News

ମହାରାଷ୍ଟ୍ର ସୋଲାପୁରରେ ଆୟୋଜିତ ହେଲା ସମ୍ରିଦ୍ଧ କିସାନ ଉତ୍ସବ

ଚାଷୀ ଡ୍ରୋନ୍ ବିଷୟରେ ପାଇଲେ ଜ୍ଞାନ, ଯାହା ତାଙ୍କ କୃଷିକୁ କରିବ ଅଧିକରୁ ଅଧିକ ମଜବୁତ

23 August, 2024 3:58 PM IST By: Tanushree Mahapatra

କୃଷି ଜାଗରଣ ଦ୍ୱାରା ବିଭିନ୍ନ ରାଜ୍ୟର କୃଷି ବିଜ୍ଞାନ କେନ୍ଦ୍ରରେ ସମ୍ରିଦ୍ଧ କିସାନ ଉତ୍ସବ ଆୟୋଜନ କରାଯାଉଛି l ସେହି କ୍ରମରେ ଆଜି ମହାରାଷ୍ଟ୍ରର ସୋଲାପୁରରେ ଆଜି ସମ୍ରିଦ୍ଧ କିସାନ ଉତ୍ସବ ଆୟୋଜନ କରାଯାଇଥିଲା l ଯେଉଁଠାରେ ୧୫୦ ରୁ ଅଧିକ ଚାଷୀ ସାମିଲ ହୋଇଥିଲେ l ଏହି କାର୍ଯ୍ୟକ୍ରମର ନଲେଜ ପାର୍ଟନର ରହିଛି ICAR l ମୁଖ୍ୟ ପ୍ରାୟୋଜକ ରହିଛି ମହିନ୍ଦ୍ରା ଟ୍ରାକ୍ଟର l ମହାରାଷ୍ଟ୍ରରେ ଧାନୁକା ଏଗ୍ରିଟେକ ସହିତ ଲୋଟେକ କମ୍ପାନୀ ମଧ୍ୟ ସହଯୋଗ କରିଛି l କୃଷି ଜାଗରଣ କର୍ମଚାରୀ ଋଷିକେଶ କୁଲାଙ୍ଗେ କାର୍ଯ୍ୟକ୍ରମ ଆରମ୍ଭ କରିଥିଲେ l

ମୁଖ୍ୟ ଅତିଥି ଓ ଚାଷୀଙ୍କୁ ଡଃ ଏଲ ଆର ତାଂବଡ଼େ (senior scientist and head, kvk -solapur- 1(ms)) ସ୍ୱାଗତ ଜଣାଇଥିଲେ l ଶ୍ରୀଯୁକ୍ତ ଦତ୍ତତ୍ରେୟ ଗବାସାଣେ (DSAO ,solapur) ଏବଂ ମନିଷା ମିସାଲ (I/C ,SDAO ,solapur) ଉପସ୍ଥିତ ଥିଲେ  l ସଫଳ ଚାଷୀ ରଘୁନାଥ କାପସେ ଆଖୁ ଚାଷ ବିଷୟରେ ଚର୍ଚ୍ଚା କରିଥିଲେ ଏବଂ ବିଜୟ କୁମାର କୃଷି ଟୁରିସିମ ବିଷୟରେ ଆଲୋଚନା କରିଥିଲେ l ସ୍ୱାଗତ ଭାଷଣ ପ୍ରଦାନ କରିଥିଲେ ପି ଏ ଗୋଂଜାରୀ (SMS(AE)KVK -solapur -1(ms)) l ପ୍ରଦୀପ ବାଂସୁଡ଼େ ଧାନୁକା କମ୍ପାନୀ (dhanuka agritech,itd) ବିଷୟରେ ଆଲୋଚନା କରିଥିଲେ l 

ଅଭିଷେକ ଗୋସାଭି ( aast area manager, mahindra ) ଟ୍ରାକ୍ଟର ସମ୍ପର୍କରେ ଆଲୋଚନା କରିଥିଲେ l ଲୋଟେକ ୱାର୍ଲଡ ର ନିତିନ( lotech world) ଚାଷୀଙ୍କ ସହିତ ଡ୍ରୋନ୍ ବିଷୟରେ ବୁଝାଇଥିଲେ l ଏବି ଶାସ୍ତ୍ରୀ (kvk,solapur)ଚାଷୀଙ୍କ ସହିତ ସୋୟାବିନ ଚାଷ ବିଷୟରେ ଜ୍ଞାନ ପ୍ରଦାନ କରିଥିଲେ l

ଉପସ୍ଥିତ ଥିବା ଅନ୍ୟ ବ୍ୟକ୍ତି ଚାଷୀଙ୍କ ସହିତ ଅନ୍ୟ ଗୁରୁତ୍ତ୍ୱପୂର୍ଣ୍ଣ ଚାଷ ସମ୍ପର୍କରେ ଅଲାଚନା କରିଥିଲେ l ଯାହାର ଫାଇଦା ଚାଷୀଙ୍କ କୃଷିରେ ହେବ l ସେମାନେ କିପରି ଲାଭବାନ ହୋଇପାରିବେ ସେ ବିଷୟରେ ଆଲୋଚନା କରାଯାଇଥିଲା l ଶେଷରେ ଚାଷୀଙ୍କୁ କୃଷି ଜାଗରଣ ତରଫରୁ ସମ୍ମାନିତ କରାଯାଇଥିଲା ଯେଉଁମାନେ ଚାଷରେ ସଫଳତା ଅର୍ଜନ କରିଛନ୍ତି l ଆସ ଅନ୍ୟ ସିହସିଙ୍କ ଏହା ଉତ୍ସାହିତ କରିଥିବ l

For collaboration, partnership and sponsorship contact :-


Megha Sharma : 9891668292
Poonam Biswakarma : 98188936522
Anika Bassi : 9354219435

କୃଷି-ସାମ୍ବାଦିକତା ପ୍ରତି ଆପଣଙ୍କ ସମର୍ଥନ ଦେଖାନ୍ତୁ

ପ୍ରିୟ ବନ୍ଧୁଗଣ, ଆମର ପାଠକ ହୋଇଥିବାରୁ ଆପଣଙ୍କୁ ଧନ୍ୟବାଦ । କୃଷି ସାମ୍ବାଦିକତାକୁ ଆଗକୁ ବଢ଼ାଇବା ପାଇଁ ଆପଣଙ୍କ ଭଳି ପାଠକ ଆମପାଇଁ ପ୍ରେରଣା । ଉଚ୍ଚମାନର କୃଷି ସାମ୍ବାଦିକତା ଯୋଗାଇଦେବାପାଇଁ ଏବଂ ଗ୍ରାମୀଣ ଭାରତର ପ୍ରତିଟି କୋଣରେ କୃଷକ ଓ ଲୋକଙ୍କ ପାଖରେ ପହଞ୍ଚିବା ପାଇଁ ଆମେ ଆପଣଙ୍କ ସମର୍ଥନ ଦରକାର କରୁଛୁ ।

ଆମ ଭବିଷ୍ୟତ ପାଇଁ ଆପଣଙ୍କ ପ୍ରତିଟି ଅର୍ଥଦାନ ମୂଲ୍ୟବାନ

ଏବେ ହିଁ କିଛି ଅର୍ଥଦାନ ନିଶ୍ଚୟ କରନ୍ତୁ (Contribute Now)