News

ଶେୟର ମାର୍କେଟରେ ଭୂମିକମ୍ପ, 1500 ପଏଣ୍ଟ ଖସିଲା SENSEX

ସୋମବାର ବିଏସଇ ବେଞ୍ଚମାର୍କ ଇଣ୍ଡେକ୍ସ(sensex), 1550 ଅଙ୍କରୁ ଅଧିକ ଖସିଯାଇଛି । ସେହିପରି ନିଫ୍ଟିରେ 450 ଅଙ୍କରୁ ଅଧିକ ହ୍ରାସ ରେକର୍ଡ ହୋଇଛି ।

13 June, 2022 2:32 PM IST By: Shuvanshu Kar

ସୁଧ ହାରରେ ଅହେତୁକ ବୃଦ୍ଧି ଆଶଙ୍କାରେ ନିବେଶକଙ୍କ ଛାତିରେ ଛନକା ପଶିଥିବାବେଳେ ସୋମବାର ଶେୟର ବଜାରରେ ସୃଷ୍ଟି ହୋଇଛି ଭୂମିକମ୍ପ । ସୋମବାର ବିଏସଇ( BSE) ବେଞ୍ଚମାର୍କ ଇଣ୍ଡେକ୍ସ(sensex), 1550 ଅଙ୍କରୁ ଅଧିକ ଖସିଯାଇଛି । ସେହିପରି ନିଫ୍ଟିରେ 450 ଅଙ୍କରୁ ଅଧିକ ହ୍ରାସ ରେକର୍ଡ ହୋଇଛି ।

ଆଜି ଆରମ୍ଭରୁ ବଜାର ପ୍ରି ଓପନ(Pre Open) ସେସନରେ ହିଁ ବଡ କ୍ଷତିରେ ଚାଲିଥିଲା । ସେସନ ଆରମ୍ଭ ପୂର୍ବରୁ ବିଏସଇ ସେନସେକ୍ସ 1000 ଅଙ୍କରୁ ଅଧିକ ଖସି ଆସିଥିଲା । ନିଫ୍ଟି ମଧ୍ୟ ପ୍ରି ଓପନରେ 2 ପ୍ରତିଶତ ହ୍ରାସରେ ଚାଲିଥିଲା । ସେସନ ଆରମ୍ଭ ହେଲାକ୍ଷଣି ବଜାରରେ ଅଧିକ ହ୍ରାସ ପରିଲକ୍ଷିତ ହୋଇଥିଲା । ସେନସେକ୍ସ ପାଖାପାଖି 1200 ଅଙ୍କ ତଳକୁ ଖସି ଖୋଲିଥିଲା ।

ସୋମବାର ସକାଳ 9.20ସୁଦ୍ଧା ସେନସେକ୍ସ 53 ହଜାର ଅଙ୍କରୁ ତଳକୁ ଖସି ପାଖାପାଖି 1500 ଅଙ୍କ କ୍ଷତିରେ ଟ୍ରେଡ କରୁଥିଲା । ନିଫ୍ଟି ମଧ୍ୟ 380 ଅଙ୍କରୁ ଅଧିକ କ୍ଷତି ସହିତ 15, 830 ଅଙ୍କ ତଳକୁ ଖସି ଆସିଛି । ମାର୍କେଟ ଏକ୍ସପର୍ଟଙ୍କ ଅନୁଯାୟୀ ସାରା ବିଶ୍ବରେ ଦରଦାମ ବୃଦ୍ଧି ପୂର୍ବରୁ ସୁଧ ହାରରେ ବଡ ବୃଦ୍ଧିର ଆଶଙ୍କା ରହିଛି । ବେଲଗାମ ଦରଦାମ ବୃଦ୍ଧିକୁ କାବୁ କରିବା ପାଇଁ ୟୁଏସ ଫେଡେରେସନ ଓ ଇସିବି ମଧ୍ୟ ସୁଧ ହାରରେ ବଡ ବୃଦ୍ଧିର ସଙ୍କେତ ଦେଇସାରିଛି ।

ଦୋହଲିଲା ଶେୟାର ବଜାର, 1000 ପଏଣ୍ଟ ଖସିଲା Sensex

ବିଶ୍ବରେ ବଢିଲା ଗହମ ଦର! ଅନେକ ଦେଶରେ ଖାଦ୍ୟ ସଙ୍କଟର କଳା ବାଦଲ

ଆମେରିକା ମୁଦ୍ରାସ୍ଫିତି ମେ ମାସରେ 40 ବର୍ଷ ନୂଆ ଉଚ୍ଚତା 8.6 ପ୍ରତିଶତରେ ପହଁଞ୍ଚିଯାଇଛି, ଯାହା ଏକ ବର୍ଷ ତୁଳନାରେ ଅଧିକ । ସେପଟେ ଆମେରିକାରେ ଦରଦାମ ରେକର୍ଡ ବୃଦ୍ଧି ଯୋଗୁଁ ସୁଦ ହାରରେ ବୃଦ୍ଧର ଆଶଙ୍କା ବଢିଯାଇଛି ।

ଆଶୌଧିତ ତୈଳର କ୍ରମାଗତ ହ୍ରାସ ପରିଲକ୍ଷିତ ହେଉଛି । ନିବେଶକଙ୍କୁ ଆମେରିକାରେ ରେକର୍ଡ ଦରଦାମ ବୃଦ୍ଧିକୁ ଦୃଷ୍ଟିରେ ରଖି ୟୁଏନ ଫେଡ ଦ୍ବାରା କଠୋର ନୀତି ଆପଣାଇବା ଓ ଚୀନରେ କୋଭିଡ ମାମଲାରେ ବୃଦ୍ଧି କାରଣରୁ ଲକଡାଉନ ଆଶଙ୍କା ରହିଛି । ଫଳରେ ଅଶୌଧଇତ ତୈଳ ଦର କମିଛି ।

ଭାରତରେ ମେ ମାସର ଦରବୃଦ୍ଧି ଡାଟା ଆଜି ସଂଧ୍ୟାରେ ଜାରି ହେବ । ଅର୍ଥନୈତିଜ୍ଞଙ୍କ ଅନୁମାମ ଅନୁଯାୟୀ ମେ ମାସରେ କଞ୍ଜ୍ୟୁମର ପ୍ରାଇସ ଇଣ୍ଡେକ୍ସ ହ୍ରାସ ପାଇ 7.10 ପ୍ରତିଶତ ରହିପାରେ ।ଏପ୍ରିଲରେ ଏହା 7.7 ପ୍ରତିଶତ ରହିଥିଲା ।

କୃଷି-ସାମ୍ବାଦିକତା ପ୍ରତି ଆପଣଙ୍କ ସମର୍ଥନ ଦେଖାନ୍ତୁ

ପ୍ରିୟ ବନ୍ଧୁଗଣ, ଆମର ପାଠକ ହୋଇଥିବାରୁ ଆପଣଙ୍କୁ ଧନ୍ୟବାଦ । କୃଷି ସାମ୍ବାଦିକତାକୁ ଆଗକୁ ବଢ଼ାଇବା ପାଇଁ ଆପଣଙ୍କ ଭଳି ପାଠକ ଆମପାଇଁ ପ୍ରେରଣା । ଉଚ୍ଚମାନର କୃଷି ସାମ୍ବାଦିକତା ଯୋଗାଇଦେବାପାଇଁ ଏବଂ ଗ୍ରାମୀଣ ଭାରତର ପ୍ରତିଟି କୋଣରେ କୃଷକ ଓ ଲୋକଙ୍କ ପାଖରେ ପହଞ୍ଚିବା ପାଇଁ ଆମେ ଆପଣଙ୍କ ସମର୍ଥନ ଦରକାର କରୁଛୁ ।

ଆମ ଭବିଷ୍ୟତ ପାଇଁ ଆପଣଙ୍କ ପ୍ରତିଟି ଅର୍ଥଦାନ ମୂଲ୍ୟବାନ

ଏବେ ହିଁ କିଛି ଅର୍ଥଦାନ ନିଶ୍ଚୟ କରନ୍ତୁ (Contribute Now)