News

ମହଙ୍ଗା ବଜାର ..ଆହୁରି ବଢିପାରେ ଦର

ମହଙ୍ଗା ବଜାର

07 November, 2019 3:37 PM IST By: KJ Staff

ପୂର୍ବରୁ କେବଳ ଆଳୁ ଓ ପିଆଜ ଦର ବଢ଼ୁଥିଲା ହେଲେ ବର୍ତମାନ ଏହା ସହ ଅନ୍ୟାନ୍ୟ ଆବଶ୍ୟକ ସାମଗ୍ରୀ ଯଥା ଡାଲି ଓ ତେଲ ର ମଧ୍ୟ ଦର ବୃଦ୍ଧି ପାଇବାରେ ଲାଗିଛି |
ଏକାଥରକେ ଆଳୁ ପିଆଜ ଡାଲି ତେଲ ର ଦର ବୃଦ୍ଧି ପରେ ଚିନ୍ତାରେ ଏବେ ଗୃହିଣୀ |ଖୁଚୁରା ବଜାରରେ ପ୍ରବେଶ କରିଥିବା ଅନ୍ତର୍ଜାତୀୟ କମ୍ପାନୀ ଗୁଡିକ କେନ୍ଦ୍ର ସରକାର ଅନୁକମ୍ପା ପ୍ରଦର୍ଶନ କରିବା ଯୋଗୁଁ ସେମାନେ ଅତ୍ୟାବଶ୍ୟକ ସାମଗ୍ରୀ ଉପରେ ଏକଚାଟିଆ କାରବାର ଚଳାଇଛନ୍ତି |ଫଳରେ ଦେଶର ଖୁଚୁରା ବ୍ୟବସାୟୀ ଓ ଖାଉଟି କ୍ଷତିଗ୍ରସ୍ତ ହୋଇଥିବା ମହାସଂଘ ଅଭିଯୋଗ କରିଛି |କେନ୍ଦ୍ର ସରକାର ସବୁ ବ୍ୟବସାୟୀ ଓ ଖାଉଟି ଙ୍କ ସୁରକ୍ଷା ସ୍ୱାର୍ଥ ସୁରକ୍ଷା ପାଇଁ ସୁବ୍ୟବସ୍ଥିତ ବଜାର ନୀତି ପ୍ରଣୟନ କରିବା ଆବଶ୍ୟକ |

ଏହା ଦ୍ୱାରା ଖୁଚୁରା ବ୍ୟବସାୟୀ ଓ ଖାଉଟି ଙ୍କ ଉପରୁ ଅତ୍ୟାବଶ୍ୟକ ସାମଗ୍ରୀ ର ଅହେତୁକ ଦର ବୃଦ୍ଧି ର ବୋଝ ହଟିପାରିବ |
ଏନେଇ ସରକାର ଙ୍କ ଉପରେ ଚାପ ପକାଇବାକୁ ସବୁ ରାଜ୍ୟ ର ବ୍ୟବସାୟୀ ମହାସଂଘ ସାଧାରଣ ସମ୍ପାଦକ ସୁଧାକର ପଣ୍ଡା ସୂଚନା ଦେଇଛନ୍ତି |
ଅତ୍ୟଧିକ ମୂଲ୍ୟବୃଦ୍ଧି ଗ୍ରାହକ ଙ୍କୁ ଅସନ୍ତୋଷ କରିବା ସହ ଖୁଚୁରା ବ୍ୟବସାୟୀ ଙ୍କୁ ମଧ୍ୟ ଅତିଷ୍ଠ କଲାଣି |
ବର୍ତମାନ  ଆଳୁ କିଲୋ ପିଛା ୫ ଟଙ୍କା ଏବଂ ପିଆଜ କିଲୋ ପିଛା ୧୦ ଟଙ୍କା ର ବୃଦ୍ଧି ଖାଉଟିଙ୍କ ଚିନ୍ତା ର କାରଣ ହୋଇଛି |

ଏଥିସହ ଡାଲି କିଲୋ ପିଛା ୫ ଟଙ୍କା ବୃଦ୍ଧି ହେବ ସହ ହ୍ରଦ ଡାଲି କିଲୋ ପିଛା ୧୦୦ ଟଙ୍କା ଛୁଇଁଛି |

କୃଷି-ସାମ୍ବାଦିକତା ପ୍ରତି ଆପଣଙ୍କ ସମର୍ଥନ ଦେଖାନ୍ତୁ

ପ୍ରିୟ ବନ୍ଧୁଗଣ, ଆମର ପାଠକ ହୋଇଥିବାରୁ ଆପଣଙ୍କୁ ଧନ୍ୟବାଦ । କୃଷି ସାମ୍ବାଦିକତାକୁ ଆଗକୁ ବଢ଼ାଇବା ପାଇଁ ଆପଣଙ୍କ ଭଳି ପାଠକ ଆମପାଇଁ ପ୍ରେରଣା । ଉଚ୍ଚମାନର କୃଷି ସାମ୍ବାଦିକତା ଯୋଗାଇଦେବାପାଇଁ ଏବଂ ଗ୍ରାମୀଣ ଭାରତର ପ୍ରତିଟି କୋଣରେ କୃଷକ ଓ ଲୋକଙ୍କ ପାଖରେ ପହଞ୍ଚିବା ପାଇଁ ଆମେ ଆପଣଙ୍କ ସମର୍ଥନ ଦରକାର କରୁଛୁ ।

ଆମ ଭବିଷ୍ୟତ ପାଇଁ ଆପଣଙ୍କ ପ୍ରତିଟି ଅର୍ଥଦାନ ମୂଲ୍ୟବାନ

ଏବେ ହିଁ କିଛି ଅର୍ଥଦାନ ନିଶ୍ଚୟ କରନ୍ତୁ (Contribute Now)