News

ରେୱା ଠାରେ ଆୟୋଜିତ ହେଲା ସମ୍ରିଦ୍ଧ କିସାନ ଉତ୍ସବ

ଏହି ଏକ ଦିନିଆ ଉତ୍ସବର ବିଷୟବସ୍ତୁ ରହିଥିଲା ‘ଧାନ ଫସଲରେ ରୋଗ ଏବଂ କୀଟନାଶକ ପରିଚାଳନା, ଟ୍ରାକ୍ଟର ଶିଳ୍ପରେ ନବସୃଜନ’ l

14 August, 2024 11:10 AM IST By: Tanushree Mahapatra

ଗତକାଲି କୃଷି ଜାଗରଣ ଦ୍ୱାରା ମଧ୍ୟପ୍ରଦେଶର ରେୱା ଜିଲ୍ଲାରେ କୃଷି ବିଜ୍ଞାନ କେନ୍ଦ୍ରରେ ‘MFOI ସମ୍ରିଦ୍ଧ କିସାନ ଉତ୍ସବ’ ଆୟୋଜନ କରାଯାଇଥିଲା । ଏହି କାର୍ଯ୍ୟକ୍ରମଟି ମହିନ୍ଦ୍ରା ଟ୍ରାକ୍ଟର କମ୍ପାନୀ ଦ୍ୱାରା ପ୍ରାୟୋଜିତ ହୋଇଥିଲା ଏବଂ ଧନୁକା ଆଗ୍ରିଟେକ୍ ଲିମିଟେଡ୍ ଏବଂ ସୋମାନି ସିଡ୍ସ କମ୍ପାନୀର ସହଯୋଗରେ ପରିଚାଳିତ ହୋଇଥିଲା ଏହି ଏକ ଦିବସୀୟ କୃଷି ମେଳା l

ଯାହାର ICAR ରହିଚି ନଲେଜ ପାର୍ଟନର l ଜବାହରଲାଲ ନେହେରୁ କୃଷି ବିଶ୍ୱବିଦ୍ୟାଳୟ ଏହି ଉତ୍ସବରେ ଅଂଶୀଦାର ହୋଇଥିଲା l ଏହି କାର୍ଯ୍ୟକ୍ରମର ବିଷୟବସ୍ତୁ ରହିଥିଲା 'ସମୃଦ୍ଧ ଭାରତ ପାଇଁ କୃଷକଙ୍କ ଆୟକୁ ସର୍ବାଧିକ କରିବା' ଏବଂ ଏହାର ମୂଳ ଉଦ୍ଦେଶ୍ୟ ଥିଲା କୃଷକମାନଙ୍କୁ ଅତ୍ୟାଧୁନିକ କୃଷି ଅଭ୍ୟାସ ଏବଂ କୃଷି କାର୍ଯ୍ୟ ନୂତନତ୍ୱ ସହିତ କୃଷକମାନଙ୍କୁ ଯୋଡିବା । ଏହି ଏକ ଦିନିଆ ଉତ୍ସବର ବିଷୟବସ୍ତୁ ରହିଥିଲା ‘ଧାନ ଫସଲରେ ରୋଗ ଏବଂ କୀଟନାଶକ ପରିଚାଳନା, ଟ୍ରାକ୍ଟର ଶିଳ୍ପରେ ନବସୃଜନ’  l

ରେୱା ଜିଲ୍ଲାରେ ଆୟୋଜିତ ଏହି ଏକ ଦିନିଆ କୃଷି କାର୍ଯ୍ୟକ୍ରମରେ ଏସ.କେ ତ୍ରିପାଠୀ (ଡିନ୍, କୃଷି ବିଶ୍ୱବିଦ୍ୟାଳୟ, ରେୱା) ମୁଖ୍ୟ ଅତିଥି ଭାବରେ ଉପସ୍ଥିତ ରହିଥିଲେ। ଅନ୍ୟପଟେ ଆବିଦେଶ ଉପାଧ୍ୟାୟ (ସିନିୟର ଏରିଆ ମ୍ୟାନେଜର, ମହିନ୍ଦ୍ରା ଟ୍ରାକ୍ଟର), ଜେ.କେ ସିଂ (ଡିଜିଏମ,ଧାନୁକା), ମହେଶ କୁମାର ଶର୍ମା (ଏସଏମଇ, ଧାନୁକା), ପଞ୍ଚମ ସିଂ ଶାକିଆ (ଆଞ୍ଚଳିକ ପରିଚାଳକ, ସୋମାନି ସିଡ୍ସ) ଡଃ ପାଣ୍ଡେ (ମୁଖ୍ୟ ବୈଜ୍ଞାନିକ, କୃଷି ବିଜ୍ଞାନ କେନ୍ଦ୍ର, ରେୱା), ଯୋଗେଶ ପୃଥକ୍ (ଉଦ୍ୟାନ କୃଷି ବିଭାଗର ସହକାରୀ ନିର୍ଦ୍ଦେଶକ, ରେୱା) ଏବଂ ଡକ୍ଟର ଅନୱର ଖାନ୍ (ପ୍ରାଣୀ ଚିକିତ୍ସକ) ଉପସ୍ଥିତ ରହିଥିଲେ । ଜିଲ୍ଲାର ୨୮୦ ରୁ ଅଧିକ କୃଷକ ଏହି ଏକ ଦିବସୀୟ କୃଷି ମେଳାରେ ଅଂଶଗ୍ରହଣ କରିଥିଲେ l ଧାନ ଫସଲରେ ରୋଗ ଏବଂ କୀଟନାଶକ ପରିଚାଳନା ଏବଂ ଟ୍ରାକ୍ଟର ଶିଳ୍ପରେ ନୂତନତ୍ୱ ବିଷୟରେ ସୂଚନା ପାଇଥିଲେ ସମସ୍ତ ଉପସ୍ଥିତ ଚାଷୀ ।

ଏହି ଏକ ଦିନିଆ କୃଷି ଉତ୍ସବର ମୁଖ୍ୟ ଆକର୍ଷଣ ରହିଥିଲା ରେୱା ଜିଲ୍ଲାର ପ୍ରଗତିଶୀଳ କୃଷକମାନଙ୍କୁ ଅତିଥିମାନଙ୍କ ଦ୍ୱାରା ପ୍ରମାଣପତ୍ର ବଣ୍ଟନ କରିବା l କୃଷି କ୍ଷେତ୍ରରେ ଉଲ୍ଲେଖନୀୟ ଅବଦାନ ଦେଇ ସଫଳତା ହାସଲ କରିଥିବା କୃଷକମାନଙ୍କୁ ସେମାନଙ୍କର ପରିଶ୍ରମକୁ ପରିଚୟ ପ୍ରାଦନ କରିବା ପାଇଁ ପ୍ରମାଣପତ୍ର ପ୍ରଦାନ କରାଯାଇଥିଲା l ଏହି ଏକ ଦିନିଆ କାର୍ଯ୍ୟକ୍ରମରେ ଧନ୍ୟବାଦ ଅର୍ପଣ ଏବଂ ପରେ ଚାଷୀଙ୍କ ସହିତ ଫଟୋ ଉଠାଯିବା  ସହିତ ସମାପ୍ତ ହୋଇଛି l ଯାହା କୃଷି ସମ୍ପ୍ରଦାୟକୁ ସଶକ୍ତିକରଣ ତଥା ନିରନ୍ତର ଚାଷ ପ୍ରଣାଳୀକୁ ପ୍ରୋତ୍ସାହିତ କରିବା ପାଇଁ ସଫଳ ପ୍ରୟାସକୁ ଦର୍ଶାଉଛି l

For collaboration, partnership and sponsorship connect:-

Nishant Kumar : 99537 56433
Megha Sharma: 9891668292
Poonam Biswakarma: 9818893652

କୃଷି-ସାମ୍ବାଦିକତା ପ୍ରତି ଆପଣଙ୍କ ସମର୍ଥନ ଦେଖାନ୍ତୁ

ପ୍ରିୟ ବନ୍ଧୁଗଣ, ଆମର ପାଠକ ହୋଇଥିବାରୁ ଆପଣଙ୍କୁ ଧନ୍ୟବାଦ । କୃଷି ସାମ୍ବାଦିକତାକୁ ଆଗକୁ ବଢ଼ାଇବା ପାଇଁ ଆପଣଙ୍କ ଭଳି ପାଠକ ଆମପାଇଁ ପ୍ରେରଣା । ଉଚ୍ଚମାନର କୃଷି ସାମ୍ବାଦିକତା ଯୋଗାଇଦେବାପାଇଁ ଏବଂ ଗ୍ରାମୀଣ ଭାରତର ପ୍ରତିଟି କୋଣରେ କୃଷକ ଓ ଲୋକଙ୍କ ପାଖରେ ପହଞ୍ଚିବା ପାଇଁ ଆମେ ଆପଣଙ୍କ ସମର୍ଥନ ଦରକାର କରୁଛୁ ।

ଆମ ଭବିଷ୍ୟତ ପାଇଁ ଆପଣଙ୍କ ପ୍ରତିଟି ଅର୍ଥଦାନ ମୂଲ୍ୟବାନ

ଏବେ ହିଁ କିଛି ଅର୍ଥଦାନ ନିଶ୍ଚୟ କରନ୍ତୁ (Contribute Now)