News

ଗାଈ ଗୋବର କୁ ବ୍ୟବହାର କରି ମାତ୍ର 5 ହଜାର ମୂଲ୍ୟରେ ଆରମ୍ଭ କରନ୍ତୁ ଆଉ ଲାଭବାନ ହୁଅନ୍ତୁ

ଆଗକୁ ରାକ୍ଷୀ ଆସୁଅଛି ତେଣୁ ଏହି ସମୟ ମଧ୍ୟରେ ବଜାରରେ ରାକ୍ଷୀର ଚାହିଦା ବୃଦ୍ଧି ପାଇଛି। ଏବେ ପ୍ରତ୍ୟେକ କ୍ରେତା ଚାଇନାର ରାକ୍ଷୀ ବଦଳରେ ସ୍ବଦେଶୀ ରାଖୀ କିଣିବାକୁ ଚାହୁଁଛନ୍ତି | ଏଥିପାଇଁ ସେ ଅଧିକ ମୂଲ୍ୟ ଦେବାକୁ ମଧ୍ୟ ପ୍ରସ୍ତୁତ ଅଛନ୍ତି। ବିଗତ ବର୍ଷଗୁଡିକରେ, ଚାଇନାରେ ନିର୍ମିତ ରାକ୍ଷୀ ଏବଂ ଏହାକୁ ତିଆରି କରିବା ପାଇଁ ବ୍ୟବହୃତ ଫୋମ୍, ସୂତା, ସାଜସଜ୍ଜା ପ୍ଲେଟ୍ ଇତ୍ୟାଦି ଭାରତର ରାକ୍ଷୀ ବଜାରକୁ କାବୁ କରିଥିଲା

31 July, 2020 8:06 AM IST By: KJ Staff

ଆଗକୁ ରାକ୍ଷୀ ଆସୁଅଛି ତେଣୁ ଏହି ସମୟ ମଧ୍ୟରେ ବଜାରରେ ରାକ୍ଷୀର ଚାହିଦା ବୃଦ୍ଧି ପାଇଛି। ଏବେ ପ୍ରତ୍ୟେକ କ୍ରେତା ଚାଇନାର ରାକ୍ଷୀ ବଦଳରେ ସ୍ବଦେଶୀ ରାଖୀ କିଣିବାକୁ ଚାହୁଁଛନ୍ତି | ଏଥିପାଇଁ ସେ ଅଧିକ ମୂଲ୍ୟ ଦେବାକୁ ମଧ୍ୟ ପ୍ରସ୍ତୁତ ଅଛନ୍ତି। ବିଗତ ବର୍ଷଗୁଡିକରେ, ଚାଇନାରେ ନିର୍ମିତ ରାକ୍ଷୀ ଏବଂ ଏହାକୁ ତିଆରି କରିବା ପାଇଁ ବ୍ୟବହୃତ ଫୋମ୍, ସୂତା, ସାଜସଜ୍ଜା ପ୍ଲେଟ୍ ଇତ୍ୟାଦି ଭାରତର ରାକ୍ଷୀ ବଜାରକୁ କାବୁ କରିଥିଲା ​​| କିନ୍ତୁ ମୋଦି ସରକାର ଚାଇନାର ଉତ୍ପାଦକୁ ଭାରତରେ ବନ୍ଦ କରିବା ପରେ ସ୍ୱଦେଶୀ ଦ୍ରବ୍ୟର ବ୍ୟବସାୟ ପାଇଁ ଚାହିଦା ବୃଦ୍ଧି ପାଇଛି। ଏଭଳି ପରିସ୍ଥିତିରେ, ଯଦି ଆପଣ ଏକ ବ୍ୟବସାୟିକ ଧାରଣା ଖୋଜୁଛନ୍ତି, ତେବେ ଆପଣ ଏହି ସମୟରେ ଗାଈ ଗୋବର ର ପାଉଁଶକୁ ବ୍ୟବହାର କରି ଭଲ ଟଙ୍କା ରୋଜଗାର କରିପାରିବେ | ଭଲ କଥା ହେଉଛି ଏହି ବ୍ୟବସାୟରେ କେବଳ 4 ରୁ 5 ହଜାର ଟଙ୍କା ଖର୍ଚ୍ଚ କରିବାକୁ ପଡିବ |

ବିଶେଷକରି ମହିଳାମାନେ ଏହି ବ୍ୟବସାୟ କରିପାରିବେ | ଏହା କେବଳ ସେମାନଙ୍କୁ ରୋଜଗାର ଦେବ ନାହିଁ, ବରଂ ସେମାନେ ଆତ୍ମନିର୍ଭରଶୀଳ ଅଭିଯାନକୁ ମଧ୍ୟ ସମର୍ଥନ କରିବାକୁ ସକ୍ଷମ ହେବେ | ଏହି ବ୍ୟବସାୟରେ ତାଙ୍କୁ ଅଧିକ ସାଜସଜ୍ଜା, ସୁନ୍ଦର ଏବଂ ନୂତନ ଡିଜାଇନ୍ ରାଖୀ କରିବାକୁ ପଡିବ, ଯାହାଫଳରେ ସେ ବିକ୍ରୟ କରି ହଜାରେ ଟଙ୍କାର ଲାଭ କରିପାରିବେ |

 

ଗାଈ ଗୋବର ପାଉଁଶ ରୁ ଅନ୍ୟାନ୍ୟ ସାମଗ୍ରୀ ତିଆରି କରିବାର ବ୍ୟବସାୟ |

 

ଆଗକୁ ଗଣେଶ ପୂଜା ଆସୁଅଛି ତେଣୁ ଯଦି ତୁମେ ବହୁତ ଭଲ ମୂର୍ତ୍ତି କଳାକାର, ତେବେ ଗାଈ ଗୋବର ପାଉଁଶ ରୁ ଭଗବାନ ଗଣେଶଙ୍କ ପ୍ରତିମୂର୍ତ୍ତି ଏବଂ ଅନ୍ୟାନ୍ୟ ଜିନିଷ ପ୍ରସ୍ତୁତ କରି ଭଲ ରୋଜଗାର କରିପାରିବ | ବଜାରରେ ଏହି ଉତ୍ପାଦଗୁଡ଼ିକ ପାଇଁ ଅଧିକ ଚାହିଦା ଅଛି, ଯାହା ଦ୍ୱାରା ଆପଣ ଭଲ ଟଙ୍କା ରୋଜଗାର କରିପାରିବେ | ଏହି ଉତ୍ପାଦଗୁଡିକ ସ୍କ୍ରାପ୍ ସାମଗ୍ରୀରୁ ପ୍ରସ୍ତୁତ, ଯାହା ପ୍ରକୃତିକୁ ମଧ୍ୟ ସୁରକ୍ଷିତ ରଖେ କାରଣ ଏହା ମାଟି ଏବଂ ପାଣିରେ ତରଳିଯାଏ |

 

ଏହି ବ୍ୟବସାୟ ପାଇଁ ଆପଣ ସୋସିଆଲ ମିଡ଼ିଆ ର ସାହାଯ୍ୟ ନେଇ ଆପଣଙ୍କ ଜିନିଷ କୁ ବିକ୍ରୀ କରିପାରିବେ | ଏହା ସହ ଆପଣ ଉପରୋକ୍ତ ବ୍ୟବସାୟ ପାଇଁ ଦରକାର ପଡୁଥିବା ଅଲଗା ଜିନିଷ ଯେପରିକି ରଙ୍ଗୀନ ସୁତା, ଚୁମୁକି, ମାଳି, ବୋତାମ ଇତ୍ୟାଦିର ବିକ୍ରି ମଧ୍ୟ କରିପାରିବେ | ଯାହା  ଆପଣଙ୍କୁ ବହୁତ ଲାଭବାନ ହେଇପାରିବେ | ଏହାସହ ମୂର୍ତି ପାଇଁ ବିଭିର୍ନ ରଙ୍ଗୀନ କପଡା, ରଙ୍ଗ, ଅଳଙ୍କାର ଆଦି ପ୍ରସ୍ତୁତ କରି ଏହି ସମୟରେ ଅନ ଲାଇନ ରେ ବିକ୍ରି କରି ବହୁତ ଲାଭ କରିପାରିବେ |

କୃଷି-ସାମ୍ବାଦିକତା ପ୍ରତି ଆପଣଙ୍କ ସମର୍ଥନ ଦେଖାନ୍ତୁ

ପ୍ରିୟ ବନ୍ଧୁଗଣ, ଆମର ପାଠକ ହୋଇଥିବାରୁ ଆପଣଙ୍କୁ ଧନ୍ୟବାଦ । କୃଷି ସାମ୍ବାଦିକତାକୁ ଆଗକୁ ବଢ଼ାଇବା ପାଇଁ ଆପଣଙ୍କ ଭଳି ପାଠକ ଆମପାଇଁ ପ୍ରେରଣା । ଉଚ୍ଚମାନର କୃଷି ସାମ୍ବାଦିକତା ଯୋଗାଇଦେବାପାଇଁ ଏବଂ ଗ୍ରାମୀଣ ଭାରତର ପ୍ରତିଟି କୋଣରେ କୃଷକ ଓ ଲୋକଙ୍କ ପାଖରେ ପହଞ୍ଚିବା ପାଇଁ ଆମେ ଆପଣଙ୍କ ସମର୍ଥନ ଦରକାର କରୁଛୁ ।

ଆମ ଭବିଷ୍ୟତ ପାଇଁ ଆପଣଙ୍କ ପ୍ରତିଟି ଅର୍ଥଦାନ ମୂଲ୍ୟବାନ

ଏବେ ହିଁ କିଛି ଅର୍ଥଦାନ ନିଶ୍ଚୟ କରନ୍ତୁ (Contribute Now)