News

ଛୁଟିହେଲା ସମସ୍ତ ସ୍କୁଲ

ଛୁଟିହେଲା ସମସ୍ତ ସ୍କୁଲ

18 April, 2019 10:28 AM IST By: KJ Staff

ରାଜ୍ୟରେ ଅତ୍ୟଧିକ ଗ୍ରୀଷ୍ମ ପ୍ରବାହକୁ ଦୃଷ୍ଟିରେ ରଖି ବିଧ୍ୟାଳୟ ଓ ଗଣଶିକ୍ଷା ବିଭାଗ ପକ୍ଷରୁ ଆଜି (ଏପ୍ରିଲ ୧୮ )ଠାରୁ ମେ ୪ ପର୍ଯ୍ୟନ୍ତ ବିଦ୍ୟାଳୟରେ ପାଠପଢା ବନ୍ଦ ରଖିବାକୁ ନିର୍ଦେଶ ଦିଆଯାଇଛି |ପ୍ରଥମରୁ ଦଶମ ଶ୍ରେଣୀ ପର୍ଯ୍ୟନ୍ତ ଛାତ୍ର ଛାତ୍ରୀଙ୍କର ପାଠ ପଢା ବନ୍ଦ ରହିବ |ତେବେ ବିଦ୍ୟାଳୟ ଖୋଲା ରହିବ ସହ ନାମଲେଖା ,ପୁସ୍ତକ ବିତରଣ ,ସାର୍ଟିଫିକେଟ ପ୍ରଦାନ ଭଳି ନିୟମିତ କାମ କରାଯିବ |ଏହି ଅବଧି ମଧ୍ୟରେ ସମସ୍ତ ଶିକ୍ଷକ ଶିକ୍ଷୟତ୍ରୀ ବିଦ୍ୟାଳୟ ନିୟମିତ ଆସିବା ସହିତ ଯଥାରୀତି କାର୍ଯ୍ୟ ସମ୍ପାଦନା ପାଇଁ ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗ ପକ୍ଷରୁ ନିର୍ଦେଶ ଦିଆଯାଇଛି |

ଏଥିସହ ନିର୍ବାଚନ କାର୍ଯ୍ୟରେ ନିଯୁକ୍ତ ଶିକ୍ଷକ ଶିକ୍ଷୟତ୍ରୀ ମାନେ ସହଯୋଗ କରିବା ସହ ଶିକ୍ଷାନୁଷ୍ଠାନ ରେ ସମସ୍ତ ବ୍ୟବସ୍ଥା ପ୍ରଧାନଶିକ୍ଷକ ମାନେ ତଦାରଖ କରିବାକୁ ଉକ୍ତ ନିର୍ଦେଶନାମାରେ କୁହାଯାଇଛି |

ସୂଚନାଯୋଗ୍ୟ ଯେ ଗତକାଲିରାଜ୍ୟ ସରକାର ଧାର୍ଯ୍ୟ ସମୟସୀମା ପୂର୍ବରୁ ବିଦ୍ୟାଳୟ ଛୁଟି ଘୋଷଣା କରିଥିଲେ |୧୮ ରୁ ଖରା ଛୁଟି ଆରମ୍ଭ କରିବାକୁ ସ୍ୱତନ୍ତ୍ର ରିଲିଫ କମିଶନର ବିଷ୍ଣୁପଦ ସେଠି ଘୋଷଣା କରିଥିଲେ |ଏନେଇ ଓଡିଶା ରାଜସ୍ବ ଓ ବିପର୍ଯ୍ୟୟ ପରିଚାଳନା ବିଭାଗ ପକ୍ଷରୁ ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗକୁ ଅବଗତ କରାଯାଇଥିଲା |ପୂର୍ବରୁ ମେ ୬ ତାରିଖ ରୁ ଖରା ଛୁଟି କରିବାକୁ ନିଷ୍ପତି ନେଇଥିଲେ ରାଜ୍ୟ ସରକାର |

କୃଷି-ସାମ୍ବାଦିକତା ପ୍ରତି ଆପଣଙ୍କ ସମର୍ଥନ ଦେଖାନ୍ତୁ

ପ୍ରିୟ ବନ୍ଧୁଗଣ, ଆମର ପାଠକ ହୋଇଥିବାରୁ ଆପଣଙ୍କୁ ଧନ୍ୟବାଦ । କୃଷି ସାମ୍ବାଦିକତାକୁ ଆଗକୁ ବଢ଼ାଇବା ପାଇଁ ଆପଣଙ୍କ ଭଳି ପାଠକ ଆମପାଇଁ ପ୍ରେରଣା । ଉଚ୍ଚମାନର କୃଷି ସାମ୍ବାଦିକତା ଯୋଗାଇଦେବାପାଇଁ ଏବଂ ଗ୍ରାମୀଣ ଭାରତର ପ୍ରତିଟି କୋଣରେ କୃଷକ ଓ ଲୋକଙ୍କ ପାଖରେ ପହଞ୍ଚିବା ପାଇଁ ଆମେ ଆପଣଙ୍କ ସମର୍ଥନ ଦରକାର କରୁଛୁ ।

ଆମ ଭବିଷ୍ୟତ ପାଇଁ ଆପଣଙ୍କ ପ୍ରତିଟି ଅର୍ଥଦାନ ମୂଲ୍ୟବାନ

ଏବେ ହିଁ କିଛି ଅର୍ଥଦାନ ନିଶ୍ଚୟ କରନ୍ତୁ (Contribute Now)