News

ମହାରାଷ୍ଟ୍ର ବାରମତିରେ ଏକ ଦିବସୀୟ କୃଷି ମେଳା

ଚାଷୀଙ୍କ ସହିତ ଆଖୁ ଚାଷ ବିଷୟରେ ଆଲୋଚନା ହୋଇଥିଲା l

28 August, 2024 5:07 PM IST By: Tanushree Mahapatra

ଆଜି ମହାରାଷ୍ଟ୍ରର ପୁନେରେ ଅନୁଷ୍ଠିତ କୃଷି ଜାଗରଣ ଦ୍ୱାରା ସମ୍ରିଦ୍ଧ କିସାନ ଉତ୍ସବ ଯାହାକି ଏକ ଦିବସୀୟ କୃଷି ମେଳା ଅଦ୍ଭୁତପୂର୍ବ ସଫଳତା ଆଣିଛି l ସମ୍ମାନିତ ଜ୍ଞାନ ସହଭାଗୀ ଭାବରେ ICAR ସହିତ, କୃଷି ବିଜ୍ଞାନ କେନ୍ଦ୍ର - ବାରମତି, ପୁନେ ଏବଂ ପୁରନ୍ଦର ଏଗ୍ରୋ କୃଷକ ଉତ୍ପାଦକ କମ୍ପାନୀ ସହଯୋଗରେ ଏହି କାର୍ଯ୍ୟକ୍ରମ ବିଶେଷଜ୍ଞ ତଥା କୃଷକମାନଙ୍କୁ ଏକତ୍ର କରି ଆଖୁରେ ରୋଗ ଏବଂ କୀଟନାଶକ ପରିଚାଳନା, ଟ୍ରାକ୍ଟର ଶିଳ୍ପରେ ଉଦ୍ଭାବନ ବିଷୟରେ ଏବଂ ଟ୍ରାକ୍ଟର ପରିଚାଳନା, ଏବଂ ମିଲେଟ ଚାଷ ବିଷୟରେ ଅନେକ ଆଲୋଚନା ହୋଇଥିଲା l

ମହିନ୍ଦ୍ରା ଟ୍ରାକ୍ଟର ଦ୍ୱାରା ପ୍ରାୟୋଜିତ ଏବଂ ଧନୁକା ଏଗ୍ରିଟେକ ଦ୍ୱାରା ଚାଳିତ ପୁରନ୍ଦର ଏଗ୍ରୋ କୃଷକ ଉତ୍ପାଦକ କମ୍ପାନୀର ହଲରେ ଏହି ସମାବେଶ ଗ୍ରାମାଞ୍ଚଳର ପ୍ରସାର ତଥା କୃଷି ଉଦ୍ଭାବନରେ ଏକ ମାଇଲଖୁଣ୍ଟ ସାଜିଥିଲା ।

ଆଜିର ଏହି କାର୍ଯ୍ୟକ୍ରମରେ ଡଃ ସୁରେଶ ମନେ ପାଟିଲ (Ex- Priciple Scientist - VSI, Pune) ,ସୁଶାନ୍ତ (DGM, Dhanuka ), ରାମଦାସ ଉକାଲେ(Zonal manger Mahindra ), ଡଃ ସାନ୍ତୋଶ ଗୋଡସେ (SMS KVK, Baramati) ଉପସ୍ଥିତ ରହିଥିଲେ l କୃଷି ଜାଗରଣ ଦ୍ୱରା ଆୟୋଜିତ ହୋଇଥିବା ଏହି କୃଷି ମେଳାରେ ୨୦୦ ରୁ ଅଧିକ ଚାଷୀ ସାମିଲ ହୋଇଥିଲେ l ଯେଉଁ ଚାଷୀଙ୍କ ସହିତ କୃଷି ଉପକରଣ , ମିଲେଟ ଚାଷ , ଆଖୁ ଚାଷରେ ରୋଗପୋକ ନିୟନ୍ତ୍ରଣ , ଟ୍ରାକ୍ଟର ଶିଳ୍ପ ଏବଂ କୃଷିରେ ସାର ନିୟନ୍ତ୍ରଣ ବିଷୟରେ ଆଲୋଚନା କରାଯାଇଥିଲା l କେବଳ ଏତିକି ନୁହେଁ ସେଠାକାର ଏମଏଲଏ ଆମଦାର ସଂଜୟଜୀ ଜଗତାପ ମଧ୍ୟ ସାମିଲ ହୋଇଥିଲେ l ଯାହା ଏକ ବଡ଼ ଖୁସିର ବିଷୟ l ଚାଷୀଙ୍କ ହିତରେ ଏହି କୃଷି ମେଳା ଆୟୋଜନ କରାଯାଉଛି l " ମିଲେନିୟର୍ ଫାର୍ମର ଅଫ ଇଣ୍ଡିଆ ୨୦୨୪ " ବିଷୟରେ ମଧ୍ୟ ଅବଗତ କରାଯାଉଛି ଚାଷୀଙ୍କୁ l

ମହିନ୍ଦ୍ରା ଟ୍ରାକ୍ଟର ପ୍ରଦର୍ଶିତ କାର୍ଯ୍ୟକ୍ରମ :-

ଏହି କାର୍ଯ୍ୟକ୍ରମର ମୁଖ୍ୟ ଆକର୍ଷଣ ହେଉଛି ମହିନ୍ଦ୍ରା ଟ୍ରାକ୍ଟରଗୁଡିକର ସର୍ବଶେଷ ଅଫର୍, ଯାହା ଚାଷ ପ୍ରଣାଳୀରେ ବୈପ୍ଲବିକ ଏବଂ ଉତ୍ପାଦନ ବୃଦ୍ଧି ପାଇଁ ପରିକଳ୍ପିତ କରିଥାଏ ଏକ ନୂଆ ସ୍ବପ୍ନକୁ l ଏହି କାର୍ଯ୍ୟକ୍ରମରେ ଯୋଗଦେଉଥିବା କୃଷକମାନେ ନିଜ କ୍ଷେତ୍ରରେ ସର୍ବୋଚ୍ଚ ଫଳାଫଳ ପାଇଁ ଟ୍ରାକ୍ଟର ବ୍ୟବହାରକୁ ଅପ୍ଟିମାଇଜ୍ କରିବା ପାଇଁ ପ୍ରଦର୍ଶନ ଏବଂ ବିଶେଷଜ୍ଞଙ୍କ ମାର୍ଗଦର୍ଶନ ପାଇଥିଲେ l

For collaboration, partnership and sponsorship connect:-


Nishant Kumar : 99537 56433
Megha Sharma: 9891668292
Poonam Biswakarma: 9818893652

କୃଷି-ସାମ୍ବାଦିକତା ପ୍ରତି ଆପଣଙ୍କ ସମର୍ଥନ ଦେଖାନ୍ତୁ

ପ୍ରିୟ ବନ୍ଧୁଗଣ, ଆମର ପାଠକ ହୋଇଥିବାରୁ ଆପଣଙ୍କୁ ଧନ୍ୟବାଦ । କୃଷି ସାମ୍ବାଦିକତାକୁ ଆଗକୁ ବଢ଼ାଇବା ପାଇଁ ଆପଣଙ୍କ ଭଳି ପାଠକ ଆମପାଇଁ ପ୍ରେରଣା । ଉଚ୍ଚମାନର କୃଷି ସାମ୍ବାଦିକତା ଯୋଗାଇଦେବାପାଇଁ ଏବଂ ଗ୍ରାମୀଣ ଭାରତର ପ୍ରତିଟି କୋଣରେ କୃଷକ ଓ ଲୋକଙ୍କ ପାଖରେ ପହଞ୍ଚିବା ପାଇଁ ଆମେ ଆପଣଙ୍କ ସମର୍ଥନ ଦରକାର କରୁଛୁ ।

ଆମ ଭବିଷ୍ୟତ ପାଇଁ ଆପଣଙ୍କ ପ୍ରତିଟି ଅର୍ଥଦାନ ମୂଲ୍ୟବାନ

ଏବେ ହିଁ କିଛି ଅର୍ଥଦାନ ନିଶ୍ଚୟ କରନ୍ତୁ (Contribute Now)