News

Subarna krishi mela: ଆରମ୍ଭ ହେଲା ସୁବର୍ଣ୍ଣ କୃଷି ମେଳା ୨୦୨୪

ଆଜିଠୁ ଆରମ୍ଭ ହେଲା ସୁବର୍ଣ୍ଣ କୃଷି ମେଳା ୨୦୨୪ l ଏହା ଦୁଇଦିନ ଧରି ମୟୁରଭଞ୍ଜ ଜିଲ୍ଲାର ବାଘଡ଼ା ଠାରେ ଆୟୋଜନ କରାଯାଇଛି l

22 January, 2024 2:53 PM IST By: Tanushree Mahapatra

ଆଜିଠାରୁ ଦୁଇଦିନ ଧରି ଚାଲିବ ସୁବର୍ଣ୍ଣ କୃଷି ମେଳା ୨୦୨୪ l ଜାନୁଆରୀ ୨୨ ଓ ୨୩ ତାରିଖ ଦୁଇ ଦିନ ଧରି ଏହି ମେଳା ଚାଲିବ l ଯେଉଁଠି ଏକାଠି ହେବେ ଅନେକ ଚାଷକାର୍ଯ୍ୟ ସହ ଜଡିତ ବିଶିଷ୍ଟ ବ୍ୟକ୍ତି l ଚାଷୀଙ୍କୁ ମିଳିବ ଅନେକ କିଛି ନୂଆ ଶିଖିବାର ମଉକା l କୃଷି ଜାଗରଣ ଦ୍ୱାରା ଆୟୋଜିତ ମହିନ୍ଦ୍ରା ଟ୍ରାକ୍ଟର ଦ୍ୱାରା ପ୍ରାୟୋଜିତ " ସୁବର୍ଣ୍ଣ କୃଷି ମେଳା ୨୦୨୪ " ଆୟୋଜନ କରାଯାଇଛି l ମହାପ୍ରଭୁ ଶ୍ରୀ ଜଗନ୍ନାଥଙ୍କ ନିକଟରେ ଦ୍ବୀପ ପ୍ରଜ୍ବଳନ କରି ଶୁଭାରମ୍ଭ ହେଲା ୨ୟ ସୁବର୍ଣ୍ଣ କୃଷି ମେଳା ୨୦୨୪ l ଏହା ସହିତ ଅତିଥିଙ୍କୁ ପୁଷ୍ପଗୁଚ୍ଛ ଦେଇ ମଞ୍ଚ ଉପରେ ସମ୍ମାନିତ କରାଗଲା l

ସୁବର୍ଣ୍ଣ କୃଷି ମେଳା କୃଷକ ଠାରୁ ନେଇ କୃଷି ଉଦ୍ୟୋଗୀ, ଉତ୍ପାଦକ, ଡିଲର, ବିତରକ, ବୈଜ୍ଞାନିକ, ସରକାରଙ୍କ ବିଭିନ୍ନ ସଂସ୍ଥା, ସହଯୋଗୀ ଏବଂ ଅନ୍ୟାନ୍ୟ କୃଷି ସମ୍ବନ୍ଧୀୟ ସଂଗଠନଗୁଡିକ ଗୋଟିଏ ମଞ୍ଚରେ ଏକାଠି ହେବାର ଏକ ମାଧ୍ୟମ । ଏଥିରେ ଡିଲର୍ସ, ଫାର୍ମ ମାଲିକ, କୃଷି ସାମଗ୍ରୀ ବିତରକ, ଯୋଗାଣକାରୀ, ଖୁଚୁରା ବେପାରୀ, ଗବେଷକ, କୃଷି ବିଜ୍ଞାନୀ, ଶିଳ୍ପପତି, ବ୍ୟବସାୟୀ, ନିବେଷକ, ଛାତ୍ର ଓ ମେଧାବୀ, ଗଣମାଧ୍ୟମ ସଂସ୍ଥା, ସରକାରୀ କର୍ମଚାରୀ ଏବଂ ଏଥିରେ ଜଡିତ ଥିବା ସମସ୍ତ କର୍ମୀଙ୍କୁ ସ୍ଥାନ ମିଳିଛି ନିଜର କୌଶଳ ଦେଖାଇବାକୁ ।

" ସୁବର୍ଣ୍ଣ କୃଷି ମେଳା 2024 " କୃଷକଙ୍କ ସୁବିଧା ଉପରେ ବିଶେଷ ଦୃଷ୍ଟି ଦେଇଥାଏ । କିପରି ବର୍ତ୍ତମାନର କୃଷକ ଆଧୁନିକ ଜ୍ଞାନ କୌଶଳ ଆପଣାଇ କମ ସମୟ ମଧ୍ୟରେ ଅଧିକ କୃଷି ଉତ୍ପାଦ କରିପାରିବ । ଏଥିରେ ସମୟ ବଞ୍ଚିବା ସହ ଆତ୍ମନିର୍ଭରଶୀଳ ହୋଇପାରିବ କୃଷକ l ଆଧୁନିକ ଜ୍ଞାନ କୌଶଳରେ କିପରି କୃଷିର ଅଭିବୃଦ୍ଧି ହୋଇପାରିବ ଏହା ଉପରେ କାର୍ଯ୍ୟକ୍ରମରେ ଆଲୋଚନା ହୋଇଥିଲା । ସେହିପରି କୃଷକମାନେ ମଧ୍ୟ ସାମ୍ନା କରୁଥିବା ବିଭିନ୍ନ ସମସ୍ୟା ଉପସ୍ଥାପନ କରିବା ସହ କୃଷି ବିଶେଷଜ୍ଞଙ୍କ ଠାରୁ ସମାଧାନ ପାଇଁ ପରାମର୍ଶ ପାଇଥିଲେ ଚାଷୀ ।

ଏହି ମେଳାରେ ବାଘଡ଼ା ସରକାରି ଉଚ୍ଚ ବିଦ୍ୟାଳୟ ପ୍ରଧାନ ଶିକ୍ଷକ, ବାଘଡ଼ା ପଞ୍ଚାୟତର ସରପଞ୍ଚ, ଶୂଳିଆପଡା  ବ୍ଲକ ଉପାଧ୍ୟକ୍ଷ ଏଥିରେ ସାମିଲ ହୋଇଥିଲେ l ଏହି ମେଳାରେ ଅନେକ ଚାଷୀ ଆଜି ଭାଗ ନେଇଥିବାର ଦେଖିବାକୁ ମିଳିଥିଲା l ବିଭିନ୍ନ ପ୍ରକାର ଷ୍ଟଲ ମଧ୍ୟ ସ୍ଥାନିତ କରାଯାଇଛି ଯାହା ଚାଷୀଙ୍କୁ ସହାୟତା ଦେବ କିଛି ନୂଆ ଜାଣିବାର l ଏହି ମେଳାରେ enturion university of technology and management, Mahindra & Mahindra Ltd, Noveltech Feeds Ptd Ltd. , Baghada Govt. High school , VAT Tillers & Tractors Ltd. , National seeds corporation Ltd ସ୍ଥାନିତ ହୋଇଛି l ଆଶା ଏ ସମସ୍ତ ଷ୍ଟଲ ଚାଷୀଙ୍କ ଆବଶ୍ୟକ ପୂରଣ କରିବାରେ ସାହାଯ୍ୟ କରିବ l

କୃଷି-ସାମ୍ବାଦିକତା ପ୍ରତି ଆପଣଙ୍କ ସମର୍ଥନ ଦେଖାନ୍ତୁ

ପ୍ରିୟ ବନ୍ଧୁଗଣ, ଆମର ପାଠକ ହୋଇଥିବାରୁ ଆପଣଙ୍କୁ ଧନ୍ୟବାଦ । କୃଷି ସାମ୍ବାଦିକତାକୁ ଆଗକୁ ବଢ଼ାଇବା ପାଇଁ ଆପଣଙ୍କ ଭଳି ପାଠକ ଆମପାଇଁ ପ୍ରେରଣା । ଉଚ୍ଚମାନର କୃଷି ସାମ୍ବାଦିକତା ଯୋଗାଇଦେବାପାଇଁ ଏବଂ ଗ୍ରାମୀଣ ଭାରତର ପ୍ରତିଟି କୋଣରେ କୃଷକ ଓ ଲୋକଙ୍କ ପାଖରେ ପହଞ୍ଚିବା ପାଇଁ ଆମେ ଆପଣଙ୍କ ସମର୍ଥନ ଦରକାର କରୁଛୁ ।

ଆମ ଭବିଷ୍ୟତ ପାଇଁ ଆପଣଙ୍କ ପ୍ରତିଟି ଅର୍ଥଦାନ ମୂଲ୍ୟବାନ

ଏବେ ହିଁ କିଛି ଅର୍ଥଦାନ ନିଶ୍ଚୟ କରନ୍ତୁ (Contribute Now)