News

ଛତିଶଗଡ଼ ଧମତାରି ଠାରେ ଆୟୋଜିତ ହେଲା ସମ୍ରିଦ୍ଧ କିସାନ ଉତ୍ସବ

କୃଷି ବୈଜ୍ଞାନିକଙ୍କ ସହିତ ନିଜର ଚାଷ ସମ୍ବନ୍ଧୀୟ ଆଲୋଚନା କରିବାର ମଉକା ପାଇଥିଲେ ଚାଷୀ.....

11 June, 2024 3:35 PM IST By: Tanushree Mahapatra

ଆଜି ମଙ୍ଗଳବାର ଅର୍ଥାତ ଜୁନ ୧୧ ତାରିଖ ଛତିଶଗଡ଼ ଧମତାରି ଠାରେ ସମ୍ରିଦ୍ଧ କିସାନ ଉତ୍ସବ ଉତ୍ସବ ଆୟୋଜିତ ହୋଇଛି କୃଷି ଜାଗରଣ ଦ୍ୱାରା ଯାହାର ମୁଖ୍ୟ ପ୍ରାୟୋଜକ ରହିଛି ମହିନ୍ଦ୍ରା ଟ୍ରାକ୍ଟର l ଏହି ଏକ ଦିବସୀୟ କୃଷି ମେଳାରେ ଆଜି ଅନେକ କୃଷକ ଯୋଗ ଦେଇଥିଲେ l କୃଷି ବୈଜ୍ଞାନିକଙ୍କ ସହିତ ନିଜର ଚାଷ ସମ୍ବନ୍ଧୀୟ ଆଲୋଚନା କରିବାର ମଉକା ପାଇଥିଲେ ଚାଷୀ l ଉପସ୍ଥିତ ଥିବା ପ୍ରଗତିଶୀଳ ଚାଷୀଙ୍କୁ ସମ୍ମାନିତ ମଧ୍ୟ କରାଯାଇଥିଲା କୃଷି ଜାଗରଣ ଟିମ ତରଫରୁ l ମହିନ୍ଦ୍ରା ଟ୍ରାକ୍ଟର ର ଆକର୍ଷଣୀୟ ଅଫର ବିଷୟରେ ମଧ୍ୟ ଜାଣିବାକୁ ପାଇଥିଲେ l ନୂତନ ଜ୍ଞାନକୌଶଳରେ ପ୍ରସ୍ତୁତ ହୋଇଥିବା ଟ୍ରାକ୍ଟର ସମ୍ପର୍କରେ ଅନେକ କିଛି ଜାଣିଥିଲେ ମଧ୍ୟ l

ତେବେ ଆଜିର ଏହି ଏକ ଦିବସୀୟ କୃଷି ମେଳାରେ ଅନେକ ବିଶିଷ୍ଟ ବ୍ୟକ୍ତି ନିଜର ଯୋଗଦାନ ଦେଇଥିଲେ l ମୁଖ୍ୟ ଅତିଥି ଭାବେ ଶ୍ରୀମତୀ ପୂର୍ଣ୍ଣିମା ବନପେଲା ( ଜନପଦ ସଦସ୍ୟ, ଧମତାରି ), ଉପଦକ୍ଷତା କରିଥିଲେ କିସନ ନେତାମ ( ସରପଞ୍ଚ, ସେହରାଡବରୀ ),ସୁଶ୍ରୀ ରୋମ ଶ୍ରୀବାସ୍ତବ (ମୁଖ୍ୟ କାର୍ଯ୍ୟପାଳ ଅଧିକାରୀ ,ଜିଲ୍ଲା ପଞ୍ଚାୟତ, ଧମତାରି ) , ଶ୍ରୀ ମୋନେସ ସାହୁ , ଶ୍ରୀ ଦିଲୀପ ସିଂ କୁଶୱାହ ,ରମାକାନ୍ତ ଦ୍ୱିବେଦୀ ( ସିନିଅର ଏରିଆ ମ୍ୟାନେଜର , ମହିନ୍ଦ୍ରା ଟ୍ରାକ୍ଟର ) ,ଶ୍ରୀ ଅନୁପ ଶ୍ରୀବାସ୍ତବ ( Action Contratoin equipment ltd. ) ଉପସ୍ଥିତ ରହିଥିଲେ l

ମହିନ୍ଦ୍ରା ଟ୍ରାକ୍ଟର ପ୍ରଦର୍ଶିତ କାର୍ଯ୍ୟକ୍ରମ

ଏହି କାର୍ଯ୍ୟକ୍ରମର ମୁଖ୍ୟ ଆକର୍ଷଣ ହେଉଛି ମହିନ୍ଦ୍ରା ଟ୍ରାକ୍ଟରଗୁଡିକର ସର୍ବଶେଷ ଅଫର୍, ଯାହା ଚାଷ ପ୍ରଣାଳୀରେ ବୈପ୍ଲବିକ ଏବଂ ଉତ୍ପାଦନ ବୃଦ୍ଧି ପାଇଁ ପରିକଳ୍ପିତ ହେବ l ଏହି କାର୍ଯ୍ୟକ୍ରମରେ ଯୋଗଦେଉଥିବା କୃଷକମାନେ ନିଜ କ୍ଷେତ୍ରରେ ସର୍ବୋଚ୍ଚ ଫଳାଫଳ ପାଇଁ ଟ୍ରାକ୍ଟର ବ୍ୟବହାରକୁ ଅପ୍ଟିମାଇଜ୍ କରିବା ପାଇଁ ପ୍ରଦର୍ଶନ ଏବଂ ବିଶେଷଜ୍ଞ ମାର୍ଗଦର୍ଶନ ମଧ୍ୟ ଜାଣିବେ l

'MFOI ସମ୍ରିଦ୍ଧ କିସାନ୍ ଉତ୍ସବ' କୋଟିପତି ଚାଷୀଙ୍କ ଉଲ୍ଲେଖନୀୟ ସଫଳତାକୁ ସମ୍ମାନିତ କରିବ, ଯାହାର ଉତ୍ସର୍ଗ କୃଷି କ୍ଷେତ୍ରକୁ ଆଗକୁ ନେବାରେ ସାହାଯ୍ୟ କରୁଛି । ଅତିରିକ୍ତ ଭାବରେ, ପ୍ରଗତିଶୀଳ କୃଷକମାନେ କୃଷି କ୍ଷେତ୍ରରେ ନୂତନତ୍ୱ ଏବଂ ସ୍ଥିରତା ଦିଗରେ ସେମାନଙ୍କର ଅବଦାନ ପାଇଁ ସ୍ୱୀକୃତି ପାଇବେ ଯାହା କୃଷି କ୍ଷେତ୍ରରେ ଆଣିବା ବୈପ୍ଲବିକ ପରିବର୍ତ୍ତନ l ନିଜ ଚାଷ ପ୍ରଣାଳୀ ବିଷୟରେ ଆଲୋଚନା କରିବାର ମଉକା ପାଇଛନ୍ତି ଚାଷୀ l ନୂତନ ଜ୍ଞାନକୌଶଳ ଜାଣିବାରେ ସକ୍ଷମ ହେଉଛନ୍ତି ଚାଷୀ ଯାହା ତାଙ୍କ ଅମଳ ଓ ଆୟ ଦୁହିଁଙ୍କୁ ଦ୍ଵିଗୁଣ କରିବ l

MFOI ପୁରସ୍କାରରେ ଯୋଗଦେବା ପାଇଁ କ'ଣ କରିବେ ?

କୃଷକ, କୃଷି କମ୍ପାନୀ ଏବଂ କୃଷି କ୍ଷେତ୍ର ସହିତ ଜଡିତ ଅନ୍ୟମାନେ ମଧ୍ୟ MFOI ୨୦୨୪ ପୁରସ୍କାର ଏବଂ MFOI ସମୃଦ୍ଧ କିସାନ୍ ଉତ୍ସବ ୨୦୨୪ ର ଏକ ଅଂଶ ଗ୍ରହଣ କରିପାରିବେ l ଏଥିପାଇଁ କୃଷି ଜାଗରଣ ତୁମ ସମସ୍ତଙ୍କୁ ନିମନ୍ତ୍ରଣ କରୁଛି l MFOI ୨୦୨୪ କିମ୍ବା Samridh Kisan Utsav କାର୍ଯ୍ୟକ୍ରମରେ ନିଜ ଷ୍ଟଲ୍ ବୁକିଂ ପାଇଁ କିମ୍ବା ଯେକୌଣସି ପ୍ରକାରର ପ୍ରାୟୋଜକ ପାଇଁ, ଆପଣ କୃଷି ଜାଗରଣ ସହିତ ଯୋଗାଯୋଗ କରିପାରିବେ l ଏହି ସମୟରେ, ପୁରସ୍କାର ଶୋ କିମ୍ବା ଅନ୍ୟ କୌଣସି ପ୍ରୋଗ୍ରାମ ସହିତ ଜଡିତ ସୂଚନା ପାଇଁ, ଏହି ଗୁଗୁଲ୍ ଫର୍ମ ପୂରଣ କରନ୍ତୁ- https://forms.gle/sJdL4yWVaCpg838y6  l ଅଧିକ ସୂଚନା ପାଇଁ MFOI ର ଅଫିସିଆଲ୍ ୱେବସାଇଟ୍ https://millionairefarmer.in/  ପରିଦର୍ଶନ କରନ୍ତୁ l

Contact Us :
Sanjay Kumar : 93133 01029
Nishant Kumar: 99537 56433
Abdus Samad : 98918 89588

କୃଷି-ସାମ୍ବାଦିକତା ପ୍ରତି ଆପଣଙ୍କ ସମର୍ଥନ ଦେଖାନ୍ତୁ

ପ୍ରିୟ ବନ୍ଧୁଗଣ, ଆମର ପାଠକ ହୋଇଥିବାରୁ ଆପଣଙ୍କୁ ଧନ୍ୟବାଦ । କୃଷି ସାମ୍ବାଦିକତାକୁ ଆଗକୁ ବଢ଼ାଇବା ପାଇଁ ଆପଣଙ୍କ ଭଳି ପାଠକ ଆମପାଇଁ ପ୍ରେରଣା । ଉଚ୍ଚମାନର କୃଷି ସାମ୍ବାଦିକତା ଯୋଗାଇଦେବାପାଇଁ ଏବଂ ଗ୍ରାମୀଣ ଭାରତର ପ୍ରତିଟି କୋଣରେ କୃଷକ ଓ ଲୋକଙ୍କ ପାଖରେ ପହଞ୍ଚିବା ପାଇଁ ଆମେ ଆପଣଙ୍କ ସମର୍ଥନ ଦରକାର କରୁଛୁ ।

ଆମ ଭବିଷ୍ୟତ ପାଇଁ ଆପଣଙ୍କ ପ୍ରତିଟି ଅର୍ଥଦାନ ମୂଲ୍ୟବାନ

ଏବେ ହିଁ କିଛି ଅର୍ଥଦାନ ନିଶ୍ଚୟ କରନ୍ତୁ (Contribute Now)