News

ଜଲୋରରେ ଏକ ଦିବସୀୟ କୃଷି ମେଳା ସଫଳ

କୃଷି ମେଳାରେ ୧୫୦ ରୁ ଅଧିକ ଚାଷୀ ସାମିଲ !

27 August, 2024 4:58 PM IST By: Tanushree Mahapatra

ରାଜସ୍ଥାନ ଜଲୋରରେ ଏକ ଦିବସୀୟ କୃଷି ମେଳା ସଫଳ ହୋଇଛି l ଏହି କୃଷି ମେଳାର ନାଁ ହେଉଛି " ସମ୍ରିଦ୍ଧ କିସାନ ଉତ୍ସବ " l କୃଷି ଜାଗରଣ ଦ୍ୱାରା ଆୟୋଜିତ ହୋଇଥିବା ଏହି କୃଷି ମେଳାର ନଲେଜ ପାର୍ଟନର ରହିଛି ICAR l

ଏହି କୃଷି ମେଳାର ମୁଖ୍ୟ ପ୍ରାୟୋଜକ ହେଉଛି ମହିନ୍ଦ୍ରା ଟ୍ରାକ୍ଟର l ଆୟୋଜିତ ହୋଇଥିବା ଏହି କୃଷି ମେଳାରେ ୧୫୦ ରୁ ଅଧିକ ଚାଷୀ ସାମିଲ ହୋଇଥିଲେ l ଚାଷୀ ଓ ବୈଜ୍ଞାନିକ ଏକାଠି ବିଭିନ୍ନ ବେ ଉପରେ ଆଲୋଚନା କରିଥିଲେ l ଚାଷୀଙ୍କ ଉଦ୍ଦେଶ୍ୟରେ ଏହି କୃଷି ମେଳା କୃଷି ଜାଗରଣ ଦ୍ୱାରା ଆୟୋଜିତ କରାଯାଉଛି l ଏହା ସହିତ କୃଷି ଜାଗରଣ ଦ୍ୱାରା ଆୟୋଜିତ ହେବାକୁ ଥିବା " ମିଲେନିୟର୍ ଫାର୍ମର ଅଫ ଇଣ୍ଡିଆ ପୁରସ୍କାର ୨୦୨୪ " ବିଷୟରେ ମଧ୍ୟ ଚାଷୀଙ୍କୁ ଅବଗତ କରାଯାଉଛି l ଆଜିର କାର୍ଯ୍ୟକ୍ରମକୁ କୃଷି ବିଭାଗ ଓ କୃଷି ବିଜ୍ଞାନ କେନ୍ଦ୍ରର ସମ୍ପୁର୍ଣ୍ଣ ସହଯୋଗ ରହିଥିଲା l

ଚାଷୀଙ୍କ ପାଇଁ ଆୟୋଜିତ ହୋଇଥିବା ଏହି କୃଷି ମେଳାର ମୁଖ୍ୟ ବୈସେଵାସ୍ତୁ ରହିଥିଲା " ଡାଳିମ୍ବ ଚାଷରେ ରୋଗ ପୋକ ନିୟନ୍ତ୍ରଣ , ମିଲେଟ ଚାଷ ଏବଂ ଟ୍ରାକ୍ଟର ଶିଳ୍ପ ଏବଂ ଏହାର ରକ୍ଷଣାବେକ୍ଷଣ " l ବୈଜ୍ଞାନିକ ଚାଷୀଙ୍କ ସହିତ ଡାଳିମ୍ବ ଚାଷ , ମିଲେଟ ଚାଷ ରେ ଚାଷୀ କେଉଁ କ୍ଷେତ୍ରରେ ସମସ୍ୟାର ସମ୍ମୁଖୀନ ହେଉଛନ୍ତି ସେ ସମସ୍ତ ବିଷୟ ଆଲୋଚନା କରିଥିଲେ l ସଫଳ ଚାଷୀ ନିଜ ନିଜର ସଫଳ କାହାଣୀ ବଖାଣିଥିଲେ l କୃଷି ଜାଗରଣର ଯାତ୍ରାର ଏକ ଝଲକ ଚାଷୀଙ୍କ ଆଗରେ ଭିଡିଓ ମାଧ୍ୟମରେ ପରିବେଷଣ କରାଯାଇଥିଲା l ପରେ ଚାଷୀଙ୍କ ଆଗରେ ଉପସ୍ଥିତ ଥିବା କମ୍ପାନୀ ନିଜ ନିଜର ଦ୍ରବ୍ୟ ଏବଂ ଉପକରଣ ବିଷୟରେ ଚାଷୀଙ୍କ ସହିତ ଆଲୋଚନା କରିଥିଲେ l ଶେଷରେ ପ୍ରଗତିଶୀଳ ଚାଷୀଙ୍କୁ ସମ୍ମାନିତ ମଧ୍ୟ କରାଯାଇଥିଲା ପରେ ଚାଷୀ ସମସ୍ତ ଷ୍ଟଲ ପରିଦର୍ଶନ କରିଥିଲେ l

ମହିନ୍ଦ୍ରା ଟ୍ରାକ୍ଟର ପ୍ରଦର୍ଶିତ କାର୍ଯ୍ୟକ୍ରମ :-

ଏହି କାର୍ଯ୍ୟକ୍ରମର ମୁଖ୍ୟ ଆକର୍ଷଣ ହେଉଛି ମହିନ୍ଦ୍ରା ଟ୍ରାକ୍ଟରଗୁଡିକର ସର୍ବଶେଷ ଅଫର୍, ଯାହା ଚାଷ ପ୍ରଣାଳୀରେ ବୈପ୍ଲବିକ ଏବଂ ଉତ୍ପାଦନ ବୃଦ୍ଧି ପାଇଁ ପରିକଳ୍ପିତ କରିଥାଏ ଏକ ନୂଆ ସ୍ବପ୍ନକୁ l ଏହି କାର୍ଯ୍ୟକ୍ରମରେ ଯୋଗଦେଉଥିବା କୃଷକମାନେ ନିଜ କ୍ଷେତ୍ରରେ ସର୍ବୋଚ୍ଚ ଫଳାଫଳ ପାଇଁ ଟ୍ରାକ୍ଟର ବ୍ୟବହାରକୁ ଅପ୍ଟିମାଇଜ୍ କରିବା ପାଇଁ ପ୍ରଦର୍ଶନ ଏବଂ ବିଶେଷଜ୍ଞଙ୍କ ମାର୍ଗଦର୍ଶନ ପାଇଥିଲେ l

ଅଧିକ ପଢ଼ନ୍ତୁ

ବର୍ଷିରେ ଆୟୋଜିତ ହେଲା ସମ୍ରିଦ୍ଧ କିସାନ ଉତ୍ସବ

ରାଇଚୁର kvk ରେ ସମ୍ରିଦ୍ଧ କିସାନ ଉତ୍ସବ

କୃଷି-ସାମ୍ବାଦିକତା ପ୍ରତି ଆପଣଙ୍କ ସମର୍ଥନ ଦେଖାନ୍ତୁ

ପ୍ରିୟ ବନ୍ଧୁଗଣ, ଆମର ପାଠକ ହୋଇଥିବାରୁ ଆପଣଙ୍କୁ ଧନ୍ୟବାଦ । କୃଷି ସାମ୍ବାଦିକତାକୁ ଆଗକୁ ବଢ଼ାଇବା ପାଇଁ ଆପଣଙ୍କ ଭଳି ପାଠକ ଆମପାଇଁ ପ୍ରେରଣା । ଉଚ୍ଚମାନର କୃଷି ସାମ୍ବାଦିକତା ଯୋଗାଇଦେବାପାଇଁ ଏବଂ ଗ୍ରାମୀଣ ଭାରତର ପ୍ରତିଟି କୋଣରେ କୃଷକ ଓ ଲୋକଙ୍କ ପାଖରେ ପହଞ୍ଚିବା ପାଇଁ ଆମେ ଆପଣଙ୍କ ସମର୍ଥନ ଦରକାର କରୁଛୁ ।

ଆମ ଭବିଷ୍ୟତ ପାଇଁ ଆପଣଙ୍କ ପ୍ରତିଟି ଅର୍ଥଦାନ ମୂଲ୍ୟବାନ

ଏବେ ହିଁ କିଛି ଅର୍ଥଦାନ ନିଶ୍ଚୟ କରନ୍ତୁ (Contribute Now)