News

ରାଜସ୍ଥାନ ଶିକାରରେ ଆୟୋଜିତ ହେଲା ସମ୍ରିଦ୍ଧ କିସାନ ଉତ୍ସବ

ଚାଷୀ ନିଜର ସଫଳତା ବିଷୟରେ ଅନ୍ୟ ଚାଷୀଙ୍କ ସହିତ ଆଲୋଚନା କରିଥିଲେ l

02 July, 2024 2:36 PM IST By: Tanushree Mahapatra

କୃଷି ଜାଗରଣ ଦ୍ୱାରା ରାଜସ୍ଥାନ ଶିକାରରେ ଆୟୋଜିତ ହେଲା ସମ୍ରିଦ୍ଧ କିସାନ ଉତ୍ସବ l ଏହା ହେଉଛି ଏକ ଦିବସୀୟ କୃଷି ମେଳା l ଯେଉଁଠି ଚାଷୀଙ୍କୁ ଏକଜୁଟ କରି ଚାଷକାମରେ ଏକ ବୈପ୍ଲବିକ ପରିବର୍ତ୍ତନ ଆଣିବାର ପ୍ରୟାସ l ଗତବର୍ଷ ୨୦୨୩ ଡିସେମ୍ବର ମାସରେ କୃଷି ଜାଗରଣ ଦ୍ୱାରା " ମିଲେନିୟର୍ ଫାର୍ମର ଅଫ ଇଣ୍ଡିଆ ପୁରସ୍କାର ୨୦୨୩ " ଆୟୋଜିତ ହୋଇଥିଲା l ଏହି କାର୍ଯ୍ୟକ୍ରମର ମୁଖ୍ୟ ପ୍ରାୟୋଜକ ଥିଲା ମହିନ୍ଦ୍ରା ଟ୍ରାକ୍ଟର l ଏହି ସୋ ଅଧୀନରେ କୃଷି ଜାଗରଣ " ସମ୍ରିଦ୍ଧ କିସାନ ଉତ୍ସବ " ଏକ ଦିବସୀୟ କୃଷି କରିବା ପାଇଁ ସିଦ୍ଧାନ୍ତ ନେଇଥିଲେ l

ଏ ପର୍ଯ୍ୟନ୍ତ ହରିୟାଣା , ଓଡ଼ିଶା , ମହାରାଷ୍ଟ୍ର , ଗୁଜୁରାଟ , ଉତ୍ତର ପ୍ରଦେଶ , ମଧ୍ୟ ପ୍ରଦେଶ ଭଳି ଅନ୍ୟ କେତେକ ରାଜ୍ୟରେ ଅନୁଷ୍ଠିତ ହୋଇ ସାରିଛି l ଯେଉଁଠି ୨୦୦ ରୁ ଅଧିକ ଚାଷୀ ସାମିଲ ହୋଇଛନ୍ତି l ସେହିପରି ଆଜି ମଧ୍ୟ ଏହି କୃଷି ମେଳାରେ ଅନେକ ଚାଷୀ ସାମିଲ ହୋଇଥିଲେ l ନିଜ ସମସ୍ୟାର ସମାଧାନ ପାଇଁ ଆଲୋଚନା ମଧ୍ୟ କରିଥିଲେ l

ଆଜି ରାଜସ୍ଥାନ ଶିକାରରେ ଆୟୋଜନ ହୋଇଥିବା ଏହି କାର୍ଯ୍ୟକ୍ରମରେ ପ୍ରଗତିଶୀଳ ଚାଷୀଙ୍କୁ ସମ୍ମାନିତ କରାଯାଇଥିଲା କୃଷି ଜାଗରଣ ଟିମ ତରଫରୁ l ଏହି କୃଷି ଉତ୍ସବରେ କୃଷି ବୈଜ୍ଞାନିକଙ୍କ ସହିତ ଅନେକ ବିଶିଷ୍ଟ ବ୍ୟକ୍ତି ସାମିଲ ହୋଇଥିଲେ ଯେଉଁମାନେ କୃଷି ଶିଳ୍ପ ସହିତ ଅନେକ ଦିନରୁ ଜଡ଼ିତ ରହିଛନ୍ତି l ସକାଳ ୧୦.୩୦ ମିନିଟରୁ ଆରମ୍ଭ ହୋଇଥିଲା ଏହି କାର୍ଯ୍ୟକ୍ରମ l ପ୍ରଥମରେ କିଛି ମିଲେନିୟର ଚାଷୀ ନିଜର ସଫଳତା ବିଷୟରେ ଅନ୍ୟ ଚାଷୀଙ୍କ ସହିତ ଆଲୋଚନା କରିଥିଲେ l ଧାନୁକା ଏଗ୍ରିଟେକ କମ୍ପାନୀ ସହଯୋଗରେ ହେଉଥିବା ଏହି କୃଷି ମେଳାର ମୁଖ୍ୟ ପ୍ରାୟୋଜକ ସହିତ ମହିନ୍ଦ୍ରା ଟ୍ରାକ୍ଟର l ଅନ୍ୟପଟେ ଶିକାର କୃଷି ବିଭାଗ , କୃଷି ବିଜ୍ଞାନ କେନ୍ଦ୍ର ଏବଂ ଗ୍ରାମ ସେବା ସହକାରୀ ସମିତି ମଧ୍ୟ ଏଥିରେ ସହଯୋଗିତା ରହିଛନ୍ତି l ନଲେଜ ପାର୍ଟନର ରହିଛି ICAR l

ଅଂଶଗ୍ରହଣକାରୀ ପଞ୍ଜିକରଣ ସହିତ କାର୍ଯ୍ୟକ୍ରମ ଆରମ୍ଭ ହୋଇଥିଲା l ଏହି କାର୍ଯ୍ୟକ୍ରମରେ ଡକ୍ଟର ଜିତେନ୍ଦ୍ର ଅଗ୍ରୱାଲ ( KVK Scientist (Plant Protection)), ଡଃ ମୟଙ୍କ ( Horticulture Officer, Dr Lalaram, KVK Scientist) , ଡଃ ଲାଲାରାମ ( KVK Scientist ) ଭଳି କୃଷି ବିଶେଷଜ୍ଞମାନେ ଚାଷର ଆୟ ବୃଦ୍ଧି ଉପରେ ମୂଲ୍ୟବାନ ଜ୍ଞାନ ବାଣ୍ଟିଥିଲେ ଏବଂ ଏହି ଅଞ୍ଚଳର ପ୍ରଗତିଶୀଳ କୃଷକମାନଙ୍କୁ କୃଷି ସମାଧାନ ବଣ୍ଟନ କରିଥିଲେ l ଧାନୁକାର ଡେପୁଟି ଜେନେରାଲ ମ୍ୟାନେଜର ମନୁ (eputy General Manager (Jodhpur) of Dhanuka) ଭୂତଳ ଚାଷ ପାଇଁ ଅନେକ ଉପକାର ବିଷୟରେ ଆଲୋଚନା କରିଥିଲେ।

ମହିନ୍ଦ୍ରା  ଟ୍ରାକ୍ଟର କାର୍ଯ୍ୟକ୍ରମ ହେଉଛି ମୁଖ୍ୟ ଆକର୍ଷଣ :-

ଏହି କାର୍ଯ୍ୟକ୍ରମର ମୁଖ୍ୟ ଆକର୍ଷଣ ହେଉଛି ମହିନ୍ଦ୍ରା ଟ୍ରାକ୍ଟରଗୁଡିକର ସର୍ବଶେଷ ଅଫର୍, ଯାହା ଚାଷ ପ୍ରଣାଳୀରେ ବୈପ୍ଲବିକ ପରିବର୍ତ୍ତନ ଏବଂ ଉତ୍ପାଦନ ବୃଦ୍ଧି ପାଇଁ ପରିକଳ୍ପିତ କରିଥାଏ ନୂଆ ସ୍ବପ୍ନକୁ l ଏହି କାର୍ଯ୍ୟକ୍ରମରେ ଯୋଗଦେଉଥିବା କୃଷକମାନେ ନିଜ କ୍ଷେତ୍ରରେ ସର୍ବୋଚ୍ଚ ଫଳାଫଳ ପାଇଁ  ଟ୍ରାକ୍ଟର ବ୍ୟବହାରକୁ ଅପ୍ଟିମାଇଜ୍ କରିବା ପାଇଁ ପ୍ରଦର୍ଶନ ଏବଂ ବିଶେଷଜ୍ଞଙ୍କ ମାର୍ଗଦର୍ଶନ ପ୍ରଦାନ କରୁଛନ୍ତି l ଉପସ୍ଥିତ କର୍ମଚାରୀ ଚାଷୀଙ୍କୁ ଟ୍ରାକ୍ଟର ସମ୍ପର୍କରେ ସୂଚନା ପ୍ରଦାନ କରୁଛନ୍ତି  l ନୂତନ ଜ୍ଞାନକୌଶଳରେ ପ୍ରସ୍ତୁତ ହୋଇଥିବା ଟ୍ରାକ୍ଟରର ଚାଷୀଙ୍କ ଚାଷରେ ଆଣିବ ଅନେକ ପରିବର୍ତ୍ତନ l

 

'MFOI ସମ୍ରିଦ୍ଧ କିସାନ୍ ଉତ୍ସବ' କୋଟିପତି ଚାଷୀଙ୍କ ଉଲ୍ଲେଖନୀୟ ସଫଳତାକୁ ସମ୍ମାନିତ କରେ, ଯାହାର ଉତ୍ସର୍ଗ କୃଷି କ୍ଷେତ୍ରକୁ ଆଗକୁ ନେବାରେ ସାହାଯ୍ୟ କରୁଛି । ଅତିରିକ୍ତ ଭାବରେ, ପ୍ରଗତିଶୀଳ କୃଷକମାନେ କୃଷି କ୍ଷେତ୍ରରେ ନୂତନତ୍ୱ ଏବଂ ସ୍ଥିରତା ଦିଗରେ ସେମାନଙ୍କର ଅବଦାନ ପାଇଁ ସ୍ୱୀକୃତି ପାଇବେ ଯାହା କୃଷି କ୍ଷେତ୍ରରେ ଆଣିବ ବୈପ୍ଲବିକ ପରିବର୍ତ୍ତନ l ନିଜ ଚାଷ ପ୍ରଣାଳୀ ବିଷୟରେ ଆଲୋଚନା କରିବାର ମଉକା ପାଇଛନ୍ତି ଚାଷୀ l ନୂତନ ଜ୍ଞାନକୌଶଳ ଜାଣିବାରେ ସକ୍ଷମ ହେଉଛନ୍ତି ଚାଷୀଙ୍କ ଅମଳ ଓ ଆୟ ଦୁହିଁଙ୍କୁ ଦ୍ଵିଗୁଣ କରିବ l

For collaboration, partnership and sponsorship connect:-

Megha Sharma : 9891668292

Poonam Biswakarma : 98188936522

Anika Bassi : 9354219435

କୃଷି-ସାମ୍ବାଦିକତା ପ୍ରତି ଆପଣଙ୍କ ସମର୍ଥନ ଦେଖାନ୍ତୁ

ପ୍ରିୟ ବନ୍ଧୁଗଣ, ଆମର ପାଠକ ହୋଇଥିବାରୁ ଆପଣଙ୍କୁ ଧନ୍ୟବାଦ । କୃଷି ସାମ୍ବାଦିକତାକୁ ଆଗକୁ ବଢ଼ାଇବା ପାଇଁ ଆପଣଙ୍କ ଭଳି ପାଠକ ଆମପାଇଁ ପ୍ରେରଣା । ଉଚ୍ଚମାନର କୃଷି ସାମ୍ବାଦିକତା ଯୋଗାଇଦେବାପାଇଁ ଏବଂ ଗ୍ରାମୀଣ ଭାରତର ପ୍ରତିଟି କୋଣରେ କୃଷକ ଓ ଲୋକଙ୍କ ପାଖରେ ପହଞ୍ଚିବା ପାଇଁ ଆମେ ଆପଣଙ୍କ ସମର୍ଥନ ଦରକାର କରୁଛୁ ।

ଆମ ଭବିଷ୍ୟତ ପାଇଁ ଆପଣଙ୍କ ପ୍ରତିଟି ଅର୍ଥଦାନ ମୂଲ୍ୟବାନ

ଏବେ ହିଁ କିଛି ଅର୍ଥଦାନ ନିଶ୍ଚୟ କରନ୍ତୁ (Contribute Now)