News

କରିମନଗରରେ ସମ୍ରିଦ୍ଧ କିସାନ ଉତ୍ସବ

କୃଷି ଜାଗରଣ ତରଫରୁ ଆଜି କରିମନଗର କୃଷି ବିଜ୍ଞାନ କେନ୍ଦ୍ରରେ " ସମ୍ରିଦ୍ଧ କିସାନ ଉତ୍ସବ " ଆୟୋଜିତ କରାଯାଇଥିଲା l

13 August, 2024 5:48 PM IST By: Sudesna Nayak

କୃଷି ଜାଗରଣ (krishi jagran)ମିଡ଼ିଆ ତରଫରୁ ଆଜି ତେଲେଙ୍ଗନା ରାଜ୍ୟର କରିମନଗର କୃଷି ବିଜ୍ଞାନ କେନ୍ଦ୍ରରେ " ସମ୍ରିଦ୍ଧ କିସାନ ଉତ୍ସବ " ଆୟୋଜିତ କରାଯାଇଥିଲା l ଏହା ହେଉଛି ଚାଷୀମାନଙ୍କ ପାଇଁ ଏକ ଦିବସୀୟ କୃଷି ମେଳା l ଯାହାର ମୁଖ୍ୟ ପ୍ରାୟୋଜକ ରହିଛି ମହିନ୍ଦ୍ରା ଟ୍ରାକ୍ଟର l ସମ୍ରିଦ୍ଧ କିସାନ ଉତ୍ସବ ହେଉଛି ଏକ ଦିବସୀୟ କୃଷି ମେଳା l

କୃଷକମାନଙ୍କୁ ଏକ ପ୍ଲାଟଫର୍ମ ଯୋଗାଇବା ହେଉଛି MFOI Samridh Kisan Utsav 2024 ର ମୂଳ ଉଦ୍ଦେଶ୍ୟ l ଯାହା ମାଧ୍ୟମରେ ଚାଷୀଙ୍କ ମଧ୍ୟରେ ଜ୍ଞାନର ଆଦାନ ପ୍ରଦାନ ହେବ ଏବଂ କୃଷକମାନେ କୃଷିରେ ନୂତନ ପରୀକ୍ଷଣ କରି ସେମାନଙ୍କର ଆୟ ବୃଦ୍ଧି କରିପାରିବେ l ଏହି କୃଷି ମେଳାରେ 180 ରୁ ଅଧିକ ଚାଷୀ ସାମିଲ ହୋଇଥିଲେ l ଏହି କାର୍ଯ୍ୟକ୍ରମରେ, ଧାନୁକା ଏବଂ ଏନଏସସି କମ୍ପାନୀର ସହଯୋଗ ଥିଲା।

ତେବେ ଆଜିର ଏହି ଏକ ଦିବସୀୟ କୃଷି ମେଳାରେ ଡକ୍ଟର. ଏନ. ଭେଙ୍କାଟେଶ୍ବର ରାଓ (Dr. N. Venkateshwar Rao), Sr. Scientist and Head, KVK-Karimnagar,ଡକ୍ଟର. ରାମ ଚନ୍ଦ୍ର ରାଓ (Dr. Ram Chandra Rao),Retd. ADA,ଜେ.ବିଜୟ (Mr. J. Vijay), Scientist, Agronomy, KVK- Karimnagar,ଡି. ଶ୍ରିନିବାସ ରେଡ୍ଡୀ (Mr. D. Srinivas Reddy), Entomology Scientist, KVK-Karimnagar,ଡକ୍ଟର. ଏଲ୍.ମହେଶ (Dr. L. Mahesh), Extension Scientist, KVK- Karimnagar,ଡକ୍ଟର. ଜି.ଭେନୁଗୋପାଲ (Dr. G. Venugopal), Horticulture Scientist, KVK- Karimnagar,ନଭ୍ୟଥା (Ms. Navyatha), Marketing Manager, National Seed Corporation, Warangal, Telangana,କାର୍ତ୍ତିକାୟ (Mr. Karthikay), Regional Wing, Dhanuka Pvt. Ltd.,ନରେନ୍ଦ୍ର (Mr. Narender), Area Manager, Mahindra & Mahindra ଆଦି ବ୍ୟକ୍ତି ଗଣମାନେ ଉପସ୍ଥିତ ରହିଥିଲେ l ମହିନ୍ଦ୍ରା ଟ୍ରାକ୍ଟର କର୍ମଚାରୀ ଚାଷୀଙ୍କ ସହିତ ବିଭିନ୍ନ ଟ୍ରାକ୍ଟର ବିଷୟରେ ଆଲୋଚନା କରିଥିଲେ l

MFOI 2024 କ’ଣ?

MFOI / Millionaire Farmer of India Award କୃଷକମାନଙ୍କୁ ଏକ ସ୍ୱତନ୍ତ୍ର ପରିଚୟ ଦେବାରେ ସାହାଯ୍ୟ କରେ | ଦେଶର କୃଷକମାନଙ୍କୁ ଏକ ସ୍ବତନ୍ତ୍ର ପରିଚୟ ଦେବା ପାଇଁ କୃଷି ଜାଗରଣ 'ମିଲେନିୟର୍ ଫାର୍ମର ଅଫ ଇଣ୍ଡିଆ ପୁରଷ୍କାର' ଶୋ ର ପଦକ୍ଷେପ ଆରମ୍ଭ କରିଛନ୍ତି, ଯାହା ମାଧ୍ୟମରେ କୃଷକମାନଙ୍କୁ ରାଷ୍ଟ୍ରୀୟ ସ୍ତରରେ ଏକ ସ୍ବତନ୍ତ୍ର ପରିଚୟ ମିଳିବ ।

ବରଗଡ଼ରେ ସମ୍ରିଦ୍ଧ କିସାନ ଉତ୍ସବ

ବାଲେଶ୍ୱର kvk ରେ ଆୟୋଜିତ ହେଲା ସମ୍ରିଦ୍ଧ କିସାନ ଉତ୍ସବ

କୃଷି-ସାମ୍ବାଦିକତା ପ୍ରତି ଆପଣଙ୍କ ସମର୍ଥନ ଦେଖାନ୍ତୁ

ପ୍ରିୟ ବନ୍ଧୁଗଣ, ଆମର ପାଠକ ହୋଇଥିବାରୁ ଆପଣଙ୍କୁ ଧନ୍ୟବାଦ । କୃଷି ସାମ୍ବାଦିକତାକୁ ଆଗକୁ ବଢ଼ାଇବା ପାଇଁ ଆପଣଙ୍କ ଭଳି ପାଠକ ଆମପାଇଁ ପ୍ରେରଣା । ଉଚ୍ଚମାନର କୃଷି ସାମ୍ବାଦିକତା ଯୋଗାଇଦେବାପାଇଁ ଏବଂ ଗ୍ରାମୀଣ ଭାରତର ପ୍ରତିଟି କୋଣରେ କୃଷକ ଓ ଲୋକଙ୍କ ପାଖରେ ପହଞ୍ଚିବା ପାଇଁ ଆମେ ଆପଣଙ୍କ ସମର୍ଥନ ଦରକାର କରୁଛୁ ।

ଆମ ଭବିଷ୍ୟତ ପାଇଁ ଆପଣଙ୍କ ପ୍ରତିଟି ଅର୍ଥଦାନ ମୂଲ୍ୟବାନ

ଏବେ ହିଁ କିଛି ଅର୍ଥଦାନ ନିଶ୍ଚୟ କରନ୍ତୁ (Contribute Now)