News

ମଧ୍ୟପ୍ରଦେଶ ବରୱାନିରେ ଆୟୋଜିତ ହେଲା ସମ୍ରିଦ୍ଧ କିସାନ ଉତ୍ସବ

ଚାଷୀ ବିଭିନ୍ନ ପ୍ରକାର କୃଷି ଉପକରଣ ସହ ପରିଚିତ ହୋଇଛନ୍ତି l

12 July, 2024 3:25 PM IST By: Tanushree Mahapatra

କୃଷି ଜାଗରଣ ଦ୍ୱାରା ଆୟୋଜିତ ଗତବର୍ଷ ଆୟୋଜିତ ହୋଇଥିଲା MFOI ୨୦୨୩ ( ମିଲେନିୟର୍ ଫାର୍ମର ଆୱାର୍ଡ ୨୦୨୩ ) ଯାହା ସଫଳ ହୋଇଥିଲା l ଏହି ପୁରସ୍କାର ସୋ ଅଧୀନରେ କୃଷି ଜାଗରଣ ଦୁଇଟି ନୂଆ କାର୍ଯ୍ୟକ୍ରମ ଆରମ୍ଭ କରିଥିଲା l ଯାହାର ନାମ ରହିଥିଲା " ସମ୍ରିଦ୍ଧ କିସାନ ଉତ୍ସବ " ଏବଂ MFOI VVIF କିସାନ ଭାରତ ଯାତ୍ରା l "

" ସମ୍ରିଦ୍ଧ କିସାନ ଉତ୍ସବ " ର ଉଦ୍ଦେଶ୍ୟ କୃଷି ସମ୍ବନ୍ଧୀୟ ନୂତନ କୌଶଳ ସହିତ କୃଷି ସମ୍ବନ୍ଧୀୟ ସୂଚନା ପାଇବେ ଚାଷୀ ଏବଂ ଯେପରି ସେମାନଙ୍କ ଧାରଣା ବାଣ୍ଟିପାରିବେ ଅନ୍ୟ ଚାଷୀଙ୍କ ସହ l ଏହି କ୍ରମରେ ଆଜି ମଧ୍ୟ ପ୍ରଦେଶ ବରୱାନି ଠାରେ ଏହି ଏକ ଦିବସୀୟ କୃଷି ମେଳା ଆୟୋଜିତ ହୋଇଥିଲା l ଯେଉଁ ମେଳାରେ ୨୦୦ ରୁ ଅଧିକ କୃଷି ସାମିଲ ହୋଇଥିଲେ l ମହିନ୍ଦ୍ରା ଟ୍ରାକ୍ଟର , ଧନୁକା ଏଗ୍ରିଟେକ କମ୍ପାନୀ ,ସୋମାନି  ସିଡ୍ସ  ଏବଂ ଷ୍ଟିଲ କମ୍ପାନୀର ଷ୍ଟଲ ରହିଥିଲା l ଯେଉଁଠି ଚାଷୀ ବିଭିନ୍ନ ପ୍ରକାର କୃଷି ଉପକରଣ ସହ ପରିଚିତ ହୋଇଛନ୍ତି l

ପରିବା ଚାଷ , ଜୈବିକ କୃଷି , ଉଦ୍ୟାନ କୃଷି ଏବଂ ଅନ୍ୟାନ୍ୟ କୃଷିରେ ଚାଷ କାର୍ଯ୍ୟ କରୁଥିବା ଚାଷୀଙ୍କୁ କୃଷି ଜାଗରଣ ଦ୍ୱାରା ବରୱାନି କୃଷି ବିଜ୍ଞାନ କେନ୍ଦ୍ରରେ ସମ୍ମାନିତ କରାଯାଇଥିଲା l ଏହି ଏକ ଦିବସୀୟ କୃଷି ମେଳା ବରୱାନି କୃଷି ବିଜ୍ଞାନ କେନ୍ଦ୍ରରେ ଆୟୋଜିତ ହୋଇଥିଲା l ଚାଷୀଙ୍କୁ ସମ୍ମାନିତ କରି କୃଷିକୁ କିପରି ଅଧିକ ରୁ ଅଧିକ ଉତ୍ସାହିତ କରାଯାଇପାରିବ ସେ ବିଷୟରେ କୃଷି ବୈଜ୍ଞାନିକମାନେ ଆଲୋଚନା କରିଥିଲେ l ମହିନ୍ଦ୍ରା ଟ୍ରାକ୍ଟର ଏହି କୃଷି ମେଳାର ମୁଖ୍ୟ ପ୍ରୟୋଜକ ରହିଛି l ମହିନ୍ଦ୍ରା କମ୍ପାନୀ କର୍ମଚାରୀ ମଧ୍ୟ ଏହି କୃଷି ମେଳାରେ ଉପସ୍ଥିତ ରହି ଚାଷୀଙ୍କୁ ମହିନ୍ଦ୍ରା ପ୍ରସ୍ତୁତ କରିଥିବା ନୂତନ ଜ୍ଞାନକୌଶଳରେ ନୂତନ ଟ୍ରାକ୍ଟର ସମ୍ପର୍କରେ ବୁଝାଇଥିଲେ l ଏହି ଟ୍ରାକ୍ଟର ଚାଷୀଙ୍କ କାମକୁ ଅଧିକ ସହଜ ସରଳ କରିବ l ଅଳ୍ପ ସମୟରେ ଅଧିକ କାମ ପ୍ରଦାନ କରିବ l ତେଣୁ ଏହି କୃଷି ମେଳାରେ ଚାଷୀଙ୍କ ପାଇଁ ମହିନ୍ଦ୍ରା କମ୍ପାନୀ ଏକ ଆକର୍ଷଣୀୟ ସ୍ଥଳ ମଧ୍ୟ ଉପସ୍ଥାପନ କରିଥିଲେ l

ଏହି ମେଳାରେ ଯୋଗଦେବା ପାଇଁ କ'ଣ କରିବେ ?

କୃଷକ, କୃଷି କମ୍ପାନୀ ଏବଂ କୃଷି କ୍ଷେତ୍ର ସହିତ ଜଡ଼ିତ ଅନ୍ୟମାନେ ମଧ୍ୟ MFOI ୨୦୨୪ ପୁରସ୍କାର ଏବଂ MFOI ସମ୍ରିଦ୍ଧ କିସାନ ଉତ୍ସବ ୨୦୨୪ ରେ ଅଂଶ ଗ୍ରହଣ କରିପାରିବେ l ଏଥିପାଇଁ କୃଷି ଜାଗରଣ ଆପଣ ସମସ୍ତଙ୍କୁ ନିମନ୍ତ୍ରଣ କରୁଛି l MFOI ୨୦୨୪ କିମ୍ବା ସମ୍ରିଦ୍ଧ କିସାନ ଉତ୍ସବ କାର୍ଯ୍ୟକ୍ରମରେ ନିଜ ଷ୍ଟଲ୍ ବୁକିଂ ପାଇଁ କିମ୍ବା ଯେକୌଣସି ପ୍ରକାରର ପ୍ରାୟୋଜକ ପାଇଁ, ଆପଣ କୃଷି ଜାଗରଣ ସହିତ ଯୋଗାଯୋଗ କରିପାରିବେ l ଅଧିକ ସୂଚନା ପାଇଁ MFOI ର ଅଫିସିଆଲ୍ ୱେବସାଇଟ୍ https://millionairefarmer.in/ ପରିଦର୍ଶନ କରନ୍ତୁ l

For collaboration, partnership and sponsorship connect:-

Megha Sharma : 9891668292

Poonam Biswakarma : 98188936522

Anika Bassi : 9354219435

କୃଷି-ସାମ୍ବାଦିକତା ପ୍ରତି ଆପଣଙ୍କ ସମର୍ଥନ ଦେଖାନ୍ତୁ

ପ୍ରିୟ ବନ୍ଧୁଗଣ, ଆମର ପାଠକ ହୋଇଥିବାରୁ ଆପଣଙ୍କୁ ଧନ୍ୟବାଦ । କୃଷି ସାମ୍ବାଦିକତାକୁ ଆଗକୁ ବଢ଼ାଇବା ପାଇଁ ଆପଣଙ୍କ ଭଳି ପାଠକ ଆମପାଇଁ ପ୍ରେରଣା । ଉଚ୍ଚମାନର କୃଷି ସାମ୍ବାଦିକତା ଯୋଗାଇଦେବାପାଇଁ ଏବଂ ଗ୍ରାମୀଣ ଭାରତର ପ୍ରତିଟି କୋଣରେ କୃଷକ ଓ ଲୋକଙ୍କ ପାଖରେ ପହଞ୍ଚିବା ପାଇଁ ଆମେ ଆପଣଙ୍କ ସମର୍ଥନ ଦରକାର କରୁଛୁ ।

ଆମ ଭବିଷ୍ୟତ ପାଇଁ ଆପଣଙ୍କ ପ୍ରତିଟି ଅର୍ଥଦାନ ମୂଲ୍ୟବାନ

ଏବେ ହିଁ କିଛି ଅର୍ଥଦାନ ନିଶ୍ଚୟ କରନ୍ତୁ (Contribute Now)