News

ମୟୁରଭଞ୍ଜ କୃଷି ବିଜ୍ଞାନ କେନ୍ଦ୍ରରେ ଆୟୋଜିତ ହେଲା ସମ୍ରିଦ୍ଧ କିସାନ ଉତ୍ସବ

କୃଷି ଜାଗରଣ ଦ୍ୱାରା ଆୟୋଜିତ ଏହି କୃଷି ମେଳାର ମୁଖ୍ୟ ପ୍ରାୟୋଜକ ରହିଛି ମହିନ୍ଦ୍ରା ଟ୍ରାକ୍ଟର......

07 June, 2024 1:39 PM IST By: Tanushree Mahapatra

ଆଜି ମୟୁରଭଞ୍ଜ କୃଷି ବିଜ୍ଞାନ କେନ୍ଦ୍ରରେ ଆୟୋଜିତ ହୋଇଛି କୃଷି ଜାଗରଣ ଦ୍ୱାରା ସମ୍ରିଦ୍ଧ କିସାନ ଉତ୍ସବ l ଯାହାର ମୁଖ୍ୟ ପ୍ରାୟୋଜକ ରହିଛି ମହିନ୍ଦ୍ରା ଟ୍ରାକ୍ଟରସ l ଏହି ଏକ ଦିବସୀୟ କୃଷି ମେଳାକୁ ମୟୁରଭଞ୍ଜ କୃଷି ବିଜ୍ଞାନ କେନ୍ଦ୍ରର ସମ୍ପୂର୍ଣ୍ଣ ସହଯୋଗ ରହିଛି l କୃଷି ଜାଗରଣ ଦ୍ୱାରା ଆୟୋଜିତ ହୋଇଥିବା MFOI ୨୦୨୩ ପୁରସ୍କାର ଆୱାର୍ଡ ସୋ ସଫଳ ହେବାପରେ ଏହି ପୁରସ୍କାର ସୋ ଅଧୀନରେ ଦୁଇଟି ନୂଆ କାର୍ଯ୍ୟକ୍ରମ ଆରମ୍ଭ ହୋଇଥିଲା l ଯାହାର ନାମ ରହିଥିଲା ସମ୍ରିଦ୍ଧ କିସାନ ଉତ୍ସବ ଏବଂ MFOI VVIF କିସାନ ଭାରତ ଯାତ୍ରା l

କୃଷି ସମ୍ବନ୍ଧୀୟ ନୂତନ କୌଶଳ ସହିତ କୃଷି ସମ୍ବନ୍ଧୀୟ ସୂଚନା ପାଇପାରିବେ ଏବଂ ସେମାନଙ୍କର ଧାରଣା ମଧ୍ୟ ବାଣ୍ଟିପାରିବେ ଅନ୍ୟ ଚାଷୀଙ୍କ ସହିତ l ଏହା ବ୍ୟତୀତ ସମ୍ରିଦ୍ଧ କିସାନ ଉତ୍ସବରେ କୃଷକମାନଙ୍କୁ କୃଷି ଜାଗରଣ ଦ୍ୱାରା ନିଆଯାଇଥିବା ସ୍ୱତନ୍ତ୍ର ପଦକ୍ଷେପ ' ମିଲେନିୟର୍ ଫାର୍ମର ଅଫ୍ ଇଣ୍ଡିଆ' ପୁରସ୍କାର ବିଷୟରେ ମଧ୍ୟ ଅବଗତ କରାଯାଉଛି । ଯାହାଫଳରେ କୃଷକମାନେ MFOI ବିଷୟରେ ଅଧିକ ଜାଣିପାରିବେ l ଏହା ସହିତ, ସମ୍ରିଦ୍ଧ କିସାନ୍ ଉତ୍ସବ ସମୟରେ ଚାଷ କ୍ଷେତ୍ରରେ ଉତ୍କୃଷ୍ଟ କାର୍ଯ୍ୟ କରୁଥିବା କୋଟିପତି ଏବଂ ପ୍ରଗତିଶୀଳ କୃଷକଙ୍କୁ ମଧ୍ୟ ସମ୍ମାନିତ କରାଯାଉଛି l ସମ୍ରିଦ୍ଧ କିସାନ ଉତ୍ସବ ହେଉଛି ଏକ ଦିବସୀୟ କୃଷି ମେଳା l

 

୨୦୦ ରୁ ଅଧିକ ଚାଷୀ ଏଥିରେ ସାମିଲ ହୋଇଥିଲେ l ଅନ୍ୟପଟେ ଅତିଥି ଭାବେ ଡଃ ସଂଘମିତ୍ରା ପଟ୍ଟନାୟକ ( senoir scientist and head ) , ଡଃ ଜଗନ୍ନାଥ ପାତ୍ର ( scientist , agri estension ) , ଡଃ ଝୁନିଲତା ଭୂୟାଁ (scientist, home science ) , ଡଃ ଗୋବିନ୍ଦ ଚନ୍ଦ୍ର ଧଳ ( scientist, agri engineering ), ଡଃ ପ୍ଲଵିତ ରାୟ ( agronomy ), ଅଂଶୁମାନ ଦେବାଶିଷ ନାୟକ( farm manager ) , ସିଦ୍ଧାର୍ଥ ସରଦାର( asistant manager ,OMBADC)  , ସଶାଙ୍କ ସକ୍ସେନା ( territory manager , Mahindra tractors), ଅଂଶୁମାନ ଦାଶ ( mayur enterprise, Mahindra dealer)  , ଶୁଭ୍ର ମହାନ୍ତି ( regional manager , krishi jagran) ଉପସ୍ଥିତ ରହିଥିଲେ l

କୃଷକମାନଙ୍କୁ ଏକ ପ୍ଲାଟଫର୍ମ ଯୋଗାଇବା MFOI Samridh Kisan Utsav 2024 ର ମୂଳ ଉଦ୍ଦେଶ୍ୟ l ଯାହା ମାଧ୍ୟମରେ ଚାଷୀଙ୍କ ମଧ୍ୟରେ ଜ୍ଞାନର ଆଦାନ ପ୍ରଦାନ ହେବ ଏବଂ କୃଷକମାନେ କୃଷିରେ ନୂତନ ପରୀକ୍ଷଣ କରି ସେମାନଙ୍କର ଆୟ ବୃଦ୍ଧି କରିପାରିବେ l କୃଷି ଜାଗରଣ ଦ୍ୱାରା ଆୟୋଜିତ ଏହି କୃଷି ମେଳାର ମୁଖ୍ୟ ପ୍ରାୟୋଜକ ରହିଛି ମହିନ୍ଦ୍ରା ଟ୍ରାକ୍ଟର l ଏହି କୃଷି ମେଳାରେ ଆଜି କୃଷି ଵିହଜ୍ଞାନିକଙ୍କ ଦ୍ୱାରା ଦକ୍ଷ କୃଷି କାର୍ଯ୍ୟ କରୁଥିବା ଚାଷୀଙ୍କୁ ସମ୍ମାନିତ କରାଯାଇଥିଲା l ଯେଉଁଥି ପାଇଁ ଆଗାମୀ ଭବିଷ୍ୟତରେ ଚାଷୀ ଅଧିକ ରୁ ଅଧିକ ଉତ୍ସାହିତ ହେବେ କୃଷି କାର୍ଯ୍ୟ ପାଇଁ l ଏହି କାର୍ଯ୍ୟକ୍ରମରେ ଦୁଇ ଜଣ ମହିନ୍ଦ୍ରା ଟ୍ରାକ୍ଟର କମ୍ପାନୀର କର୍ମଚାରୀ ଉପସ୍ଥିତ ଥିଲେ l ଯେଉଁମାନେ ଚାଷୀଙ୍କୁ ମହିନ୍ଦ୍ରା କମ୍ପାନୀ ତଥା ନୂତନ ଜ୍ଞାନକୌଶଳରେ ପ୍ରସ୍ତୁତ ହୋଇଥିବା ନୂତନ ଟ୍ରାକ୍ଟର ବିଷୟରେ ଜ୍ଞାନ ପ୍ରଦାନ କରିଥିଲେ l ମହିନ୍ଦ୍ରା କିପରି ଗତ କିଛି ବର୍ଷ ମଧ୍ୟରେ ଚାଷୀଙ୍କ ହୃଦୟରେ ନିଜ ସ୍ଥାନ କରିଛି ତାହା ବଖାଣିଥିଲେ l ନୂତନ ଟ୍ରାକ୍ଟର ମଧ୍ୟ ଚାଷୀଙ୍କ ଆଗରେ ପ୍ରଦର୍ଶିତ କରାଯାଇଥିଲା ଏବଂ ଏହାର ବ୍ୟବହାର କୃଷି କ୍ଷେତ୍ରରେ କିପରି ପରିବର୍ତ୍ତନ ଆଣିବ ସେ ବିଷୟରେ ଜ୍ଞାନ ପ୍ରଦାନ କରାଯାଇଥିଲା l

ଯୋଗଦେବା ପାଇଁ କ'ଣ କରିବେ ?

କୃଷକ, କୃଷି କମ୍ପାନୀ ଏବଂ କୃଷି କ୍ଷେତ୍ର ସହିତ ଜଡିତ ଅନ୍ୟମାନେ ମଧ୍ୟ MFOI ୨୦୨୪ ପୁରସ୍କାର ଏବଂ MFOI ସମ୍ରିଦ୍ଧ କିସାନ୍ ଉତ୍ସବ ୨୦୨୪ ର ଏକ ଅଂଶ ଗ୍ରହଣ କରିପାରିବେ l ଏଥିପାଇଁ କୃଷି ଜାଗରଣ ତୁମ ସମସ୍ତଙ୍କୁ ନିମନ୍ତ୍ରଣ କରୁଛି l MFOI ୨୦୨୪ କିମ୍ବା Samridh Kisan Utsav କାର୍ଯ୍ୟକ୍ରମରେ ନିଜ ଷ୍ଟଲ୍ ବୁକିଂ ପାଇଁ କିମ୍ବା ଯେକୌଣସି ପ୍ରକାରର ପ୍ରାୟୋଜକ ପାଇଁ, ଆପଣ କୃଷି ଜାଗରଣ ସହିତ ଯୋଗାଯୋଗ କରିପାରିବେ l ଏହି ସମୟରେ, ପୁରସ୍କାର ଶୋ କିମ୍ବା ଅନ୍ୟ କୌଣସି ପ୍ରୋଗ୍ରାମ ସହିତ ଜଡିତ ସୂଚନା ପାଇଁ, ଏହି ଗୁଗୁଲ୍ ଫର୍ମ ପୂରଣ କରନ୍ତୁ- https://forms.gle/sJdL4yWVaCpg838y6   l ଅଧିକ ସୂଚନା ପାଇଁ MFOI ର ଅଫିସିଆଲ୍ ୱେବସାଇଟ୍ https://millionairefarmer.in/  ପରିଦର୍ଶନ କରନ୍ତୁ l ଏହା ବ୍ୟତୀତ, ଆପଣ ଦିଆଯାଇଥିବା ନମ୍ବରକୁ ମଧ୍ୟ କଲ କରିପାରିବେ - ଶୁଭ୍ର ମହାନ୍ତି : 971 883 8998 , ମେଘା ଶର୍ମା : 989 166 8292 , ହର୍ଷ କପୁର: 989 172 4466 l

ଅଧିକ ପଢ଼ନ୍ତୁ

ସମ୍ରିଦ୍ଧ କିସାନ ଉତ୍ସବ: ଉତ୍ତରପ୍ରଦେଶରେ ଏକ ଦିବସୀୟ କୃଷି ମେଳା

କୃଷି-ସାମ୍ବାଦିକତା ପ୍ରତି ଆପଣଙ୍କ ସମର୍ଥନ ଦେଖାନ୍ତୁ

ପ୍ରିୟ ବନ୍ଧୁଗଣ, ଆମର ପାଠକ ହୋଇଥିବାରୁ ଆପଣଙ୍କୁ ଧନ୍ୟବାଦ । କୃଷି ସାମ୍ବାଦିକତାକୁ ଆଗକୁ ବଢ଼ାଇବା ପାଇଁ ଆପଣଙ୍କ ଭଳି ପାଠକ ଆମପାଇଁ ପ୍ରେରଣା । ଉଚ୍ଚମାନର କୃଷି ସାମ୍ବାଦିକତା ଯୋଗାଇଦେବାପାଇଁ ଏବଂ ଗ୍ରାମୀଣ ଭାରତର ପ୍ରତିଟି କୋଣରେ କୃଷକ ଓ ଲୋକଙ୍କ ପାଖରେ ପହଞ୍ଚିବା ପାଇଁ ଆମେ ଆପଣଙ୍କ ସମର୍ଥନ ଦରକାର କରୁଛୁ ।

ଆମ ଭବିଷ୍ୟତ ପାଇଁ ଆପଣଙ୍କ ପ୍ରତିଟି ଅର୍ଥଦାନ ମୂଲ୍ୟବାନ

ଏବେ ହିଁ କିଛି ଅର୍ଥଦାନ ନିଶ୍ଚୟ କରନ୍ତୁ (Contribute Now)