News

ତେଲେଙ୍ଗାନାରେ ଆୟୋଜିତ ହେଲା ସମ୍ରିଦ୍ଧ କିସାନ ଉତ୍ସବ

ଲଙ୍କା ଫସଲରେ କୀଟନାଶକ ଏବଂ ରୋଗ ପରିଚାଳନା ବିଷୟରେ ଆଲୋଚନା ହୋଇଥିଲା

22 July, 2024 6:13 PM IST By: Tanushree Mahapatra

ଆଜି ତେଲେଙ୍ଗାନାର ୱାରଙ୍ଗାଲରେ କୃଷି ଜାଗରଣ ଦ୍ୱାରାସମ୍ରିଦ୍ଧ କିସାନ ଉତ୍ସବ ସଫଳତାର ସହ ସମାପ୍ତ ହୋଇଛି l ଲଙ୍କା ଫସଲରେ କୀଟନାଶକ ଏବଂ ରୋଗ ପରିଚାଳନା", "ଟ୍ରାକ୍ଟର ଶିଳ୍ପରେ ଅଭିନବତା" ରହିଥିଲା ବିଷୟବସ୍ତୁ l ରାଇଥୁ ବେଦିକା ହଲ୍, ରଙ୍ଗପୁରମ୍, ମଣ୍ଡଳ-ମୋଗୁଲ୍ଲାପଲ୍ଲୀ, ଜୟଶଙ୍କର ଭୁପାଲପାଲି, ତେଲେଙ୍ଗାନା ଠାରେ ଏହା ଆୟୋଜିତ କରାଯାଇଥିଲା l

ୱାରଙ୍ଗାଲର କୃଷି ବିଜ୍ଞାନ କେନ୍ଦ୍ର ଠାରେ ଆୟୋଜନ ହୋଇଥିବାବେଳେ ବିଶେଷଜ୍ଞମାନଙ୍କ ସହିତ ଚାଷ ଅଭ୍ୟାସ ବିଷୟରେ ଆଲୋଚନା କରାଯାଇଥିଲା l ଏହି କୃଷି ମେଳାରେ କୃଷି ଜାଗରଣ ଟିମ ତରଫରୁ ଚାଷୀଙ୍କୁ ସମ୍ମାନିତ କରାଯାଇଥିଲା l

୨୦୦ ରୁ ଅଧିକ ଚାଷୀ ଉପସ୍ଥିତ ଥିଲେ ଏହି କୃଷି ମେଳାରେ l ଏହି କୃଷି ମେଳାରେ ଡଃ ରାଜନ୍ନା ( kvk ),ବିଜୟ ଭାସ୍କର (DAO) ,ଶ୍ରୀ ସଂଜୀବା ରାଓ (district horticulture officer ),ଡଃ ସି ଏଚ ସ୍ବାମୀ (scientist/sms/ agronomy),ଡଃ ଏ ରାଜୁ (scientist/sms/plant protection ),ଶ୍ରୀ ଶ୍ରିକାନ୍ତ୍ (agriculture extension officer) ଉପସ୍ଥିତ ରହିଥିଲେ l ଧାନୁକା ଏଗ୍ରିଟେକର ସହଯୋଗ ରହିଥିଲା ଏହି କୃଷି ମେଳାକୁ l କୃଷି ଜାଗରଣ ଦ୍ୱାରା ଆୟୋଜିତ ଏହି କୃଷି ମେଳାର ନଲେଜ ପାର୍ଟନର ରହିଛି ICAR l

ମହିନ୍ଦ୍ରା ଟ୍ରାକ୍ଟର ପ୍ରଦର୍ଶିତ କାର୍ଯ୍ୟକ୍ରମ :-

ଏହି କାର୍ଯ୍ୟକ୍ରମର ମୁଖ୍ୟ ଆକର୍ଷଣ ହେଉଛି ମହିନ୍ଦ୍ରା ଟ୍ରାକ୍ଟରଗୁଡିକର ସର୍ବଶେଷ ଅଫର୍, ଯାହା ଚାଷ ପ୍ରଣାଳୀରେ ବୈପ୍ଲବିକ ଏବଂ ଉତ୍ପାଦନ ବୃଦ୍ଧି ପାଇଁ ପରିକଳ୍ପିତ କରିଥାଏ ଏକ ନୂଆ ସ୍ବପ୍ନକୁ l ଏହି କାର୍ଯ୍ୟକ୍ରମରେ ଯୋଗଦେଉଥିବା କୃଷକମାନେ ନିଜ କ୍ଷେତ୍ରରେ ସର୍ବୋଚ୍ଚ ଫଳାଫଳ ପାଇଁ ଟ୍ରାକ୍ଟର ବ୍ୟବହାରକୁ ଅପ୍ଟିମାଇଜ୍ କରିବା ପାଇଁ ପ୍ରଦର୍ଶନ ଏବଂ ବିଶେଷଜ୍ଞଙ୍କ ମାର୍ଗଦର୍ଶନ ପାଇଥିଲେ l


For collaboration, partnership and sponsorship connect:-
Megha Sharma : 9891668292
Poonam Biswakarma : 98188936522
Anika Bassi : 9354219435

କୃଷି-ସାମ୍ବାଦିକତା ପ୍ରତି ଆପଣଙ୍କ ସମର୍ଥନ ଦେଖାନ୍ତୁ

ପ୍ରିୟ ବନ୍ଧୁଗଣ, ଆମର ପାଠକ ହୋଇଥିବାରୁ ଆପଣଙ୍କୁ ଧନ୍ୟବାଦ । କୃଷି ସାମ୍ବାଦିକତାକୁ ଆଗକୁ ବଢ଼ାଇବା ପାଇଁ ଆପଣଙ୍କ ଭଳି ପାଠକ ଆମପାଇଁ ପ୍ରେରଣା । ଉଚ୍ଚମାନର କୃଷି ସାମ୍ବାଦିକତା ଯୋଗାଇଦେବାପାଇଁ ଏବଂ ଗ୍ରାମୀଣ ଭାରତର ପ୍ରତିଟି କୋଣରେ କୃଷକ ଓ ଲୋକଙ୍କ ପାଖରେ ପହଞ୍ଚିବା ପାଇଁ ଆମେ ଆପଣଙ୍କ ସମର୍ଥନ ଦରକାର କରୁଛୁ ।

ଆମ ଭବିଷ୍ୟତ ପାଇଁ ଆପଣଙ୍କ ପ୍ରତିଟି ଅର୍ଥଦାନ ମୂଲ୍ୟବାନ

ଏବେ ହିଁ କିଛି ଅର୍ଥଦାନ ନିଶ୍ଚୟ କରନ୍ତୁ (Contribute Now)