News

ଏସଏଚଜି ମହିଳାଙ୍କ ପାଇଁ ଗଠନ ହେବ ସ୍ୱତନ୍ତ୍ର ପାଣ୍ଠି

ମହିଳାଙ୍କୁ ସହଯୋଗର ହାତ ବଢ଼ିଛି ମିଶନ ଶକ୍ତି l ଯାହା ରାଜ୍ୟ ସରକାରଙ୍କ ଦ୍ୱାରା ଗଠିତ l ମିଶନ ଶକ୍ତି ମହିଳାଙ୍କୁ ରାଜାଗାରକ୍ଷମ ହେବ ପାଇଁ ଏନେକ ସୁଯୋଗ ସୃଷ୍ଟି କରିଛି l

28 May, 2023 12:31 PM IST By: Tanushree Mahapatra

ମହିଳାଙ୍କୁ ସହଯୋଗର ହାତ ବଢ଼ିଛି ମିଶନ ଶକ୍ତି l ଯାହା ରାଜ୍ୟ ସରକାରଙ୍କ ଦ୍ୱାରା ଗଠିତ l ମିଶନ ଶକ୍ତି ମହିଳାଙ୍କୁ ରାଜାଗାରକ୍ଷମ ହେବ ପାଇଁ ଏନେକ ସୁଯୋଗ ସୃଷ୍ଟି କରିଛି l ଚାଷ କାର୍ଯ୍ୟରୁ ନେଇ ହାତବୁଣା କାର୍ଯ୍ୟ ପର୍ଯ୍ୟନ୍ତ ସହଯୋଗ କରୁଛି ମହିଳାଙ୍କୁ ମିଶନ ଶକ୍ତି l

ସେହିଭଳି ଗତକାଲି ମିଶନ ଶକ୍ତି ସଚିବ ଏକ ବଡ ନିଷ୍ପତି ନେଇଛନ୍ତି l ଏବେ ରାଜ୍ୟରେ ମୁଖ୍ୟମନ୍ତ୍ରୀ ରିଲିଫ ପାଣ୍ଠି ଢାଞ୍ଚାରେ ସ୍ୱୟଂ ସହାୟିକା ଗୋଷ୍ଠୀ -ଏସଏଚଜି ମହିଳାଙ୍କ ପାଇଁ ମଧ୍ୟ ଗଠନ ହେବ ସ୍ୱତନ୍ତ୍ର ପାଣ୍ଠି ଯାହା ତାଙ୍କୁ ଆର୍ଥିକ ସହାୟତା ଯୋଗାଇବାରେ ସାହାଯ୍ୟ କରିବ । ଗତକାଲି ମିଶନ ଶକ୍ତି ସଚିବ ସୁଜାତା କାର୍ତ୍ତିକେୟନ ଏହି ସୂଚନା ଦେଇ କହିଛନ୍ତି । ଯଦି କୌଣସି ମହିଳା ରୋଗଗ୍ରସ୍ତ, ଦୁର୍ଘଟଣାର ଶିକାର ହେଲେ କି ମୃତ୍ୟୁମୁଖରେ ପଡ଼ିଲେ, ଏହି ସ୍ୱତନ୍ତ୍ର ପାଣ୍ଠିରୁ ସେହି ମହିଳା ମାନଙ୍କୁ ଆର୍ଥିକ ସହାୟତା ଦିଆଯିବ ।

୩ ରୁ ୪ ମାସ ମଧ୍ୟରେ ରାଜ୍ୟରେ ଏହି ପାଣ୍ଠି କାର୍ଯ୍ୟକାରୀ ହେବ ବୋଲି କୁହା ଯାଇଛି । ଏହି କାର୍ଯ୍ୟ ପାଇଁ ରାଜ୍ୟ ବଜେଟରୁ ଅର୍ଥ ବ୍ୟୟବରାଦ କରାଯିବ । ମିଶନ ଶକ୍ତି ବିଭାଗର ରିପୋର୍ଟ କାର୍ଡ ପ୍ରଦାନ ଅବସରରେ ବିଭାଗୀୟ ସଚିବ ଏହି ସୂଚନା ଦେଇ  କହିଛନ୍ତି ।

ଏସଏଚଜି ମା' ମାନଙ୍କୁ ନେତୃତ୍ୱ ଦେବା ପାଇଁ ରାଜ୍ୟସ୍ତରୀୟ ଏସଏଚଜି ଫେଡେରେସନ ଗଠନ ହେବ ।  ସଚିବ ସୁଜାତା କାର୍ତ୍ତିକେୟନ ଏ ନେଇ କହିଛନ୍ତି ଯେ  ରାଜ୍ୟସ୍ତରରେ ବିଭିନ୍ନ ଯୋଜନାରେ କିଭଳି ଅଧିକ କାମ କରିହେବ, ସେନେଇ ଫେଡେରେସନ କାମ କରିବ । ତାଙ୍କ କହିବା ଅନୁଯାୟୀ ୮ ବର୍ଷରେ ଏସଏଚଜିଙ୍କୁ ଋଣ ସହାୟତା ୧୯ ଗୁଣା ବୃଦ୍ଧି କରାଯାଇଛି । ରାଜ୍ୟ ସରକାରଙ୍କ ଋଣ ସହାୟତା ୫୦୦ କୋଟି ଟଙ୍କାରୁ ବଢି ୧୧ ହଜାର କୋଟି ଟଙ୍କାରେ ପହଞ୍ଚିଛି ଏବେ  ।

ଏସଏଚଜି ମହିଳାଙ୍କ  ଦ୍ଵାରା ଋଣ ପରିଶୋଧରେ ଓଡ଼ିଶା ଉଲ୍ଲେଖନୀୟ ସଫଳତା ମଧ୍ୟ ହାସଲ କରିଛି । ଏଥିଲାଗି କେନ୍ଦ୍ରଠାରୁ ପ୍ରଶଂସା ସାଉଁଟିଛି ଓଡ଼ିଶା ।  ତେବେ ଏହି କାର୍ଯ୍ୟକ୍ରମ ଅବସରରେ ମିଶନ ଶକ୍ତି ବିଭାଗର ୪ଟି ବଡ଼ ବଡ ସଫଳତା ବଖାଣିଛନ୍ତି ସଚିବ । ଆର୍ଥିକ ପରିଚାଳନା ୮ ବର୍ଷରେ ରାଜ୍ୟରେ ୧୯ ଗୁଣା ବୃଦ୍ଧି ପାଇଛି ।

କୃଷି-ସାମ୍ବାଦିକତା ପ୍ରତି ଆପଣଙ୍କ ସମର୍ଥନ ଦେଖାନ୍ତୁ

ପ୍ରିୟ ବନ୍ଧୁଗଣ, ଆମର ପାଠକ ହୋଇଥିବାରୁ ଆପଣଙ୍କୁ ଧନ୍ୟବାଦ । କୃଷି ସାମ୍ବାଦିକତାକୁ ଆଗକୁ ବଢ଼ାଇବା ପାଇଁ ଆପଣଙ୍କ ଭଳି ପାଠକ ଆମପାଇଁ ପ୍ରେରଣା । ଉଚ୍ଚମାନର କୃଷି ସାମ୍ବାଦିକତା ଯୋଗାଇଦେବାପାଇଁ ଏବଂ ଗ୍ରାମୀଣ ଭାରତର ପ୍ରତିଟି କୋଣରେ କୃଷକ ଓ ଲୋକଙ୍କ ପାଖରେ ପହଞ୍ଚିବା ପାଇଁ ଆମେ ଆପଣଙ୍କ ସମର୍ଥନ ଦରକାର କରୁଛୁ ।

ଆମ ଭବିଷ୍ୟତ ପାଇଁ ଆପଣଙ୍କ ପ୍ରତିଟି ଅର୍ଥଦାନ ମୂଲ୍ୟବାନ

ଏବେ ହିଁ କିଛି ଅର୍ଥଦାନ ନିଶ୍ଚୟ କରନ୍ତୁ (Contribute Now)