News

ସୋନପୁରରେ ସମ୍ରିଦ୍ଧ କିସାନ ଉତ୍ସବ

ମିଲେନିୟର୍ ଫାର୍ମର ଅଫ ଇଣ୍ଡିଆ ୨୦୨୪ ବିଷୟରେ ମଧ୍ୟ ଚାଷୀଙ୍କୁ ଅବଗତ କରାଯାଉଛି l

29 July, 2024 4:12 PM IST By: Tanushree Mahapatra

କୃଷି ଜାଗରଣ ମିଡ଼ିଆ ତରଫରୁ ଆଜି ସୋନପୁର ଜିଲ୍ଲା କୃଷି ବିଜ୍ଞାନ କେନ୍ଦ୍ରରେ " ସମ୍ରିଦ୍ଧ କିସାନ ଉତ୍ସବ " ଆୟୋଜିତ କରାଯାଇଥିଲା l ଏହା ହେଉଛି ଚାଷୀଙ୍କ ପାଇଁ ଏକ ଦିବସୀୟ କୃଷି ମେଳା l ଯାହାର ମୁଖ୍ୟ ପ୍ରାୟୋଜକ ରହିଛି ମହିନ୍ଦ୍ରା ଟ୍ରାକ୍ଟର l ସମ୍ରିଦ୍ଧ କିସାନ ଉତ୍ସବ ହେଉଛି ଏକ ଦିବସୀୟ କୃଷି ମେଳା l କୃଷି ଜାଗରଣ ଦ୍ୱାରା ଆୟୋଜିତ ହୋଇଥିବା MFOI ୨୦୨୩ ପୁରସ୍କାର ଆୱାର୍ଡ ସଫଳ ହେବାପରେ ଏହି ପୁରସ୍କାର କାର୍ଯ୍ୟକ୍ରମ ଅଧୀନରେ ଦୁଇଟି ନୂଆ କାର୍ଯ୍ୟକ୍ରମ ଆରମ୍ଭ ହୋଇଥିଲା l

ଯାହାର ନାମ ରହିଥିଲା ସମ୍ରିଦ୍ଧ କିସାନ ଉତ୍ସବ ଏବଂ MFOI VVIF କିସାନ ଭାରତ ଯାତ୍ରା l କୃଷକମାନଙ୍କୁ ଏକ ପ୍ଲାଟଫର୍ମ ଯୋଗାଇବା ହେଉଛି MFOI Samridh Kisan Utsav 2024 ର ମୂଳ ଉଦ୍ଦେଶ୍ୟ l ଯାହା ମାଧ୍ୟମରେ ଚାଷୀଙ୍କ ମଧ୍ୟରେ ଜ୍ଞାନର ଆଦାନ ପ୍ରଦାନ ହେବ ଏବଂ କୃଷକମାନେ କୃଷିରେ ନୂତନ ପରୀକ୍ଷଣ କରି ସେମାନଙ୍କର ଆୟ ବୃଦ୍ଧି କରିପାରିବେ l କୃଷି ଜାଗରଣ ଗଣମାଧ୍ୟମ ସଂସ୍ଥା ଦ୍ୱାରା ନିଆଯାଇଥିବା ମିଲେନିୟର୍ ଫାର୍ମର ଅଫ ଇଣ୍ଡିଆ ୨୦୨୪ ବିଷୟରେ ମଧ୍ୟ ଚାଷୀଙ୍କୁ ଅବଗତ କରାଯାଉଛି l ଏହି କୃଷି ମେଳାରେ ୧୫୦ ରୁ ଅଧିକ ଚାଷୀ ସାମିଲ ହୋଇଥିଲେ l

ତେବେ ଆଜିର ଏହି ଏକ ଦିବସୀୟ କୃଷି ମେଳାରେ ସତ୍ୟବ୍ରତ ଦାସ ( Scientist Agronomy, KVK-Sonepur ), ଲୁସି ପ୍ରିୟଦର୍ଶନୀ ( AHO, Sonepur ), ଡଃ ବିଶ୍ୱ ରଂଜନ ପଟ୍ଟନାୟକ ( Sr. Scientist and KVK-Head, Extension ), ବିଭୂତି ଭୂଷଣ ପଟ୍ଟନାୟକ ( AFO, Sonepur ), ଡଃ ମାହାଳିକ ( ADO, Sonepur ) , ଶ୍ରୀମତୀ ପି ଏଲ ରାୟ ( Program assistant, Home science ),  ଡଃ ତ୍ରିନାଥ ଖଣ୍ଡାୟତରାୟ ( Scientist, Plant Protection ), ସୁପ୍ରଭା ସେଠୀ ( SMS, Agriculture Extension ), ଶ୍ରୀଯୁକ୍ତ ବିନୀତ ଯାଦବ ( Sr. Territory Manager, Western Odisha , mahindra  ) ଉପସ୍ଥିତ ରହିଥିଲେ l ମହିନ୍ଦ୍ରା ଟ୍ରାକ୍ଟର କର୍ମଚାରୀ ଚାଷୀଙ୍କ ସହିତ ବିଭିନ୍ନ ଟ୍ରାକ୍ଟର ବିଷୟରେ ଆଲୋଚନା କରିଥିଲେ l ଆଜିର ଏହି କୃଷି ମେଳାରେ ଚାଷୀଙ୍କ ସହିତ ଖରିଫ ଋତୁର ରୋଗ ପୋକ ନିୟନ୍ତ୍ରଣ , ଟ୍ରାକ୍ଟର ରକ୍ଷଣାବେକ୍ଷଣ ଏବଂ ଟ୍ରାକ୍ଟରର ଅନ୍ୟାନ୍ୟ ବିଷୟ ଉପରେ ଆଲୋଚନା କରାଯାଇଥିଲା l

ମହିନ୍ଦ୍ରା ଟ୍ରାକ୍ଟର ପ୍ରଦର୍ଶିତ କାର୍ଯ୍ୟକ୍ରମ :-

ଏହି କାର୍ଯ୍ୟକ୍ରମର ମୁଖ୍ୟ ଆକର୍ଷଣ ହେଉଛି ମହିନ୍ଦ୍ରା ଟ୍ରାକ୍ଟରଗୁଡିକର ସର୍ବଶେଷ ଅଫର୍, ଯାହା ଚାଷ ପ୍ରଣାଳୀରେ ବୈପ୍ଲବିକ ଏବଂ ଉତ୍ପାଦନ ବୃଦ୍ଧି ପାଇଁ ପରିକଳ୍ପିତ କରିଥାଏ ଏକ ନୂଆ ସ୍ବପ୍ନକୁ l ଏହି କାର୍ଯ୍ୟକ୍ରମରେ ଯୋଗଦେଉଥିବା କୃଷକମାନେ ନିଜ କ୍ଷେତ୍ରରେ ସର୍ବୋଚ୍ଚ ଫଳାଫଳ ପାଇଁ ଟ୍ରାକ୍ଟର ବ୍ୟବହାରକୁ ଅପ୍ଟିମାଇଜ୍ କରିବା ପାଇଁ ପ୍ରଦର୍ଶନ ଏବଂ ବିଶେଷଜ୍ଞଙ୍କ ମାର୍ଗଦର୍ଶନ ପାଇଥିଲେ l

For collaboration, partnership and sponsorship connect:-

Megha Sharma : 9891668292

Poonam Biswakarma : 98188936522

Anika Bassi : 9354219435

କୃଷି-ସାମ୍ବାଦିକତା ପ୍ରତି ଆପଣଙ୍କ ସମର୍ଥନ ଦେଖାନ୍ତୁ

ପ୍ରିୟ ବନ୍ଧୁଗଣ, ଆମର ପାଠକ ହୋଇଥିବାରୁ ଆପଣଙ୍କୁ ଧନ୍ୟବାଦ । କୃଷି ସାମ୍ବାଦିକତାକୁ ଆଗକୁ ବଢ଼ାଇବା ପାଇଁ ଆପଣଙ୍କ ଭଳି ପାଠକ ଆମପାଇଁ ପ୍ରେରଣା । ଉଚ୍ଚମାନର କୃଷି ସାମ୍ବାଦିକତା ଯୋଗାଇଦେବାପାଇଁ ଏବଂ ଗ୍ରାମୀଣ ଭାରତର ପ୍ରତିଟି କୋଣରେ କୃଷକ ଓ ଲୋକଙ୍କ ପାଖରେ ପହଞ୍ଚିବା ପାଇଁ ଆମେ ଆପଣଙ୍କ ସମର୍ଥନ ଦରକାର କରୁଛୁ ।

ଆମ ଭବିଷ୍ୟତ ପାଇଁ ଆପଣଙ୍କ ପ୍ରତିଟି ଅର୍ଥଦାନ ମୂଲ୍ୟବାନ

ଏବେ ହିଁ କିଛି ଅର୍ଥଦାନ ନିଶ୍ଚୟ କରନ୍ତୁ (Contribute Now)