News

'ଶ୍ରମବଳର ସମ୍ପୂର୍ଣ୍ଣ ଉପଯୋଗ ଦ୍ୱାରା ଭାରତ ଆର୍ଥିକ ମହାଶକ୍ତିର କେନ୍ଦ୍ରବିନ୍ଦୁ ହେବ'

ଭାରତୀୟମାନେ ଦାୟିତ୍ୱବାନ ହେଲେ ଏବଂ ଆମ ଦେଶର ଶ୍ରମବଳ ସମ୍ପୂର୍ଣ୍ଣ ଉପଯୋଗ ହୋଇପାରିଲେ ହିଁ ଭାରତ ବିଶ୍ୱର ଆର୍ଥିକ ମହାଶକ୍ତିର କେନ୍ଦ୍ରବିନ୍ଦୁ ହେବ ବୋଲି କହିଛନ୍ତି କେନ୍ଦ୍ର ଶିକ୍ଷା, ଦକ୍ଷତା ବିକାଶ ଏବଂ ଉଦ୍ୟମିତା ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ।

28 August, 2022 11:43 AM IST By: Shuvanshu Kar

ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଅମୃତ କାଳରେ ପାଞ୍ଚଟି ସଂକଳ୍ପ ସମେତ ଭାରତକୁ ବିକଶିତ ରାଷ୍ଟ୍ର ଭାବରେ ପରିଣତ କରିବା ପାଇଁ ନାଗରିକମାନଙ୍କୁ ଦାୟିତ୍ୱବାନ ହେବା ପାଇଁ ଆହ୍ୱାନ କରିଛନ୍ତି । କାରଣ, ଭାରତୀୟମାନେ ଦାୟିତ୍ୱବାନ ହେଲେ ଏବଂ ଆମ ଦେଶର ଶ୍ରମବଳ(Skill Power) ସମ୍ପୂର୍ଣ୍ଣ ଉପଯୋଗ ହୋଇପାରିଲେ ହିଁ ଭାରତ ବିଶ୍ୱର ଆର୍ଥିକ ମହାଶକ୍ତିର କେନ୍ଦ୍ରବିନ୍ଦୁ ହେବ ବୋଲି କହିଛନ୍ତି କେନ୍ଦ୍ର ଶିକ୍ଷା, ଦକ୍ଷତା ବିକାଶ ଏବଂ ଉଦ୍ୟମିତା ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ(Dharmendra Pradhan) ।

ଶନିବାର ନୂଆଦିଲ୍ଲୀ ଠାରେ ଆୟୋଜିତ ଏକ ସ୍ୱତନ୍ତ୍ର ସମାବର୍ତ୍ତନ ସମାରୋହରେ ଯୋଗଦେଇ ପ୍ରଧାନ ଏହା କହିଛନ୍ତି । ଏହି ଅବସରରେ ପ୍ରଧାନ ରେକଗନାଇଜେସନ ଅଫ୍ ପ୍ରାଇଅର୍ ଲର୍ଣ୍ଣିଂ(ଆରପିଏଲ) ଦକ୍ଷତା ତାଲିମ ଅଧୀନରେ ନୂଆଦିଲ୍ଲୀ ମ୍ୟୁନିସପାଲ କାଉନସିଲ ଅଞ୍ଚଳର ପ୍ରଶିକ୍ଷଣ ନେଇଥିବା ପ୍ରାର୍ଥୀଙ୍କୁ ପ୍ରମାଣ ପତ୍ର ବିତରଣ କରିଛନ୍ତି ।

ଏହି ତାଲିମ ଅଧୀନରେ ନୂଆ କୌଶଳ ସହ ଯୋଡ଼ିଥିବା ଯୁବବର୍ଗଙ୍କୁ କେନ୍ଦ୍ରମନ୍ତ୍ରୀ ଅଭିନନ୍ଦନ ଜଣାଇବା ସହ କହିଛନ୍ତି ଯେ ବିକଶିତ ଭାରତର ଲକ୍ଷ୍ୟକୁ ପୂରଣ କରିବା ଦିଗରେ ଆମେ ଅଗ୍ରସର ହେଉଥିବା ବେଳେ ଦକ୍ଷତା ବିକାଶ ଏକ ମହତ୍ୱପୂର୍ଣ୍ଣ ଭୂମିକା ଗ୍ରହଣ କରୁଛି । ରାଷ୍ଟ୍ର ନିର୍ମାଣ ପାଇଁ ସମସ୍ତେ ଶ୍ରମବଳ ସମର୍ପିତ କଲେ ହିଁ ବିକଶିତ ଭାରତର ସ୍ୱପ୍ନ ପୂରଣ ହୋଇପାରିବ । ସେଥିପାଇଁ ସମସ୍ତଙ୍କୁ କୁଶଳୀ ହେବାକୁ ପଡ଼ିବ ।

ପାରମ୍ପରିକ କ୍ଷେତ୍ରରୁ ବାହାରି ଆକାଂକ୍ଷା ପୂରଣ କରିବା ଲକ୍ଷ୍ୟରେ ଦକ୍ଷତା ବିକାଶକୁ ଆଗକୁ ନେବାକୁ ହେବ । ବର୍ତ୍ତମାନ ସମୟରେ ଭାରତ ଡିଜିଟାଲ ପେମେଣ୍ଟ କ୍ଷେତ୍ରରେ ବିଶ୍ୱରେ ସର୍ବବୃହତ ବଜାର ଭାବରେ ପରିଣତ ହୋଇଛି । ଉଭା ହେଉଥିବା ନୂଆ କ୍ଷେତ୍ରରୁ ନୂତନ କୌଶଳ ଶିଖିବାକୁ ହେବ । ବ୍ଲକଚେନ, କ୍ରିପଟୋ, ମେଟାଭର୍ସ ଭଳି ପ୍ରଯୁକ୍ତିବିଦ୍ୟା ଚାକିରିର ଦୃଶ୍ୟପଟ୍ଟକୁ ପରିବର୍ତ୍ତନ କରୁଛି ।

ଶିଳ୍ପବିପ୍ଳବ ୪.୦, ବିଶ୍ୱରେ ଉଭା ହେଉଥିବା ସୁଯୋଗର ଲାଭ ଏବଂ ମୁଣ୍ଡ ପିଛା ଉତ୍ପାଦନକୁ ଗତି ଦେବା ପାଇଁ ପ୍ରସ୍ତୁତି ନିମନ୍ତେ ସମସ୍ତଙ୍କୁ ସ୍କିଲିଂ, ଅପ ସ୍କିଲି ଏବଂ ରି-ସ୍କିଲିଂ ହେବାକୁ ପଡ଼ିବ । ସମାଜ ଯେତେବେଳେ ଦକ୍ଷ ହେବ ଭାରତ ସେତେ ସମୃଦ୍ଧ, ବିକଶିତ ଏବଂ ଗତିଶୀଳ ହେବ । ସବକା ପ୍ରୟାସ ମାଧ୍ୟମରେ ଦିଲ୍ଲୀର ଶ୍ରମବଳକୁ ସ୍କିଲ, ଅପ-ସ୍କିଲ ଏବଂ ରି-ସ୍କିଲ କରିବା ପାଇଁ ଏକ ମଡ଼େଲ ପ୍ରସ୍ତୁତ କରିବାକୁ ହେବ ବୋଲି କେନ୍ଦ୍ରମନ୍ତ୍ରୀ କହିଛନ୍ତି ।

ଓଡିଆ ହିତାଧିକାରଙ୍କ ପାଇଁ କେନ୍ଦ୍ରମନ୍ତ୍ରୀଙ୍କୁ ଏହି ଦାବି କଲେ ଧର୍ମେନ୍ଦ୍ର ପ୍ରଧାନ

ଭାରତ-ଆମେରିକା ଦ୍ୱିପାକ୍ଷିକ ସମ୍ପର୍କକୁ ପୁରିଲା 75 ବର୍ଷ, କଣ କହିଲେ କେନ୍ଦ୍ରମନ୍ତ୍ରୀ ?

କୃଷି-ସାମ୍ବାଦିକତା ପ୍ରତି ଆପଣଙ୍କ ସମର୍ଥନ ଦେଖାନ୍ତୁ

ପ୍ରିୟ ବନ୍ଧୁଗଣ, ଆମର ପାଠକ ହୋଇଥିବାରୁ ଆପଣଙ୍କୁ ଧନ୍ୟବାଦ । କୃଷି ସାମ୍ବାଦିକତାକୁ ଆଗକୁ ବଢ଼ାଇବା ପାଇଁ ଆପଣଙ୍କ ଭଳି ପାଠକ ଆମପାଇଁ ପ୍ରେରଣା । ଉଚ୍ଚମାନର କୃଷି ସାମ୍ବାଦିକତା ଯୋଗାଇଦେବାପାଇଁ ଏବଂ ଗ୍ରାମୀଣ ଭାରତର ପ୍ରତିଟି କୋଣରେ କୃଷକ ଓ ଲୋକଙ୍କ ପାଖରେ ପହଞ୍ଚିବା ପାଇଁ ଆମେ ଆପଣଙ୍କ ସମର୍ଥନ ଦରକାର କରୁଛୁ ।

ଆମ ଭବିଷ୍ୟତ ପାଇଁ ଆପଣଙ୍କ ପ୍ରତିଟି ଅର୍ଥଦାନ ମୂଲ୍ୟବାନ

ଏବେ ହିଁ କିଛି ଅର୍ଥଦାନ ନିଶ୍ଚୟ କରନ୍ତୁ (Contribute Now)