News

ବିହାର କଟିହାରରେ ଆୟୋଜିତ ହେଲା ସମ୍ରିଦ୍ଧ କିସାନ ଉତ୍ସବ

ଏହି ମେଳାକୁ ସୋମାନି ସିଡ୍ସ ଏବଂ ଜେସିବି କମ୍ପାନୀର ସହଯୋଗ ରହିଥିଲା

07 August, 2024 4:22 PM IST By: Tanushree Mahapatra

ବିହାର କଟିହାରରେ ଆୟୋଜିତ ହେଲା ସମ୍ରିଦ୍ଧ କିସାନ ଉତ୍ସବ l କୃଷି ଜାଗରଣ ଦ୍ୱାରା ଆୟୋଜିତ ହୋଇଥିବା ଏହି ଏକ ଦିବସୀୟ କୃଷି ମେଳାର ମୁଖ୍ୟ ପ୍ରାୟୋଜକ ହେଉଛି ମହିନ୍ଦ୍ରା ଟ୍ରାକ୍ଟର l କଟିହାରରେ ଅବସ୍ଥିତ କୃଷି ବିଜ୍ଞାନ କେନ୍ଦ୍ରରେ ଏହି କୃଷି ମେଳା ଆୟୋଜିତ ହୋଇଥିଲା l

ଏହି ମେଳାକୁ ସୋମାନି ସିଡ୍ସ ଏବଂ ଜେସିବି କମ୍ପାନୀର ସହଯୋଗ ରହିଥିଲା l ରୋଗପୋକ ନିୟନ୍ତ୍ରଣ ସହିତ ଟ୍ରାକ୍ଟର ରକ୍ଷଣାବେକ୍ଷଣ ବିଷୟରେ ଆଲୋଚନା କରାଯାଇଥିଲା l କୃଷି ବୈଜ୍ଞାନିକଙ୍କ ସହିତ ଚାଷୀ ବିଭିନ୍ନ ବିଷୟ ଉପରେ ଆଲୋଚନା କରିଥିଲେ l ଏଥିରେ ଅନେକ ଚାଷୀ ସାମିଲ ହୋଇଥିଲେ l ପ୍ରଗତିଶୀଳ ଚାଷୀଙ୍କୁ କୃଷି ଜାଗରଣ ତରଫରୁ ସମ୍ମାନିତ ମଧ୍ୟ କରାଯାଇଥିଲା l

ଏହି କୃଷି ମେଳାରେ ଶ୍ରୀ ରାକେଶ ( somani seedz ) , ଶ୍ରୀ ଶୈଳେନ୍ଦ୍ର (mahindra ) ଏବଂ ଶ୍ରୀ ଅମନ (Jcb ) ଉପସ୍ଥିତ ରହିଥିଲେ l ବିହନ ଠାରୁ ଆରମ୍ଭ କରି କୃଷି ଉପକରଣ ପର୍ଯ୍ୟନ୍ତ ସମସ୍ତ ବିଷୟ ଉପରେ ଆଲୋକପାତ କରି ଚାଷୀଙ୍କ ସହିତ ଆଲୋଚନା କରିଥିଲେ l ଡଃ କୁମାରୀ ସାରଦା (kvk head and sr scientist ), ଡଃ ପଙ୍କଜ କୁମାର ( agri scientist ) , ଡଃ ଯାବେଦ ( agri scientist ), ଡଃ ଶୁଭମ ( sub-coordinator,BISA ) ଉପସ୍ଥିତ ରହିଥିଲେ କୃଷି ବିଜ୍ଞାନ କେନ୍ଦ୍ର ତରଫରୁ ଆଜିର ଏହି କୃଷି ମେଳାରେ l

ଯୋଗଦେବା ପାଇଁ କ'ଣ କରିବେ ?

କୃଷକ, କୃଷି କମ୍ପାନୀ ଏବଂ କୃଷି କ୍ଷେତ୍ର ସହିତ ଜଡିତ ଅନ୍ୟମାନେ ମଧ୍ୟ MFOI ୨୦୨୪ ପୁରସ୍କାର ଏବଂ MFOI ସମ୍ରିଦ୍ଧ କିସାନ୍ ଉତ୍ସବ ୨୦୨୪ ର ଏକ ଅଂଶ ଗ୍ରହଣ କରିପାରିବେ l ଏଥିପାଇଁ କୃଷି ଜାଗରଣ ଆପଣ ସମସ୍ତଙ୍କୁ ନିମନ୍ତ୍ରଣ କରୁଛି l MFOI ୨୦୨୪ କିମ୍ବା Samridh Kisan Utsav କାର୍ଯ୍ୟକ୍ରମରେ ନିଜ ଷ୍ଟଲ୍ ବୁକିଂ ପାଇଁ କିମ୍ବା ଯେକୌଣସି ପ୍ରକାରର ପ୍ରାୟୋଜକ ପାଇଁ, ଆପଣ କୃଷି ଜାଗରଣ ସହିତ ଯୋଗାଯୋଗ କରିପାରିବେ l ଏହି ସମୟରେ, ପୁରସ୍କାର ଶୋ କିମ୍ବା ଅନ୍ୟ କୌଣସି ପ୍ରୋଗ୍ରାମ ସହିତ ଜଡିତ ସୂଚନା ପାଇଁ, ଏହି ଗୁଗୁଲ୍ ଫର୍ମ ପୂରଣ କରନ୍ତୁ- https://forms.gle/sJdL4yWVaCpg838y6  l ଅଧିକ ସୂଚନା ପାଇଁ MFOI ର ଅଫିସିଆଲ୍ ୱେବସାଇଟ୍  https://millionairefarmer.in/  ପରିଦର୍ଶନ କରନ୍ତୁ l

For collaboration, partnership and sponsorship connect:-

Anika Bassi : 93542 19435

Megha Sharma : 9891668292

Poonam Biswakarma : 98188936522

କୃଷି-ସାମ୍ବାଦିକତା ପ୍ରତି ଆପଣଙ୍କ ସମର୍ଥନ ଦେଖାନ୍ତୁ

ପ୍ରିୟ ବନ୍ଧୁଗଣ, ଆମର ପାଠକ ହୋଇଥିବାରୁ ଆପଣଙ୍କୁ ଧନ୍ୟବାଦ । କୃଷି ସାମ୍ବାଦିକତାକୁ ଆଗକୁ ବଢ଼ାଇବା ପାଇଁ ଆପଣଙ୍କ ଭଳି ପାଠକ ଆମପାଇଁ ପ୍ରେରଣା । ଉଚ୍ଚମାନର କୃଷି ସାମ୍ବାଦିକତା ଯୋଗାଇଦେବାପାଇଁ ଏବଂ ଗ୍ରାମୀଣ ଭାରତର ପ୍ରତିଟି କୋଣରେ କୃଷକ ଓ ଲୋକଙ୍କ ପାଖରେ ପହଞ୍ଚିବା ପାଇଁ ଆମେ ଆପଣଙ୍କ ସମର୍ଥନ ଦରକାର କରୁଛୁ ।

ଆମ ଭବିଷ୍ୟତ ପାଇଁ ଆପଣଙ୍କ ପ୍ରତିଟି ଅର୍ଥଦାନ ମୂଲ୍ୟବାନ

ଏବେ ହିଁ କିଛି ଅର୍ଥଦାନ ନିଶ୍ଚୟ କରନ୍ତୁ (Contribute Now)