News

ଛେଳି କ୍ଷୀର ପିଇବା ସ୍ୱାସ୍ଥ୍ୟ ପାଇଁ ବହୁ ହିତକର

ସ୍ବାସ୍ଥ୍ୟ, ସୌନ୍ଦର୍ଯ୍ୟ ଏବଂ ଦୀର୍ଘାୟୁ ହେବା ପାଇଁ ଦୁଧ ଠାରୁ ବଳି କରି ଆଉ କୌଣସି ପଦାର୍ଥ ନାହିଁ । ଭାରତରେ ଗ୍ରାମୀଣ ଅଞ୍ଚଳରେ ଅନେକ ଲୋକ ଛେଳି କ୍ଷୀର ପିଉଛନ୍ତି । ସେମାନଙ୍କ ହିସାବରେ ଗାଈ କ୍ଷୀର ଓ ମଇଁଷି କ୍ଷୀର ଛେଳି କ୍ଷୀର ଠାରୁ ମଧ୍ୟ ଅଧିକ ଲାଭପ୍ରଦ । ଏବେ ସହରର ଲୋକମାନେ ମଧ୍ୟ ଗାଈ କ୍ଷୀର ପିଇବା ସହ ଛେଳି କ୍ଷୀର ପିଇବା ଆରମ୍ଭ କରିସାରିଛନ୍ତି । ଛେଳି କ୍ଷୀରରେ ବହୁଳ ପରିମାଣର କ୍ୟାଲସିୟମ ମହଜୁଦ ଥାଏ ।

22 November, 2021 2:29 PM IST By: Sudesna Nayak

ସ୍ବାସ୍ଥ୍ୟ, ସୌନ୍ଦର୍ଯ୍ୟ ଏବଂ ଦୀର୍ଘାୟୁ ହେବା ପାଇଁ ଦୁଧ ଠାରୁ ବଳି କରି ଆଉ କୌଣସି ପଦାର୍ଥ ନାହିଁ । ଭାରତରେ ଗ୍ରାମୀଣ ଅଞ୍ଚଳରେ ଅନେକ ଲୋକ ଛେଳି କ୍ଷୀର ପିଉଛନ୍ତି । ସେମାନଙ୍କ ହିସାବରେ ଗାଈ କ୍ଷୀର ଓ ମଇଁଷି କ୍ଷୀର ଛେଳି କ୍ଷୀର ଠାରୁ ମଧ୍ୟ ଅଧିକ ଲାଭପ୍ରଦ । ଏବେ ସହରର ଲୋକମାନେ ମଧ୍ୟ ଗାଈ କ୍ଷୀର ପିଇବା ସହ ଛେଳି କ୍ଷୀର ପିଇବା ଆରମ୍ଭ କରିସାରିଛନ୍ତି । ଛେଳି କ୍ଷୀରରେ ବହୁଳ ପରିମାଣର କ୍ୟାଲସିୟମ ମହଜୁଦ ଥାଏ ।

ଏକ ଗ୍ଲାସ୍ ଛେଳି କ୍ଷୀରରେ ୧୦ ଗ୍ରାମ୍ ପ୍ରୋଟିନ୍, ୨୭ ମିଲିଗ୍ରାମ୍ କଲେଷ୍ଟୋରେଲ, ୧୧ ଗ୍ରାମ କାର୍ବୋହାଇଡ୍ରେଟ ଓ ୬.୩ ଗ୍ରାମ ଫ୍ୟାଟ୍ ମହଜୁଦ ଥାଏ । ଏହା ବ୍ୟତୀତ ଛେଳି କ୍ଷୀରରେ ସେଲେନିୟମ୍, ଜିଙ୍କ, କପର, ପୋଟାସିୟମ ଓ ମାଗ୍ନେସିୟମ୍ ଭରପୁର ମାତ୍ରାରେ ଥାଏ । ଖାଦ୍ୟ ସଙ୍ଗେ ଦୁଧ ନଥିଲେ ପୂର୍ଣ୍ଣ ସ୍ଵାସ୍ଥ୍ୟ ଲାଭ ହୁଏ ନାହିଁ ।

 

ଛେଳି କ୍ଷୀର ହୃଦୟ ପାଇଁ ବହୁତ ହିତକର । ଯଦି ଆପଣ ଗାଈ କ୍ଷୀର କିମ୍ବା ମଇଁଷୀ କ୍ଷୀର ସହ ଛେଳି କ୍ଷୀରକୁ ତୁଳନା କରିବେ, ତେବେ ଏଥିରେ ଅଧିକ ମାତ୍ରାରେ କ୍ୟାଲସିୟମ ଥାଏ । ତେଣୁ ପ୍ରତିଦିନ ଛେଳି କ୍ଷୀର ସେବନ ଦ୍ୱାରା ହାଡ଼ ମଜମୁତ ହୋଇଥାଏ । କେବଳ ହାଡ଼ ପାଇଁ ନୁହଁ ଛେଳି କ୍ଷୀର ତ୍ୱଚା ପାଇଁ ମଧ୍ୟ ବହୁତ ଉପକାରୀ । ଯଦି ଆପଣ ପ୍ରତିଦିନ ଏକ ଗ୍ଲାସ୍ ଛେଳି କ୍ଷୀର ପିଅନ୍ତି, ତେବେ ଆପଣଙ୍କ ତ୍ୱଚାରେ ମଧ୍ୟ ଚମକ ଆସିବ ।

 

କିନ୍ତୁ ଆପଣ ଜାଣନ୍ତି କି, ଛେଳି କ୍ଷୀରରେ ବି ଡେଙ୍ଗୁ ରୋଗ ସହିତ ଲଢ଼ିବା କ୍ଷମତା ରହିଛି । ଡେଙ୍ଗୁ ହେଲେ ଶରୀରରେ ବ୍ଲଡ୍ ପ୍ଲେଟ୍‌ଲେଟ୍ କମିଯାଏ । ଛେଳି କ୍ଷୀରରେ ଥିବା ସେଲେନିୟମ୍ ବ୍ଲଡ୍ ପ୍ଲେଟ୍ଲେଟ୍ ଏବଂ ରୋଗ ପ୍ରତିରୋଧକ ଶକ୍ତି ବଢ଼ାଏ ।

ଛେଳି କ୍ଷୀରର ଅନେକ ଗୁଣ ରହିଥିବା ବେଳେ ଏହା ପ୍ରୋଟିନରେ ପରିପୂର୍ଣ୍ଣ ଥାଏ ବୋଲି ଆପଣ ତ ନିଶ୍ଚୟ ଶୁଣିଥିବେ । ଏହି କାରଣରୁ ଅନେକ ଲୋକ ଛେଳି କ୍ଷୀର ପିଇବାକୁ ପସନ୍ଦ କରନ୍ତି ।

ତେବେ ଆସନ୍ତୁ ଜାଣିବା ଛେଳି କ୍ଷୀରର ଲାଭ କ’ଣ ଏବଂ ଏଥିରେ କେଉଁ ପୁଷ୍ଟିକର ଉପାଦାନ ମିଳୁଛି …

ଛେଳି କ୍ଷୀରରେ ମ୍ୟାଗ୍ନେସିୟମ୍, କ୍ୟାଲସିୟମ୍, ପ୍ରୋଟିନ୍, ପୋଟାସିୟମ୍, ଭିଟାମିନ୍ ଏ, ବି ୨, ସି ଏବଂ ଡି ବହୁତ ପରିମାଣରେ ଥାଏ ।

ଅସ୍ଥି ଓ ଦାନ୍ତକୁ ମଜବୁତ କରିବା ପାଇଁ ଛେଳି କ୍ଷୀରରେ କାଲ୍ସିୟମ୍ ସହିତ ଏମିନୋ ଏସିଡ୍ ଟ୍ରିପ୍ଟୋଫେନ୍ ରହିଛି ।

ଛେଳି କ୍ଷୀରରେ ଥିବା ମ୍ୟାଗ୍ନେସିୟମ୍ ହାଟବିଟକୁ ସୁରୁଖୁରୁରେ ଚଳାଇବାରେ ବହୁତ ସାହାଯ୍ୟକାରୀ ହୋଇଥାଏ । ଏହା ଶରୀରରେ ରକ୍ତ ଜମାଟ ବାନ୍ଧିବାକୁ ସଂପୂର୍ଣ୍ଣ ରୋକିଥାଏ । ଏହା କୋଲେଷ୍ଟ୍ରଲରକୁ ହ୍ରାସ କରିଥାଏ ଏବଂ ଏହା ଶରୀରକୁ ବହୁତ ଶକ୍ତି ଯୋଗାଇଥାଏ ।

ଉଭୟ କ୍ୟାଲସିୟମ ଓ ପ୍ରୋଟିନ୍ ଛେଳି କ୍ଷୀରରେ ପ୍ରଚୁର ପରିମାଣରେ ମିଳିଥାଏ । ଯାହା ଶରୀରର ଓଜନ ହ୍ରାସ କରିଥାଏ ଏବଂ ପ୍ରୋଟିନ୍ ମେଟାବୋଲିଜିମ୍ ବୃଦ୍ଧିରେ ସାହାଯ୍ୟ କରିଥାଏ ।

ଛେଳି କ୍ଷୀରରେ ବହୁତ କମ୍ ଚର୍ବି ଥିବାରୁ ଏହା ହଜମ ହେବା ସହଜ ଅଟେ । ଏହାଦ୍ୱାରା ହଜମ ପ୍ରକ୍ରିୟା ମଧ୍ୟ ସଂପୂର୍ଣ୍ଣ ଠିକ୍ ରହିଥାଏ ।