News

କୃଷକଙ୍କ ପାଇଁ ବିଶେଷ ସୂଚନା ...

କୃଷକଙ୍କ ପାଇଁ ବିଶେଷ ସୂଚନା ...

01 May, 2019 3:44 PM IST By: KJ Staff

ଫଣି ଜନିତ ସମ୍ଭାବ୍ୟ ବାତ୍ୟା ଓ ବର୍ଷ ମୁକାବିଲା ପାଇଁ ଚାଷୀଭାଇଙ୍କୁ ପରାମର୍ଶ

ଭାରତୀୟ ପାଣିପାଗ ବିଭାଗ ,ଭୁବନେଶ୍ୱର ଶାଖାର ପୂର୍ବ ସୂଚନା ଅନୁଯାୟୀ ଆସନ୍ତା ୨ ତାରିଖରୁ ଓଡ଼ିଶାରେ ବିଭିନ୍ନ ଜିଲାରେ ପବନ ସହ ବର୍ଷା ଲାଗି ରହିବ |

ଧାନ :
୧)ଡ଼ାଳୁଅ ଧାନ ଶତକଡା ୮୦ ଭାଗ ପାଚି ଯାଇଥିଲାବେଳେ ତୁରନ୍ତ କାଟିଦେଇ ସୁରକ୍ଷିତ ସ୍ଥାନରେ ରଖି ଦିଅନ୍ତୁ |
୨)କଟା ଧାନ ଅମଳ ପାଇଁ ଖଳାରେ ରଖିଥିଲେ ତୁରନ୍ତ ସୁରକ୍ଷିତ ସ୍ଥାନକୁ ନେଇଯାଆନ୍ତୁ କିମ୍ବା ପାଲ ଢାଙ୍କି ଦିଅନ୍ତୁ |
୩)ଧାନ ଜମିରୁ ବଳକା ପାଣି ବାହାରି ଯିବା ପାଇଁ ନାଳୀ କରନ୍ତୁ ଏବଂ ନାଳୀ ର ମୁହଁ ଖୋଲା ରଖନ୍ତୁ |

ମୁଗ /ବିରି :
୧)ଖରାଟିଆ ମୁଗ ଓ ବିରି ଜମିରୁ ଆଣି ଖଳାରେ ଶୁଖାଇଥିଲେ ତୁରନ୍ତ ଅମଳ କରିନିଅନ୍ତୁ |
୨)ଅମଳ ପରେ ଗୋଖାଦ୍ୟ ପାଇଁ ବ୍ୟବହୃତ ହେବାକୁ ଥିବା ଖାଦ୍ୟକୁ ସୁରକ୍ଷିତ ସ୍ଥାନକୁ ନେଇ ସାଇତି ରଖନ୍ତୁ |
୩)ଅମଳ ହୋଇ ପାରୁ ନଥିବା ଶୁଖିଲା ଗଛ ଗୁଡିକୁ ଖଳାରୁ ସୁରକ୍ଷିତ ସ୍ଥାନକୁ ନେଇଯାଆନ୍ତୁ |

ପନିପରିବା :
୧)ବର୍ଷା ଯୋଗୁଁ ପୋଟଳ ,କାକୁଡି ,କଖାକୁ ଆଦି ଲତା ଜାତୀୟ ପନିପରିବା ଓ ବାଇଗଣ ,ବିଲାତି ବାଇଗଣ ଆଦି ପନିପରିବା ପ୍ରଭାବିତ ହୋଇପାରେ |ତେଣୁ ଅମଳ ଉପଯୋଗୀ ପନିପରିବାକୁ ତୋଳି ନିଅନ୍ତୁ |
୨)ପନିପରିବା ଜମିରୁ ପାଣି ନିଷ୍କାସନ ପାଇଁ ବ୍ୟବସ୍ତା କରନ୍ତୁ |
୩)ରଞ୍ଜା /ଟ୍ରେଲିକୁ ମଜବୁତ କରି ଦିଅନ୍ତୁ |
୪)ପନିପରିବା ଫସଲରେ ବର୍ଷା ଛାଡିଗଲା ପରେ ଯଊପୋକ ଲାଗିବାର ସମ୍ଭାବନା ରହିଛି |ଏହାର ନିରାକରଣ ପାଇଁ ଏକର ପ୍ରତି ୬୦ ଗ୍ରାମ ଇମିଡାକ୍ଳପ୍ରିଡ଼ କିମ୍ବା ୫୦ ଗ୍ରାମ ଏସିଟାମିପ୍ରିଡ଼ ୨୦୦ ଲିଟର ପାଣିରେ ମିଶାଇ ସିଞ୍ଚନ କରନ୍ତୁ |

୫)ବର୍ଷା ପରେ ପନିପରିବା ଫସଲରେ ଝାଉଁଳା ରୋଗ ଲାଗିବାର ସମ୍ଭାବନ ଥାଏ |ତେଣୁ ୧୦ ଲିଟର ପାଣିରେ ୧.୫ ଗ୍ରାମ ଷ୍ଟ୍ରେପ୍ଟୋସାଇକ୍ଲିନ +୨୫ ଗ୍ରାମ କପର ଅକ୍ସୀକ୍ଳରାଇଡ ମିଶାଇ ମୂଳ ଭାଗ କୁ ସ୍ପ୍ରେ କରନ୍ତୁ |
୬)ଜମି ରେ ରହିଥିବା ପନିପରିବା ସଢ଼ିଯିବାର ସମ୍ଭାବନ ରହିଛି |ତେଣୁ ପ୍ରତି ଲିଟର ପାଣିରେ ୨ ଗ୍ରାମ କାରବେଣ୍ଡାଜିମ ମିଶାଇ ୫୦% ଡବ୍ଲୁ .ପି ମିଶାଇ ଏକର ପ୍ରତି ୨୦୦ ଲିଟର ମିଶ୍ରଣ ସିଞ୍ଚନ କରନ୍ତୁ |

ଫଲଚାଷ :
ବର୍ଷା ସମୟରେ ଆମ୍ବ ବା କାଜୁ ବଗିଚାରେ ରୁହନ୍ତୁ ନାହିଁ |
ବର୍ଷା ଯୋଗୁଁ ଝଡି ପଡୁଥିବା ଆମ୍ବକୁ ପରିସ୍କାର କରି ଆଚାର ପ୍ରସ୍ତୁତ କରନ୍ତୁ |
ବର୍ଷା ଛାଡିଗଲା ପରେ ଗଛରେ ରହିଯାଇଥିଲା ଆମ୍ବ ଓ କାଜୁ ଫିମ୍ପି ଦ୍ୱାରା ଆକ୍ରାନ୍ତ ହୋଇପାରନ୍ତି |ତେଣୁ ପ୍ରତି ଲିଟର ପାଣିରେ ୨ ଗ୍ରାମ କାରବେଣ୍ଡାଜିମ ମିଶାଇ ୫୦% ଡବ୍ଲୁ .ପି ମିଶାଇ ଏକର ପ୍ରତି ୨୦୦ ଲିଟର ମିଶ୍ରଣ ସିଞ୍ଚନ କରନ୍ତୁ |

 

କୃଷି-ସାମ୍ବାଦିକତା ପ୍ରତି ଆପଣଙ୍କ ସମର୍ଥନ ଦେଖାନ୍ତୁ

ପ୍ରିୟ ବନ୍ଧୁଗଣ, ଆମର ପାଠକ ହୋଇଥିବାରୁ ଆପଣଙ୍କୁ ଧନ୍ୟବାଦ । କୃଷି ସାମ୍ବାଦିକତାକୁ ଆଗକୁ ବଢ଼ାଇବା ପାଇଁ ଆପଣଙ୍କ ଭଳି ପାଠକ ଆମପାଇଁ ପ୍ରେରଣା । ଉଚ୍ଚମାନର କୃଷି ସାମ୍ବାଦିକତା ଯୋଗାଇଦେବାପାଇଁ ଏବଂ ଗ୍ରାମୀଣ ଭାରତର ପ୍ରତିଟି କୋଣରେ କୃଷକ ଓ ଲୋକଙ୍କ ପାଖରେ ପହଞ୍ଚିବା ପାଇଁ ଆମେ ଆପଣଙ୍କ ସମର୍ଥନ ଦରକାର କରୁଛୁ ।

ଆମ ଭବିଷ୍ୟତ ପାଇଁ ଆପଣଙ୍କ ପ୍ରତିଟି ଅର୍ଥଦାନ ମୂଲ୍ୟବାନ

ଏବେ ହିଁ କିଛି ଅର୍ଥଦାନ ନିଶ୍ଚୟ କରନ୍ତୁ (Contribute Now)