏହି କାର୍ଯ୍ୟକ୍ରମର ନଲେଜ ପାର୍ଟନର ରହିଛି ICAR l ବାନବାସି କୃଷି ବିଜୟନ କେନ୍ଦ୍ର ସହାୟତାରେ ଏହା ଆୟୋଜନ କରାଯାଇଥିଲା l ଆଜିର ମୁଖ୍ୟ ବିଷୟବସ୍ତୁ ରହିଥିଲା ' ଲଙ୍କା ଚାଷରେ ରୋକ ପୋକ ନିୟନ୍ତ୍ରଣ ଏବଂ ଟ୍ରାକ୍ଟର ଶିଳ୍ପରେ ଅଭିନବତା ଏବଂ ଟ୍ରାକ୍ଟର ପରିଚାଳନା ' l

କୃଷକମାନଙ୍କୁ ଏକ ପ୍ଲାଟଫର୍ମ ଯୋଗାଇବା ହେଉଛି Samridh Kisan Utsav 2024 ର ମୂଳ ଉଦ୍ଦେଶ୍ୟ l ଯାହା ମାଧ୍ୟମରେ ଚାଷୀଙ୍କ ମଧ୍ୟରେ ଜ୍ଞାନର ଆଦାନ ପ୍ରଦାନ ହେବ ଏବଂ କୃଷକମାନେ କୃଷିରେ ନୂତନ ପରୀକ୍ଷଣ କରି ସେମାନଙ୍କର ଆୟ ବୃଦ୍ଧି କରିପାରିବେ l କୃଷି ଜାଗରଣ ଗଣମାଧ୍ୟମ ସଂସ୍ଥା ଦ୍ୱାରା କରାଯାଇଥିବା ମିଲେନିୟର୍ ଫାର୍ମର ଅଫ ଇଣ୍ଡିଆ ୨୦୨୪ ବିଷୟରେ ମଧ୍ୟ ଚାଷୀମାନଙ୍କୁ ଅବଗତ କରାଯାଉଛି l ଏହି କୃଷି ମେଳାରେ ଅନେକ ଚାଷୀ ସାମିଲ ହୋଇଥିଲେ l କାର୍ଯ୍ୟକ୍ରମ ଶେଷରେ ପ୍ରଗତିଶୀଳ ଚାଷୀଙ୍କୁ ସମ୍ମାନିତ କରାଯାଇଥିଲା କୃଷି ଜାଗରଣ ତରଫରୁ l

ଏହି କାର୍ଯ୍ୟକ୍ରମରେ ଅନେକ କୃଷି ବୈଜ୍ଞାନିକ ସାମିଲ ରହିଲେ l ଶସ୍ୟ ଜାତୀୟ ଚାଷ , କପା ଚାଷ ଏବଂ ଲଙ୍କା ଚାଷ ଉପରେ ଆଲୋକପାତ କରାଯାଇଥିଲା l ଡଃ କେ ରାଘବେନ୍ଦ୍ର ଚୌଧୁରୀ (programme co-ordinator, KVK ,Banavasi ) ମିଲେନିୟର ଚାଷୀଙ୍କୁ ନିମନ୍ତ୍ରଣ କରିଥିଲେ l ଡଃ ଏଲ ମାଧବୀଲତା ( ARS,ATP, Mileets) ମିଲେଟ ଚାଷ ଉପରେ ଆଲୋଚନା କରିଥିଲେ l ଡଃ ରବି କୁମାର (principle scientist (rice),RARS,Nandyal ) ଖାଦ୍ୟଶସ୍ୟ ଉପରେ ଆଲୋଚନା କରିଥିଲେ l ଡଃ ମୋନିକା (SMS(Horticulture) , KVK,Banavasi ) ଲଙ୍କା ଚାଷ ଉପରେ ଆଲୋଚନା କରିଥିଲେ l ଡଃ ପି ସୁଜାତାଥମା (DAATTC, Kurnool ), ଡଃ ଏସ ଶିଵରାମା କ୍ରିଷ୍ଣା (RARS( entomology)Nandyal ),ଡଃ କେ ରାଘବେନ୍ଦ୍ର ଚୌଧରୀ କପା ଚାଷ ଉପରେ ଆଲୋକପାତ କରି ଚାଷୀଙ୍କ ସହିତ ଆଲୋଚନା କରିଥିଲେ ବିଭିନ୍ନ ଦିଗ ଉପରେ l

ଯୋଗଦେବା ପାଇଁ କ'ଣ କରିବେ ?

କୃଷକ, କୃଷି କମ୍ପାନୀ ଏବଂ କୃଷି କ୍ଷେତ୍ର ସହିତ ଜଡିତ ଅନ୍ୟମାନେ ମଧ୍ୟ MFOI ୨୦୨୪ ପୁରସ୍କାର ଏବଂ MFOI ସମ୍ରିଦ୍ଧ କିସାନ୍ ଉତ୍ସବ ୨୦୨୪ ର ଏକ ଅଂଶ ଗ୍ରହଣ କରିପାରିବେ l ଏଥିପାଇଁ କୃଷି ଜାଗରଣ ଆପଣ ସମସ୍ତଙ୍କୁ ନିମନ୍ତ୍ରଣ କରୁଛି l MFOI ୨୦୨୪ କିମ୍ବା Samridh Kisan Utsav କାର୍ଯ୍ୟକ୍ରମରେ ନିଜ ଷ୍ଟଲ୍ ବୁକିଂ ପାଇଁ କିମ୍ବା ଯେକୌଣସି ପ୍ରକାରର ପ୍ରାୟୋଜକ ପାଇଁ, ଆପଣ କୃଷି ଜାଗରଣ ସହିତ ଯୋଗାଯୋଗ କରିପାରିବେ l ଏହି ସମୟରେ, ପୁରସ୍କାର ଶୋ କିମ୍ବା ଅନ୍ୟ କୌଣସି ପ୍ରୋଗ୍ରାମ ସହିତ ଜଡିତ ସୂଚନା ପାଇଁ, ଏହି ଗୁଗୁଲ୍ ଫର୍ମ ପୂରଣ କରନ୍ତୁ- https://forms.gle/sJdL4yWVaCpg838y6   l ଅଧିକ ସୂଚନା ପାଇଁ MFOI ର ଅଫିସିଆଲ୍ ୱେବସାଇଟ୍  https://millionairefarmer.in/  ପରିଦର୍ଶନ କରନ୍ତୁ l

For collaboration, partnership and sponsorship contact :-

Megha Sharma : 9891668292
Poonam Biswakarma : 98188936522
Anika Bassi : 9354219435

କୃଷି-ସାମ୍ବାଦିକତା ପ୍ରତି ଆପଣଙ୍କ ସମର୍ଥନ ଦେଖାନ୍ତୁ

ପ୍ରିୟ ବନ୍ଧୁଗଣ, ଆମର ପାଠକ ହୋଇଥିବାରୁ ଆପଣଙ୍କୁ ଧନ୍ୟବାଦ । କୃଷି ସାମ୍ବାଦିକତାକୁ ଆଗକୁ ବଢ଼ାଇବା ପାଇଁ ଆପଣଙ୍କ ଭଳି ପାଠକ ଆମପାଇଁ ପ୍ରେରଣା । ଉଚ୍ଚମାନର କୃଷି ସାମ୍ବାଦିକତା ଯୋଗାଇଦେବାପାଇଁ ଏବଂ ଗ୍ରାମୀଣ ଭାରତର ପ୍ରତିଟି କୋଣରେ କୃଷକ ଓ ଲୋକଙ୍କ ପାଖରେ ପହଞ୍ଚିବା ପାଇଁ ଆମେ ଆପଣଙ୍କ ସମର୍ଥନ ଦରକାର କରୁଛୁ ।

ଆମ ଭବିଷ୍ୟତ ପାଇଁ ଆପଣଙ୍କ ପ୍ରତିଟି ଅର୍ଥଦାନ ମୂଲ୍ୟବାନ

ଏବେ ହିଁ କିଛି ଅର୍ଥଦାନ ନିଶ୍ଚୟ କରନ୍ତୁ (Contribute Now)