News

ହୁଗୁଳୀରେ ସଫଳ ହେଲା ସମ୍ରିଦ୍ଧ କିସାନ ଉତ୍ସବ

କୃଷି ଜାଗରଣ ତରଫରୁ ହୁଗୁଳୀ ଠାରେ ସମ୍ରିଦ୍ଧ କିସାନ ଉତ୍ସବ ଆୟୋଜିତ କରାଯାଇଥିଲା କୃଷି ଜାଗରଣ ତରଫରୁ l

09 July, 2024 4:10 PM IST By: Tanushree Mahapatra

କୃଷି ଜାଗରଣ ଦ୍ୱାରା ଆୟୋଜିତ ହୋଇଥିବା MFOI ୨୦୨୩ ପୁରସ୍କାର ଆୱାର୍ଡ ସୋ ସଫଳ ହେବାପରେ ଏହି ପୁରସ୍କାର ସୋ ଅଧୀନରେ ଦୁଇଟି ନୂଆ କାର୍ଯ୍ୟକ୍ରମ କିମ୍ବା ନୂଆ ପଦକ୍ଷେପ ଆରମ୍ଭ ହୋଇଥିଲା l ଯାହାର ନାମ ରହିଥିଲା ସମ୍ରିଦ୍ଧ କିସାନ ଉତ୍ସବ ଏବଂ MFOI VVIF କିସାନ ଭାରତ ଯାତ୍ରା l

କୃଷକମାନଙ୍କୁ ଏକ ପ୍ଲାଟଫର୍ମ ଯୋଗାଇବା MFOI Samridh Kisan Utsav 2024 ର ମୂଳ ଉଦ୍ଦେଶ୍ୟ l ଯାହା ମାଧ୍ୟମରେ ଚାଷୀଙ୍କ ମଧ୍ୟରେ ଜ୍ଞାନର ଆଦାନ ପ୍ରଦାନ ହେବ ଏବଂ କୃଷକମାନେ କୃଷିରେ ନୂତନ ପରୀକ୍ଷଣ କରି ସେମାନଙ୍କର ଆୟ ବୃଦ୍ଧି କରିପାରିବେ l କୃଷି ଜାଗରଣ ଦ୍ୱାରା ଆୟୋଜିତ ହେଉଥିବା ଏହି ସମସ୍ତ କାର୍ଯ୍ୟକ୍ରମର ମୁଖ୍ୟ ପ୍ରାୟୋଜକ ରହିଛି ମହିନ୍ଦ୍ରା ଟ୍ରାକ୍ଟର l

କୃଷି ସମ୍ବନ୍ଧୀୟ ନୂତନ କୌଶଳ ସହିତ କୃଷି ସମ୍ବନ୍ଧୀୟ ସୂଚନା ପାଇପାରିବେ ଏବଂ ସେମାନଙ୍କର ଧାରଣା ମଧ୍ୟ ବାଣ୍ଟିପାରିବେ ଅନ୍ୟ ଚାଷୀଙ୍କ ସହିତ l ଏହା ବ୍ୟତୀତ ସମ୍ରିଦ୍ଧ କିସାନ ଉତ୍ସବରେ କୃଷକମାନଙ୍କୁ କୃଷି ଜାଗରଣ ଦ୍ୱାରା ନିଆଯାଇଥିବା ସ୍ୱତନ୍ତ୍ର ପଦକ୍ଷେପ ' ମିଲେନିୟର୍ ଫାର୍ମର ଅଫ୍ ଇଣ୍ଡିଆ' ପୁରସ୍କାର ବିଷୟରେ ମଧ୍ୟ ଅବଗତ କରାଯାଉଛି । ଯାହାଫଳରେ କୃଷକମାନେ MFOI ବିଷୟରେ ଅଧିକ ଜାଣିପାରିବେ l ଏହି କ୍ରମରେ ଆଜି କୃଷି ଜାଗରଣ ତରଫରୁ ହୁଗୁଳୀ ଠାରେ ସମ୍ରିଦ୍ଧ କିସାନ ଉତ୍ସବ ଆୟୋଜିତ କରାଯାଇଥିଲା କୃଷି ଜାଗରଣ ତରଫରୁ l

ଡଃ ସୁଭଦ୍ଵୀପ ନାଥ ( dist horticulture officer, hooghly) ସ୍ୱାଗତ ଭାଷଣ ଦେଇ କାର୍ଯ୍ୟକ୍ରମ ଆରମ୍ଭ କରିଥିଲେ l ଉଦ୍ୟାନକୃଷି ବିଷୟରେ ସମସ୍ତ ଯୋଜନା ଚାଷୀଙ୍କୁ ବୁଝାଇଥିଲେ l ଅମିତାଭ ବାନାର୍ଜୀ ( asst director extension education ,BCKV) ମୁଖ୍ୟ ଅତିଥିଙ୍କୁ ସ୍ୱାଗତ କରିଥିଲେ l ଶ୍ରୀ ଦେବେଶ ଚନ୍ଦ୍ର ଦାସ(dy.director of agriculture( WBP) & PD, ATMA , Hooghly )  ଆତ୍ମା ଯୋଜନା ( ATMA scheme ) ବିଷୟରେ ଚାଷୀଙ୍କ ସହ ଆଲୋଚନା କରିଥିଲେ l ଅନ୍ୟପଟେ ଡଃ ପ୍ରତାପ ମୁଖୋପାଧ୍ୟାୟ ( ex principal scientist, ICAR -CIFA , bbsr ) ,  ଶ୍ରୀ ମଦନ ମୋହନ କୋଲେ ( krishi karmadhaksya , Hooghly )  ,  ଡଃ କୌଶିକ ବ୍ରହ୍ମଚାରୀ ( director of extension education, BCKV ) , ଡଃ ବିଶ୍ୱଜିତ୍ ସରକାର, ଶ୍ରୀଯୁକ୍ତ ସାଗର ତମାଙ୍ଗ ( Hooghly kvk ) ଚାଷୀଙ୍କ ସହ ଭିନ୍ନ ଭିନ୍ନ ବିଷୟ ଉପରେ ଅଲାଚନା କରିଥିଲେ l ଏହି ଏକ ଦିବସୀୟ କୃଷି ମେଳା ହୁଗୁଳୀ କୃଷି ବିଜ୍ଞାନ କେନ୍ଦ୍ରରେ ଆୟୋଜିତ କରାଯାଇଥିଲା l

ଅଧିକ ପଢ଼ନ୍ତୁ

ମଧ୍ୟପ୍ରଦେଶ ଛିନ୍ଦୱାରାରେ ସମ୍ରିଦ୍ଧ କିସାନ ଉତ୍ସବ

Ayushman Bharat Yojana: ଚିକିତ୍ସା ପାଇଁ କିପରି ଅଭିଯୋଗ କରିବେ ?

କୃଷି-ସାମ୍ବାଦିକତା ପ୍ରତି ଆପଣଙ୍କ ସମର୍ଥନ ଦେଖାନ୍ତୁ

ପ୍ରିୟ ବନ୍ଧୁଗଣ, ଆମର ପାଠକ ହୋଇଥିବାରୁ ଆପଣଙ୍କୁ ଧନ୍ୟବାଦ । କୃଷି ସାମ୍ବାଦିକତାକୁ ଆଗକୁ ବଢ଼ାଇବା ପାଇଁ ଆପଣଙ୍କ ଭଳି ପାଠକ ଆମପାଇଁ ପ୍ରେରଣା । ଉଚ୍ଚମାନର କୃଷି ସାମ୍ବାଦିକତା ଯୋଗାଇଦେବାପାଇଁ ଏବଂ ଗ୍ରାମୀଣ ଭାରତର ପ୍ରତିଟି କୋଣରେ କୃଷକ ଓ ଲୋକଙ୍କ ପାଖରେ ପହଞ୍ଚିବା ପାଇଁ ଆମେ ଆପଣଙ୍କ ସମର୍ଥନ ଦରକାର କରୁଛୁ ।

ଆମ ଭବିଷ୍ୟତ ପାଇଁ ଆପଣଙ୍କ ପ୍ରତିଟି ଅର୍ଥଦାନ ମୂଲ୍ୟବାନ

ଏବେ ହିଁ କିଛି ଅର୍ଥଦାନ ନିଶ୍ଚୟ କରନ୍ତୁ (Contribute Now)