News

ଉତ୍ତରପ୍ରଦେଶ ବିଜନୋରରେ ପାଳିତ ହେଲା ସମ୍ରିଦ୍ଧ କିସାନ ଉତ୍ସବ

କୃଷକମାନେ ମହିନ୍ଦ୍ରା ଟ୍ରାକ୍ଟରର ଷ୍ଟଲ ପରିଦର୍ଶନ କରି ଅତ୍ୟାଧୁନିକ ଯନ୍ତ୍ରପାତି ବିଷୟରେ ସୂଚନା ପାଇଥିଲେ।

21 June, 2024 5:04 PM IST By: Tanushree Mahapatra

ଆଜି ଅର୍ଥାତ ଜୁନ୍ ୨୧ ତାରିଖ ଉତ୍ତରପ୍ରଦେଶର ନାଗିନା, ବିଜନୋର ଠାରେ କୃଷି ଜାଗରଣ ସଫଳତାର ସହ ‘MFOI-ସମ୍ରିଦ୍ଧ କିସାନ ଉତ୍ସବ’ ଆୟୋଜନ କରିଥିଲା । ବିଜନୋର ଜିଲ୍ଲାର ପ୍ରଗତିଶୀଳ କୃଷକମାନେ ଏହି ସମୃଦ୍ଧ କୃଷକ ମହୋତ୍ସବରେ ଅଂଶଗ୍ରହଣ କରିଥିଲେ l ଏହି ପ୍ରଗତିଶୀଳ କୃଷକମାନଙ୍କ ମଧ୍ୟରୁ କେତେକଙ୍କୁ ପ୍ରମାଣପତ୍ର ଦେଇ କୃଷି ଜାଗରଣ ସମ୍ମାନିତ କରିଥିଲା ।

କୃଷି ଜାଗରଣ ଦ୍ୱାରା ଆୟୋଜିତ ତଥା ମହିନ୍ଦ୍ରା ଟ୍ରାକ୍ଟର ଏବଂ ଜେସିବି କମ୍ପାନୀ ପ୍ରାୟୋଜିତ ଏହି ସମ୍ରିଦ୍ଧ କିସାନ ଉତ୍ସବରେ ଷ୍ଟଲ୍ ପ୍ରଦର୍ଶନ କରି ସେମାନଙ୍କ ଉତ୍ପାଦ ପ୍ରଦର୍ଶନ କରିଥିଲେ । ଏହି ସମୟରେ କୃଷକମାନେ ମହିନ୍ଦ୍ରା ଟ୍ରାକ୍ଟରର ଷ୍ଟଲ ପରିଦର୍ଶନ କରି ଅତ୍ୟାଧୁନିକ ଯନ୍ତ୍ରପାତି ବିଷୟରେ ସୂଚନା ପାଇଥିଲେ। ଏହି କୃଷି ଉତ୍ସବରେ ଡଃ ଶକୁନ୍ତଳା ଗୁପ୍ତା ( Associate Director / Officer Incharge KVK Bijnor about Millet ), ଲଲିତ କୁମାର ( DES, Mahindra Tractor about Maintainance of Tractors, Innovation in Tractor Industry ), ଡଃ ପିଣ୍ଟୁ କୁମାର ( SMS, Plant Production about Disease & Pest Management in Sugarcane Crops.), ଆଶିଷ ଯାଦବ ( Marketing Manager, A&A Earthmovers about JCB New Innovation ), ଜିତେନ୍ଦ୍ର କୁମାର ( DHO, Bijnor about Activities of Govt. Schemes ), ଜସବିର ସିଂ ( DAO, Bijnor about activities of Govt. Schemes ) ଯୋଗ ଦେଇଥିଲେ l ଅନେକ କୃଷି ବୈଜ୍ଞାନିକ ମଧ୍ୟ ଏଥିରେ ସାମିଲ ହୋଇଥିଲେ l ଚାଷୀଙ୍କ ସହିତ ବିଭିନ୍ନ ବିଷୟ ଉପରେ ଆଲୋଚନା କରିଥିଲେ l

କୃଷି ସମ୍ବନ୍ଧୀୟ ନୂତନ କୌଶଳ ସହିତ କୃଷି ସମ୍ବନ୍ଧୀୟ ସୂଚନା ପାଇପାରିବେ ଏବଂ ସେମାନଙ୍କର ଧାରଣା ମଧ୍ୟ ବାଣ୍ଟିପାରିବେ ଅନ୍ୟ ଚାଷୀଙ୍କ ସହିତ l ଏହା ବ୍ୟତୀତ ସମ୍ରିଦ୍ଧ କିସାନ ଉତ୍ସବରେ କୃଷକମାନଙ୍କୁ କୃଷି ଜାଗରଣ ଦ୍ୱାରା ନିଆଯାଇଥିବା ସ୍ୱତନ୍ତ୍ର ପଦକ୍ଷେପ ' ମିଲେନିୟର୍ ଫାର୍ମର ଅଫ୍ ଇଣ୍ଡିଆ' ପୁରସ୍କାର ବିଷୟରେ ମଧ୍ୟ ଅବଗତ କରାଯାଉଛି । ଯାହାଫଳରେ କୃଷକମାନେ MFOI ବିଷୟରେ ଅଧିକ ଜାଣିପାରିବେ l ଏହା ସହିତ, ସମ୍ରିଦ୍ଧ କିସାନ୍ ଉତ୍ସବ ସମୟରେ ଚାଷ କ୍ଷେତ୍ରରେ ଉତ୍କୃଷ୍ଟ କାର୍ଯ୍ୟ କରୁଥିବା ପ୍ରଗତିଶୀଳ କୃଷକଙ୍କୁ ମଧ୍ୟ ସମ୍ମାନିତ କରାଯାଉଛି l ସମ୍ରିଦ୍ଧ କିସାନ ଉତ୍ସବ ହେଉଛି ଏକ ଦିବସୀୟ କୃଷି ମେଳା l

ଯୋଗଦେବା ପାଇଁ କ'ଣ କରିବେ ?

କୃଷକ, କୃଷି କମ୍ପାନୀ ଏବଂ କୃଷି କ୍ଷେତ୍ର ସହିତ ଜଡିତ ଅନ୍ୟମାନେ ମଧ୍ୟ MFOI ୨୦୨୪ ପୁରସ୍କାର ଏବଂ MFOI ସମ୍ରିଦ୍ଧ କିସାନ୍ ଉତ୍ସବ ୨୦୨୪ ର ଏକ ଅଂଶ ଗ୍ରହଣ କରିପାରିବେ l ଏଥିପାଇଁ କୃଷି ଜାଗରଣ ତୁମ ସମସ୍ତଙ୍କୁ ନିମନ୍ତ୍ରଣ କରୁଛି l MFOI ୨୦୨୪ କିମ୍ବା Samridh Kisan Utsav କାର୍ଯ୍ୟକ୍ରମରେ ନିଜ ଷ୍ଟଲ୍ ବୁକିଂ ପାଇଁ କିମ୍ବା ଯେକୌଣସି ପ୍ରକାରର ପ୍ରାୟୋଜକ ପାଇଁ, ଆପଣ କୃଷି ଜାଗରଣ ସହିତ ଯୋଗାଯୋଗ କରିପାରିବେ l ଏହି ସମୟରେ, ପୁରସ୍କାର ଶୋ କିମ୍ବା ଅନ୍ୟ କୌଣସି ପ୍ରୋଗ୍ରାମ ସହିତ ଜଡିତ ସୂଚନା ପାଇଁ, ଏହି ଗୁଗୁଲ୍ ଫର୍ମ ପୂରଣ କରନ୍ତୁ- https://forms.gle/sJdL4yWVaCpg838y6  l ଅଧିକ ସୂଚନା ପାଇଁ MFOI ର ଅଫିସିଆଲ୍ ୱେବସାଇଟ୍  https://millionairefarmer.in/  ପରିଦର୍ଶନ କରନ୍ତୁ l

Anika Bassi : 93542 19435
Megha Sharma : 9891668292
Poonam Biswakarma : 98188936522

କୃଷି-ସାମ୍ବାଦିକତା ପ୍ରତି ଆପଣଙ୍କ ସମର୍ଥନ ଦେଖାନ୍ତୁ

ପ୍ରିୟ ବନ୍ଧୁଗଣ, ଆମର ପାଠକ ହୋଇଥିବାରୁ ଆପଣଙ୍କୁ ଧନ୍ୟବାଦ । କୃଷି ସାମ୍ବାଦିକତାକୁ ଆଗକୁ ବଢ଼ାଇବା ପାଇଁ ଆପଣଙ୍କ ଭଳି ପାଠକ ଆମପାଇଁ ପ୍ରେରଣା । ଉଚ୍ଚମାନର କୃଷି ସାମ୍ବାଦିକତା ଯୋଗାଇଦେବାପାଇଁ ଏବଂ ଗ୍ରାମୀଣ ଭାରତର ପ୍ରତିଟି କୋଣରେ କୃଷକ ଓ ଲୋକଙ୍କ ପାଖରେ ପହଞ୍ଚିବା ପାଇଁ ଆମେ ଆପଣଙ୍କ ସମର୍ଥନ ଦରକାର କରୁଛୁ ।

ଆମ ଭବିଷ୍ୟତ ପାଇଁ ଆପଣଙ୍କ ପ୍ରତିଟି ଅର୍ଥଦାନ ମୂଲ୍ୟବାନ

ଏବେ ହିଁ କିଛି ଅର୍ଥଦାନ ନିଶ୍ଚୟ କରନ୍ତୁ (Contribute Now)