News

ପଞ୍ଜାବରେ ଆୟୋଜିତ ହେଲା ସମ୍ରିଦ୍ଧ କିସାନ ଉତ୍ସବ

ଏହି କାର୍ଯ୍ୟକ୍ରମରେ ପ୍ରାୟ ୧୦୦ କୃଷକ ଏବଂ ଶିଳ୍ପ ବିଶେଷଜ୍ଞଙ୍କ ଅଂଶଗ୍ରହଣ କରିଥିଲେ ଏବଂ ଜୈବିକ ଚାଷ , ଉଦ୍ୟାନ କୃଷି ଭଳି ଗୁରୁତ୍ୱପୂର୍ଣ୍ଣ ବିଷୟ ଉପରେ ଆଲୋଚନା କରିଥିଲେ...

02 July, 2024 5:34 PM IST By: Tanushree Mahapatra

କୃଷି ଜାଗରଣ ଦ୍ୱାରା ଆଜି ପଞ୍ଜାବରେ ଆୟୋଜିତ ହୋଇଥିଲା ସମ୍ରିଦ୍ଧ କିସାନ ଉତ୍ସବ l ଯାହାର ମୁଖ୍ୟ ପ୍ରାୟୋଜକ ରହିଛି ମହିନ୍ଦ୍ରା ଟ୍ରାକ୍ଟର l ପଞ୍ଜାବର ଖନ୍ନାଠାରେ ଏହା ଆୟୋଜିତ ହୋଇଛି (Pratap Palace, 52, NH-1, Ludhiana ) l ଏହି ଏକ ଦିବସୀୟ କୃଷିମେଳାରେ ଚାଷୀଙ୍କୁ ସମ୍ମାନିତ କରାଯାଇଥିଲା କୃଷି ଜାଗରଣ ଟିମ ତରଫରୁ l

ଏହି କୃଷି ଉତ୍ସବ ରେ ସୋମାନି ସିଡ୍ସ , ଆଇସିଆର , ଜିଏସ୍ସି କ୍ରପ ସହଯୋଗ କରିଛନ୍ତି l କୃଷି ଜାଗରଣ ଦ୍ୱାରା ଆୟୋଜିତ ହୋଇଥିବା MFOI ୨୦୨୩ ପୁରସ୍କାର ଆୱାର୍ଡ ସୋ ସଫଳ ହେବାପରେ ଏହି ପୁରସ୍କାର ସୋ ଅଧୀନରେ ଦୁଇଟି ନୂଆ କାର୍ଯ୍ୟକ୍ରମ ଆରମ୍ଭ ହୋଇଥିଲା l ଏହା ମଧ୍ୟରେ ଏକ ଦିବସୀୟ କୃଷି ମେଳା " ସମ୍ରିଦ୍ଧ କିସାନ ଉତ୍ସବ " ଅନ୍ୟତମ l

କୃଷକମାନଙ୍କୁ ଏକ ପ୍ଲାଟଫର୍ମ ଯୋଗାଇବା MFOI Samridh Kisan Utsav 2024 ର ମୂଳ ଉଦ୍ଦେଶ୍ୟ l ଯାହା ମାଧ୍ୟମରେ ଚାଷୀଙ୍କ ମଧ୍ୟରେ ଜ୍ଞାନର ଆଦାନ ପ୍ରଦାନ ହେବ ଏବଂ କୃଷକମାନେ କୃଷିରେ ନୂତନ ପରୀକ୍ଷଣ କରି ସେମାନଙ୍କର ଆୟ ବୃଦ୍ଧି କରିପାରିବେ l ଆଜିର ଏହି କୃଷି ମେଳାରେ ମହିନ୍ଦ୍ରାର କର୍ମଚାରୀ ଉପସ୍ଥିତ ରହିଥିଲେ l ଚାଷୀଙ୍କ ସହିତ ମହିନ୍ଦ୍ରା ଟ୍ରାକ୍ଟର ବିଷୟରେ ଆଲୋଚନା କରିଥିଲେ l ନୂତନ ଜ୍ଞାନକୌଶଳରେ ପ୍ରସ୍ତୁତ ହୋଇଥିବା ନୂତନ ଟ୍ରାକ୍ଟର ବିଷୟରେ ଚାଷୀଙ୍କୁ ଜ୍ଞାନ ପ୍ରଦାନ କରିଥିଲେ l ଯାହା ଚାଷୀଙ୍କ ଚାଷ ଜମିରେ ଆଣିବ ଉନ୍ନତି l ସମୟ ଏବଂ ଶ୍ରମ ଦୁହିଁଙ୍କୁ କରିବ କମ l

ଏହି କାର୍ଯ୍ୟକ୍ରମରେ ପ୍ରାୟ ୧୦୦ କୃଷକ ଏବଂ ଶିଳ୍ପ ବିଶେଷଜ୍ଞଙ୍କ ଅଂଶଗ୍ରହଣ ହୋଇଥିଲା ଯେଉଁମାନେ ଜୈବିକ ଚାଷ ଏବଂ ଉଦ୍ୟାନ କୃଷି ଭଳି ଗୁରୁତ୍ୱପୂର୍ଣ୍ଣ ବିଷୟ ଉପରେ ଆଲୋଚନା କରିବାକୁ ଏକତ୍ରିତ ହୋଇଥିଲେ l ଆଜି ସକାଳ ସମୟରେ ଅଂଶଗ୍ରହଣକାରୀ ପଞ୍ଜୀକରଣରୁ ଆରମ୍ଭ ହୋଇଥିଲା  ଏହି କାର୍ଯ୍ୟକ୍ରମ ଏବଂ ଉଦ୍ୟାନ କୃଷି ବିଭାଗର ସହକାରୀ ଡେପୁଟି ଡାଇରେକ୍ଟର ଡକ୍ଟର ଅଜିତ ପାଲ ସିଂଙ୍କ ସମେତ ଉଲ୍ଲେଖନୀୟ ଅତିଥିମାନେ ସାମିଲ ହୋଇଥିଲେ l ମନପ୍ରୀତ ସିଂ, ସୋମାନି ସିଡ୍ସର ବିକ୍ରୟ ଅଧିକାରୀ; ବିକାଶ ଆଣ୍ଟିଲ, ଜିଏସପି କ୍ରପ୍ ସାଇନ୍ସରେ ମାର୍କେଟିଂ ହେଡ୍; ଧେରୀର ଏବଂ ପ୍ରଗତିଶୀଳ କୃଷକ ମନପ୍ରୀତ ସିଂ; ଏବଂ ଭର୍କାର ଜିଲ୍ଲା ପରିଚାଳକ ହରିନ୍ଦର ସିଂ ସାମିଲ ହୋଇଥିଲେ l ଏହି ବିଶେଷଜ୍ଞମାନେ ଚାଷର ଆୟ ବୃଦ୍ଧି ଉପରେ ଅମୂଲ୍ୟ ଜ୍ଞାନ ବାଣ୍ଟିଥିଲେ ଏବଂ ଏହି ଅଞ୍ଚଳର ପ୍ରଗତିଶୀଳ କୃଷକଙ୍କ ସଫଳତାକୁ ଅନ୍ୟ ମାନଙ୍କ ସହିତ ବାଣ୍ଟିଥିଲେ l

ଯୋଗଦେବା ପାଇଁ କ'ଣ କରିବେ ?

କୃଷକ, କୃଷି କମ୍ପାନୀ ଏବଂ କୃଷି କ୍ଷେତ୍ର ସହିତ ଜଡିତ ଅନ୍ୟମାନେ ମଧ୍ୟ MFOI ୨୦୨୪ ପୁରସ୍କାର ଏବଂ MFOI ସମ୍ରିଦ୍ଧ କିସାନ୍ ଉତ୍ସବ ୨୦୨୪ ର ଏକ ଅଂଶ ଗ୍ରହଣ କରିପାରିବେ l ଏଥିପାଇଁ କୃଷି ଜାଗରଣ ତୁମ ସମସ୍ତଙ୍କୁ ନିମନ୍ତ୍ରଣ କରୁଛି l MFOI ୨୦୨୪ କିମ୍ବା Samridh Kisan Utsav କାର୍ଯ୍ୟକ୍ରମରେ ନିଜ ଷ୍ଟଲ୍ ବୁକିଂ ପାଇଁ କିମ୍ବା ଯେକୌଣସି ପ୍ରକାରର ପ୍ରାୟୋଜକ ପାଇଁ, ଆପଣ କୃଷି ଜାଗରଣ ସହିତ ଯୋଗାଯୋଗ କରିପାରିବେ l ଏହି ସମୟରେ, ପୁରସ୍କାର ଶୋ କିମ୍ବା ଅନ୍ୟ କୌଣସି ପ୍ରୋଗ୍ରାମ ସହିତ ଜଡିତ ସୂଚନା ପାଇଁ, ଏହି ଗୁଗୁଲ୍ ଫର୍ମ ପୂରଣ କରନ୍ତୁ- https://forms.gle/sJdL4yWVaCpg838y6   l ଅଧିକ ସୂଚନା ପାଇଁ MFOI ର ଅଫିସିଆଲ୍ ୱେବସାଇଟ୍  https://millionairefarmer.in/  ପରିଦର୍ଶନ କରନ୍ତୁ l

ଅଧିକ ପଢ଼ନ୍ତୁ

ରାଜସ୍ଥାନ ଶିକାରରେ ଆୟୋଜିତ ହେଲା ସମ୍ରିଦ୍ଧ କିସାନ ଉତ୍ସବ

କୃଷି-ସାମ୍ବାଦିକତା ପ୍ରତି ଆପଣଙ୍କ ସମର୍ଥନ ଦେଖାନ୍ତୁ

ପ୍ରିୟ ବନ୍ଧୁଗଣ, ଆମର ପାଠକ ହୋଇଥିବାରୁ ଆପଣଙ୍କୁ ଧନ୍ୟବାଦ । କୃଷି ସାମ୍ବାଦିକତାକୁ ଆଗକୁ ବଢ଼ାଇବା ପାଇଁ ଆପଣଙ୍କ ଭଳି ପାଠକ ଆମପାଇଁ ପ୍ରେରଣା । ଉଚ୍ଚମାନର କୃଷି ସାମ୍ବାଦିକତା ଯୋଗାଇଦେବାପାଇଁ ଏବଂ ଗ୍ରାମୀଣ ଭାରତର ପ୍ରତିଟି କୋଣରେ କୃଷକ ଓ ଲୋକଙ୍କ ପାଖରେ ପହଞ୍ଚିବା ପାଇଁ ଆମେ ଆପଣଙ୍କ ସମର୍ଥନ ଦରକାର କରୁଛୁ ।

ଆମ ଭବିଷ୍ୟତ ପାଇଁ ଆପଣଙ୍କ ପ୍ରତିଟି ଅର୍ଥଦାନ ମୂଲ୍ୟବାନ

ଏବେ ହିଁ କିଛି ଅର୍ଥଦାନ ନିଶ୍ଚୟ କରନ୍ତୁ (Contribute Now)