News

ବରଗଡ଼ରେ ସମ୍ରିଦ୍ଧ କିସାନ ଉତ୍ସବ

ମିଲେନିୟର୍ ଫାର୍ମର ଅଫ ଇଣ୍ଡିଆ ପୁରଷ୍କାର ୨୦୨୪ ବିଷୟରେ ଚାଷୀମାନଙ୍କୁ ଅବଗତ କରାଯାଉଛି ।

02 August, 2024 4:40 PM IST By: Sudesna Nayak

କୃଷି ଜାଗରଣ (krishi jagran) ମିଡ଼ିଆ ତରଫରୁ ଆଜି ବରଗଡ଼ ଜିଲ୍ଲା କୃଷି ବିଜ୍ଞାନ କେନ୍ଦ୍ରରେ " ସମ୍ରିଦ୍ଧ କିସାନ ଉତ୍ସବ " ଆୟୋଜିତ କରାଯାଇଥିଲା l ଏହା ହେଉଛି ଚାଷୀମାନଙ୍କ ପାଇଁ ଏକ ଦିବସୀୟ କୃଷି ମେଳା l ଯାହାର ମୁଖ୍ୟ ପ୍ରାୟୋଜକ ରହିଛି ମହିନ୍ଦ୍ରା ଟ୍ରାକ୍ଟର l ସମ୍ରିଦ୍ଧ କିସାନ ଉତ୍ସବ ହେଉଛି ଏକ ଦିବସୀୟ କୃଷି ମେଳା l

କୃଷକମାନଙ୍କୁ ଏକ ପ୍ଲାଟଫର୍ମ ଯୋଗାଇବା ହେଉଛି MFOI Samridh Kisan Utsav 2024 ର ମୂଳ ଉଦ୍ଦେଶ୍ୟ l ଯାହା ମାଧ୍ୟମରେ ଚାଷୀଙ୍କ ମଧ୍ୟରେ ଜ୍ଞାନର ଆଦାନ ପ୍ରଦାନ ହେବ ଏବଂ କୃଷକମାନେ କୃଷିରେ ନୂତନ ପରୀକ୍ଷଣ କରି ସେମାନଙ୍କର ଆୟ ବୃଦ୍ଧି କରିପାରିବେ l କୃଷି ଜାଗରଣ ଗଣମାଧ୍ୟମ ସଂସ୍ଥା ଦ୍ୱାରା କରାଯାଇଥିବା ମିଲେନିୟର୍ ଫାର୍ମର ଅଫ ଇଣ୍ଡିଆ ୨୦୨୪ ବିଷୟରେ ମଧ୍ୟ ଚାଷୀମାନଙ୍କୁ ଅବଗତ କରାଯାଉଛି l ଏହି କୃଷି ମେଳାରେ 200 ରୁ ଅଧିକ ଚାଷୀ ସାମିଲ ହୋଇଥିଲେ l

ତେବେ ଆଜିର ଏହି ଏକ ଦିବସୀୟ କୃଷି ମେଳାରେ ଗୋବିନ୍ଦ ଚନ୍ଦ୍ର ପଣ୍ତା (Govind chandra panda, Asst.Director,Horticulture, Birendra Chhuria,ADO,Bhatli),ନୃରସିଂହ ଚରଣ ବାରିକ (Nrusingh Charan Barik), ବୈଜ୍ଞାନିକ, କୃଷି ବିଜ୍ଞାନ କେନ୍ଦ୍ର,ବିଶ୍ବା ପ୍ରତାପ ସିଂହ ତୋମର (Vishva Pratap Singh Tomar), Senior Area Manager Odisha, Mahindra Tractors,ମନୋଜ ଅଗ୍ରଓ୍ବାଲ (Manoj Agarwal), Kalinga Automobiles Dealer, Mahindra Tractors, ସୁମୋନ ଭୋଇ (Suman Bhoi) Territory Manager, Bargarh,JCB,ଶୁବ୍ର ମହାନ୍ତି (Subhra Mohanty) Regional Manager,Krishi Jagran ଆଦି ବ୍ୟକ୍ତି ଗଣମାନେ ଉପସ୍ଥିତ ରହିଥିଲେ l ମହିନ୍ଦ୍ରା ଟ୍ରାକ୍ଟର କର୍ମଚାରୀ ଚାଷୀଙ୍କ ସହିତ ବିଭିନ୍ନ ଟ୍ରାକ୍ଟର ବିଷୟରେ ଆଲୋଚନା କରିଥିଲେ l

MFOI 2024 କ’ଣ?

MFOI / Millionaire Farmer of India Award କୃଷକମାନଙ୍କୁ ଏକ ସ୍ୱତନ୍ତ୍ର ପରିଚୟ ଦେବାରେ ସାହାଯ୍ୟ କରେ | ଦେଶର କୃଷକମାନଙ୍କୁ ଏକ ସ୍ବତନ୍ତ୍ର ପରିଚୟ ଦେବା ପାଇଁ କୃଷି ଜାଗରଣ 'ମିଲେନିୟର୍ ଫାର୍ମର ଅଫ ଇଣ୍ଡିଆ ପୁରଷ୍କାର' ଶୋ ର ପଦକ୍ଷେପ ଆରମ୍ଭ କରିଛନ୍ତି, ଯାହା ମାଧ୍ୟମରେ କୃଷକମାନଙ୍କୁ ରାଷ୍ଟ୍ରୀୟ ସ୍ତରରେ ଏକ ସ୍ବତନ୍ତ୍ର ପରିଚୟ ମିଳିବ ।

ବାଲେଶ୍ୱର kvk ରେ ଆୟୋଜିତ ହେଲା ସମ୍ରିଦ୍ଧ କିସାନ ଉତ୍ସବ

ସୋନପୁରରେ ସମ୍ରିଦ୍ଧ କିସାନ ଉତ୍ସବ

କୃଷି-ସାମ୍ବାଦିକତା ପ୍ରତି ଆପଣଙ୍କ ସମର୍ଥନ ଦେଖାନ୍ତୁ

ପ୍ରିୟ ବନ୍ଧୁଗଣ, ଆମର ପାଠକ ହୋଇଥିବାରୁ ଆପଣଙ୍କୁ ଧନ୍ୟବାଦ । କୃଷି ସାମ୍ବାଦିକତାକୁ ଆଗକୁ ବଢ଼ାଇବା ପାଇଁ ଆପଣଙ୍କ ଭଳି ପାଠକ ଆମପାଇଁ ପ୍ରେରଣା । ଉଚ୍ଚମାନର କୃଷି ସାମ୍ବାଦିକତା ଯୋଗାଇଦେବାପାଇଁ ଏବଂ ଗ୍ରାମୀଣ ଭାରତର ପ୍ରତିଟି କୋଣରେ କୃଷକ ଓ ଲୋକଙ୍କ ପାଖରେ ପହଞ୍ଚିବା ପାଇଁ ଆମେ ଆପଣଙ୍କ ସମର୍ଥନ ଦରକାର କରୁଛୁ ।

ଆମ ଭବିଷ୍ୟତ ପାଇଁ ଆପଣଙ୍କ ପ୍ରତିଟି ଅର୍ଥଦାନ ମୂଲ୍ୟବାନ

ଏବେ ହିଁ କିଛି ଅର୍ଥଦାନ ନିଶ୍ଚୟ କରନ୍ତୁ (Contribute Now)