News

ଯୋଧପୁରରେ ଆୟୋଜିତ ହେଲା ସମ୍ରିଦ୍ଧ କିସାନ ଉତ୍ସବ

ରୋଗପୋକ ଏବଂ କୀଟନାଶକ ପରିଚାଳନା , ଟ୍ରାକ୍ଟର ଶିଳ୍ପ , ଟ୍ରାକ୍ଟର ରକ୍ଷଣାବେକ୍ଷଣ ଏବଂ ମିଲେଟ ଚାଷ ଉପରେ ଆଲୋକପାତ କରାଯାଇଥିଲା

30 July, 2024 5:39 PM IST By: Tanushree Mahapatra

ରାଜସ୍ଥାନ ଯୋଧପୁରରେ କୃଷି ଜାଗରଣ ତରଫରୁ ସମ୍ରିଦ୍ଧ କିସାନ ଉତ୍ସବ ଆୟୋଜନ କରାଯାଇଥିଲା l ଯାହାର ନଲେଜ ପାର୍ଟନର ରହିଛି ICAR l ଧାନୁକା ଏଗ୍ରିଟେକ କମ୍ପାନୀର ସହଯୋଗ ରହିଛି ଏହି ଏକ ଦିବସୀୟ କୃଷି ମେଳାକୁ l ମହିନ୍ଦ୍ରା ଟ୍ରାକ୍ଟର ରହିଛି ଏହି କୃଷି ମେଳାର ମୁଖ୍ୟ ପ୍ରାୟୋଜକ l

ଆୟୋଜିତ ହୋଇଥିବା ଏହି କୃଷି ମେଳାରେ ୧୭୫ ରୁ ଅଧିକ ଚାଷୀ ସାମିଲ ହୋଇଥିଲେ l ଏହି ଚାଷୀଙ୍କ ମଧ୍ୟରେ ରହିଥିବା ପ୍ରଗତିଶୀଳ ଚାଷୀଙ୍କୁ ସମ୍ମାନିତ କରାଯାଇଥିଲା କୃଷି ଜାଗରଣ ତରଫରୁ l ଯୋଧପୁର କୃଷି ବିଜ୍ଞାନ କେନ୍ଦ୍ରରେ ଏହି କୃଷି ମେଳା ଆୟୋଜନ କରାଯାଇଥିଲା ଯାହାକୁ ଯୋଧପୁର କୃଷି ବିଭାଗର ସହଯୋଗ ମିଳିଥିଲା l ରୋଗପୋକ ଏବଂ କୀଟନାଶକ ପରିଚାଳନା , ଟ୍ରାକ୍ଟର ଶିଳ୍ପ , ଟ୍ରାକ୍ଟର ରକ୍ଷଣାବେକ୍ଷଣ ଏବଂ ମିଲେଟ ଚାଷ ଉପରେ ଆଲୋକପାତ କରାଯାଇଥିଲା l

ଆଜିର ଏହି କୃଷି ମେଳାରେ ଚାଷୀଙ୍କୁ ଏବଂ ମୁଖ୍ୟ ଅତିଥିଙ୍କୁ ଡଃ ବିଏସ ରାଠୋର ( CAZRI,Jodhpur) କେଭିକେ ମୁଖ୍ୟ ସ୍ୱାଗତ କରିଥିଲେ l ଡଃ ଆର୍ ଆର୍ ମୋଗୱାଲ୍ (  sms agro),ଡଃ ଏ ମୋନିକା (sms plant protection ),ଡଃ ଚନ୍ଦନ  ( M.R SMS horticulture ),ବାବୁ ରାମ ଜୟା ( horticulture officer ),ଡଃ ମନୋହର ସିଂହ ( BAO ) ,ଖେମାରମ୍ ଜୟା ( sarpanch GP of dudhabera balesar ),ଏମ୍ ସାଇନି ( ASM Dhanuka agritech Ltd ),ଭରତ ସିଂହ ବେନିୱାଲ ( territory manager mahindra tractor ) ଉପସ୍ଥିତ ଥିଲେ l

ଡଃ ଆର୍ ଆର୍ ମୋଗୱାଲ୍ ସ୍ୱାଗତ ଭାଷଣ ଦେଇ କାର୍ଯ୍ୟକ୍ରମ ଆରମ୍ଭ କରିଥିଲେ l ଏହାପରେ ପ୍ରଗତିଶୀଳ ଚାଷୀ ନିଜ ସଫଳତାର କାହାଣୀ ଅନ୍ୟ ଚାଷୀଙ୍କୁ କହିଥିଲେ l ଭରତ ସିଂହ ବେନିୱାଲ ( territory manager mahindra tractor ) ଉପସ୍ଥିତ ଚାଷୀଙ୍କ ସହିତ ଟ୍ରାକ୍ଟର ଶିଳ୍ପ ବିଷୟରେ ଆଲୋଚନା କରିଥିଲେ l ଏମ୍ ସାଇନି ( ASM Dhanuka agritech Ltd ) ନିଜ କମ୍ପାନୀ ବିଷୟରେ ସୂଚନା ପ୍ରଦାନ କରିଥିଲେ ଚାଷୀଙ୍କୁ l ଡଃ ବିଏସ ରାଠୋର କେଭିକେର ଭୂମିକା ଚାଷ କ୍ଷେତ୍ରରେ ଏବଂ ଚାଷୀଙ୍କୁ ପ୍ରଦାନ କରାଯାଉଥିବା ଟ୍ରେନିଂ ବିଷୟରେ ଆଲୋଚନା କରିଥିଲେ l ଡଃ ଚନ୍ଦନ ଫଳ ଚାଷ ଭିତରେ ବିଷୟରେ ଚାଷୀଙ୍କୁ ସୂଚନା ପ୍ରଦାନ କରିଥିଲେ l ଡଃ ଏ ମୋନିକା ରୋଗପୋକ ଏବଂ କୀଟନାଶକ ବିଷୟରେ ଆଲୋଚନା କରିଥିଲେ ଚାଷୀଙ୍କ ସହିତ l ଏହିପରି ଅନ୍ୟ ସମସ୍ତେ ଚାଷୀଙ୍କ ସହିତ ଭିନ୍ନ ଭିନ୍ନ ବିଷୟରେ ଆଲୋଚନା କରିଥିଲେ l

For collaboration, partnership and sponsorship connect:-
Nishant Kumar : 99537 56433
Megha Sharma: 9891668292
Poonam Biswakarma: 9818893652

କୃଷି-ସାମ୍ବାଦିକତା ପ୍ରତି ଆପଣଙ୍କ ସମର୍ଥନ ଦେଖାନ୍ତୁ

ପ୍ରିୟ ବନ୍ଧୁଗଣ, ଆମର ପାଠକ ହୋଇଥିବାରୁ ଆପଣଙ୍କୁ ଧନ୍ୟବାଦ । କୃଷି ସାମ୍ବାଦିକତାକୁ ଆଗକୁ ବଢ଼ାଇବା ପାଇଁ ଆପଣଙ୍କ ଭଳି ପାଠକ ଆମପାଇଁ ପ୍ରେରଣା । ଉଚ୍ଚମାନର କୃଷି ସାମ୍ବାଦିକତା ଯୋଗାଇଦେବାପାଇଁ ଏବଂ ଗ୍ରାମୀଣ ଭାରତର ପ୍ରତିଟି କୋଣରେ କୃଷକ ଓ ଲୋକଙ୍କ ପାଖରେ ପହଞ୍ଚିବା ପାଇଁ ଆମେ ଆପଣଙ୍କ ସମର୍ଥନ ଦରକାର କରୁଛୁ ।

ଆମ ଭବିଷ୍ୟତ ପାଇଁ ଆପଣଙ୍କ ପ୍ରତିଟି ଅର୍ଥଦାନ ମୂଲ୍ୟବାନ

ଏବେ ହିଁ କିଛି ଅର୍ଥଦାନ ନିଶ୍ଚୟ କରନ୍ତୁ (Contribute Now)