News

Swaraj Awards 2022: ରାଜଧାନୀ ଦିଲ୍ଲୀରେ ଅନୁଷ୍ଠିତ ହେଲା ଚତୁର୍ଥ ସ୍ୱରାଜ ପୁରସ୍କାର

ସ୍ୱରାଜ ପୁରସ୍କାର 2022ର ଚତୁର୍ଥ ସଂସ୍କରଣ ଆୟୋଜିତ କରିଛି ମହିନ୍ଦ୍ରା ଗ୍ରୁପର ସହାୟକ ତଥା ଅଗ୍ରଣୀ ଭାରତୀୟ ଟ୍ରାକ୍ଟର ବ୍ରାଣ୍ଡ ସ୍ୱରାଜ । କନକ୍ଲେଭରେ ଉପସ୍ଥିତ କେନ୍ଦ୍ର କୃଷି ମନ୍ତ୍ରୀ ରେନ୍ଦ୍ର ସିଂ ତୋମାର ମଧ୍ୟ ସ୍ୱରାଜ ଟ୍ରାକ୍ଟରର ଅବଦାନକୁ ପ୍ରଶଂସା କରିଥିଲେ ।

14 September, 2022 6:18 PM IST By: Shuvanshu Kar

ସ୍ୱରାଜ ପୁରସ୍କାର 2022ର ଚତୁର୍ଥ ସଂସ୍କରଣ( 4th edition of Swaraj Awards) ଆୟୋଜିତ କରିଛି ମହିନ୍ଦ୍ରା ଗ୍ରୁପର ସହାୟକ ତଥା ଅଗ୍ରଣୀ ଭାରତୀୟ ଟ୍ରାକ୍ଟର ବ୍ରାଣ୍ଡ ସ୍ୱରାଜ(Swaraj Tractors) । ରାଜଧାନୀ ଦିଲ୍ଲୀର କୃଷି ସମ୍ମିଳନୀରେ ଏହି ପୁରସ୍କାର ବିତରଣ କାର୍ଯ୍ୟକ୍ରମର ଆୟୋଜନ କରାଯାଇଥିଲା ।

କନକ୍ଲେଭରେ ସ୍ୱରାଜ(Swaraj) କୃଷକ ଏବଂ କୃଷି ଅନୁଷ୍ଠାନଗୁଡିକରେ ଏହାର ଯୋଗଦାନ ସମ୍ପର୍କରେ ସମସ୍ତଙ୍କୁ ଅବଗତ କରାଇଥିଲା । ଅନ୍ୟପକ୍ଷେ କନକ୍ଲେଭରେ ଉପସ୍ଥିତ କେନ୍ଦ୍ର କୃଷି ମନ୍ତ୍ରୀ ରେନ୍ଦ୍ର ସିଂ ତୋମାର ମଧ୍ୟ ସ୍ୱରାଜ ଟ୍ରାକ୍ଟରର ଅବଦାନକୁ ପ୍ରଶଂସା କରିଥିଲେ । ଏହାସହିତ କୃଷି କ୍ଷେତ୍ରରେ ବିଶେଷ କରି କ୍ଷୂଦ୍ର ଚାଷୀ ଓ ସୀମାନ୍ତ ଚାଷୀଙ୍କ ସହାୟତା ପାଇଁ କେନ୍ଦ୍ର ସରକାରଙ୍କ ଉଦ୍ୟମ ଉପରେ ତୋମାର ଆଲୋକପାତ କରିଥିଲେ ।

‘କୃଷି ଯାନ୍ତ୍ରୀକରଣ ଓ ଟେକ୍ନୋଲୋଜୀ ହସ୍ତକ୍ଷେପ’ର ବିଷୟବସ୍ତୁକୁ କେନ୍ଦ୍ର କରି କେନ୍ଦ୍ର କୃଷି ଓ କୃଷକ କଲ୍ୟାଣ ବିଭାଗ ଏବଂ ଭାରତୀୟ କୃଷି ଅନୁସନ୍ଧାନ ପରିଷଦ(ICAR) ସହଯୋଗରେ ଏହି କାର୍ଯ୍ୟକ୍ରମର ଆୟୋଜନ କରାଯାଇଥିଲା ।

ଅଭିଭାଷଣରେ ସ୍ୱରାଜ ଡିଭିଜନର ସିଇଓ ହରିଶ ଚୌହାନ କହିଛନ୍ତି, କୃଷି ହେଉଛି ଭାରତର ଅର୍ଥନୈତିକ ଅଭିବୃଦ୍ଧି ପାଇଁ ଗୁରୁତ୍ୱପୂର୍ଣ୍ଣ ଏବଂ ଯାନ୍ତ୍ରିକରଣ ଓ ଆଗ୍ରିଟେକର ଭୂମିକା ଏକ ପ୍ରମୁଖ ଅଂଶ ଅଟେ । କ୍ଷୁଦ୍ର ଚାଷୀ ଏବଂ ସୀମାନ୍ତ ଚାଷୀଙ୍କ ଉତ୍ପାଦନ ତଥା ଆୟ ବୃଦ୍ଧିକୁ ଏହା ବଳ ଯୋଗାଏ । କେବଳ ସେତିକି ନୁହେଁ, ଚାଷ ଜମିରେ ସ୍ଥାୟୀ, ସୁଲଭ ଏବଂ ଉପଲବ୍ଧ କୃଷି ଯାନ୍ତ୍ରିକରଣ
ସାମଗ୍ରିକ ଉତ୍ପାଦନ ଭାରତୀୟ କୃଷି କ୍ଷେତ୍ରକୁ ଆତ୍ମନିର୍ଭର ହେବାକୁ ସକ୍ଷମ କରେ ବୋଲି ଚୌହାନ କହିଛନ୍ତି ।

ଚୌହାନ ଏହା ମଧ୍ୟ କହିଛନ୍ତି, ସ୍ୱରାଜ ଟ୍ରାକ୍ଟରରେ ଆମେ ଆମର ପରିବର୍ତ୍ତନର ଉଦ୍ଦେଶ୍ୟ ଉପରେ ଦୃଢ ଭାବରେ ବିଶ୍ବାସ କରୁ । କୃଷି ଏବଂ ସମୃଦ୍ଧ ଜୀବନ ଏବଂ ସ୍ୱରାଜ ପୁରସ୍କାର କେବଳ ସୁବିଧା ପ୍ରଦାନ ପାଇଁ ଏକ ମଞ୍ଚ ରୂପେ କାର୍ଯ୍ୟ କରେ ନାହିଁ, ବରଂ ଉପଲବ୍ଧି ଉପରେ ଚର୍ଚ୍ଚା କରିବା ଓ ଆବଶ୍ୟକତା ଉପରେ ମଧ୍ୟ ଆଲୋକପାତ କରେ । ଏହା ଚାଷୀ ଓ ସମୁଦାୟ ପର୍ଯ୍ୟନ୍ ପହଞ୍ଚିବା ଲାଗି ଅବସର ମଧ୍ୟ ପ୍ରଦାନ କରିଥାଏ ।

ସ୍ୱରାଜ ପୁରସ୍କାର ସମାରୋହରେ ବିଭିନ୍ନ ମାନ୍ୟଗଣ୍ୟ ବ୍ୟକ୍ତି ଏବଂ ପ୍ରମୁଖ ସରକାରୀ କର୍ମଚାରୀ ମଧ୍ୟ ଯୋଗ ଦେଇଥିଲେ । କୃଷକମାନଙ୍କୁ ସଶକ୍ତିକରଣ ତଥା ଭାରତକୁ ଆତ୍ମନିର୍ଭର କରିବା ଦିଗରେ ଜଡିତ କୃଷି ବିଷୟବସ୍ତୁ ଉପରେ ଏଥିରେ ଆଲୋଚନା କରାଯାଇଛି ।

ଝାରଖଣ୍ଡ, ହରିୟାଣା, ପଶ୍ଚିମବଙ୍ଗ ଓ ଉତ୍ତରପ୍ରଦେଶର 4ଟି କୃଷି ବିଜ୍ଞାନ କେନ୍ଦ୍ର ସ୍ବରାଜ ପୁରସ୍କାର ଜିତିଥିବାବେଳେ କର୍ଣ୍ଣାଟକ, ତାମିଲନାଡୁ, ବିହର, ଆସାମରୁ 4ଟି କୃଷି ଉତ୍ପାଦ ସଂଗଠନ(FPO) ଶ୍ରେଷ୍ଠ ଏଫପିଓ ପୁରସ୍କାର ବିଜେତା ହୋଇଛନ୍ତି । ସେହିପରି ରାଜ୍ୟ ତଥା କେନ୍ଦ୍ରଶାସିତ ଅଞ୍ଚଳଗୁଡିକର 8 ଜଣ ଚାଷୀ ଏହି ପୁରସ୍କାର ହାସଲ କରିଛନ୍ତି ।

ସ୍ୱରାଜ ଟ୍ରାକ୍ଟର ମହିନ୍ଦ୍ରା ଗ୍ରୁପର ଏକ ବିଭାଗ, ଯ଼ାହା ଭାରତର ଦ୍ୱିତୀୟ ବୃହତ୍ତମ ଏବଂ ଦ୍ରୁତ ଅଭିବୃଦ୍ଧିଶୀଳ ଟ୍ରାକ୍ଟର ବ୍ରାଣ୍ଡ । 1974 ରେ ପ୍ରତିଷ୍ଠିତ ସ୍ବରାଜ ଚୀଷୀଙ୍କ ଦ୍ବାରା ନିର୍ମିତ । ଏହାର ଅନେକ କର୍ମଚାଷୀ ଚାଷୀ । କାର୍ଯ୍ୟଦକ୍ଷତା ଏବଂ ସ୍ଥାୟୀ ଗୁଣବତ୍ତା ସ୍ବରାଜର ଗୋଟିଏ ଉଦ୍ଦେଶ୍ୟ ।

କୃଷି-ସାମ୍ବାଦିକତା ପ୍ରତି ଆପଣଙ୍କ ସମର୍ଥନ ଦେଖାନ୍ତୁ

ପ୍ରିୟ ବନ୍ଧୁଗଣ, ଆମର ପାଠକ ହୋଇଥିବାରୁ ଆପଣଙ୍କୁ ଧନ୍ୟବାଦ । କୃଷି ସାମ୍ବାଦିକତାକୁ ଆଗକୁ ବଢ଼ାଇବା ପାଇଁ ଆପଣଙ୍କ ଭଳି ପାଠକ ଆମପାଇଁ ପ୍ରେରଣା । ଉଚ୍ଚମାନର କୃଷି ସାମ୍ବାଦିକତା ଯୋଗାଇଦେବାପାଇଁ ଏବଂ ଗ୍ରାମୀଣ ଭାରତର ପ୍ରତିଟି କୋଣରେ କୃଷକ ଓ ଲୋକଙ୍କ ପାଖରେ ପହଞ୍ଚିବା ପାଇଁ ଆମେ ଆପଣଙ୍କ ସମର୍ଥନ ଦରକାର କରୁଛୁ ।

ଆମ ଭବିଷ୍ୟତ ପାଇଁ ଆପଣଙ୍କ ପ୍ରତିଟି ଅର୍ଥଦାନ ମୂଲ୍ୟବାନ

ଏବେ ହିଁ କିଛି ଅର୍ଥଦାନ ନିଶ୍ଚୟ କରନ୍ତୁ (Contribute Now)