News

ସତାରାରେ ଏକ ଦିବସୀୟ କୃଷି ମେଳା

ଚାଷୀଙ୍କ ସହ ବିଭିନ୍ନ ଚାଷ ଉପକରଣ ବିଷୟରେ ଆଲୋଚନା !

29 August, 2024 4:24 PM IST By: Tanushree Mahapatra

ମହାରାଷ୍ଟ୍ର ସତାରାରେ ଆୟୋଜନ ହେଲା ସମ୍ରିଦ୍ଧ କିସାନ ଉତ୍ସବ l କୃଷି ଜାଗରଣ ଦ୍ୱାରା ଆୟୋଜିତ ହୋଇଥିବା ଏହି କୃଷି ମେଳା ଚାଷୀଙ୍କ ପାଇଁ ଆୟୋଜନ କରାଯାଉଛି l ଯେଉଁଠି ଚାଷୀଙ୍କ ସହିତ ବିଭିନ୍ନ ବିଷୟବସ୍ତୁ ଉପରେ ଆଲୋଚନା କରାଯାଉଛି l ଭୈରବନାଥ ସଂସ୍କୃତ ଭବନରେ ଏହା ଆୟୋଜନ କରାଯାଇଥିଲା l ଆଜିର ମୁଖ୍ୟ ବିଷୟବସ୍ତୁ ରହିଥିଲା " ଆଖୁରେ ରୋଗ ଏବଂ ପୋକ ପରିଚାଳନା, ଟ୍ରାକ୍ଟର ଶିଳ୍ପରେ ଅଭିନବତା, ଟ୍ରାକ୍ଟର ପରିଚାଳନା ଏବଂ ମିଲେଟ ଚାଷ " l ଏହି କାର୍ଯ୍ୟକ୍ରମର ମୁଖ୍ୟ ପ୍ରାୟୋଜକ ରହିଛନ୍ତି ମହିନ୍ଦ୍ରା ଟ୍ରାକ୍ଟର ଏବଂ ନଲେଜ ପାର୍ଟନର ରହିଛି ICAR l

ଡଃ ସୁରେଶ ମାନେ (Rtd scientist , VSI,pune) , ଡଃ ସୁରଜ ( asst professor,csrc,) , ଡଃ କିରଣ (sr. research asst) , ଉମେଶ ପାଟିଲ (ASM,dhanuka) , ରାମଦାସ ଉଲାକେ (mahindra , regional manager), ଡଃ ମନୀଷ ବାବର (programme co-ordinator, kvk ) , ସଂଗ୍ରାମ ଏସ ପାଟିଲ ( programme asst) , ଭୂଷଣ (sms, horticulture ) , ସାଗର ସକାଟେ (sms,ASDS), ଡଃ କଲ୍ୟାଣ ବାବର (SMS,FPT) , ଡଃ ସ୍ଵାତି (SMS) ଉପସ୍ଥିତ ରହିଥିଲେ l

୧୬୦ ରୁ ଅଧିକ ଚାଷୀ ସାମିଲ ହୋଇଥିଲେ ଏହି କୃଷି ମେଳାରେ l ଚାଷୀଙ୍କ ସହିତ ୱାପସ୍ଥିତ କମ୍ପାନୀର କର୍ମଚାରୀ ବିଭିନ୍ନ ଚାଷ ଉପକରଣ ବିଷୟରେ ଆଲୋଚନା କରିଥିଲେ l ବିଭିନ୍ନ ଷ୍ଟଲ ମଧ୍ୟ ଉପସ୍ଥାପନ କରାଯାଇଥିଲା l ଯାହା ଚାଷୀ ପରେ ବୁଲି ଦେଖିଥିଲେ କିଛି ନୂଆ ଜାଣିବାକୁ ମଧ୍ୟ ପାଇଥିଲେ l ଶେଷରେ ପ୍ରଗତିଶୀଳ ଚାଷୀଙ୍କୁ କୃଷି ଜାଗରଣ ତରଫରୁ ସମ୍ମାନିତ କରାଯାଇଥିଲା l

ଯୋଗଦେବା ପାଇଁ କ'ଣ କରିବେ ?

କୃଷକ, କୃଷି କମ୍ପାନୀ ଏବଂ କୃଷି କ୍ଷେତ୍ର ସହିତ ଜଡିତ ଅନ୍ୟମାନେ ମଧ୍ୟ MFOI ୨୦୨୪ ପୁରସ୍କାର ଏବଂ MFOI ସମ୍ରିଦ୍ଧ କିସାନ୍ ଉତ୍ସବ ୨୦୨୪ ର ଏକ ଅଂଶ ଗ୍ରହଣ କରିପାରିବେ l ଏଥିପାଇଁ କୃଷି ଜାଗରଣ ଆପଣ ସମସ୍ତଙ୍କୁ ନିମନ୍ତ୍ରଣ କରୁଛି l MFOI ୨୦୨୪ କିମ୍ବା Samridh Kisan Utsav କାର୍ଯ୍ୟକ୍ରମରେ ନିଜ ଷ୍ଟଲ୍ ବୁକିଂ ପାଇଁ କିମ୍ବା ଯେକୌଣସି ପ୍ରକାରର ପ୍ରାୟୋଜକ ପାଇଁ, ଆପଣ କୃଷି ଜାଗରଣ ସହିତ ଯୋଗାଯୋଗ କରିପାରିବେ l ଏହି ସମୟରେ, ପୁରସ୍କାର ଶୋ କିମ୍ବା ଅନ୍ୟ କୌଣସି ପ୍ରୋଗ୍ରାମ ସହିତ ଜଡିତ ସୂଚନା ପାଇଁ, ଏହି ଗୁଗୁଲ୍ ଫର୍ମ ପୂରଣ କରନ୍ତୁ- https://forms.gle/sJdL4yWVaCpg838y6  l ଅଧିକ ସୂଚନା ପାଇଁ MFOI ର ଅଫିସିଆଲ୍ ୱେବସାଇଟ୍  https://millionairefarmer.in/  ପରିଦର୍ଶନ କରନ୍ତୁ l

ଅଧିକ ପଢ଼ନ୍ତୁ

ଏକ ଦିବସୀୟ କୃଷି ମେଳା ସଫଳ

Central govt: କୃଷି ଭିତ୍ତିଭୂମିକୁ ବଢ଼ାଇବା ପାଇଁ କେନ୍ଦ୍ରର ବଡ଼ ନିଷ୍ପତ୍ତି!

କୃଷି-ସାମ୍ବାଦିକତା ପ୍ରତି ଆପଣଙ୍କ ସମର୍ଥନ ଦେଖାନ୍ତୁ

ପ୍ରିୟ ବନ୍ଧୁଗଣ, ଆମର ପାଠକ ହୋଇଥିବାରୁ ଆପଣଙ୍କୁ ଧନ୍ୟବାଦ । କୃଷି ସାମ୍ବାଦିକତାକୁ ଆଗକୁ ବଢ଼ାଇବା ପାଇଁ ଆପଣଙ୍କ ଭଳି ପାଠକ ଆମପାଇଁ ପ୍ରେରଣା । ଉଚ୍ଚମାନର କୃଷି ସାମ୍ବାଦିକତା ଯୋଗାଇଦେବାପାଇଁ ଏବଂ ଗ୍ରାମୀଣ ଭାରତର ପ୍ରତିଟି କୋଣରେ କୃଷକ ଓ ଲୋକଙ୍କ ପାଖରେ ପହଞ୍ଚିବା ପାଇଁ ଆମେ ଆପଣଙ୍କ ସମର୍ଥନ ଦରକାର କରୁଛୁ ।

ଆମ ଭବିଷ୍ୟତ ପାଇଁ ଆପଣଙ୍କ ପ୍ରତିଟି ଅର୍ଥଦାନ ମୂଲ୍ୟବାନ

ଏବେ ହିଁ କିଛି ଅର୍ଥଦାନ ନିଶ୍ଚୟ କରନ୍ତୁ (Contribute Now)