News

କଲମ୍ବୋ ରେ ଆତଙ୍କ !!!

କଲମ୍ବୋ ରେ ଆତଙ୍କ !!!

22 April, 2019 10:21 AM IST By: KJ Staff

୨୧୫ ମୃତ ,୫୦୦ ଆହତ ..
୩ ଚର୍ଚ୍ଚ ,୩ ପଞ୍ଚ ତାରକା ହୋଟେଲ ସମେତ ୮ ଟି ସ୍ଥାନରେ ବିସ୍ପୋରଣ
୭ ସନ୍ଦିଗ୍ଧ ଉଗ୍ରବାଦୀ ଗିରଫ
ବିମାନବନ୍ଦରରେ କଡା ସୁରକ୍ଷା ଓ ଯାଞ୍ଚ ନିର୍ଦେଶ

ଖ୍ରୀଷ୍ଟିଆନ ସମ୍ପ୍ରଦାୟର ପବିତ୍ର ଇସ୍ଟର ପର୍ବ ଅବସରରେ ରବିବାର ଆତଙ୍କବାଦୀଙ୍କ ବିସ୍ପୋରଣରେ ଦୋହଲି ଉଠିଛି ଶ୍ରୀଲଙ୍କା ର ରାଜଧାନୀ କଲମ୍ବୋ| କ୍ରମାଗତ ୮ ଟି ବିସ୍ପୋରଣ ରେ ରକ୍ତରଞ୍ଜିତ ହୋଇପଡ଼ିହି କଲମ୍ବୋ ର ୩ ଟି ପ୍ରମୁଖ ଚର୍ଚ୍ଚ ଓ ୩ ଟି ବିଶଲପୂର୍ଣ ହୋଟେଲ ସମେତ ୮ ଟି ସ୍ଥାନ |ମୃତକଙ୍କ ମଧ୍ୟରେ ବିଦେଶୀ ୩୫ ଜଣ ଏବଂ୩ ଜଣ ଭାରତୀୟ ରହିଛନ୍ତି |

ସକାଳ ପ୍ରାୟେ ୮ ଟା ୪୫ ମିନିଟ ରେ ପ୍ରଥମ ବିସ୍ପୋରଣ ଘଟିଥିଲା |ପରେ ଲଗାତାର ୭ ଟି ବିସ୍ପୋରଣ ହୋଇଥିଲା |ଅପରାହ୍ନ ରେ ଆଉ ୨ ଟି ବିସ୍ପୋରଣ ଯୋଗୁଁ କଲମ୍ବୋ ସମେତ ଦେଶର ବିଭିନ୍ନ ଗୁରୁତ୍ୱପୂର୍ଣ ସହରରେ ଏବେ ଆତଙ୍କ ଖେଳିଯାଇଛି |ରବିବାର ଇସ୍ଟର ପାଇଁ ସାମୁହିକ ପ୍ରାଥନା ଚାଲିଥିଲା ଇଲେ ହେଇଥିଲା ଏହି ଦୁର୍ଘଟଣା |

ଏହି ବିସ୍ପୋରଣ ପରେ ଦେଶବ୍ୟାପୀ କରଫୁ ରବିବାର ସନ୍ଧ୍ୟା ୬ ଟା ରୁ ସୋମବାର ସନ୍ଧ୍ୟା ପର୍ଯ୍ୟନ୍ତ ଜାରି ହୋଇଛି |ପ୍ରଧାନମନ୍ତ୍ରୀ ରିନେଲ ବିକ୍ରମସିଂଘେ ଏହି ଘଟଣାକୁ ନିନ୍ଦା କରିବା ସହିତ କାପୁରୁଷତ୍ୱର ପରିଚୟ ବୋଲି କହିଛନ୍ତି |ଦେଶର ଏପରି ବିପଦ ସମୟରେ ସେ ଶ୍ରୀଲଙ୍କା ବାସୀଙ୍କୁ ଏକଜୁଟ ହେବାକୁ ଆହ୍ୱାନ ଦେଇଛନ୍ତି |

କୃଷି-ସାମ୍ବାଦିକତା ପ୍ରତି ଆପଣଙ୍କ ସମର୍ଥନ ଦେଖାନ୍ତୁ

ପ୍ରିୟ ବନ୍ଧୁଗଣ, ଆମର ପାଠକ ହୋଇଥିବାରୁ ଆପଣଙ୍କୁ ଧନ୍ୟବାଦ । କୃଷି ସାମ୍ବାଦିକତାକୁ ଆଗକୁ ବଢ଼ାଇବା ପାଇଁ ଆପଣଙ୍କ ଭଳି ପାଠକ ଆମପାଇଁ ପ୍ରେରଣା । ଉଚ୍ଚମାନର କୃଷି ସାମ୍ବାଦିକତା ଯୋଗାଇଦେବାପାଇଁ ଏବଂ ଗ୍ରାମୀଣ ଭାରତର ପ୍ରତିଟି କୋଣରେ କୃଷକ ଓ ଲୋକଙ୍କ ପାଖରେ ପହଞ୍ଚିବା ପାଇଁ ଆମେ ଆପଣଙ୍କ ସମର୍ଥନ ଦରକାର କରୁଛୁ ।

ଆମ ଭବିଷ୍ୟତ ପାଇଁ ଆପଣଙ୍କ ପ୍ରତିଟି ଅର୍ଥଦାନ ମୂଲ୍ୟବାନ

ଏବେ ହିଁ କିଛି ଅର୍ଥଦାନ ନିଶ୍ଚୟ କରନ୍ତୁ (Contribute Now)