News

ପଶ୍ଚିମବଙ୍ଗ ନାଦିଆ ଜିଲ୍ଲାରେ ଆୟୋଜିତ ହେଲା ସମ୍ରିଦ୍ଧ କିସାନ ଉତ୍ସବ

ଏହି ଏକ ଦିବସୀୟ ମେଳା ପରିସରରେ ମହିନ୍ଦ୍ରା ଟ୍ରାକ୍ଟରର ଏକ ପ୍ରଦର୍ଶନୀ ମଧ୍ୟ ଆୟୋଜିତ ହୋଇଥିଲା l

12 July, 2024 5:47 PM IST By: Tanushree Mahapatra

ପଶ୍ଚିମବଙ୍ଗରେ 'MFOI Samrid Kisan Utsav' ଆରମ୍ଭ ହୋଇଛି l ହୁଗଲି ପରେ ଏହି କାର୍ଯ୍ୟକ୍ରମ ନାଦିଆ ଜିଲ୍ଲାରେ ଅନୁଷ୍ଠିତ ହୋଇଥିଲା ଆଜି l କୃଷି ଜାଗରଣ ଦ୍ୱାରା ଆୟୋଜିତ ତଥା ମହିନ୍ଦ୍ରା ଟ୍ରାକ୍ଟର କମ୍ପନୀ ଦ୍ଵାରା ପ୍ରାୟୋଜିତ ନାଦିଆ ଜିଲ୍ଲାର ଶତାଧିକ କୃଷକ ଏହି କାର୍ଯ୍ୟକ୍ରମରେ ଯୋଗ ଦେଇଥିଲେ। ମହିନ୍ଦ୍ରା ଟ୍ରାକ୍ଟରଙ୍କ ଦ୍ୱାରା ପ୍ରାୟୋଜିତ ଏହି କାର୍ଯ୍ୟକ୍ରମର ବିଷୟବସ୍ତୁ ହେଉଛି 'ସମୃଦ୍ଧ ଭାରତ ପାଇଁ କୃଷକଙ୍କ ଆୟକୁ ସର୍ବାଧିକ କରିବା ' ଏବଂ ଏହାର ମୁଖ୍ୟ ଉଦ୍ଦେଶ୍ୟ ଥିଲା କୃଷକମାନଙ୍କୁ କୃଷି କ୍ଷେତ୍ରରେ ଅତ୍ୟାଧୁନିକ ଅଭ୍ୟାସ ଏବଂ ନୂତନତ୍ୱ ସହିତ ଯୋଡିବା । ଏହି ଏକ ଦିବସୀୟ ମେଳା ପରିସରରେ ମହିନ୍ଦ୍ରା ଟ୍ରାକ୍ଟରର ଏକ ପ୍ରଦର୍ଶନୀ ମଧ୍ୟ ଆୟୋଜିତ ହୋଇଥିଲା l ଏହି ସମୟ ମଧ୍ୟରେ ଜିଲ୍ଲାର କୃଷକମାନେ ମହିନ୍ଦ୍ରା ଟ୍ରାକ୍ଟରର ଷ୍ଟଲ ପରିଦର୍ଶନ କରି ଅତ୍ୟାଧୁନିକ ମଡେଲ ବିଷୟରେ ସୂଚନା ପାଇଥିଲେ । JCB ର ଏକ ଷ୍ଟଲ୍ ମଧ୍ୟ ରହିଥିଲା ଏହି ଏକ ଦିବସୀୟ କୃଷି ମେଳାରେ l ଜେସିବି ମଧ୍ୟ ଏଥିରେ ପ୍ରୟୋଜକ ଭାବେ ସାମିଲ ହୋଇଥିଲା l

ପ୍ରଥମେ ଦ୍ବୀପ ପ୍ରଜ୍ଜ୍ୱଳନ କରି ଏହି ଇଭେଣ୍ଟ ଆରମ୍ଭ ହୋଇଥିଲା l ପ୍ରଗତିଶୀଳ କୃଷକ ରବୀନ୍ଦ୍ରନାଥ ବିଶ୍ୱ ଉପସ୍ଥିତ ଥିଲେ । ରୋହିତ ଜାଗ ସରପଞ୍ଚଙ୍କ ସହିତ ମହିନ୍ଦ୍ରା କମ୍ପାନୀ ପ୍ରତିନିଧି ଶୁଭ୍ରା ଦାସ ମଧ୍ୟ ଉପସ୍ଥିତ ଥିଲେ। ଜେସିବି ପ୍ରତିନିଧୀ ଅମିତା ନନ୍ଦା କୁଣ୍ଡୁ। ପ୍ରଗତିଶୀଳ କୃଷକ ରବୀନ୍ଦ୍ରନାଥ ବିଶ୍ୱ ଏହି ଅବସରରେ ତାଙ୍କ ଅଭିଭାଷଣ ପ୍ରଦାନ କରିଥିଲେ । ସେ କହିଛନ୍ତି, “ଯେତେବେଳେ କୃଷକମାନେ ଆତ୍ମହତ୍ୟା କରନ୍ତି ସେତେବେଳେ ଗଣମାଧ୍ୟମ ଆସେ । କୃଷକଙ୍କ ସଫଳ କାହାଣୀକୁ ମଧ୍ୟ ଆଲୋକିତ କରାଯିବା ଉଚିତ୍ ”। ଏହି ପ୍ରକାର କାର୍ଯ୍ୟକ୍ରମ ଆୟୋଜନ କରିଥିବାରୁ ସେ କୃଷି ଜାଗରଣଙ୍କୁ ଧନ୍ୟବାଦ ଜଣାଇଛନ୍ତି ।

ପଞ୍ଚାୟତ ପ୍ରଧାନ କୃଷି ଜାଗରଣକୁ ଧନ୍ୟବାଦ ଜଣାଇ ତାଙ୍କ ଅଭିଭାଷଣ ଆରମ୍ଭ କରିଥିଲେ। ସେ କହିଛନ୍ତି, “ନାଦିଆ ଜିଲ୍ଲାର କୃଷକମାନେ କୃଷି କ୍ଷେତ୍ରରେ ଭଲ ପ୍ରଦର୍ଶନ କରୁଛନ୍ତି । କୃଷି ସମ୍ବନ୍ଧରେ ଏହି ଜିଲ୍ଲାରେ ଅନେକ ନୂତନ ଯୋଜନା ପ୍ରସ୍ତୁତ କରାଯାଉଛି l ଦେଶକୁ ଆଗକୁ ବଢ଼ାଇବା ପାଇଁ କୃଷି ହେଉଛି ଅନ୍ୟତମ ଉପାୟ । ମହିନ୍ଦ୍ରା କମ୍ପାନୀର ପ୍ରତିନିଧୀ ଶୁଭ୍ରା ଦାସ ବିଭିନ୍ନ ମେସିନ୍ ଏବଂ ମହିନ୍ଦ୍ରା ଟ୍ରାକ୍ଟରର ନୂତନ ଚିନ୍ତାଧାରା ବିଷୟରେ ଚାଷୀଙ୍କୁ ସୂଚନା ପ୍ରଦାନ କରିଥିଲେ । JCB ପ୍ରତିନିଧୀ ଅମିତା ନନ୍ଦା କୁଣ୍ଡୁ ମଧ୍ୟ JCB ବିଷୟରେ ସୂଚନା ବାଣ୍ଟିଥିଲେ ଚାଷୀଙ୍କୁ l

ଏହି କାର୍ଯ୍ୟକ୍ରମର ମୁଖ୍ୟ ଆକର୍ଷଣ ଥିଲା କୃଷି କ୍ଷେତ୍ରରେ ଜିଲ୍ଲାର ପ୍ରଗତିଶୀଳ କୃଷକଙ୍କ ଅବଦାନ ତଥା ସଫଳତାକୁ ସମ୍ମାନ ଜଣାଇ ଅତିଥିମାନଙ୍କୁ ପ୍ରମାଣପତ୍ର ବଣ୍ଟନ । ଏହି କାର୍ଯ୍ୟକ୍ରମ କୃଷି ସମ୍ପ୍ରଦାୟକୁ ସଶକ୍ତ କରିବା ଏବଂ ସ୍ଥାୟୀ କୃଷି ପ୍ରଣାଳୀକୁ ପ୍ରୋତ୍ସାହିତ କରିବା ପାଇଁ ସଫଳ ପ୍ରୟାସକୁ ଆଲୋକିତ କରି ଧନ୍ୟବାଦ ଅର୍ପଣ ସହିତ ସମାପ୍ତ ହୋଇଛି l ଏହାପରେ ସମଗ୍ର ପଶ୍ଚିମବଙ୍ଗରେ ସମ୍ରିଦ୍ଧ କିସାନ ଉତ୍ସବ ଆୟୋଜନ କରାଯିବ ବିଭିନ୍ନ ସ୍ଥାନରେ l

ଅଧିକ ପଢ଼ନ୍ତୁ

ଉତ୍ତର ପ୍ରଦେଶ ବରେଲୀରେ ଆୟୋଜିତ ହେଲା ସମ୍ରିଦ୍ଧ କିସାନ ଉତ୍ସବ

ମଧ୍ୟପ୍ରଦେଶ ବରୱାନିରେ ଆୟୋଜିତ ହେଲା ସମ୍ରିଦ୍ଧ କିସାନ ଉତ୍ସବ

କୃଷି-ସାମ୍ବାଦିକତା ପ୍ରତି ଆପଣଙ୍କ ସମର୍ଥନ ଦେଖାନ୍ତୁ

ପ୍ରିୟ ବନ୍ଧୁଗଣ, ଆମର ପାଠକ ହୋଇଥିବାରୁ ଆପଣଙ୍କୁ ଧନ୍ୟବାଦ । କୃଷି ସାମ୍ବାଦିକତାକୁ ଆଗକୁ ବଢ଼ାଇବା ପାଇଁ ଆପଣଙ୍କ ଭଳି ପାଠକ ଆମପାଇଁ ପ୍ରେରଣା । ଉଚ୍ଚମାନର କୃଷି ସାମ୍ବାଦିକତା ଯୋଗାଇଦେବାପାଇଁ ଏବଂ ଗ୍ରାମୀଣ ଭାରତର ପ୍ରତିଟି କୋଣରେ କୃଷକ ଓ ଲୋକଙ୍କ ପାଖରେ ପହଞ୍ଚିବା ପାଇଁ ଆମେ ଆପଣଙ୍କ ସମର୍ଥନ ଦରକାର କରୁଛୁ ।

ଆମ ଭବିଷ୍ୟତ ପାଇଁ ଆପଣଙ୍କ ପ୍ରତିଟି ଅର୍ଥଦାନ ମୂଲ୍ୟବାନ

ଏବେ ହିଁ କିଛି ଅର୍ଥଦାନ ନିଶ୍ଚୟ କରନ୍ତୁ (Contribute Now)