News

ବିଧାୟକ ସୌମ୍ୟରଞ୍ଜନ ପଟ୍ଟନାୟକଙ୍କର ରାଜ୍ୟରେ ଅଣ-ଜଳସେଚିତ ଜମି ସମ୍ପର୍କରେ ପ୍ରଶ୍ନ

ରାଜ୍ୟରେ ବହୁ ଜଳସେଚନ ପ୍ରକଳ୍ପ ହେଉଛି ବୋଲି ଘୋଷଣା ହେଉଥିଲେ ହେଁ ଏବେ ସୁଦ୍ଧା ୧୭.୪୧ ଲକ୍ଷ ହେକ୍ଟର ଜମି ଅଣ-ଜଳସେଚିତ ହୋଇ ରହିଛି। ଯାହା ବର୍ଷା ଜଳ ଉପରେ ସଂପୂର୍ଣ୍ଣ ନିର୍ଭରଶୀଳ। ଚଳିତ ବର୍ଷ କେଉଁ ଜିଲ୍ଲାରେ କେତେ ଜମିରେ ଖରିଫ ଧାନ ଚାଷ ଅଗଷ୍ଟ ଶେଷ ସୁଦ୍ଧା ଆରମ୍ଭ ହୋଇନି ତାହା କୃଷି ବିଭାଗ ପାଖରେ ସୂଚନା ନାହିଁ।

20 September, 2021 10:22 AM IST By: Sugyan Kumar Nayak

ରାଜ୍ୟରେ ବହୁ ଜଳସେଚନ ପ୍ରକଳ୍ପ ହେଉଛି ବୋଲି ଘୋଷଣା ହେଉଥିଲେ ହେଁ ଏବେ ସୁଦ୍ଧା ୧୭.୪୧ ଲକ୍ଷ ହେକ୍ଟର ଜମି ଅଣ-ଜଳସେଚିତ ହୋଇ ରହିଛି। ଯାହା ବର୍ଷା ଜଳ ଉପରେ ସଂପୂର୍ଣ୍ଣ ନିର୍ଭରଶୀଳ।  ଚଳିତ ବର୍ଷ କେଉଁ ଜିଲ୍ଲାରେ କେତେ ଜମିରେ ଖରିଫ ଧାନ ଚାଷ ଅଗଷ୍ଟ ଶେଷ ସୁଦ୍ଧା ଆରମ୍ଭ ହୋଇନି ତାହା କୃଷି ବିଭାଗ ପାଖରେ ସୂଚନା ନାହିଁ।

ବିଧାୟକ ସୌମ୍ୟରଞ୍ଜନ ପଟ୍ଟନାୟକଙ୍କର ଚଳିତ ବର୍ଷ କେଉଁ ଜିଲ୍ଲାରେ କେତେ ଜମିରେ ଖରିଫ ଧାନ ଚାଷ ଅଗଷ୍ଟ ଶେଷ ସୁଦ୍ଧା ଆରମ୍ଭ ହୋଇପାରି ନାହିଁ ପ୍ରଶ୍ନର ଉତ୍ତର ଦେଇ କୃଷି ମନ୍ତ୍ରୀ ଅରୁଣ ସାହୁ କହିଛନ୍ତି ଯେ, ଅଗଷ୍ଟ ୨୮ ତାରିଖ ସୁଦ୍ଧା ବିଭିନ୍ନ ଜିଲ୍ଲାରେ ହୋଇଥିବା ଖରିଫ ଧାନ ଚାଷ ସମ୍ବନ୍ଧୀୟ ବିବରଣୀ ପ୍ରଦାନ କରିଛନ୍ତି। ହେଲେ କେଉଁ ଜିଲ୍ଲାରେ କେତେ ଜମି ଅଛି ଏବଂ କେତେ ଜମିରେ ଧାନ ଚାଷ ହୋଇନି ତାହା ସୂଚନା ଦେଇ ନାହାଁନ୍ତି । ମନ୍ତ୍ରୀ ଶ୍ରୀଯୁକ୍ତ ସାହୁ କହିଛନ୍ତି, ରାଜ୍ୟରେ ମୋଟ୍ ୬୧.୮୦ଲକ୍ଷ ହେକ୍ଟର ଚାଷ ଜମି ଅଛି। ୨୦୧୯-୨୦ ତଥ୍ୟ ଅନୁଯାୟୀ ରାଜ୍ୟରେ

୪୪.୩୮ଲକ୍ଷ ଜମିକୁ ଜଳ ସେଚନ କରାଯାଇଛି। ଅପର ପକ୍ଷେ ଅଗଷ୍ଟ ୨୮ ତାରିଖ ସୁଦ୍ଧା ୩୦ଟି ଜିଲ୍ଲାରେ ୩୩୧୩.୪୨ ହେକ୍ଟର ଜମିରେ ଖରିଫ ଧାନ ଚାଷ ହୋଇଛି। ଏଥିରୁ ସବୁଠୁ ଅଧିକ ମୟୂରଭଞ୍ଜ ଜିଲ୍ଲାରେ ୨୮୧.୦୧ ହେକ୍ଟର ଜମିରେ ଚାଷ ହୋଇଛି। ଗଜପତିରେ ସବୁଠୁ କମ୍ ୨୧.୬୭ହେକ୍ଟର ଜମିରେ ଧାନ ଚାଷ ହୋଇଛି। 

କୃଷି-ସାମ୍ବାଦିକତା ପ୍ରତି ଆପଣଙ୍କ ସମର୍ଥନ ଦେଖାନ୍ତୁ

ପ୍ରିୟ ବନ୍ଧୁଗଣ, ଆମର ପାଠକ ହୋଇଥିବାରୁ ଆପଣଙ୍କୁ ଧନ୍ୟବାଦ । କୃଷି ସାମ୍ବାଦିକତାକୁ ଆଗକୁ ବଢ଼ାଇବା ପାଇଁ ଆପଣଙ୍କ ଭଳି ପାଠକ ଆମପାଇଁ ପ୍ରେରଣା । ଉଚ୍ଚମାନର କୃଷି ସାମ୍ବାଦିକତା ଯୋଗାଇଦେବାପାଇଁ ଏବଂ ଗ୍ରାମୀଣ ଭାରତର ପ୍ରତିଟି କୋଣରେ କୃଷକ ଓ ଲୋକଙ୍କ ପାଖରେ ପହଞ୍ଚିବା ପାଇଁ ଆମେ ଆପଣଙ୍କ ସମର୍ଥନ ଦରକାର କରୁଛୁ ।

ଆମ ଭବିଷ୍ୟତ ପାଇଁ ଆପଣଙ୍କ ପ୍ରତିଟି ଅର୍ଥଦାନ ମୂଲ୍ୟବାନ

ଏବେ ହିଁ କିଛି ଅର୍ଥଦାନ ନିଶ୍ଚୟ କରନ୍ତୁ (Contribute Now)