News

ଝିଅମାନଙ୍କର ବିବାହ ପାଇଁ କେନ୍ଦ୍ର ସରକାର ଦେଉଛନ୍ତି ୫୧,୦୦୦ଟଙ୍କା; ଜାଣନ୍ତୁ ଆପଣ କିପରି ପାଇବେ...

ଝିଅମାନଙ୍କ ବିବାହ ପାଇଁ କେନ୍ଦ୍ର ସରକାର (Central Government)୫୧,୦୦୦ଟଙ୍କା ଦେଉଛନ୍ତି । ଏହି ଯୋଜନା ପାଇଁ ଆବେଦନ କରିବାକୁ ହେଲେ ଝିଅର ବୟସ ୧୮ ବର୍ଷ କିମ୍ବା ତା ଠାରୁ ଅଧିକ ହେବା ଉଚିତ ଅଟେ ।

28 January, 2022 6:30 PM IST By: Sudesna Nayak

କେନ୍ଦ୍ର ସରକାର (Central Government)ଙ୍କ ସମେତ ବିଭିନ୍ନ ରାଜ୍ୟ ସରକାର ବିଭିନ୍ନ ଯୋଜନା କରୁଛନ୍ତି । ଏହି ଯୋଜନାଗୁଡ଼ିକ ମଧ୍ୟରୁ କେତେକ ବୃଦ୍ଧମାନଙ୍କ ପାଇଁ, କେତେକ ଛାତ୍ରମାନଙ୍କ ପାଇଁ ଏବଂ କେତେକ ଝିଅମାନଙ୍କ ପାଇଁ ଲାଗୁ ହୋଇଛି । ଆଜି ଆମେ ଆପଣମାନଙ୍କୁ ଝିଅମାନଙ୍କର ବିବାହ ପାଇଁ ସରକାରଙ୍କ ଦ୍ୱାରା ପରିଚାଳିତ ଯୋଜନା ବିଷୟରେ କହୁଛୁ ।

ଯେକୌଣସି ଜାତିର ଲୋକ ଆବେଦନ କରିପାରିବେ,ଜାଣନ୍ତୁ...

ଏହି ଯୋଜନା ପାଇଁ ଆବେଦନ କରିବାକୁ ହେଲେ ଝିଅର ବୟସ ୧୮ ବର୍ଷ କିମ୍ବା ତା ଠାରୁ ଅଧିକ ହେବା ଉଚିତ୍ ଅଟେ । ବିବାହ କରିବାକୁ ଯାଉଥିବା ପୁଅର ବୟସ ୨୧ ବର୍ଷ କିମ୍ବା ତାଠାରୁ ଅଧିକ ହେବା ଉଚିତ ଅଟେ । ଗୋଟିଏ ପରିବାରର କେବଳ ଦୁଇ ଝିଅ ଏହି ଯୋଜନାର ଲାଭ ଉଠାଇ ପାରିବେ । ଏହି ଯୋଜନାରେ ଅନୁସୂଚିତ ଜାତିର ଝିଅ, ଅନୁସୂଚିତ ଜନଜାତି, ଅନ୍ୟ ପଛୁଆ ବର୍ଗ, ସଂଖ୍ୟାଲଘୁ, ସାଧାରଣ ବର୍ଗ ପରିବାର ଆବେଦନ କରିପାରିବେ ।

ଯୋଜନା ସର୍ତ୍ତାବଳୀ,ଜାଣନ୍ତୁ...

ଏହି ଯୋଜନାର ଲାଭ ଉଠାଇବାକୁ ଆବେଦନକାରୀ ଉତ୍ତରପ୍ରଦେଶର ସ୍ଥାୟୀ ବାସିନ୍ଦା ହେବା ଜରୁରୀ ଅଟେ । ୟୁପି ସରକାର ଦ୍ୱାରା ପରିଚାଳିତ ଏହି ଯୋଜନାର ନାମ ହେଉଛି ସାଧୀ ଅନୁଦାନ ଯୋଜନା (Shadi anudan yojana) । ଗ୍ରାମାଞ୍ଚଳର ବାସିନ୍ଦାଙ୍କ ବାର୍ଷିକ ଆୟ ୪୬୮୦୦ ଟଙ୍କା ଓ ସହରାଞ୍ଚଳ ପାଇଁ ୫୬୪୦୦ ଟଙ୍କାରୁ ଅଧିକ ହେବ ନାହିଁ ।

ଏହି ଡକ୍ୟୁମେଣ୍ଟ ମଧ୍ୟ ନିହାତି ଆବଶ୍ୟକ,ଜାଣନ୍ତୁ...

ଆବେଦନକାରୀମାନଙ୍କ ପାଖରେ ଆଧାର କାର୍ଡ (Aadhaar card)ଥିବା ଜରୁରୀ । ଆବେଦନକାରୀଙ୍କ ଆୟ ପ୍ରମାଣପତ୍ର ସହିତ, ବିବାହ କରୁଥିବା ଦମ୍ପତିଙ୍କ ବୟସ ପ୍ରମାଣ ରହିବା ନିହାତି ଆବଶ୍ୟକ । ଏକ ସରକାରୀ ବ୍ୟାଙ୍କରେ ଏକ ଆକାଉଣ୍ଟ୍ ମଧ୍ଯ ରହିବା ଆବଶ୍ୟକ । ଯାହାଦ୍ୱାରା ପ୍ରାପ୍ତ ଅନୁଦାନର ପରିମାଣ ସିଧାସଳଖ ବ୍ୟାଙ୍କ ଆକାଉଣ୍ଟକୁ ଯାଇପାରିବ । ଏହି ଆକାଉଣ୍ଟ ଆଧାର ସହିତ ଲିଙ୍କ ହେବା ମଧ୍ଯ ଉଚିତ।

ଜାତି ସାର୍ଟିଫିକେଟ୍ ବାଧ୍ୟତାମୂଳକ,ଜାଣନ୍ତୁ...

ଯଦି ଆବେଦନକାରୀ OBC / SC / ST ବର୍ଗର ଅଟନ୍ତି ତେବେ ଜାତି ପ୍ରମାଣପତ୍ର ରହିବା ଆବଶ୍ୟକ ହୋଇଥାଏ । ଏହା ଅନ୍ୟ ଜାତିମାନଙ୍କ ପାଇଁ ଆବଶ୍ୟକ ନୁହେଁ । ଝିଅର ବିବାହର ୯୦ ଦିନ ପୂର୍ବରୁ କିମ୍ବା ୯୦ ଦିନ ପରେ ସରକାର ପ୍ରଦାନ କରିଥିବା ଅନୁଦାନର ପରିମାଣ ପ୍ରତ୍ୟାହାର କରାଯାଇପାରିବ ।

କିପରି ଲାଭ ଉଠାଇବେ,ଜାଣନ୍ତୁ...

ଏହି ଯୋଜନାର ଲାଭ ଉଠାଇବାକୁ ୟୁପି ସରକାରଙ୍କ ୱେବସାଇଟ୍, shadianudan.upsdc.gov.in ପରିଦର୍ଶନ କରି ପଞ୍ଜୀକରଣ କରିବାକୁ ପଡିବ । ନୂତନ ପଞ୍ଜୀକରଣ ବିକଳ୍ପକୁ ଯାଇ ଅନୁରୋଧ କରାଯାଇଥିବା ସୂଚନା ଏବଂ ଡକ୍ୟୁମେଣ୍ଟ ପ୍ରଦାନ କରି ୱେବସାଇଟର ମୂଳପୃଷ୍ଠାରେ ଆବେଦନ ପ୍ରକ୍ରିୟା କରାଯିବ ।

କେନ୍ଦ୍ର ସରକାରୀ ଯୋଜନା,ଜାଣନ୍ତୁ...

ସେହିଭଳି ସାଧୀ ସଗୁନ୍ ଯୋଜନା (Shadi anudan yojana) ଅଧୀନରେ ଝିଅମାନଙ୍କର ବିବାହ ପାଇଁ କେନ୍ଦ୍ର ସରକାର (Central Government)୫୧ ହଜାର ଟଙ୍କା ପ୍ରଦାନ କରିଛନ୍ତି । କିନ୍ତୁ ଏହି ଯୋଜନା କେବଳ ଦେଶର ସଂଖ୍ୟାଲଘୁ ପରିବାର ପାଇଁ ଲାଗୁ ହୋଇଛି । ଏହି ଯୋଜନାର ଲାଭ ଉଠାଇବା ପାଇଁ ବିବାହ ପୂର୍ବରୁ ଝିଅ ସ୍ନାତକ କରିବା ଆବଶ୍ୟକ । ଏହି ଯୋଜନାର ଅନ୍ୟ ଏକ ସର୍ତ୍ତ ହେଉଛି ଯେ କେବଳ ସେହି ମୁସଲମାନ ଝିଅମାନେ ପାଇପାରିବେ ଯେଉଁମାନେ ବିଦ୍ୟାଳୟ ସ୍ତରରେ ବେଗମ୍ ହଜରତ ମହଲ ଜାତୀୟ ସ୍କଲାରସିପ୍ ପାଇଛନ୍ତି ।

Pension Scheme: ଖୁସିଖବର,ଏହି ସ୍କିମରେ ପ୍ରତିମାସରେ ୩ ହଜାର ଲେଖାଏଁ ଟଙ୍କା ଦେଉଛନ୍ତି କେନ୍ଦ୍ର ସରକାର

7th Pay Commission: ଏହି ରାଶି ଉପରେ ଦେବାକୁ ପଡ଼ିବ ନାହିଁ Tax,ଆପଣଙ୍କୁ ଜାଣିବା ନିହାତି ଦରକାର...

କୃଷି-ସାମ୍ବାଦିକତା ପ୍ରତି ଆପଣଙ୍କ ସମର୍ଥନ ଦେଖାନ୍ତୁ

ପ୍ରିୟ ବନ୍ଧୁଗଣ, ଆମର ପାଠକ ହୋଇଥିବାରୁ ଆପଣଙ୍କୁ ଧନ୍ୟବାଦ । କୃଷି ସାମ୍ବାଦିକତାକୁ ଆଗକୁ ବଢ଼ାଇବା ପାଇଁ ଆପଣଙ୍କ ଭଳି ପାଠକ ଆମପାଇଁ ପ୍ରେରଣା । ଉଚ୍ଚମାନର କୃଷି ସାମ୍ବାଦିକତା ଯୋଗାଇଦେବାପାଇଁ ଏବଂ ଗ୍ରାମୀଣ ଭାରତର ପ୍ରତିଟି କୋଣରେ କୃଷକ ଓ ଲୋକଙ୍କ ପାଖରେ ପହଞ୍ଚିବା ପାଇଁ ଆମେ ଆପଣଙ୍କ ସମର୍ଥନ ଦରକାର କରୁଛୁ ।

ଆମ ଭବିଷ୍ୟତ ପାଇଁ ଆପଣଙ୍କ ପ୍ରତିଟି ଅର୍ଥଦାନ ମୂଲ୍ୟବାନ

ଏବେ ହିଁ କିଛି ଅର୍ଥଦାନ ନିଶ୍ଚୟ କରନ୍ତୁ (Contribute Now)