News

ଅସ୍ଥିର ଶେୟର Share Market, 5 ଦିନରେ ପାଣିରେ ବୁଡିଲା 16 ଲକ୍ଷ କୋଟି

ଗୁରୁବାର ଆରମ୍ଭରେ ସେନସେକ୍ସ 600 ଅଙ୍କ ବଢିଥିଲା, ହେଲେ ବଜାରର କାରବାର ବନ୍ଦ ହେଉ ହେଉ ଏହା 1045 ଅଙ୍କ ତଳକୁ ଖସି 51,495.79 ଅଙ୍କରେ ବନ୍ଦ ହୋଇଥିଲା । ସେହିପରି ଶୁକ୍ରବାର ମଧ୍ୟ 1700 ଅଙ୍କରୁ ଅଧିକ ହ୍ରାସ ହୋଇଥିବା ଦେଖଇବାକୁ ମିଳିଥିଲା ।

18 June, 2022 12:57 PM IST By: Shuvanshu Kar

ଶେୟର ବଜାରରେ ଭୂକମ୍ପ ପରେ ଦୋହଲିଛି ମାର୍କେଟ । ଗତ 52 ସପ୍ତାହର ରେକର୍ଡ ତଳ ସ୍ତରରୁ ମଧ୍ୟ ଖସିଛି ଶେୟର ବଜାରର ଅଙ୍କ । ଗୁରୁବାର ମଧ୍ୟ ଧରାଶାୟୀ ହୋଇପଡିଥିଲା ଶେୟର ବଜାର । ଗୁରୁବାର ଆରମ୍ଭରେ ସେନସେକ୍ସ 600 ଅଙ୍କ ବଢିଥିଲା, ହେଲେ ବଜାରର କାରବାର ବନ୍ଦ ହେଉ ହେଉ ଏହା 1045 ଅଙ୍କ ତଳକୁ ଖସି 51,495.79 ଅଙ୍କରେ ବନ୍ଦ ହୋଇଥିଲା । ସେହିପରି ଶୁକ୍ରବାର ମଧ୍ୟ 1700 ଅଙ୍କରୁ ଅଧିକ ହ୍ରାସ ହୋଇଥିବା ଦେଖଇବାକୁ ମିଳିଥିଲା ।

ବିଶେଷଜ୍ଞଙ୍କ କହିବାନୁଯାୟୀ ଶେୟର ବଜାରରେ ହ୍ରାସ ପଛରେ ଆମେରିକା ଫେଡେରାଲ ରିଜର୍ଭ ପକ୍ଷରୁ ସୁଧ ହାର ବୃଦ୍ଧିର କାରଣ ରହିଛି । ଆମେରିକା ଫଏଡେରାଲ ରିଜର୍ଭ ଆଗାମୀ ଜୁଲାଇ ବୈଠକରେ ସୁଧହାର ବୃଦ୍ଧି କରିବା ନେଇ ସଙ୍କେତ ଦେଇଛି ।

ଏପଟେ ଭାରତୀୟ ଶେୟର ବଜାର କ୍ରମାଗତ ପଞ୍ଚମ ଦିନର ହ୍ରାସ ସହିତ ବନ୍ଦ ହୋଇଛି । ଏହି ସମୟରେ ନିବେଶକଙ୍କ ପାଖାପାଖି 16 ଲକ୍ଷ କୋଟି ଟଙ୍କାର ସମ୍ପତ୍ତି ପାଣିରେ ବୁଡିଛି ।

ଶେୟର ମାର୍କେଟରେ ଭୂମିକମ୍ପ, 1500 ପଏଣ୍ଟ ଖସିଲା SENSEX

ଦୋହଲିଲା ଶେୟାର ବଜାର, 1000 ପଏଣ୍ଟ ଖସିଲା Sensex

ମିଡକ୍ୟାପ ଓ ସ୍ମଲକ୍ୟାପ ଇଣ୍ଡେକ୍ସରେ ମଧ୍ୟ ଏଭଳି ହ୍ରାସ ପରିଲକ୍ଷିତ ହୋଇଛି । BSE ମିଡକ୍ୟାପ ଇଣ୍ଡେକ୍ସ ପାଖାପାଖି 2.3 ପ୍ରତିଶତ ତଳକୁ ଆସି ଥିବା ବେଳେ BSE ସ୍ମଲକ୍ୟାପ ଇଣ୍ଡେକ୍ସ ପାଖାପାଖି 2.9 ପ୍ରତିଶତ ତଳକୁ ଖସି ବନ୍ଦ ହୋଇଥିଲା । ମୋଟ ମିଶାଇ ବମ୍ବେ ଷ୍ଟକ ଏକ୍ସଚେଞ୍ଜରେ ପ୍ରତି ଗୋଟିଏ ଶେୟାର ବୃଦ୍ଧି ତୁଳନାରେ 4ଟି ଶେୟାରରେ ହ୍ରାସ ପରିଲକ୍ଷିତ ହୋଇଛି ।

BSE ଲିମିଟେଡ ସମସ୍ତ କମ୍ପାନୀର ବଜାର ମୂଲ୍ୟ ଗତ 5 ଦିନରେ ହ୍ରାସ ପାଇ 239.2 କୋଟିକୁ ଖସିଆସିଛି । 9 ଜୁନରେ ଏହା 254.95 ଲକ୍ଷ କୋଟିରେ ରହିଥିଲା । ଏହିପରି ଶେୟର ବଜାରରେ ନିବେଶକଙ୍କ ଗତ 5 ଦିନରେ ପାଖାପାଖି 15.74 ଲକ୍ଷ କୋଟି ଟଙ୍କା କ୍ଷତି ହୋଇଛି ।

କୃଷି-ସାମ୍ବାଦିକତା ପ୍ରତି ଆପଣଙ୍କ ସମର୍ଥନ ଦେଖାନ୍ତୁ

ପ୍ରିୟ ବନ୍ଧୁଗଣ, ଆମର ପାଠକ ହୋଇଥିବାରୁ ଆପଣଙ୍କୁ ଧନ୍ୟବାଦ । କୃଷି ସାମ୍ବାଦିକତାକୁ ଆଗକୁ ବଢ଼ାଇବା ପାଇଁ ଆପଣଙ୍କ ଭଳି ପାଠକ ଆମପାଇଁ ପ୍ରେରଣା । ଉଚ୍ଚମାନର କୃଷି ସାମ୍ବାଦିକତା ଯୋଗାଇଦେବାପାଇଁ ଏବଂ ଗ୍ରାମୀଣ ଭାରତର ପ୍ରତିଟି କୋଣରେ କୃଷକ ଓ ଲୋକଙ୍କ ପାଖରେ ପହଞ୍ଚିବା ପାଇଁ ଆମେ ଆପଣଙ୍କ ସମର୍ଥନ ଦରକାର କରୁଛୁ ।

ଆମ ଭବିଷ୍ୟତ ପାଇଁ ଆପଣଙ୍କ ପ୍ରତିଟି ଅର୍ଥଦାନ ମୂଲ୍ୟବାନ

ଏବେ ହିଁ କିଛି ଅର୍ଥଦାନ ନିଶ୍ଚୟ କରନ୍ତୁ (Contribute Now)