News

ବିହାର ବେଗୁସରାଈରେ ଆୟୋଜିତ ହେଲା ସମ୍ରିଦ୍ଧ କିସାନ ଉତ୍ସବ

ଖରିଫ ଚାଷ ବିଷୟରେ ଚାଷୀଙ୍କ ସହିତ ଆଲୋଚନା କରିଥିଲେ କୃଷି ବୈଜ୍ଞାନିକ ...

21 August, 2024 5:22 PM IST By: Tanushree Mahapatra

କୃଷି ଜାଗରଣ ଦ୍ୱାରା ଆଜି ବିହାରର ବେଗୁସରାଈରେ ଆୟୋଜିତ ହୋଇଥିଲା ସମ୍ରିଦ୍ଧ କିସାନ ଉତ୍ସବ l ଯାହାର ମୁଖ୍ୟ ପ୍ରାୟୋଜକ ରହିଛନ୍ତି ମହିନ୍ଦ୍ରା ଟ୍ରାକ୍ଟର l ଏହି ଏକ ଦିବସୀୟ କୃଷି ମେଳାର ନଲେଜ ପାର୍ଟନର ରହିଛି ICAR l ଜେସିବି , ମହିନ୍ଦ୍ରା ଟ୍ରାକ୍ଟର ଏବଂ ସୋମାନି ସିଡ୍ସ କମ୍ପାନୀ ଏହି ସମ୍ରିଦ୍ଧ କିସାନ ଉତ୍ସବକୁ ସହଯୋଗ କରିଛନ୍ତି l ଚାଷୀଙ୍କ ହିତ ଉଦ୍ଦେଶ୍ୟରେ ଏହି ସମ୍ରିଦ୍ଧ କିସାନ ଉତ୍ସବ ପ୍ରତି ରାଜ୍ୟରେ ବିଭିନ୍ନ ଜିଲ୍ଲାରେ ଆୟୋଜିତ କରାଯାଉଛି l ବେଗୁସରାଈ ସ୍ଥିତ କୃଷି ବିଜ୍ଞାନ କେନ୍ଦ୍ରରେ ଏହାକୁ ଆୟୋଜିତ କରାଯାଇଥିଲା l ଆଜିର ମୁଖ୍ୟ ବିଷୟବସ୍ତୁ ରହିଥିଲା " ଖରିଫ ଫସଲରେ ରୋଗ ଏବଂ ପୋକ ପରିଚାଳନା, ଟ୍ରାକ୍ଟର ଶିଳ୍ପରେ ଅଭିନବତା, ଟ୍ରାକ୍ଟର ପରିଚାଳନା ଏବଂ ମିଲେଟ ଚାଷ " l ପ୍ରାୟତଃ ୧୨୬ ଜଣ ଚାଷୀ ଏହି କୃଷି ମେଳାରେ ନିଜକୁ ସାମିଲ କରିଥିଲେ l

କୃଷିରେ ବିଭିନ୍ନ ବିଷୟ ଉପରେ ଆଲୋଚନ ଅକରାଯାଇଥିଲା l ଚାଷୀ କୃଷି ବୈଜ୍ଞାନିକଙ୍କ ସହ ଆଲୋଚନା କରିଥିଲେ ବିଭିନ୍ନ ଖରିଫ ଚାଷ ସମ୍ବନ୍ଧରେ l ଡଃ ରାମ ପାଲ ( Kvk head), ଡଃ ଭିପିନ (Vet), ଅମିତେଶ ଗୌରଭ (Assistant Kvk),ନାଗମଣି (Area Manager Somani Seeds),ରାଜୀବ ସିଂ (Sr Sales Man) ଓ ଅମନ ସିଂ (Marketing Manager JCB) ଉପସ୍ଥିତ ରହିଥିଲେ l ବିଭିନ୍ନ କମ୍ପାନୀର କର୍ମଚାରୀ ଚାଷୀଙ୍କ ସହିତ ଚାଷ ଉପକରଣ , ବିହନ ଏବଂ ମେସିନ ବିଷୟରେ ଆଲୋଚନ ଆକରିଥିଲେ l ଯାହା ଚାଷୀଙ୍କ କୃଷି କାର୍ଯ୍ୟରେ ସାହାଯ୍ୟ କରିବା ସହିତ ଉତ୍ପାଦନ ସହିତ ଆୟକୁ ମଧ୍ୟ ଦ୍ଵିଗୁଣ କରିବ l କାର୍ଯ୍ୟକ୍ରମ ଶେଷରେ ପ୍ରଗତିଶୀଳ ଚାଷୀଙ୍କୁ କୃଷି ଜାଗରଣ ତରଫରୁ ସମ୍ମାନିତ କରାଯାଇଥିଲା l

ଯୋଗଦେବା ପାଇଁ କ'ଣ କରିବେ ?

କୃଷକ, କୃଷି କମ୍ପାନୀ ଏବଂ କୃଷି କ୍ଷେତ୍ର ସହିତ ଜଡିତ ଅନ୍ୟମାନେ ମଧ୍ୟ MFOI ୨୦୨୪ ପୁରସ୍କାର ଏବଂ MFOI ସମ୍ରିଦ୍ଧ କିସାନ୍ ଉତ୍ସବ ୨୦୨୪ ର ଏକ ଅଂଶ ଗ୍ରହଣ କରିପାରିବେ l ଏଥିପାଇଁ କୃଷି ଜାଗରଣ ଆପଣ ସମସ୍ତଙ୍କୁ ନିମନ୍ତ୍ରଣ କରୁଛି l MFOI ୨୦୨୪ କିମ୍ବା Samridh Kisan Utsav କାର୍ଯ୍ୟକ୍ରମରେ ନିଜ ଷ୍ଟଲ୍ ବୁକିଂ ପାଇଁ କିମ୍ବା ଯେକୌଣସି ପ୍ରକାରର ପ୍ରାୟୋଜକ ପାଇଁ, ଆପଣ କୃଷି ଜାଗରଣ ସହିତ ଯୋଗାଯୋଗ କରିପାରିବେ l ଏହି ସମୟରେ, ପୁରସ୍କାର ଶୋ କିମ୍ବା ଅନ୍ୟ କୌଣସି ପ୍ରୋଗ୍ରାମ ସହିତ ଜଡିତ ସୂଚନା ପାଇଁ, ଏହି ଗୁଗୁଲ୍ ଫର୍ମ ପୂରଣ କରନ୍ତୁ- https://forms.gle/sJdL4yWVaCpg838y6  l ଅଧିକ ସୂଚନା ପାଇଁ MFOI ର ଅଫିସିଆଲ୍ ୱେବସାଇଟ୍  https://millionairefarmer.in/  ପରିଦର୍ଶନ କରନ୍ତୁ l

ମହିନ୍ଦ୍ରା ଟ୍ରାକ୍ଟର ପ୍ରଦର୍ଶିତ କାର୍ଯ୍ୟକ୍ରମ :-

ଏହି କାର୍ଯ୍ୟକ୍ରମର ମୁଖ୍ୟ ଆକର୍ଷଣ ହେଉଛି ମହିନ୍ଦ୍ରା ଟ୍ରାକ୍ଟରଗୁଡିକର ସର୍ବଶେଷ ଅଫର୍, ଯାହା ଚାଷ ପ୍ରଣାଳୀରେ ବୈପ୍ଲବିକ ଏବଂ ଉତ୍ପାଦନ ବୃଦ୍ଧି ପାଇଁ ପରିକଳ୍ପିତ କରିଥାଏ ଏକ ନୂଆ ସ୍ବପ୍ନକୁ l ଏହି କାର୍ଯ୍ୟକ୍ରମରେ ଯୋଗଦେଉଥିବା କୃଷକମାନେ ନିଜ କ୍ଷେତ୍ରରେ ସର୍ବୋଚ୍ଚ ଫଳାଫଳ ପାଇଁ ଟ୍ରାକ୍ଟର ବ୍ୟବହାରକୁ ଅପ୍ଟିମାଇଜ୍ କରିବା ପାଇଁ ପ୍ରଦର୍ଶନ ଏବଂ ବିଶେଷଜ୍ଞଙ୍କ ମାର୍ଗଦର୍ଶନ ପାଇଥିଲେ l

For collaboration, partnership and sponsorship connect:-

Megha Sharma : 9891668292

Poonam Biswakarma : 98188936522

Anika Bassi : 9354219435

କୃଷି-ସାମ୍ବାଦିକତା ପ୍ରତି ଆପଣଙ୍କ ସମର୍ଥନ ଦେଖାନ୍ତୁ

ପ୍ରିୟ ବନ୍ଧୁଗଣ, ଆମର ପାଠକ ହୋଇଥିବାରୁ ଆପଣଙ୍କୁ ଧନ୍ୟବାଦ । କୃଷି ସାମ୍ବାଦିକତାକୁ ଆଗକୁ ବଢ଼ାଇବା ପାଇଁ ଆପଣଙ୍କ ଭଳି ପାଠକ ଆମପାଇଁ ପ୍ରେରଣା । ଉଚ୍ଚମାନର କୃଷି ସାମ୍ବାଦିକତା ଯୋଗାଇଦେବାପାଇଁ ଏବଂ ଗ୍ରାମୀଣ ଭାରତର ପ୍ରତିଟି କୋଣରେ କୃଷକ ଓ ଲୋକଙ୍କ ପାଖରେ ପହଞ୍ଚିବା ପାଇଁ ଆମେ ଆପଣଙ୍କ ସମର୍ଥନ ଦରକାର କରୁଛୁ ।

ଆମ ଭବିଷ୍ୟତ ପାଇଁ ଆପଣଙ୍କ ପ୍ରତିଟି ଅର୍ଥଦାନ ମୂଲ୍ୟବାନ

ଏବେ ହିଁ କିଛି ଅର୍ଥଦାନ ନିଶ୍ଚୟ କରନ୍ତୁ (Contribute Now)