News

କେନ୍ଦ୍ରମନ୍ତ୍ରୀ ଶ୍ରୀ ଶିବରାଜ ସିଂ ଚୌହାନଙ୍କୁ ମିଳିଲା କୃଷି ଓ କୃଷକ କଲ୍ୟାଣ ମନ୍ତ୍ରଣାଳୟର ଦାୟିତ୍ୱ

କେନ୍ଦ୍ର କୃଷି, କୃଷକ କଲ୍ୟାଣ ଏବଂ ଗ୍ରାମ୍ୟ ଉନ୍ନୟନ ମନ୍ତ୍ରୀ ଶ୍ରୀ ଶିବରାଜ ସିଂ ଚୌହାନ କୃଷି ମନ୍ତ୍ରଣାଳୟର ଦାୟିତ୍ୱ ଗ୍ରହଣ କରିଛନ୍ତି ।

11 June, 2024 6:38 PM IST By: Tanushree Mahapatra

କେନ୍ଦ୍ର କୃଷି, କୃଷକ କଲ୍ୟାଣ ଏବଂ ଗ୍ରାମ୍ୟ ଉନ୍ନୟନ ମନ୍ତ୍ରୀ ଶ୍ରୀ ଶିବରାଜ ସିଂ ଚୌହାନ କୃଷି ମନ୍ତ୍ରଣାଳୟର ଦାୟିତ୍ୱ ଗ୍ରହଣ କରିଛନ୍ତି । ଏହି ଦାୟିତ୍ତ୍ୱ ନେବା ପରେ ସେ କୃଷି ମନ୍ତ୍ରଣାଳୟର ଯାଞ୍ଚ କରିଥିଲେ। ଯାଞ୍ଚ ସମୟରେ ଶ୍ରୀ ଚୌହାନ ଲିଫ୍ଟମ୍ୟାନ୍, ଏମଟିଏସ୍ ଏବଂ ମନ୍ତ୍ରଣାଳୟର କିରାଣୀ ସ୍ତରର କର୍ମଚାରୀଙ୍କ ସହ ଆଲୋଚନା କରିଥିଲେ । ସେ କହିଛନ୍ତି ଯେ ମନ୍ତ୍ରଣାଳୟରେ ଉପସ୍ଥିତ ଥିବା ସମସ୍ତ ସୁଇପର, ଏମଟିଏସ୍ ଇତ୍ୟାଦି ଆମର ବନ୍ଧୁ, ସମସ୍ତେ ଆମ ପାଇଁ ଗୁରୁତ୍ୱପୂର୍ଣ୍ଣ ।

କେନ୍ଦ୍ର କୃଷି ମନ୍ତ୍ରୀ ଶ୍ରୀ ଶିବରାଜ ସିଂ ଚୌହାନ ଇଣ୍ଟିଗ୍ରେଟେଡ୍ କମାଣ୍ଡ ଆଣ୍ଡ କଣ୍ଟ୍ରୋଲ୍ ସେଣ୍ଟର ପରିଦର୍ଶନ କରି ଗୁରୁତ୍ୱପୂର୍ଣ୍ଣ ସୂଚନା ନେଇଥିଲେ । ଏହି କେନ୍ଦ୍ରରେ ବର୍ତ୍ତମାନର ଫସଲ ସ୍ଥିତି, ଫସଲର ପାଣିପାଗ ସ୍ଥିତି, ବୃଷ୍ଟିପାତ ସ୍ଥିତି, ସ୍ୱଳ୍ପ ବୃଷ୍ଟିପାତ କିମ୍ବା ମରୁଡ଼ି କ୍ଷେତ୍ର ସମେତ ବିଭିନ୍ନ ଫସଲ ବିଷୟରେ ସୂଚନା ମିଳିଥାଏ ।

କାର୍ଯ୍ୟଭାର ଗ୍ରହଣ କରିବା ପରେ ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀଙ୍କ ଏକ ରିଜୋଲ୍ୟୁସନ୍ ଚିଠି କୃଷି ବିଭାଗର ଅଧିକାରୀମାନଙ୍କୁ ହସ୍ତାନ୍ତର କରାଯାଇଥିଲା । ରିଜୋଲ୍ୟୁସନ୍ ଚିଠି ଦେବା ପରେ ଶ୍ରୀ ଚୌହାନ କୃଷି ବିଭାଗର ଦଳକୁ ଗୁରୁତ୍ୱପୂର୍ଣ୍ଣ ନିର୍ଦ୍ଦେଶ ଦେଇଛନ୍ତି। ଶ୍ରୀ ଚୌହାନ କହିଛନ୍ତି ଯେ ମୁଁ ମୋର ବିବେକରୁ ଏହା କହୁଛି ଯେ କାମ ମୋ ପାଇଁ ପୂଜା, ଆମେ ଦିନରାତି ଏକାଠି କାମ କରିବୁ। ଆମ ପାଇଁ ରାଜନୀତି ଏକ ରୀତିନୀତି ନୁହେଁ ବରଂ ସେବାର ମାଧ୍ୟମ l

ଆଜି ମୁଁ ଆପଣଙ୍କୁ ମୋଦୀ ଜିଙ୍କ ଗ୍ୟାରେଣ୍ଟିର ପ୍ରତିଶ୍ରୁତି ପତ୍ର ହସ୍ତାନ୍ତର କରୁଛି, ଆମକୁ ଯେ କୌଣସି ମୂଲ୍ୟରେ ତାହା ପୂରଣ କରିବାକୁ ପଡିବ l ପ୍ରତ୍ୟେକ ମୁହୂର୍ତ୍ତକୁ ବ୍ୟବହାର କରିବାକୁ ପଡିବ l ମୋଦୀ ଜୀ ଜଣେ ଦୂରଦୃଷ୍ଟି ସମ୍ପନ୍ନ ନେତା, ତାଙ୍କ ମାର୍ଗଦର୍ଶନରେ ସମୟ ସହିତ ରିଜୋଲ୍ୟୁସନ ଚିଠିରେ ଦିଆଯାଇଥିବା କାର୍ଯ୍ୟଗୁଡ଼ିକୁ ସମ୍ପୂର୍ଣ୍ଣ କରିବା ପାଇଁ ରୋଡମ୍ୟାପରେ ସମସ୍ତ କାର୍ଯ୍ୟ କରାଯିବା ଉଚିତ। ଏହା ମୋର ସୌଭାଗ୍ୟ ଯେ ଆପଣ ସମସ୍ତେ ଦେଶ ପାଇଁ ଗୁରୁତ୍ୱପୂର୍ଣ୍ଣ କାର୍ଯ୍ୟ କରୁଛନ୍ତି ।

ଆମ ବିଭାଗର ନାମ ହେଉଛି କୃଷି ସହିତ କିସାନ କଲ୍ୟାଣ, ଅର୍ଥାତ୍ ଖାଦ୍ୟ ପ୍ରଦାନକାରୀଙ୍କ କଲ୍ୟାଣ, ସେମାନଙ୍କ ଜୀବନ ପରିବର୍ତ୍ତନ କରିବା ଆମର ମିଶନ୍ l ଆମ ଦଳର ପ୍ରତ୍ୟେକ ସଦସ୍ୟଙ୍କ ପ୍ରତିଭାର ସର୍ବୋତ୍ତମ ଉପଯୋଗ କରିବାକୁ ପଡିବ l ଯେଉଁମାନେ ଅଭିଜ୍ଞ ଏବଂ ବିଶେଷଜ୍ଞ ସେମାନଙ୍କଠାରୁ ଆମକୁ ମାର୍ଗଦର୍ଶନ ନେବାକୁ ପଡିବ l ଆମେ କୋଟି କୋଟି ଲୋକଙ୍କ ପାଇଁ କାମ କରୁଛୁ, ଆମର ସମ୍ପୂର୍ଣ୍ଣ ସ୍ୱଚ୍ଛ ବ୍ୟବସ୍ଥା ଅଛି, ମୁଁ ପ୍ରଥମ ଦିନରୁ ଏହା କହୁଛି l

କୃଷି-ସାମ୍ବାଦିକତା ପ୍ରତି ଆପଣଙ୍କ ସମର୍ଥନ ଦେଖାନ୍ତୁ

ପ୍ରିୟ ବନ୍ଧୁଗଣ, ଆମର ପାଠକ ହୋଇଥିବାରୁ ଆପଣଙ୍କୁ ଧନ୍ୟବାଦ । କୃଷି ସାମ୍ବାଦିକତାକୁ ଆଗକୁ ବଢ଼ାଇବା ପାଇଁ ଆପଣଙ୍କ ଭଳି ପାଠକ ଆମପାଇଁ ପ୍ରେରଣା । ଉଚ୍ଚମାନର କୃଷି ସାମ୍ବାଦିକତା ଯୋଗାଇଦେବାପାଇଁ ଏବଂ ଗ୍ରାମୀଣ ଭାରତର ପ୍ରତିଟି କୋଣରେ କୃଷକ ଓ ଲୋକଙ୍କ ପାଖରେ ପହଞ୍ଚିବା ପାଇଁ ଆମେ ଆପଣଙ୍କ ସମର୍ଥନ ଦରକାର କରୁଛୁ ।

ଆମ ଭବିଷ୍ୟତ ପାଇଁ ଆପଣଙ୍କ ପ୍ରତିଟି ଅର୍ଥଦାନ ମୂଲ୍ୟବାନ

ଏବେ ହିଁ କିଛି ଅର୍ଥଦାନ ନିଶ୍ଚୟ କରନ୍ତୁ (Contribute Now)