News

ଦକ୍ଷିଣ ଓଡିଶା ର ବାସିନ୍ଦା ଙ୍କ ଲାଗି ଚେତାବନୀ !

ଦକ୍ଷିଣ ଓଡିଶା ର ବାସିନ୍ଦା ଙ୍କ ଲାଗି ଚେତାବନୀ !

27 January, 2020 3:01 PM IST By: KJ Staff

ଆପଣଙ୍କ ଜୀବନ ପ୍ରତି ରହିଛି ବିପଦ ସଂକେତ !

ରାୟଗଡା ଓ କଳାହାଣ୍ଡି ର ସୀମାରେ ପୋଲିସ ବାହିନୀ ରେ ବୃଦ୍ଧି କରାଯାଇଛି ,ସେଠାକାର ଗୁପ୍ତ ଏଜେନ୍ସି ରୁ ମିଳିଛି ମାଓବାଦୀ ଆତଙ୍କ ର ସୂଚନା |ନିଆମଗିରି ନିକଟବର୍ତୀ ଅଂଚଳରେ ରେ ହାରାହାରି ୨୦ ଟି ମାଓବାଦୀ ପଶିଆସିଥିବାର ସୂଚନା ମିଳିଛି |
୪ ଦିନ ପୂର୍ବରୁ ଏକ ୬୦ ଜଣିଆ ମାଓବାଦୀ ଗୋଷ୍ଠୀ ରାୟଗଡା ଜିଲ୍ଲା ର ଗୁମ୍ମା ଗ୍ରାମ ରେ ନିଜର ଆତଙ୍କ ର ନମୁନା ଦେଖାଇଥିଲେ ଏବଂ ଏକ କ୍ୟାମ୍ପ କୁ ମଧ୍ୟ ଲୁଟାଇଥିଲେ |୨ ଟି ଜେ.ସୋ.ବି ,ମିକଶ୍ଚରଃ ମେସିନ ଏବଂ ଅନ୍ୟାନ୍ୟ କେତେକ ଯନ୍ତ୍ର ସହ ସିମେଣ୍ଟ ବସ୍ତା ରେ ନିଆଁ ଲଗାଇଦେଇଥିଲେ |ଏହା ପରେ ଏକ ପୋଷ୍ଟର ଦ୍ୱାରା ଚେତାବନୀ ଛାଡି ଯାଇଛନ୍ତି |

ଚେତାବନୀ ଟି କ୍ୟାମ୍ପ ଲଗାଇଥିବା ,ରାସ୍ତା ନିର୍ମାଣ କରୁଥିବା କଣ୍ଟ୍ରାକଟର ଲାଗି ଥିଲା |ମାଓବାଦୀ ମନେ ଦାବି କରିଛନ୍ତି ଯେ କଲ୍ୟାଣ୍ସିଂପୁର ବ୍ଲକ ରେ ନାରୀଙ୍ଗାଟୋଲା ରୁ ଲାଖପଦାର ଯାଏ ନିର୍ମାଣଧୀନ ଥିବା ପକା ରାସ୍ତା ଟି ନିୟମଗିରି ର ପ୍ରାକୃତିକ ସମ୍ବଳ ର କୁବ୍ୟବହାର କରୁଛି ତେଣୁ ଏହି ରାସ୍ତା ଟି ନିର୍ମାଣ ହେଲେ ସରକାର ଏବଂ ସମ୍ପୃକ୍ତ କର୍ମଚାରୀ ଙ୍କୁ ସିଧାସଳଖ ଏହାର ପରିଣାମ ଭୋଗ କରିବାକୁ ହେବା ବୋଲି ପୋଷ୍ଟର ମାଧ୍ୟମରେ ଚେତାବନୀ ଦିଆଯାଇଥିଲା |

 

ଇଣ୍ଟେଲିଜେନ୍ସ ର ରିପୋର୍ଟ ଅନୁଯାୟୀ ଏହି ଘଟଣା ପରେ ରାୟଗଡା ର ସୀମା ରେ ମାଓବାଦୀ ର ପ୍ରକୋପ ଅଧିକ ଦେଖିବାକୁ ମିଳିଛି |ରାୟଗଡା ପୋଲିସ ସହ ସି.ଅର.ପି.ଏଫ ଯବାନ ମାନେ ଏହି ଅଂଚଳରେ ଆଣ୍ଟି-ଟେରରିଷ୍ଟ ଅପେରସନ ଜାରି ରଖିଛନ୍ତି |ସେହିପରି କୋରାପୁଟ ର ବିଭିନ୍ନ ଅଂଚଳରେ ଯଥା ନାରାୟଣପାଟଣା ,ବନ୍ଧୁଗାଁମ ,ନନ୍ଦପୁର,ଲମତାପୁଟ ,ବୋଇପାରୀଗୁଡା ପରି ଅଂଚଳରେ ରେଡ ଆଲର୍ଟ ଜାରି କରାଯାଇଛି |

କୃଷି-ସାମ୍ବାଦିକତା ପ୍ରତି ଆପଣଙ୍କ ସମର୍ଥନ ଦେଖାନ୍ତୁ

ପ୍ରିୟ ବନ୍ଧୁଗଣ, ଆମର ପାଠକ ହୋଇଥିବାରୁ ଆପଣଙ୍କୁ ଧନ୍ୟବାଦ । କୃଷି ସାମ୍ବାଦିକତାକୁ ଆଗକୁ ବଢ଼ାଇବା ପାଇଁ ଆପଣଙ୍କ ଭଳି ପାଠକ ଆମପାଇଁ ପ୍ରେରଣା । ଉଚ୍ଚମାନର କୃଷି ସାମ୍ବାଦିକତା ଯୋଗାଇଦେବାପାଇଁ ଏବଂ ଗ୍ରାମୀଣ ଭାରତର ପ୍ରତିଟି କୋଣରେ କୃଷକ ଓ ଲୋକଙ୍କ ପାଖରେ ପହଞ୍ଚିବା ପାଇଁ ଆମେ ଆପଣଙ୍କ ସମର୍ଥନ ଦରକାର କରୁଛୁ ।

ଆମ ଭବିଷ୍ୟତ ପାଇଁ ଆପଣଙ୍କ ପ୍ରତିଟି ଅର୍ଥଦାନ ମୂଲ୍ୟବାନ

ଏବେ ହିଁ କିଛି ଅର୍ଥଦାନ ନିଶ୍ଚୟ କରନ୍ତୁ (Contribute Now)