News

ଏହି ସ୍କିମ ଆପଣଙ୍କୁ କରିଦେବ କୋଟିପତି, କ'ଣ ଏହି ସ୍କିମ ଜାଣନ୍ତୁ ?

ପ୍ରତି ବ୍ୟାଙ୍କରେ ଟଙ୍କା ସଞ୍ଚିତ ରଖିବା ପାଇଁ ସୁବିଧା ରହିଛି ଏବଂ ଟଙ୍କା ସଞ୍ଚିତ ରଖିବା ପରେ ଲୋକଙ୍କୁ ଅନେକ ଫାଇଦା ମଧ୍ୟ ମିଳିଥାଏ ସେଥିରୁ l କିଏ ଅଳ୍ପ ଟଙ୍କା ରଖି ତ ଆଉ କିଏ ଅଧିକ ଟଙ୍କା ରଖି ବ୍ୟାଙ୍କ ମାନଙ୍କରୁ ସୁବିଧା ଉଠାଇଥାନ୍ତି l

20 January, 2023 9:00 PM IST By: Tanushree Mahapatra

ପ୍ରତି ବ୍ୟାଙ୍କରେ ଟଙ୍କା ସଞ୍ଚିତ ରଖିବା ପାଇଁ ସୁବିଧା ରହିଛି ଏବଂ ଟଙ୍କା ସଞ୍ଚିତ ରଖିବା ପରେ ଲୋକଙ୍କୁ ଅନେକ ଫାଇଦା ମଧ୍ୟ ମିଳିଥାଏ ସେଥିରୁ l କିଏ ଅଳ୍ପ ଟଙ୍କା ରଖି ତ ଆଉ କିଏ ଅଧିକ ଟଙ୍କା ରଖି ବ୍ୟାଙ୍କ ମାନଙ୍କରୁ ସୁବିଧା ଉଠାଇଥାନ୍ତି l ତେବେ ଏବେ ଏମିତି ସ୍କିମ ବଜାର କୁ ଆସିଛି ଯାହା ଦ୍ୱାରା ସମସ୍ତେ ଫାଇଦା ଉଠାଇପାରିବେ l ଯଦି ଆପଣ ଏହି ଯୋଜନାରେ ମାଧ୍ୟମରେ ପ୍ରତି ମାସରେ ୧୨,୫୦୦ ଟଙ୍କା ନିବେଶ କରନ୍ତି, ତେବେ ଗୋଟିଏ ବର୍ଷରେ ଆପଣଙ୍କୁ ୧.୫୦ ଲକ୍ଷ ଟଙ୍କା ମିଳିବ । 

ଯଦି ଆପଣ ଏକ ସୁରକ୍ଷିତ ନିବେଶ କରିବାକୁ ଚାହୁଁଛନ୍ତି, ତେବେ ଆପଣଙ୍କୁ ପୋଷ୍ଟ ଅଫିସ ସ୍କିମରେ ନିବେଶ କରିବା ଉଚିତ୍ । ଏଠାରେ ଆପଣଙ୍କ ଟଙ୍କା ସଂପୂର୍ଣ୍ଣ ସୁରକ୍ଷିତ ବୋଲି ବିବେଚନା କରାଯାଏ । ଏଠାରେ ଆପଣ ଆପଣଙ୍କର ସୁବିଧା ଅନୁଯାୟୀ ଅନେକ ସ୍କିମରେ ନିବେଶ କରିପାରିବେ ।

ଲୋକଙ୍କ କହିବା କଥା ବ୍ୟାଙ୍କ ଅପେକ୍ଷା ଡାକ ଅଫିସ ରେ ଲୋକଙ୍କ ଟଙ୍କା ଅଧିକ ସୁରକ୍ଷିତ ରହିଥାଏ l  ପୋଷ୍ଟ ଅଫିସରେ ଏପରି କିଛି ସ୍କିମ ଅଛି, ଯାହା ଆପଣଙ୍କୁ କିଛି ବର୍ଷ ମଧ୍ୟରେ କୋଟିପତି ମଧ୍ୟ କରାଇ ଦେଇଥାଏ । ବିଶେଷକରି ପୋଷ୍ଟ ଅଫିସର ସ୍ମଲ ସେଭିଙ୍ଗ ସ୍କିମରେ ଟଙ୍କା ଜମା କରିବା ଏକ ଉତ୍ତମ ବିକଳ୍ପ ଆପଣ ମାନଙ୍କ ପାଇଁ । ଯଦି ଆପଣ ଏକ ଦୀର୍ଘ ସମୟ ପାଇଁ ନିଜର ଟଙ୍କା  ଏଠାରେ ନିବେଶ କରନ୍ତି, ତେବେ ଆପଣ ପବ୍ଲିକ୍ ପ୍ରୋଭିଡେଣ୍ଟ୍ ପାଣ୍ଠିରେ ନିବେଶ କରିପାରିବେ ଯାହା କି ଆପାଣାଣକୁ ଲାଭ ଦେବ । ଯାହା ଆପଣଙ୍କୁ କୋଟିପତି ମଧ୍ୟ କରିପାରେ ।

ଏହି ପୋଷ୍ଟ ଅଫିସ୍ ସେଭିଙ୍ଗ ସ୍କିମ ବାର୍ଷିକ ୭.୧ ପ୍ରତିଶତ କମ୍ପାଉଣ୍ଡ ସୁଧ ହାର ପ୍ରଦାନ କରିଥାଏ ଆପଣଙ୍କୁ  । ଏହି ସ୍କିମର ମାଚ୍ୟୁରିଟି ଅବଧି ୧୫ ବର୍ଷ, କିନ୍ତୁ ଏହା ପରେ ଏହାକୁ ଆଉ ୫ ବର୍ଷ ବୃଦ୍ଧି କରିପାରିବେ । ଯଦି ଆପଣ ୧୫ ବର୍ଷର ଅବଧି ଶେଷରେ ଟଙ୍କା ଆବଶ୍ୟକ ନ କରନ୍ତି ତେବେ ଆପଣ ଏହାକୁ ଆଗକୁ ବଢ଼ାଇପାରିବେ । ଏହା ଆପଣଙ୍କୁ ମ୍ପାଉଣ୍ଡ ସୁଧ ହାର ପ୍ରଦାନ କରିବ ଯାହା ଆପଣଙ୍କ ଟଙ୍କା କୁ ଦ୍ବିଗୁଣିତ କରିବ ଯାହା ଆପଣଙ୍କ ଭବିଷ୍ୟତ କୁ ମଧ୍ୟ ମଜବୁତ କରିବାରେ ସାହାଯ୍ୟ କରିବ । SIP Scheme Benefits: ପ୍ରତିବର୍ଷ ଆପଣ ଏହି ସ୍କିମରେ ସର୍ବାଧିକ ୧.୫୦ ଲକ୍ଷ ଟଙ୍କା ନିବେଶ କରିପାରିବେ । ଗୋଟିଏ ବର୍ଷରେ ୧.୫୦ ଲକ୍ଷ ଟଙ୍କା ଜମା କରିବା ପରିବର୍ତ୍ତେ ଆପଣ ମାସିକ ୧୨୫୦୦ ଟଙ୍କା ଜମା କରିପାରିବେ । ଏହା ବ୍ୟତୀତ ଆପଣ ଆୟକର ଅଧିନିୟମର ଧାରା 80C ଅନୁଯାୟୀ PPF ଉପରେ ଟିକସ ଛାଡ ମଧ୍ୟ ପାଇପାରିବେ । ଏହାର ସୁଧ ଉପରେ ପ୍ରାପ୍ତ ଟଙ୍କା ଉପରେ ଟିକସ ନାହିଁ । ସେଭିଙ୍ଗ ସ୍କିମରେ ୨୨.୫ ଲକ୍ଷ ଟଙ୍କା ନିବେଶ କଲେ ଆପଣଙ୍କୁ ୧୫ ବର୍ଷ ପରେ ୧୮ ଲକ୍ଷ ଟଙ୍କା ସୁଧ ମିଳିଥାଏ ।

ଯଦି ଆପଣ ଏହି ସ୍କିମରେ ପ୍ରତି ମାସରେ ୧୨,୫୦୦ ଟଙ୍କା ନିବେଶ କରନ୍ତି, ତେବେ ଗୋଟିଏ ବର୍ଷରେ ଆପଣଙ୍କୁ ୧.୫୦ ଲକ୍ଷ ଟଙ୍କା ମିଳିବ । ଏହାର ଅର୍ଥ ଆପଣଙ୍କୁ ପ୍ରତିଦିନ ୪୧୬ ଟଙ୍କା ସଞ୍ଚୟ କରିବାକୁ ପଡିବ । ଏଥି ସହିତ, ୧୫ ବର୍ଷରେ, ମୋଟ ନିବେଶ ୨୨.୫୦ ଲକ୍ଷ ଟଙ୍କା ହୋଇଯାଏ, ଯାହା ଉପରେ ଆପଣଙ୍କୁ ବାର୍ଷିକ ୭.୧ ପ୍ରତିଶତ ସୁଧ ହାର ଦିଆଯାଏ । ମାଚ୍ୟୁରିଟି ପରିମାଣ ସମୁଦାୟ ୪୦.୭୦ ଲକ୍ଷ ଟଙ୍କା ହୋଇଯାଏ, ଯେଉଁଥିରେ ୧୮.୨୦ ଲକ୍ଷ ଟଙ୍କା ସୁଧ ସୁବିଧା ଉପଲବ୍ଧ । ୨୫ ବର୍ଷ ପାଇଁ ମାସକୁ ୧୨,୫୦୦ ଟଙ୍କା ଜମା କରି ୪୦.୭୦ ଲକ୍ଷ ଟଙ୍କା ଦୁଇଗୁଣରୁ ଅଧିକ ହୋଇଯାଏ । ଯଦି ବାର୍ଷିକ ସୁଧ ହାର କେବଳ ୭.୧ ପ୍ରତିଶତରୁ ଏହା ଉପରେ ଲାଗୁ ହୁଏ, ତେବେ ୨୫ ବର୍ଷରେ ସମୁଦାୟ ବିନିଯୋଗ ପରିମାଣ ହେଉଛି ୩୭.୫୦ ଲକ୍ଷ । ଏବଂ ସୁଧର ଲାଭ ସହିତ ୬୨.୫୦ ଲକ୍ଷ ଟଙ୍କା ସୁଧ ଉପଲବ୍ଧ, ଅର୍ଥାତ୍ ମାଚ୍ୟୁରିଟି ଉପରେ ଆପଣଙ୍କୁ ୧.୦୩ କୋଟି ଟଙ୍କା ମିଳିବ ।

ମେଧାବୀ ଛାତ୍ରଛାତ୍ରୀଙ୍କୁ ମିଳିବ ବାର୍ଷିକ 6000 ଟଙ୍କା

କୃଷି ଭିତ୍ତିଭୂମି ପାଣ୍ଠି: 13 ହଜାର ପ୍ରୋଜେକ୍ଟ ପାଇଁ 9500 କୋଟି ମଞ୍ଜୁରୀ

କୃଷି-ସାମ୍ବାଦିକତା ପ୍ରତି ଆପଣଙ୍କ ସମର୍ଥନ ଦେଖାନ୍ତୁ

ପ୍ରିୟ ବନ୍ଧୁଗଣ, ଆମର ପାଠକ ହୋଇଥିବାରୁ ଆପଣଙ୍କୁ ଧନ୍ୟବାଦ । କୃଷି ସାମ୍ବାଦିକତାକୁ ଆଗକୁ ବଢ଼ାଇବା ପାଇଁ ଆପଣଙ୍କ ଭଳି ପାଠକ ଆମପାଇଁ ପ୍ରେରଣା । ଉଚ୍ଚମାନର କୃଷି ସାମ୍ବାଦିକତା ଯୋଗାଇଦେବାପାଇଁ ଏବଂ ଗ୍ରାମୀଣ ଭାରତର ପ୍ରତିଟି କୋଣରେ କୃଷକ ଓ ଲୋକଙ୍କ ପାଖରେ ପହଞ୍ଚିବା ପାଇଁ ଆମେ ଆପଣଙ୍କ ସମର୍ଥନ ଦରକାର କରୁଛୁ ।

ଆମ ଭବିଷ୍ୟତ ପାଇଁ ଆପଣଙ୍କ ପ୍ରତିଟି ଅର୍ଥଦାନ ମୂଲ୍ୟବାନ

ଏବେ ହିଁ କିଛି ଅର୍ଥଦାନ ନିଶ୍ଚୟ କରନ୍ତୁ (Contribute Now)