News

ରାଜସ୍ଥାନ ଗଙ୍ଗନଗରରେ ଆୟୋଜିତ ହେଲା ସମ୍ରିଦ୍ଧ କିସାନ ଉତ୍ସବ

ଆଲୋଚ୍ୟ ବିଷୟ ରହିଥିଲା କପା ଚାଷ ଓ ସୋୟାବିନ ଚାଷରେ ରୋଗପୋକ ନିୟନ୍ତ୍ରଣ ଏବଂ ଟ୍ରାକ୍ଟର ରକ୍ଷଣାବେକ୍ଷଣ ଓ ମିଲେଟ ଚାଷ

25 July, 2024 6:06 PM IST By: Tanushree Mahapatra

କୃଷି ଜାଗରଣ ଦ୍ୱାରା ଆଜି ରାଜସ୍ଥାନ ଗଙ୍ଗନଗରରେ ଆୟୋଜିତ ହୋଇଥିଲା " ସମ୍ରିଦ୍ଧ କିସାନ ଉତ୍ସବ " l ଏହା ହେଉଛି ଏକ ଦିବସୀୟ କୃଷି ମେଳା l ଯାହା କୃଷି ଜାଗରଣ ଦେଶର ବିଭିନ୍ନ ରାଜ୍ୟରେ ଥିବା କୃଷି ବିଜ୍ଞାନ କେନ୍ଦ୍ରରେ ଏହାକୁ ଆୟୋଜିତ କରୁଛି l ଏହି କ୍ରମରେ ରାଜସ୍ଥାନର ଗଙ୍ଗନଗରରେ ଏହି କୃଷି ମେଳା ଆୟୋଜିତ କରାଯାଇଥିଲା l ଯେଉଁଠି ଅନେକ ଚାଷୀ ସାମିଲ ହୋଇଥିଲେ l

ପ୍ରଗତିଶୀଳ ଚାଷୀଙ୍କୁ କୃଷି ଜାଗରଣ ଟିମ ତରଫରୁ ସମ୍ମାନିତ ମଧ୍ୟ କରାଯାଇଥିଲା l ଆୟୋଜିତ ଏହି କାର୍ଯ୍ୟକ୍ରମର ମୁଖ୍ୟ ପ୍ରାୟୋଜକ ହେଉଛି ମହିନ୍ଦ୍ର ଟ୍ରାକ୍ଟର l ନ୍ୟାସନାଲ ସିଡ୍ସ କର୍ପୋରେସନର ସହଯୋଗ ରହିଥିବାବେଳେ ନଲେଜ ପାର୍ଟନର ରହିଛି ICAR l କୃଷି ବିଜ୍ଞାନ କେନ୍ଦ୍ର ଗଙ୍ଗନଗରରେ ଏହି କୃଷି ମେଳା ଆୟୋଜିତ କରାଯାଇଥିଲା l ଆଲୋଚ୍ୟ ବିଷୟ ରହିଥିଲା କପା ଚାଷ ଓ ସୋୟାବିନ ଚାଷରେ ରୋଗପୋକ ନିୟନ୍ତ୍ରଣ ଏବଂ ଟ୍ରାକ୍ଟର ରକ୍ଷଣାବେକ୍ଷଣ ଓ ମିଲେଟ ଚାଷ l ଏହି ମେଳାରେ ଚାଷୀଙ୍କ ସହିତ କୃଷି ବୈଜ୍ଞାନିକ ମଧ୍ୟ ଉପସ୍ଥିତ ରହିଥିଲେ l

ଆଜିର ଏହି କୃଷି ମେଳାରେ ଡଃ ସତୀଶ ଶର୍ମା (joint director agriculture ) , ଡଃ ବିଜୟ ପ୍ରକାଶ ( zonal director of Ars and dean of agriculture college ),  ସୀମା ଚାୱଲା ( senior scientist and kvk head ), କନ୍ଵଲଜିତ୍ ସିଂ (territory manager mahindra ) ଉପସ୍ଥିତ ରହିଥିଲେ l କନ୍ଵଲଜିତ୍ ସିଂ (territory manager mahindra ) ଚାଷୀଙ୍କ ସହିତ ଟ୍ରାକ୍ଟର ସମ୍ପର୍କରେ ଆଲୋଚନା କରିଥିଲେ l

ମହିନ୍ଦ୍ରା ଟ୍ରାକ୍ଟର ପ୍ରଦର୍ଶିତ କାର୍ଯ୍ୟକ୍ରମ :-

ଏହି କାର୍ଯ୍ୟକ୍ରମର ମୁଖ୍ୟ ଆକର୍ଷଣ ହେଉଛି ମହିନ୍ଦ୍ରା ଟ୍ରାକ୍ଟରଗୁଡିକର ସର୍ବଶେଷ ଅଫର୍, ଯାହା ଚାଷ ପ୍ରଣାଳୀରେ ବୈପ୍ଲବିକ ଏବଂ ଉତ୍ପାଦନ ବୃଦ୍ଧି ପାଇଁ ପରିକଳ୍ପିତ କରିଥାଏ ଏକ ନୂଆ ସ୍ବପ୍ନକୁ l ଏହି କାର୍ଯ୍ୟକ୍ରମରେ ଯୋଗଦେଉଥିବା କୃଷକମାନେ ନିଜ କ୍ଷେତ୍ରରେ ସର୍ବୋଚ୍ଚ ଫଳାଫଳ ପାଇଁ ଟ୍ରାକ୍ଟର ବ୍ୟବହାରକୁ ଅପ୍ଟିମାଇଜ୍ କରିବା ପାଇଁ ପ୍ରଦର୍ଶନ ଏବଂ ବିଶେଷଜ୍ଞଙ୍କ ମାର୍ଗଦର୍ଶନ ପାଇଥିଲେ l

For collaboration, partnership and sponsorship connect:-

Megha Sharma : 9891668292

Poonam Biswakarma : 98188936522

Anika Bassi : 9354219435

କୃଷି-ସାମ୍ବାଦିକତା ପ୍ରତି ଆପଣଙ୍କ ସମର୍ଥନ ଦେଖାନ୍ତୁ

ପ୍ରିୟ ବନ୍ଧୁଗଣ, ଆମର ପାଠକ ହୋଇଥିବାରୁ ଆପଣଙ୍କୁ ଧନ୍ୟବାଦ । କୃଷି ସାମ୍ବାଦିକତାକୁ ଆଗକୁ ବଢ଼ାଇବା ପାଇଁ ଆପଣଙ୍କ ଭଳି ପାଠକ ଆମପାଇଁ ପ୍ରେରଣା । ଉଚ୍ଚମାନର କୃଷି ସାମ୍ବାଦିକତା ଯୋଗାଇଦେବାପାଇଁ ଏବଂ ଗ୍ରାମୀଣ ଭାରତର ପ୍ରତିଟି କୋଣରେ କୃଷକ ଓ ଲୋକଙ୍କ ପାଖରେ ପହଞ୍ଚିବା ପାଇଁ ଆମେ ଆପଣଙ୍କ ସମର୍ଥନ ଦରକାର କରୁଛୁ ।

ଆମ ଭବିଷ୍ୟତ ପାଇଁ ଆପଣଙ୍କ ପ୍ରତିଟି ଅର୍ଥଦାନ ମୂଲ୍ୟବାନ

ଏବେ ହିଁ କିଛି ଅର୍ଥଦାନ ନିଶ୍ଚୟ କରନ୍ତୁ (Contribute Now)