ଉଜ୍ବଳା ଯୋଜନାରେ ସାମିଲ ହେବା ପାଇଁ ଆବଶ୍ୟକୀୟ କାଗଜ ପତ୍ର ରଖନ୍ତୁ ଯାହାଫଳରେ ମାଗଣାରେ ପାଇବେ ଏଲପିଜି ସିଲିଣ୍ଡର। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ସ୍ୱଚ୍ଛ ଇନ୍ଧନ ଏବଂ ସୁନ୍ଦର ଜୀବନ ଧାରଣ ପାଇଁ ଉଜ୍ବଳା ଯୋଜନା ଶୁଭାରମ୍ଭ କରିଥିଲେ। ମହିଳାମାନଙ୍କୁ ଚୁଲି ଧୂଆଁରୁ ରକ୍ଷା କରିବାର ଏହି ଯୋଜନାର ମୁଖ୍ୟ ଉଦ୍ଦେଶ୍ୟ। ଯାହା ଫଳରେ ସେମାନଙ୍କ ସ୍ୱାସ୍ଥ୍ୟରେ ଉନ୍ନତି ଆସିବ। ଯଦି ଆପଣ ଉଜ୍ବଳା ଯୋଜନା ଲାଭ ଉଠାଇବାକୁ ଚାହାଁନ୍ତି, ତେବେ କିଛି ଡକ୍ୟୁମେଣ୍ଟ୍ ଆବଶ୍ୟକ। ଏହା ସହ ମାଗଣାରେ ସିଲିଣ୍ଡର ନେବାକୁ ଚାହାଁନ୍ତି ତେବେ, କିଛି ଗୁରୁତ୍ବପୂର୍ଣ୍ଣ ବିଷୟ ଜାଣନ୍ତୁ।
ଉଜ୍ବଳା ଯୋଜନା କଣ ?
୨୦୧୬ ମସିହାରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଉଜ୍ବଳା ଯୋଜନା ଶୁଭାରମ୍ଭ କରିଥିଲେ। ଏହି ଯୋଜନାରେ ମହିଳାମାନଙ୍କୁ ମାଗଣାରେ ଗ୍ୟାସ ସଂଯୋଗ କରାଯିବ, ଯାହା ଫଳରେ ସେମାନେ ଧୂଆଁରୁ ମୁକ୍ତି ପାଇବେ।
ଉଜ୍ବଳା ଯୋଜନା ୨.୦ ଆରମ୍ଭ ହୋଇଛି
ଅଗଷ୍ଟ ୨୫ ତାରିଖରେ ଉତ୍ତର ପ୍ରଦେଶରେ ଉଜ୍ବଳା ଯୋଜନା ୨.୦ ଶୁଭାରମ୍ଭ ହୋଇଛି। ଏହି ଯୋଜନାର ପ୍ରଥମ ପ୍ରର୍ଯ୍ୟୟରେ ୮ କୋଟି ମହିଳା ଧୂଆଁରୁ ମୁକ୍ତି ପାଇବେ। ଦ୍ୱିତୀୟ ପର୍ଯ୍ୟାୟରେ ୨୦ ଲକ୍ଷ ମହିଳାଙ୍କୁ ଏହି ସୁବିଧା ଦିଆଯିବାର ବ୍ୟବସ୍ଥା ରହିଛି
ଆବଶ୍ୟକ ପ୍ରମାଣ ପତ୍ର
ପେଟ୍ରୋଲିୟମ ଏବଂ ପ୍ରାକୃତିକ ଗ୍ୟାସ୍ ମନ୍ତ୍ରଣାଳୟର ସହଯୋଗରେ ଉଜ୍ବଳା ଯୋଜନା ଚାଲିଛି। ଏହି ଯୋଜନାରେ ସାମିଲି ହେବାକୁ ହେଲେ କିଛି ପ୍ରମାଣପତ୍ର ଆବଶ୍ୟକ। ପ୍ରଥମେ ମହିଳାଙ୍କୁ ୧୮ ବର୍ଷରୁ ଅଧିକା ହେବା ଜରୁରୀ।
ବିପିଏଲ୍ କାର୍ଡ,ସବସିଡି ପାଇବା ପାଇଁ ବ୍ୟାଙ୍କରେ ସେଭିଂ ଆକାଉଣ୍ଟ, ପରିଚୟ ପତ୍ର (ଆଧାର କାର୍ଡ କିମ୍ବା ଭୋଟର ପରିଚୟ ପତ୍ର), ପାସପୋର୍ଟ ଫଟୋ ଆବଶ୍ୟକ।
(ଜାଣିରଖନ୍ତୁ ଯେ, ପୂର୍ବରୁ ଏଲପିଜି ସଂଯୋଗ ନଥିବା ଆବଶ୍ୟକ)
LPG ସଂଯୋଗ ପାଇଁ ଆବେଦନ
ଆବେଦନ କରିବାକୁ ପ୍ରଥମେ https://www.pmuy.gov.in/ ଏହି ଲିଙ୍କ୍ ଖୋଲନ୍ତୁ l ଏହା ପରେ ନୂଆ ଉଜ୍ବଳା ସଂଯୋଗ ଉପରେ କ୍ଲିକ୍ କରନ୍ତୁ। ତାହା ପରେ ଭାରତ ପେଟ୍ରୋଲିୟମ ଏବଂ ଏଚପି ଗ୍ୟାସ୍ କମ୍ପାନୀ ଯେକୌଣସି ବିକଳ୍ପ ବାଛନ୍ତୁ। ଡକ୍ୟୁମେଣ୍ଟ ଯାଞ୍ଚ ପରେ, ଆପଣଙ୍କ ନାମରେ LPG ଗ୍ୟାସ୍ ସଂଯୋଗ ଦିଆଯିବ। ସୂଚନା ଯୋଗ୍ୟ ଯେ, LPG ସଂଯୋଗ ବ୍ୟତୀତ ପ୍ରଥମ ସିଲିଣ୍ଡର ଏବଂ ଗ୍ୟାସ୍ ଚୁଲା ମାଗଣାରେ ଦିଆଯିବ।